Home

ସତ୍ୟକୁ ବାଛିଲା ଆମେରିକା

ଓ୍ବାଶିଂଟନ,୯ା୧୧: ଆମେରିକାବାସୀ ଅସତ୍ୟକୁ ପରାଜିତ କରି ସତ୍ୟକୁ ବିଜୟୀ କରାଇଛନ୍ତି। ସେମାନେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ଆଶା, ଏକତା ଓ ଶିଷ୍ଟତାକୁ ବାଛିଛନ୍ତି। ଆମେରିକାକୁ ପ୍ରତ୍ୟେକ କୁନି ଝିଅ ଏକ ସମ୍ଭାବନାର ଦେଶ ଭାବେ ଦେଖନ୍ତୁ ବୋଲି ଉପରାଷ୍ଟ୍ରପତି ଭାବେ…

୩୧ ବର୍ଷରେ ପଦାର୍ପଣ କଲେ ତେଜସ୍ବୀ, ଗୋଟିଏ ଦିନ ପରେ ମିଳିପାରେ ବଡ ଉପହାର

ପାଟନା,୯।୧୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସୁପୁତ୍ର ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି। ଯୁବ ନେତାଙ୍କ ଜନ୍ମଦିନରେ ପରିବାରଠାରୁ…

ଖୋର୍ଦ୍ଧା ସହରରେ ପୁଣି ପଶିଲା ହାତୀ

ଖୋର୍ଦ୍ଧା ଅଫିସ,୯ା୧୧: ମାସକ ପରେ ପୁଣି ଖୋର୍ଦ୍ଧା ସହରରେ ପଶିଛି ହାତୀ। ରବିବାର ସନ୍ଧ୍ୟାରେ ମୁକୁନ୍ଦପ୍ରସାଦ ନିକଟରେ ଗୋଟିଏ ହାତୀକୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଖବର ପାଇ ବନ ବିଭାଗ ଓ ପୋଲିସ ପହଞ୍ଚି ଘଉଡ଼ାଇବାରୁ ହାତୀଟି ସାମନ୍ତରାପୁର ଆଡ଼କୁ…

ଡିସେମ୍ବର ୧୨ରେ ଓକିଲ ସଂଘ ନିର୍ବାଚନ

କଟକ ଅଫିସ,୯ା୧୧: ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନ ଆସନ୍ତା ଡିସେମ୍ବର ୧୨ରେ ଅନୁଷ୍ଠିତ ହେବ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଥିବା ଓଡ଼ିଶା ବାର୍‌ କାଉନ୍‌ସିଲ ସମ୍ପାଦକ ଜେ. କେ. ସାମନ୍ତସିଂହାର ସୂଚନା ଦେଇଛନ୍ତି।…

ସୂତାକଳରେ ଅନିଚ୍ଛାର ତାଲା

ଭୁବନେଶ୍ୱର,୯।୧୧(ବ୍ୟୁରୋ): ଓଡ଼ିଶାର ୧୨ଟି ଜିଲାରୁ ବର୍ଷକୁ ପ୍ରାୟ ୧୦କୋଟି କିଲୋ କପା ଉତ୍ପାଦନ ହେଉଛି। ହେଲେ ଏହାକୁ ବ୍ୟବହାର କରିବାକୁ ଗୋଟିଏ ହେଲେ ସୂତାକଳ ନାହିଁ। ରାଜ୍ୟର ୬ଟି ସମବାୟ ଭିତ୍ତିକ ସୂତାକଳରେ ଏବେ ତାଲା ଝୁଲୁଥିବାବେଳେ କଳାହାଣ୍ଡି ଜିଲା କେଶିଙ୍ଗା…

ଆଇ-କୋର୍‌ ଏମ୍‌ଡି ଅନୁକୁଲ ମାଇତିଙ୍କ ମୃତ୍ୟୁ

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଝାରପଡ଼ା ଜେଲରେ ଥିବା ଆଇ-କୋର୍‌ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅନୁକୁଲ ମାଇତିଙ୍କ (୫୫) ରବିବାର ମୃତ୍ୟୁ ହୋଇଛି। ଜେଲରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ସକାଳେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ…

ସିଡିଏସ୍‌ରେ ଓଡ଼ିଆ ଝିଅ ଅଦିତି ଟପ୍ପର

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ସଂଯୁକ୍ତ ପ୍ରତିରକ୍ଷା ସେବା (ସିଡିଏସ୍‌)-୨ ପରୀକ୍ଷା (ମହିଳା)ରେ ଓଡ଼ିଆ ଝିଅ ଅଦିତି ପରିଡ଼ା ଟପ୍ପର ହୋଇଛନ୍ତି। ଏଭଳି ସଫଳତା ହାସଲ କରିବାପରେ ଅଦିତି ହେଉଛନ୍ତି ଓଡ଼ିଶାର ପ୍ରଥମ ମହିଳା। ତାଙ୍କ ଘର ଢେଙ୍କାନାଳ ଜିଲାର ଓଡ଼ାପଡ଼ା ବ୍ଲକ୍‌ ଅନ୍ତର୍ଗତ ନାଧରା…

ଲୋକଙ୍କୁ ବେଖାତିର କରୁଛି ସାଗର ସିମେଣ୍ଟ

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୯।୧୧: ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ବିପୁଳ ପରିମାଣର ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଅଧିଗ୍ରହଣ ହୋଇଛି। ଶାଗମାଛ ଦରରେ ଲୋକଙ୍କ ଜମି ନେଇ ଶିଳ୍ପପତିମାନଙ୍କୁ ହସ୍ତାନ୍ତର ହୋଇଛି।…

୧୦ ଡିଗ୍ରୀ ତଳେ ପାରଦ: କମୁଛି ତାପମାତ୍ରା, ବଢୁଛି ଥଣ୍ଡା

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟରେ ପାରଦ ଧୀରେ ଧୀରେ ଖସିବାରେ ଲାଗିଛି। ତାପମାତ୍ରା କମୁଥିବାରୁ ଥଣ୍ଡା ବଢ଼ୁଛି। ସନ୍ଧ୍ୟା ଅପେକ୍ଷା ସକାଳେ ଅଧିକ ଶୀତ ଅନୁଭୂତ ହେଉଛି। ରବିବାର ରାଜ୍ୟର ୧୧ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀଠାରୁ କମ୍‌ ରହିଛି। ସର୍ବନିମ୍ନ ୯.୬ ଡିଗ୍ରୀ…

ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

ବ୍ୟସ୍ତବହୁଳ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା ଯୋଗୁ ଆମକୁ ନାନା ରୋଗ ଗ୍ରାସ କରୁଛି। ସେଥିମଧ୍ୟରୁ ହାର୍ଟରୋଗ ଅନ୍ୟତମ। ଯଦି ମେଦବହୁଳତା ଏବଂ ଡାଇବେଟିସ ଅଛି, ତେବେ ହାର୍ଟର ଯତ୍ନ ନେବା ଜରୁରୀ। ନଚେତ୍‌ ଏହା ଅସମୟରେ ଜୀବନ ନେଇଯାଇପାରେ। ଚିନ୍ତା ଏବଂ…

୪ ଯବାନ ଶହୀଦ

ଶ୍ରୀନଗର,୮।୧୧:ଉତ୍ତର କାଶ୍ମୀରର କୁପୱାଡା ଜିଲାସ୍ଥିତ କେରନ ସେକ୍ଟରରେ ଆତଙ୍କବାଦୀ ଓ ସୁରକ୍ଷାବଳ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୪ ଜଣ ଯବାନ ଶହୀଦ ହୋଇଥିବାବେଳେ ୩ ଆତଙ୍କବାଦୀ ଟଳିପଡିଥିବା ସୂଚନା ମିଳିଛି। ଆତଙ୍କବାଦୀ ସୀମା ଅତିକ୍ରମ କରି ଅନୁପ୍ରବେଶ କରିବାର ଦୁଃସାହସ କରିବାରୁ…

୨ ଯୁବକଙ୍କୁ ଗୋଡାଇଲା ହାତୀ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ବାଇକରେ ଯାଉଥିବା ୨ ଯୁବକ କିପରି ହାତୀ ମୁହଁରୁ ଅଳ୍ପକେ ବର୍ତ୍ତି ଯାଉଛନ୍ତି ସେହି ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ବାଇକରେ ୨ ଯୁବକ ରାସ୍ତାରେ ଯାଉଛନ୍ତି। ସେହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri