Posted inଫୁରସତ

ଏହି ବ୍ୟକ୍ତିଙ୍କୁ ଏମିତି ମୁଥ ମାରିଲେ ଦୁନିଆର ଶକ୍ତିଶାଳୀ ଯୋଦ୍ଧା, ଭାଇରାଲ ହେଉଛି ଭିଡିଓ

ପୂର୍ବତନ ଅଲିମ୍ପିକ ଜିମ୍ନାଷ୍ଟ ନାଇଲ ଓ୍ବିଲ୍‌ସନଙ୍କୁ ଏକ ଭୟଙ୍କର ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଛି। ଓ୍ବିଲ୍‌ସନ ଦୁନିଆର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ଏଡି ହଲଙ୍କ ସହ ବକ୍ସିଂ ଖେଳରେ ଭାଗ ନେଇଥିଲେ। ଓ୍ବିଲସନ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ପାଇଁ ଏହି ପଦକ୍ଷେପ ନେଇଥିଲେ। ଏବେ ତାଙ୍କର ଏହି ଭିଡିଓ ପ୍ଲାଟଫର୍ମରେ ଟ୍ରେଣ୍ଡ୍‌ କରୁଛି।

ୟୁଟ୍ୟୁବର ଏବଂ ପୂର୍ବ ଜିମ୍ନାଷ୍ଟ ଓ୍ବିଲସନଙ୍କ ଉଚ୍ଚତା ୫ ଫୁଟ ୩ ଇଞ୍ଚ। ସେ ବହୁତ ଫିଟ୍‌ ଦେଖାଯାନ୍ତି। କିନ୍ତୁ ସେ ଏବେ ଏପରି ଜଣେ ବ୍ୟକ୍ତିଙ୍କ ସାମ୍ନା କରିଛନ୍ତି ଯାହାଙ୍କ ଉଚ୍ଚତା ୬ ଫୁଟ ୩ ଇଞ୍ଚ। ଓ୍ବିଲସନଙ୍କ ଓଜନଠାରୁ ହଲଙ୍କ ଓଜନ ୧୦ ଗୁଣ ଅଧିକ।

ଭିଡିଓରେ ଦେଖିବାକୁ ମିଳିଛି, ଓ୍ବିଲସନ ପ୍ରଥମେ ହଲଙ୍କ ପେଟରେ ମୁଥ ମାରିଥିଲେ। ଏହା ହଲ୍‌ଙ୍କୁ କିଛି ଫରକ ପଡ଼ି ନ ଥିଲା। ଏହା ପରେ ହଲ୍‌ ଓ୍ବିଲସନଙ୍କୁ କହିଲେ ମୋତେ ମୁଥ ମାରିବା କିଛି ଫରକ ପଡ଼ିଲାନି। କାରଣ ମୋ ତାଲିମଦାତା ମୋ ପେଟରେ ମୁଥ ପରେ ମୁଥ ମାରିଥିଲେ। ତେଣୁ ତୁମ ମୁଥ ମୋତେ କାଟିଲାନି। ଏହା ପରେ ହଲ୍‌ଙ୍କ ପାଳି ଆସିଲା। ଓ୍ବିଲସନ ନିଜକୁ ବଞ୍ଚାଇବା ପାଇଁ ପ୍ରୋଟେକ୍ଟିଭ ଜ୍ୟାକେଟ ପିନ୍ଧିଥିଲେ। ହଲ ତାଙ୍କୁ ପଚାରିଲେ କ’ଣ ନିଜକୁ ସୁରକ୍ଷିତ ମନେ କରୁଛ। ଓ୍ବିଲ୍‌ସନ ହଡ଼ବଡ଼େଇ ଯାଇଥିବା ଦେଖିବାକୁ ମିଳିଥିଲା। ହଲ୍‌ ଏହା ପରେ ତାଙ୍କ ପେଟରେ ଏକ ଶକ୍ତ ମୁଥ ମାରିଲେ। ଫଳରେ ଓ୍ବିଲ୍‌ସନ ଯାଇ କିଛି ଦୂରରେ ପଡ଼ିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି….

ଲକ୍ଷ୍ନୌ,୯ା୧୦: ଉତ୍ତରପ୍ରଦେଶର ନୋଏଡାସ୍ଥିତ ଜେୱର ଏୟାରପୋର୍ଟର ନାମ ପରିବର୍ତ୍ତନ କରାଯିବ । ଏହାର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?