Home

ତିନୋଟି ବିବାହ କରିଛନ୍ତି ଶାହିଦଙ୍କ ମା’; ଏବେ ବଖାଣିଲେ ଦୁଃଖ

ବମ୍ବେ: ଏକାଧିକ ଥର ପ୍ରେମରେ ପଡ଼ିବା କି ଏକାଧିକ ବିବାହ କରିବା ବଲିଉଡ୍‌ କଳାକାରଙ୍କ ପାଇଁ ନୂଆ କଥା ନୁହେଁ। ହେଲେ କିଛି ସେଲିବ୍ରିଟି ବାଧ୍ୟହୋଇ ସମ୍ପର୍କ ତୁଟାଇ ଆଗକୁ ବଢ଼ିଛନ୍ତି। ସେଭଳି ଜଣେ ହେଲେ ଅଭିନେତା ଶାହିଦ କପୁର ଏବଂ…

ଶ୍ମଶାନରେ ଲିଭୁନି ନିଆଁ: ସରକାର ମୃତକଙ୍କ ସଂଖ୍ୟା ଲୁଚାଉଥିବା ଅଭିଯୋଗ

ଭୋପାଳ,୧୪।୪: କରୋନା ସଂକ୍ରମଣ ନେଇ ଦେଶରେ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଧ୍ୟପ୍ରଦେଶର ଭୋପାଳରେ ମୃତକଙ୍କ ସଂଖ୍ୟା ସରକାର ଲୁଚାଉଥିବା ଅଭିଯୋଗ ହୋଇଛି। ସରକାରୀ ରିପୋର୍ଟରେ ମୃତ୍ୟୁ ସଂଖ୍ୟା…

ଅଖିଳେଶ କରୋନା ଆକ୍ରାନ୍ତ

ଲକ୍ଷ୍ନୌ,୧୪।୪: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବୁଧବାର ସକାଳେ ଅଖିଳେଶ ଟୁଇଟ କରି ସୂଚନା ଦେଇଛନ୍ତି। ପଜିଟିଭ ଚିହ୍ନଟ ହେବା ପରେ ଅଖିଳେଶ ନିଜକୁ ହୋମ୍‌ ଆଇସୋଲେଶନ୍‌ କରିନେଇଛନ୍ତି।…

ମହାରାଷ୍ଟ୍ରରେ ଜନତା କର୍ଫ୍ୟୁ

ମୁମ୍ବାଇ,୧୪ା୪: ମହାରାଷ୍ଟ୍ରରେ କରୋନା ଭୂତାଣୁର ଉଗ୍ରରୂପକୁ ଦେଖି ‘ଜନତା କର୍ଫ୍ୟୁ’ ଜାରି କରିଛନ୍ତି ଉଦ୍ଧବ ସରକାର। ମଙ୍ଗଳବାର ୬୦,୨୧୨ ସଂକ୍ରମିତ ହୋଇଥିବାବେଳେ ୨୮୧ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କେତେକ ନୂଆ କଟକଣା ଘୋଷଣା…

ଆଇଜିଆଇଟି କଲେଜରେ ଛାତ୍ର ଅଶାନ୍ତ: ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ

ପରଜଙ୍ଗ,୧୪।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ(ଆଇଜିଆଇଟି) କ୍ୟାମ୍ପସରେ ମଙ୍ଗଳବାର ରାତିରେ ପୁଣି ଛାତ୍ର ଅଶାନ୍ତ ଦେଖାଦେଇଛି । ବିଟେକ ତୃତୀୟ ଓ ଶେଷ ବର୍ଷ ଛାତ୍ରଙ୍କ ମଧ୍ୟରେ ଘମାଘୋଟ ଲଢେଇ ହୋଇଛି। ଏହାକୁ ନେଇ…

ମହୁଲ ଗୋଟାଇବା ହେଲା କାଳ: ସ୍ତ୍ରୀ ସାମ୍ନାରେ ସ୍ବାମୀଙ୍କ ଜୀବନ ନେଲା ହାତୀ

ବରଗଡ଼ ଅଫିସ,୧୪।୪: ବରଗଡ଼ ଜିଲା ଘେଁସ ଫରେଷ୍ଟ ରେଞ୍ଜ ଅର୍ନ୍ତଗତ ଖଲିଆମୁଣ୍ଡା ଗ୍ରାମରେ ବୁଧବାର ସକାଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ହେଲେ ଉକ୍ତ ଗ୍ରାମର ଦେବେନ୍ଦ୍ର ବଢ଼େଇ(୫୫)। ବୋଲି ଜଣାପଡିଛି। ପ୍ରକାଶ ଯେ, ଦେବେନ୍ଦ୍ର ସ୍ତ୍ରୀଙ୍କ…

ମା’ ହେଲା ମେଘା, ୩ ଶାବକକୁ ଦେଲା ଜନ୍ମ

ବାରଙ୍ଗ, ୧୪।୪(ଡି.ଏନ୍‌.ଏ.): ନନ୍ଦନକାନନରେ ଥିବା ବାଘୁଣୀ ମେଘା ୩ଟି ଛୁଆକୁ ଜନ୍ମ ଦେଇଛି । ମଙ୍ଗଳବାର ରାତିରେ ଏହି ଶାବକମାନେ ଜନ୍ମ ନେଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ପକ୍ଷରୁ ଜଣାପଡ଼ିଛି। ମହାବଳ ବାଘ ନନ୍ଦନ ସହ ମିଳନରେ ଏହି ଶାବକମାନେ ଜନ୍ମ ନେଇଛନ୍ତି।…

ପ୍ରବାସୀ ଶିଶୁଙ୍କ ସଂଖ୍ୟା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪ା୪: ଦେଶବ୍ୟାପୀ କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବଢ଼ିଚାଲିଥିବାବେଳେ ପ୍ରବାସୀ ଶ୍ରମିକମାନଙ୍କ ଦୁଃଖ ବହୁଗୁଣିତ ହେବାରେ ଲାଗିଛି। ଗତବର୍ଷ ଲକ୍‌ଡାଉନ୍‌ ବେଳେ ମହାମାରୀ ପ୍ରବାସୀ ପରିବାରଗୁଡ଼ିକର ଦୁର୍ଦ୍ଦଶା ବଢ଼ାଇଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରବାସୀଙ୍କ ଛୋଟ ଛୋଟ ପିଲାଙ୍କ ସଂଖ୍ୟା କେତେ ଓ…

ଭୂତାଣୁ ବାଣ୍ଟିଲା କୁମ୍ଭମେଳା

ନୂଆଦିଲ୍ଲୀ, ୧୪ା୪: ଭାରତରେ କରୋନା ସଂକ୍ରମଣ ବ୍ରାଜିଲକୁ ଟପି ଦ୍ୱିତୀୟ ସ୍ଥାନକୁ ଉଠିଥିବାବେଳେ ଭୂତାଣୁ ବାଣ୍ଟିବାରେ ଲାଗିଛି ଉତ୍ତରାଖଣ୍ଡର ହରିଦ୍ୱାର କୁମ୍ଭମେଳା। ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଗୋଟିଏ ସ୍ଥାନରେ ଏକାଠି ହେବା ଯୋଗୁ କଟକଣା ବାଟହୁଡ଼ା ହୋଇଛି। ଆଗାମୀ ଦିନରେ…

ଦିନରେ ରଙ୍ଗକାମ, ରାତିରେ ଚୋରି

ଭୁବନେଶ୍ୱର,୧୪।୪(ବ୍ୟୁରୋ): ନିଜର ୨ ସ୍ତ୍ରୀଙ୍କୁ ଗିଫ୍ଟ ଦେଇ ଖୁସି କରିବାକୁ ଜଣେ ବ୍ୟକ୍ତି ଆପଣାଇଥିଲେ ଅଭିନବ ତରିକା। ଦିନରେ ରଙ୍ଗମିସ୍ତ୍ରି ଭାବେ କାମ କରୁଥିବାବେଳେ ରାତିରେ ଚୋରି କରୁଥିଲେ। ସେଥିପାଇଁ ନିଜ ବ୍ୟାଗରେ ରଙ୍ଗଦେବା ଉପକରଣ ସହ ଝରକା, କବାଟ ସ୍କୃ…

ପ୍ରଶ୍ନ ଘେରରେ ନିର୍ବାଚନ ଆୟୋଗ

କୋଲକାତା/ନୂଆଦିଲ୍ଲୀ,୧୪ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ‘ଗଣତନ୍ତ୍ରର ଉତ୍ସବ’ ରୂପେ ଉତ୍ସାହଜନକ ହୋଇନାହିଁ। ଶାସକ ତୃଣମୂଳ କଂଗ୍ରେସ ଏବଂ ବିରୋଧୀ ଭାଜପା ନେତାଙ୍କ ବୟାନବାଜି ସମଗ୍ର ପ୍ରଚାରକୁ ତିକ୍ତ ଓ ଅରୁଚିକର କରିଦେଇଛି। ମୁଖ୍ୟ ଦୁଇ ଦଳ ପରସ୍ପର ବିରୋଧରେ ହିଂସା ଭିଆଇବା…

‘ଶାନ୍ତି ଆସିଲେ ଅଞ୍ଚଳର ବିକାଶ ହେବ’

ପିପିଲି/ଡେଲାଙ୍ଗ,୧୪।୪(ଡି.ଏନ୍‌.ଏ./ସ୍ବ.ପ୍ର.): ପିପିଲି ନିର୍ବାଚନମଣ୍ଡଳୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଧର୍ମେନ୍ଦ୍ର ମେଗା ରୋଡ୍‌ ଶୋ କରି ପ୍ରଚାର ଆରମ୍ଭ କରିଛନ୍ତି। ଏହି ରୋଡ୍‌ ଶୋ ପିପିଲି ଉତ୍ତରା ଛକଠାରୁ ଶତାଧିକ କର୍ମୀଙ୍କ ଭବ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri