କଣ୍ଠଶିଳ୍ପୀଙ୍କ ଦସ୍ତଖତ ନେଇ ବ୍ଲାକ୍‌ମେଲିଂ

ଭୁବନେଶ୍ୱର,୨୪ା୫(ବ୍ୟୁରୋ):ସଙ୍ଗୀତ ପ୍ରମୋଟ ପାଇଁ ଚୁକ୍ତି କରିବାକୁ ଦସ୍ତଖତ ନେଲେ। ହେଲେ କୋର୍ଟ ବିବାହ କରିଥିବା କହି ଧମକ ଦେଲେ। ଯୁବତୀଙ୍କ ଏଭଳି ଚଞ୍ଚକତାରେ ଜଣେ ୟୁଟୁବ୍‌ କଣ୍ଠଶିଳ୍ପୀ ପୁରୀର ଅଙ୍କିତ ମିଶ୍ର ଫସିଯାଇଛନ୍ତି। ଶେଷରେ ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବାଲେଶ୍ୱରର ଜଣେ ଯୁବତୀଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଅଭିଯାଗ ଅନୁସାରେ, ଅଙ୍କିତ ବାଙ୍ଗାଲାରରେ ଏମ୍‌ବିଏ ପଢୁଥିଲେ। ଗତବର୍ଷ କୋଭିଡ଼ ପାଇଁ ଲକଡାଉନ୍‌ ହୋଇଯିବାରୁ ସେ ଘରକୁ ଆସି ରହୁଥିଲେ। ଭଲ ଗୀତ ଗାଉଥିବାରୁ ସେ ତାଙ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲି ନିଜ ଗୀତଗୁଡ଼ିକ ଅପଲୋଡ୍‌ କରନ୍ତି। ପୁରୀରେ ଘର ଭଡ଼ା ନେଇ ରହୁଥିବା ବାଲେଶ୍ୱରର ଜଣେ ଯୁବତୀ ତାଙ୍କ ଗୀତକୁ ପ୍ରଶଂସା କରିବା ଫେସ୍‌ବୁକରେ ମେସେଜ୍‌ କରିଥିଲେ। ତାଙ୍କର ଷ୍ଟୁଡ଼ିଓ ଥିବାରୁ ଗୀତ ରେକର୍ଡିଂ କରିବାକୁ ସେ ଅଙ୍କିତଙ୍କୁ ପ୍ରସ୍ତାବ ଦେଇଥିଲେ। ଗତବର୍ଷ ନଭେମ୍ବର ୧ରେ ଅଙ୍କିତ ଯୁବତୀଙ୍କ ଘରକୁ ଯାଇ ତାଙ୍କ ଷ୍ଟୁଡ଼ିଓରେ ଗୀତ ଗାଇଥିଲେ। ଏହା ଭିତରେ ସମ୍ପର୍କକୁ ଆଗକୁ ବଢ଼ାଇଥିବା ଯୁବତୀଙ୍କ ଚାଲ୍‌କୁ ଅଙ୍କିତ ବୁଝି ପାରି ନ ଥିଲେ। ଗୀତ ପ୍ରମୋଟ ପାଇଁ ଏକ ଚୁକ୍ତି କରିବାକୁ ପଡ଼ିବ ବୋଲି ଯୁବତୀ ଜଣକ କହିବା ସହ ଗତ ମାର୍ଚ୍ଚ ୧୧ରେ ଭୁବନେଶ୍ୱର କୋର୍ଟକୁ ଡାକିଥିଲେ। ସେଠାରେ ଯୁବତୀ ଜଣକ କିଛି କାଗଜରେ ଅଙ୍କିତଙ୍କ ଦସ୍ତଖତ କରି ନେଇଥିଲେ। ଏହାର କିଛିଦିନ ପରେ ଯୁବତୀ ଜଣକ ଅଙ୍କିତଙ୍କୁ ବିବାହ କରିଥିବା କହି ତାଙ୍କ ଘରକୁ ନେବାକୁ ଜିଦ୍‌ ଧରିଥିଲେ। ଅଙ୍କିତ ଏଭଳି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯିବା ସହ ପରିବାର ଲୋକଙ୍କୁ ଜଣାଇ ସବ୍‌ ରେଜିଷ୍ଟାର ଅଫିସକୁ ଯାଇ କାଗଜପତ୍ର ଯାଞ୍ଚ କରିବା ପରେ ଚଞ୍ଚକତା କରି ଯୁବତୀ ଜଣକ ତାଙ୍କୁ କୋର୍ଟ ବିବାହ କରିଥିବା ଜାଣିବାକୁ ପାଇଥିଲେ। ବିବାହ ନୋଟିସ ଫର୍ମ, ବ୍ୟାଙ୍କ୍‌ ଷ୍ଟାମ୍ପ ପେପର ଉପରେ ଚଞ୍ଚକତା କରି ଦସ୍ତଖତ କରି ନେଇଥିବା ଜଣାପଡିଥିଲା। ଅଙ୍କିତ ଭୁବନେଶ୍ୱରରେ ଭଡ଼ାରେ ରହୁଥିବା ଦର୍ଶାଯାଇଛି। ତେବେ ଅଙ୍କିତ କହିଛନ୍ତି ସେ କେବେ ଭୁବନେଶ୍ୱରରେ ରହିନାହାନ୍ତି। ଏହି ବିବାହକୁ ମନା କରିବାରୁ ଯୁବତୀ ଜଣକ ତାଙ୍କୁ ହତ୍ୟା ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?