୪ ଜିଲାକୁ ବଡ଼ ବିପଦ

ଭୁବନେଶ୍ୱର,୨୪।୫(ବ୍ୟୁରୋ)ସାମୁଦ୍ରିକ ଝଡ଼ ୟାସ୍‌ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲା ପାଇଁ ବଡ଼ ବିପଦ ସାଜିପାରେ ବୋଲି ଆଶଙ୍କା କରାଯାଉଛି। ବାତ୍ୟା ପ୍ରଭାବରେ ୨୫ ତାରିଖ ରାତିରୁ ଉପରୋକ୍ତ ୪ ଜିଲା ସମେତ ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସେହିପରି ମୟୂରଭଞ୍ଜ, ଢେଙ୍କାନାଳ ଏବଂ ଗଞ୍ଜାମ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟଲୋୱାର୍ନିଂ ଜାରି କରାଯାଇଛି। ୨୬ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଜିଲାରେ ପ୍ରବଳରୁ ଅତି ପ୍ରବଳ ଏବଂ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ଏପରି କି କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ୱାର୍ନିଂ ଜାରି କରାଯାଇଛି। ଏଥିସହିତ ବାତ୍ୟା ପ୍ରଭାବରେ ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ଖୋର୍ଦ୍ଧା ଏବଂ ସୁନ୍ଦରଗଡ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ପ୍ରବଳ ବର୍ଷା ଯୋଗୁ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହିବ। ୨୦ ଫୁଟ୍‌ ଉଚ୍ଚତାର ଢେଉ ଉଠିବା ସହିତ ବହୁ ଜୋରରେ ପବନ ବହିବ। ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ କୁହାଯାଇଛି। ଆସନ୍ତା ୨୪ରୁ ୨୭ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ସତର୍କ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ସ୍ବତନ୍ତ୍ର କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: କର୍ମଚାରୀ ଅଭାବ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ବେସରକାରୀ ପରିଦର୍ଶକମାନେ ଗଞ୍ଜାମ ଜିଲା ଭଞ୍ଜନଗର ସ୍ବତନ୍ତ୍ର କାରାଗାରକୁ ଯାଇ ସେମାନଙ୍କ ଖାଦ୍ୟ, ସ୍ବାସ୍ଥ୍ୟସେବା, ସର୍ବୋପରି ଜେଲ ପରିସର ପରିଷ୍କାର ଓ ପରିଚ୍ଛନ୍ନତା ଉପରେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆଗରେ ବର୍ଷିଲେ ମୋଦି: କହିଲେ, ବନ୍ଦ କର ନଚେତ୍‌…

ନୂଆଦିଲ୍ଲୀ,୧।୯: ସାଂଘାଇ ସହଯୋଗ ସଂଗଠନ (SCO)ର ୨୬ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ପ୍ରସଙ୍ଗରେ ଏକ ଦୃଢ଼ ମତ ଗ୍ରହଣ କରି କହିଛନ୍ତି। କେବଳ…

ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆହତ; ଆଫଗାନିସ୍ତାନ ଟି-୨୦ ସିରିଜ ପାଇଁ ଫେରିବେ ନାହିଁ!

ନୂଆଦିଲ୍ଲୀ,୧।୯: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ ଆଉ ଏକ ଝଟକା ଲାଗିଛି। ସେପ୍ଟେମ୍ବର ୧୩ରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ସେ…

ନେପାଳ ବନ୍ୟାର ଛାତିଥରା ଦୃଶ୍ୟ; ଗୋଟିଏ ଘରୁ ମିଳିଲା ୨୩ ମୃତଦେହ, ମା’ କୋଳକୁ ଜାବୁଡ଼ି ଧରିଥିଲା ଛୁଆ

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି । ବନ୍ୟାରେ ଏପର୍ଯ୍ୟନ୍ତ ୯୬୨ ଜଣଙ୍କ ମୃତ୍ୟୁ ହୋଇଥିବା…

ଗାଁରେ ପହଞ୍ଚିଲାନି ଆମ୍ବୁଲାନ୍ସ: ପୁଅକୁ କାନ୍ଧରେ ବୋହିଲେ ମା’, ପରେ ଖଟିଆରେ….

ପାଟଣା, ୧।୯ (ବୀର କିଶୋର ଦାଶ): ଲଗାଣ ବର୍ଷାରେ ନାଳ ଉପରେ ଥିବା ପୋଲ ଧୋଇଯିବାରୁ ଗାଁ ଭିତରକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ଶେଷରେ ଗୁରୁତର ଅବସ୍ଥାରେ…

ବିବାହର ମାତ୍ର ୫ ମାସ ପରେ ଛାଡ଼ପତ୍ର ନେଲେ ବାଦ୍‌ଶାହା: ପୋଷ୍ଟ ଶେୟାର କରି କହିଲେ…

ରାପର୍‌ ବାଦଶାହା ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ବିବାହର ମାତ୍ର ପାଞ୍ଚ ମାସ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପାଲଟିଛି ବସଷ୍ଟାଣ୍ଡ୍‌: ବସ୍‌ ହର୍ନରେ ଅସ୍ତବ୍ୟସ୍ତ ରୋଗୀ

ଦାରିଙ୍ଗବାଡି,୧।୯(ଅରୁଣ ସାହୁ):କନ୍ଧମାଳ ଜିଲାର ବୃହତ ବ୍ଲକ ଭାବେ ଜଣାଶୁଣା ଦାରିଙ୍ଗବାଡିରେ ଏବେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଯାତ୍ରୀବାହୀ ବସର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେବେ…

ଚାଇନା ଗଣମାଧ୍ୟମରେ ଦୃଶ୍ୟ ହେଉନି ନେପାଳ ବନ୍ୟା! ଜିନ ପିଙ୍ଗଙ୍କ ଏକଛତ୍ରବାଦୀ ଶାସନକୁ ନେଇ ହେଉଛି ଆଲୋଚନା, କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ

ବେଜିଂ,୧।୯: ୨୬ ଅଗଷ୍ଟ, ୨୦୨୬ରେ ନେପାଳ-ତିବ୍ଦତ ସୀମାରେ ଘଟିଥିବା ଭୟଙ୍କର ବନ୍ୟା ଏବଂ ମାଟି ଧସିବା କେବଳ ବ୍ୟାପକ କ୍ଷୟକ୍ଷତି ଘଟାଇ ନଥିଲା ବରଂ ଚାଇନାର ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri