Home

କୋହଲିଙ୍କୁ ଆଉଟ୍‌ କରି ଏମିତି କାରନାମା କଲେ ଆଣ୍ଡରସନ୍‌

ଲିଡ୍ସ,୨୬।୮: ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ୩୯ ବର୍ଷ ବୟସରେ ମଧ୍ୟ ଚମତ୍କାର ବୋଲିଂ ଜାରି ରଖିଛନ୍ତି। ୧୮ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ଆଣ୍ଡରସନଙ୍କ ସ୍ବିଙ୍ଗ ବଲ ପଢିବା କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ନୁହେଁ। ଭାରତ…

ଦେଶକୁ ମିଳିବେ ପ୍ରଥମ ମହିଳା ପ୍ରଧାନ ବିଚାରପତି, ସୁପ୍ରିମ୍‌କୋର୍ଟଙ୍କ ସୁପାରିଶକୁ କେନ୍ଦ୍ରର ସ୍ବୀକୃତି…

ନୂଆଦିଲ୍ଲୀ,୨୬।୮: ଦେଶକୁ ୨୦୨୭ରେ ଜଣେ ମହିଳା ପ୍ରଧାନବିଚାରପତି ମିଳିବା ନିଶ୍ଚିତ ହୋଇଛି। ସୁପ୍ରିମକୋର୍ଟରେ ବିଚାରପତିଙ୍କ ୯ ଟି ଖାଲି ପଦବୀରେ ନିଯୁକ୍ତି ପାଇଁ ୯ ଜଣଙ୍କ ନାମ ଅଗଷ୍ଟ ୧୮ରେ ସୁପାରିଶ ଲାଗି ପଠାଯାଇଥିଲା। ଏହାକୁ କେନ୍ଦ୍ର ସରକାର ସ୍ବୀକୃତି ଦେଇଛନ୍ତି।…

୧୪୪ ବର୍ଷ ଟେଷ୍ଟ ଇତିହାସରେ ଦ୍ୱିତୀୟଥର ଘଟିଲା ଏମିତି

ଲିଡ୍ସ,୨୬।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ହେଡିଙ୍ଗଲେରେ ଖେଳାଯାଉଛି। ଭାରତ ପ୍ରଥମ ଦିନ ମାତ୍ର ୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଟସ ଜିତିବା ପରେ ବିରାଟ କୋହଲି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ଏକ ସମୟରେ ୫୮…

ଘରୁ ଆରମ୍ଭ ହେଉ ମହିଳା ସମାନତା

ନାରୀ ଏବଂ ପୁରୁଷ ସମାଜର ବିକାଶ ପାଇଁ ବିଶେଷ ଗୁରୁତ୍ୱବହନ କରିଥାନ୍ତି। ଦୁହିଁଙ୍କ ସମାନତାର ପ୍ରଭାବ ପରିବାରଠାରୁ ଆରମ୍ଭ କରି ସମଗ୍ର ପୃଥିବୀର ବିକାଶ ଧାରାକୁ ପ୍ରତିଫଳିତ କରିଥାଏ। ଭାରତ ସମେତ ପୃଥିବୀର ବହୁ ପ୍ରାଚୀନ ସମାଜ ନାରୀ ପୁରୁଷ ସମାନତାର…

ମେକ୍ସିକୋ ପଳାଇଲେ ଆଫଗାନ୍‌ ପ୍ରତିଭା

ମେକ୍ସିକୋ ସିଟି, ୨୬ା୮: ତାଲିବାନ୍‌ ଫେରିବା ପରେ ଆଫଗାନ ମହିଳାଙ୍କ ଭବିଷ୍ୟତ ଉପରେ ଘନେଇଛି କଳାବାଦଲ। ଛାତ୍ରୀଙ୍କ ପଢ଼ାରେ ଡୋରି ପଡ଼ିବାକୁ ଯାଉଛି। ତାଲିବାନ୍‌ ଶାସନରେ କଠୋର ଶରିଆ ଆଇନ ସେମାନଙ୍କଠାରୁ ସବୁକିଛି ଛଡ଼ାଇନେବ। ଏଭଳି ନର୍କପୂର୍ଣ୍ଣ ଜୀବନରୁ ମୁକ୍ତି ପାଇଁ…

ତାଲିବାନ୍‌, ଚାଇନା ଆଲୋଚନା

କାବୁଲ/ବେଜିଂ/ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬ା୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାନରେ ଦୁଇ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ନେବା ପରେ ଗତ ଅଗଷ୍ଟ ୧୫ରେ ତାଲିବାନ୍‌ କାବୁଲ ଦଖଲ କରିଥିଲା, ଯଦିଓ ସମ୍ପୂର୍ଣ୍ଣ ସେନା ଅପସାରଣକୁ ୨…

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୪.୭୬% ପିଲା

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ତଳମୁହାଁ ହେଉଥିବାବେଳେ ପିଲାଙ୍କ ସଂକ୍ରମଣ ହାର ବଢ଼ୁଥିବା ଦେଖାଯାଉଛି। ଆଗକୁ ତୃତୀୟ ଲହର ଆସିବା ସମ୍ଭାବନା ଥିବାରୁ ପିଲାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଗତ ୨୪ ଘଣ୍ଟାରେ ୮୮୭…

ନିୟମ ଭାଙ୍ଗିଲେ ଡିଏଲ୍‌ ରଦ୍ଦ

ଭୁବନେଶ୍ୱର, ୨୬।୮: ରାଜ୍ୟରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଏବେ ଆଉ ନିସ୍ତାର ନାହିଁ। ପ୍ରଥମଥର ପାଇଁ ନିୟମ ଉଲ୍ଲଂଘନ କରିଥିଲେ ମଧ୍ୟ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ସର୍ବନିମ୍ନ ୩ମାସ ପାଇଁ ରଦ୍ଦ କରାଯିବ। ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛି…

ପିପିପିକୁ ଯିବ ଭୁବନେଶ୍ୱର ବିମାନବନ୍ଦର

ନୂଆଦିଲ୍ଲୀ,୨୬।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନ୍ୟାଶନାଲ ମନିଟାଇଜେଶନ ପାଇପ୍‌ଲାଇନ ଯୋଜନା ସମ୍ପର୍କରେ ସୋମବାର ଘୋଷଣା କରିଥିଲେ। ଏଥିରେ ଭୁବନେଶ୍ୱର ବିମାନବନ୍ଦରର ୯୦୦ କୋଟି ଟଙ୍କାର ସମ୍ପତ୍ତି ମୁଦ୍ରୀକରଣ (ମନିଟାଇଜ୍‌) କରାଯିବା ପ୍ରସ୍ତାବ ରହିଛି। ଏହାଦ୍ୱାରା ଏହି ବିମାନବନ୍ଦର ସରକାରୀ ଘରୋଇ ସହଭାଗିତା…

ଖୋଲିଲା ଶାନ୍ତିସ୍ତୂପ ଧଉଳି

ପୁରୁଣା ଭୁବନେଶ୍ୱର,୨୫।୮(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ଦୀର୍ଘ ୩ମାସ ବନ୍ଦ ରହିଥିବା ଶାନ୍ତିସ୍ତୂପ ଧଉଳି ପୀଠ ବୁଧବାର ଖୋଲିଛି। ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇ ଶାନ୍ତିସ୍ତୂପକୁ ଛଡ଼ାଯାଉଛି। ଏଥିସହ ପ୍ରଥମଦିନରେ ଓଟିଡିସିର କୌଣସି ବସ୍‌ ଧଉଳି…

ଅକ୍ଟୋବରରୁ ପିଲାଙ୍କୁ ଟିକା

ନୂଆଦିଲ୍ଲୀ,୨୫।୮: ଅକ୍ଟୋବର ପ୍ରଥମ ସପ୍ତାହରୁ ୧୨ ବର୍ଷରୁ ଊର୍ଦ୍ଧ୍ୱ ପିଲାମାନଙ୍କୁ କୋଭିଡ୍‌ ଟିକା ଦିଆଯାଇପାରେ। ଟିକାଦାନରେ ଗୁରୁତର ରୋଗାକ୍ରାନ୍ତ ପିଲାଙ୍କୁ ପ୍ରାଥମିକତା ଦିଆଯିବ। ଦେଶରେ ୧୨ରୁ ୧୭ ବର୍ଷ ବୟସ ବର୍ଗରେ ୧୨ କୋଟି ପିଲା ଅଛନ୍ତି। ପିଲାଙ୍କ ମାନସିକ ଓ…

ଗାଁକୁ ରାସ୍ତା ନାହିଁ: ଆସି ପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ସନ୍ତାନ ପ୍ରସବ କଲେ ମହିଳା

ଦାରିଙ୍ଗବାଡ଼ି,୨୫ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦୁର୍ଗମ ଅଞ୍ଚଳ ଭ୍ରମରବାଡ଼ିର ଲଦାଙ୍ଗି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ମାତ୍ର ରାସ୍ତାର ଅବସ୍ଥା ଶୋଚନୀୟ ଯୋଗୁ ଗାଁରେ ଆମ୍ବୁଲାନ୍ସ ପହଞ୍ଚିବା ସମ୍ଭବ ନ ଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?