ମେକ୍ସିକୋ ପଳାଇଲେ ଆଫଗାନ୍‌ ପ୍ରତିଭା

ମେକ୍ସିକୋ ସିଟି, ୨୬ା୮: ତାଲିବାନ୍‌ ଫେରିବା ପରେ ଆଫଗାନ ମହିଳାଙ୍କ ଭବିଷ୍ୟତ ଉପରେ ଘନେଇଛି କଳାବାଦଲ। ଛାତ୍ରୀଙ୍କ ପଢ଼ାରେ ଡୋରି ପଡ଼ିବାକୁ ଯାଉଛି। ତାଲିବାନ୍‌ ଶାସନରେ କଠୋର ଶରିଆ ଆଇନ ସେମାନଙ୍କଠାରୁ ସବୁକିଛି ଛଡ଼ାଇନେବ। ଏଭଳି ନର୍କପୂର୍ଣ୍ଣ ଜୀବନରୁ ମୁକ୍ତି ପାଇଁ ଦେଶ ଛାଡ଼ି ପଳାୟନ ଏକମାତ୍ର ପନ୍ଥା। ତେଣୁ ନିଜ ଦେଶକୁ ବିଦାୟ ଦେଇ ନୂଆ ଉଦ୍ଭାବନ ଓ ଭବିଷ୍ୟତ ଗଢ଼ିବା ଆଶାରେ କାତାର ଦେଇ ମଙ୍ଗଳବାର ସନ୍ଧ୍ୟାରେ ମେକ୍ସିକୋରେ ପହଞ୍ଚିଛନ୍ତି ଅଲ୍‌-ଗର୍ଲ ଆଫଗାନ୍‌ ରୋବୋଟିକ୍ସ ଟିମ୍‌ର ୧୦ ସଦସ୍ୟା। ୧୪ରୁ ୧୮ ବର୍ଷୀୟା ଏହି ଝିଅମାନେ କୋଭିଡ୍‌ ସମୟରେ ନିଜ ଦକ୍ଷତା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ହାସଲ କରିଥିବା ଜ୍ଞାନର ପରିଚୟ ଦେଇଥିଲେ। କରୋନା ପ୍ରଭାବିତ ଆଫଗାନିସ୍ତାନବାସୀଙ୍କ ଚିକିତ୍ସା ପାଇଁ ସେମାନେ ଅତି କମ୍‌ମୂଲ୍ୟରେ ଜୀବନ ରକ୍ଷାକାରୀ ଭେଣ୍ଟିଲେଣ୍ଟର ପ୍ରସ୍ତୁତ କରିଥିଲେ। ଗରିବ ଲୋକଟିଏ ବି ଯେପରି ଚିକିତ୍ସା ଅଭାବରୁ କରୋନାରେ ପ୍ରାଣ ନ ହାରେ ତାହା ଥିଲା ଏହି ଟିମ୍‌ର ଉଦ୍ଦେଶ୍ୟ। ଅତ୍ୟାଧୁନିକ ରୋବୋ ନିର୍ମାଣ କରି ଗର୍ଲ-ରୋବୋଟିକ୍‌ ଟିମ୍‌ ଗତ ମାର୍ଚ୍ଚରେ ଅନ୍ତର୍ଜାତୀୟସ୍ତରରେ ନିଜ ପରିଚୟ ସୃଷ୍ଟି କରିବା ସହ ପୁରସ୍କାର ମଧ୍ୟ ହାସଲ କରିଥିଲେ।

ଉଦ୍ଧାର କଲେ ସୁପରଓମ୍ୟାନ୍‌

୨୦୧୯ରେ ଅଲ୍‌-ଗର୍ଲ ଆଫଗାନ୍‌ ରୋବୋଟିକ୍ସ ଟିମ୍‌କୁ ସାକ୍ଷାତ କରିଥିଲେ ଆମେରିକାର ‘ସୁପରଓମ୍ୟାନ୍‌’ ଭାବେ ଜଣା ଆଲିସନ୍‌ ରେନେୟୁ। ମହାକାଶ ନୀତି ବିଶେଷଜ୍ଞ ଆଲିସନ୍‌ ସେମାନଙ୍କୁ ଉଦ୍ଧାର ପାଇଁ ଆମେରିକା ସରକାରଙ୍କ ସହାୟତା ଲୋଡ଼ିଥିଲେ। ଏଥିରେ ବିଫଳ ହେବା ପରେ ସେ ନିଜେ ବିମାନରେ କାତାରରେ ପହଞ୍ଚିଥିଲେ। ସେଠାରୁ ଆମେରିକା ଦୂତାବାସ ସହଯୋଗରେ ସେମାନଙ୍କୁ ଆଫଗାନିସ୍ତାନରୁ ସୁରକ୍ଷିତ ଭାବେ କାତାରରେ ପହଞ୍ଚାଇଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ: ୧୯ ମୃତ

କାବୁଲ ,୧୮।୧୨: ଆଫଗାନିସ୍ତାନ ରାଜଧାନୀ କାବୁଲର ଉତ୍ତରରେ ଥିବା ସଲଙ୍ଗ ଟନେଲ୍‌ରେ ଏକ ଇନ୍ଧନ ଟ୍ୟାଙ୍କର ଶନିବାର ରାତିରେ ବିସ୍ଫୋରଣ ହେବାରୁ ୧୯ ଜଣଙ୍କ ମୃତ୍ୟୁ...

୯/୧୧ ଆକ୍ରମଣ ପଛରେ ସୌଦି ଆରବ ହାତ? ଏଫ୍‌ବିଆଇର ଜାରି କଲା ଗୁପ୍ତ ରିପୋର୍ଟ…

ଓ୍ବାଶିଂଟନ,୧୨।୯: ଆମେରିକାର ଓ୍ବାଲ୍ଡ ଟ୍ରେଡ୍‌ ସେଣ୍ଟରରେ ହୋଇଥିବା ୯/୧୧ ଆକ୍ରମଣରେ କେବଳ ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦାର ହାତ ନ ଥିଲା। ଏଥିରେ ସୌଦି ଆରବ ପକ୍ଷରୁ...

କନ୍ୟା ସନ୍ତାନ ଜନ୍ମ ହେଲେ ପିତାଙ୍କ ଆୟୁଷ ବଢ଼ିଯାଏ ୭୪ ସପ୍ତାହ…

କନ୍ୟା ସନ୍ତାନ ଜନ୍ମ ହେଲେ ପିତାଙ୍କ ଆୟୁଷ ୭୪ ସପ୍ତାହ ବଢ଼ିଯାଇଥାଏ। ଏନେଇ ପୋଲାଣ୍ଡର ଜେଗିଲୋନିୟନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।...

ଆମେରିକାରେ‘ଆଜାଦି କା ଅମୃତ ମହୋତ୍ସବ’

ଓ୍ବାଶିଂଟନ,୧୪।୫: ଭାରତ ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ ଆମେରିକା କ୍ୟାପିଟୋଲରେ ଆରମ୍ଭ ହୋଇଛି। ବହୁସଂଖ୍ୟାରେ ଆମେରିକା କଂଗ୍ରେସ ସଦସ୍ୟ ଓ ଭାରତୀୟ ଆମେରିକୀୟ ଏଥିରେ ଯୋଗଦେଇଥିଲେ।...

ସର୍ଜରୀ ସମୟରେ ହାତରେ ଲାଗିଥିଲା ଟାଇଟେନିୟମ ପ୍ଲେଟ୍‌, ବିଜୁଳି ମାରିବାରୁ ଘଟିଲା ଏମିତି

ଲଣ୍ଡନ,୧୭ା୭: ଝଡ଼ ତୋଫାନ ସମୟରେ ସେଲ୍‌ଫି ନେବା ବାରମ୍ବାର ମନା କରାଯାଉଥିଲେ ମଧ୍ୟ ୩ ଭାଇ ଭଉଣୀଙ୍କୁ ମହଙ୍ଗା ପଡ଼ିଛି। ଗଛ ତଳେ ଠିଆ ହୋଇ...

ପାକିସ୍ତାନରେ ଲଗାଣ ବର୍ଷା ଯୋଗୁ ୩ ଶିଶୁଙ୍କ ସମେତ ୬ ମୃତ

ଇସଲାମାବାଦ,୬ ।୭: ଦକ୍ଷିଣ-ପଶ୍ଚିମ ପାକିସ୍ତାନ ସମେତ ଦେଶର ଅଧିକାଂଶ ଭାଗରେ ଲଗାଣ ବର୍ଷା ଫଳରେ ୩ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି...

ହେଲିକପ୍ଟର ଉଡ଼ାଣ ସମୟରେ ସାମ୍ନାକୁ ଆସିଲା ରହସ୍ୟମୟ ଜିନିଷ, ପାଇଲଟ ହେଲେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୫ା୧୧: ଆମେରିକାରେ ହେଲିକପ୍ଟରରେ ଉଡ଼ିବା ସମୟରେ ପାଇଲଟ ଏକ ରହସ୍ୟମୟ ତଥା ଅଜବ ଜିନିଷ ଦେଖିବାକୁ ପାଇଥିଲେ। ଯାହା ବହୁତ ବଡ଼ ଏବଂ ଅସାଧାରଣ ଆକୃତିର...

ଷ୍ଟେମ୍‌ ସୁପରଷ୍ଟାର ହେଲେ ୩ ମୂଳ ଭାରତୀୟ…

ମେଲବୋର୍ନ,୧।୧୨ : ତିନି ଜଣ ମୂଳ ଭାରତୀୟ ମୂଳ ଅଷ୍ଟ୍ରେଲିଆର ଷ୍ଟେମ୍‌ ସୁପରଷ୍ଟାର ଭାବରେ ମନୋନୀତ ହୋଇଛନ୍ତି। ସେମାନେ ୬୦ ବୈଜ୍ଞାନିକ, ଟେକ୍ନୋଲୋଜିଷ୍ଟ, ଇଞ୍ଜିନିୟର ଏବଂ...

Advertisement
Archives

Model This Week