Posted inଫୁରସତ

ଘରୁ ଆରମ୍ଭ ହେଉ ମହିଳା ସମାନତା

ନାରୀ ଏବଂ ପୁରୁଷ ସମାଜର ବିକାଶ ପାଇଁ ବିଶେଷ ଗୁରୁତ୍ୱବହନ କରିଥାନ୍ତି। ଦୁହିଁଙ୍କ ସମାନତାର ପ୍ରଭାବ ପରିବାରଠାରୁ ଆରମ୍ଭ କରି ସମଗ୍ର ପୃଥିବୀର ବିକାଶ ଧାରାକୁ ପ୍ରତିଫଳିତ କରିଥାଏ। ଭାରତ ସମେତ ପୃଥିବୀର ବହୁ ପ୍ରାଚୀନ ସମାଜ ନାରୀ ପୁରୁଷ ସମାନତାର ଗୁରୁତ୍ୱକୁ ଉପଲବ୍ଧି କରି ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କହିଥିଲେ। ନାରୀ ନିଜ ପସନ୍ଦର ଜୀବନ ସାଥୀ ଚୟନ କରିବା ପାଇଁ ସ୍ବଂୟମ୍ବରର ଆୟୋଜନ ମଧ୍ୟ ହେଉଥିଲା। ଇଜିପ୍ଟର ମହିଳା ଶାସକ କ୍ଲିଓପାଟ୍ରାଙ୍କଠାରୁ ଆରମ୍ଭ କରି ଭାରତରେ ରାଜିଆ ସୁଲତାନା, ମହରାଣୀ ଦୁର୍ଗାବତୀ, ରାଣୀ ଲକ୍ଷ୍ମୀବାଈ, ଅହଲ୍ୟାବାଈ ହୋଲକର, ସାବିତ୍ରୀ ଫୁଲେ ଆଦି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଅର୍ଥାତ୍‌ ମହିଳା ସମାନତା ବିନା କୌଣସି ପରିବାର, ସମାଜ, ଦେଶ ଅବା ପୃଥିବୀର ବିକାଶ ସ୍ବପ୍ନ ଦେଖିବା କୁହୁଡ଼ି ପହଁରିବା ଭଳି। ତେଣୁ ମହିଳାଙ୍କୁ ସମାନ ଅଧିକାରର ପରମ୍ପରା ପ୍ରତ୍ୟେକ ଘରୁ ଆରମ୍ଭ ହେବା ଜରୁରୀ। ପରବର୍ତ୍ତୀ ସମୟରେ ଏହି ଚିନ୍ତାଧାରା ବିଶ୍ୱବ୍ୟାପୀ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମତ ପୋଷଣ କରିଥାନ୍ତି।
ଆମେରିକାରେ ପୂର୍ବରୁ ମହିଳାଙ୍କୁ ଭୋଟଦାନ କରିବାର ଅଧିକାର ପ୍ରଦାନ କରାଯାଇ ନ ଥିଲା। ତେବେ ୧୯୨୦ରେ ୧୯ ତମ ସମ୍ବିଧାନ ସଂଶୋଧନରେ ମହିଳାଙ୍କ ଭୋଟ ଦାନ ଅଧିକାରକୁ ସ୍ବୀକୃତି ମିଳିଥିଲା। ତତ୍‌କାଳୀନ ବୈଦେଶିକ ସଚିବ ବେନବ୍ରିଜ କୋଲ୍‌ବେ ଆମେରିକୀୟ ମହିଳାମାନଙ୍କୁ ଭୋଟ ଦେବାର ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ଲାଗି ଘୋଷଣାନାମାରେ ଦସ୍ତଖତ କରିଥିଲେ। ଏହି ଐତିହାସିକ ଦିନଟିକୁ ସ୍ମରଣୀୟ କରିବା ପାଇଁ ଅଗଷ୍ଟ ୨୬ରେ ମହିଳା ସମାନତା ଦିବସ ପାଳନ ପାଇଁ ୧୯୭୦ ଏବଂ ୧୯୭୧ରେ ଏକ ପ୍ରସ୍ତାବ ଅଣାଯାଇଥିଲା। ପରେ ୧୯୭୩ରେ ଏହାକୁ ନ୍ୟୁୟର୍କ କଂଗ୍ରେସ ପକ୍ଷରୁ ମହିଳା ସମାନତା ଦିବସ ପାଳନ ପାଇଁ ସଂକଳ୍ପ ଗ୍ରହଣ କରାଯାଇଥିଲା। ୧୯୭୨ ରେ, ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ଘୋଷଣାନାମା ୪୧୪୭ ଜାରି କରିଥିଲେ, ଯାହା ଅଗଷ୍ଟ ୨୬କୁ ମହିଳା ସମାନତା ଦିବସ ଭାବରେ ପାଳନ କରିବା ଲାଗି ଉଦ୍ଦିଷ୍ଟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗରମରୁ ମୁକ୍ତି ପାଇଁ ଏପରି କରୁଛନ୍ତି ମାଙ୍କଡ଼, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

କରୋନା ସଚେତନତା ବାର୍ତ୍ତା: ଠାକୁର ପିନ୍ଧିଲେ ମାସ୍କ

ବାରାଣାସୀ: କରୋନା ଭୂତାଣୁ ସଂକ୍ରମଣ ଭୟରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଉଛି। ଏହା ସହିତ ଆଲିଙ୍ଗନ ଏବଂ...

ମା’ ଆଣିଥିଲା ଦାନ୍ତ କାଠି

ମେଡିକାଲର ପାଖ ବେଡ୍‌ । କୁନି ପୁଅଟେ ଶୋଇଥାଏ । କ୍ଷୀଣ ଶରୀର, ହସହସ ମୁହଁ, ପାଖରେ କେହି ନାହଁି । ମଝିରେ ମଝିରେ ଡାକ୍ତର...

ଜଳପରି ହେବା ପାଇଁ ଏମାନେ ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା

ନିଜର ସୌକ ପୂରଣ କରିବାକୁ ଯାଇ ଅଷ୍ଟ୍ରେଲିଆର ଜେସିକା ବେଲେ ଓ ଅମୋଲିୟା ଲାସେଟର ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା। ଏମାନେ ଜଳପରି ଭାବେ ନିଜକୁ...

ସଙ୍ଗୀତ ମାୟାରେ ଆରୋହୀ-ସ୍ବପ୍ନାରାଣୀ

ପ୍ରଗାଢ଼ ନିଷ୍ଠା ବଳରେ ଜଣେ ମହିଳା କିପରି ନିଜର ଲକ୍ଷ୍ୟ ହାସଲ କରିପାରେ ତାହାର ଅନେକ ନଜିର ରହିଛି। ତେବେ ଏହି ତାଲିକାରେ ନିଜ ନାମକୁ...

ଏହି ଦେଶରେ ଆରମ୍ଭ ହୋଇଛି କଏଦୀଙ୍କ ପାଇଁ ଅନ୍‌ଲାଇନ୍‌ ଶପିଂ ପ୍ଲାଟଫର୍ମ

ଚାଇନାର ଗୁଆଙ୍ଗଡଙ୍ଗ ନିକଟରେ ଥିବା ଜେଲ୍‌ର କଏଦୀମାନଙ୍କ ପାଇଁ ଅନ୍‌ଲାଇନ୍‌ ଶପିଂ ପ୍ଲାଟଫର୍ମ ଆରମ୍ଭ ହୋଇଛି। ଏହା ଜରିଆରେ କଏଦୀମାନେ ମାସକୁ ୩ ହଜାର ଟଙ୍କାର...

ସିକ୍ସ ପ୍ୟାକ ପାଇଁ ବିଲେଇ କରୁଛି ଏପରି, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବର୍ଷକୁ ୨୦ କୋଟି ଟଙ୍କାର ମଦ ପିଅନ୍ତି ଏହି ଦେଶର ଶାସକ

ପ୍ୟୋଙ୍ଗୟାଙ୍ଗ,୯ା୧୦: ବିଶ୍ୱରେ ଏମିତି କେହି ନାହିଁ, ଯିଏ କି ଉତ୍ତରକୋରିଆର ଶାସକ କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କୁ ନ ଜାଣିଛି। କିମ୍‌ ନିଜର ଏକଛତ୍ରବାଦ ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ...

Advertisement
Archives

Model This Week