Home

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୩୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ…

ଆସିବ ଗତି ଶକ୍ତି ମାଷ୍ଟର ପ୍ଲାନ୍‌

ନୂଆଦିଲ୍ଲୀ,୩୧।୮: ଭିତ୍ତିଭୂମି ଦୃଢ଼ୀକରଣ ଦ୍ୱାରା ସଂଯୋଗୀକରଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଏଥିଲାଗି ଗତି ଶକ୍ତି ମାଷ୍ଟର ପ୍ଲାନ ସେପ୍ଟେମ୍ବରରେ ଶୁଭାରମ୍ଭ ହେବ। ଏଥିରେ ୧୦୦ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା…

ଆଖିବୁଜିଲେ ମହାନ କ୍ରିକେଟର୍‌

ମୁମ୍ବାଇ,୩୧।୮:ମୁମ୍ବାଇ ଏବଂ ବରୋଦା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ଭାସୁ ପରଞ୍ଜପେଙ୍କର ୮୨ ବର୍ଷ ବୟସରେ ମୁମ୍ବାଇରେ ଦେହାନ୍ତ ହୋଇଛି। ଭାସୁ ମଧ୍ୟ ଜଣେ ମହାନ କୋଚ ଥିଲେ। ସେ ଭାରତର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନଙ୍କ କୌଶଳକୁ ତୀକ୍ଷ୍ଣ କରିବା…

ରେଗେ ସଙ୍ଗୀତ ବିଶାରଦ ଲି ପେରିଙ୍କ ପରଲୋକ

କିଙ୍ଗ୍‌ଷ୍ଟନ, ୩୧।୮: ଜାମାଇକାରେ ୬୦ ଦଶକରେ ବିକଶିତ ଲୋକପ୍ରିୟ ସ୍ବତନ୍ତ୍ର ସଙ୍ଗୀତ ଶୈଳୀ ‘ରେଗେ’ର ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଥିବା ଲି ସ୍କ୍ରାଚ୍‌ ପେରିଙ୍କର ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଉତ୍ତର ଜାମାଇକାର ଲୁସିଆସ୍ଥିତ ଏକ ହସ୍ପିଟାଲରେ ରବିବାର ସେ…

ମୃତ୍ୟୁ କ୍ଷେତ୍ର ପାଲଟିଛି ଏଲ୍‌ଓସି

ପୁଣେ, ୩୧।୮: ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଏବଂ ଅନ୍ତର୍ଜାତୀୟ ସୀମା ଯବାନ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ କ୍ଷେତ୍ରରେ ପରିଣତ ହୋଇଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସମୟରେ ସୀମାପାର ଗୁଳିମାଡ଼ରେ ଉଭୟ ପକ୍ଷରୁ…

ଉତ୍ତରାଖଣ୍ଡରେ ଭୂସ୍ଖଳନ: ୭ ମୃତ

ଡେରାଡୁନ, ୩୧।୮: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଶିଳାଖଣ୍ଡ ଖସି ସେମାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଜୁମ୍ମା ଗ୍ରାମର ଜାମ୍ରି ଏବଂ ତାର୍‌କୋଟଠାରେ ଏହି ବିପର୍ଯ୍ୟୟ…

ଆଫଗାନ୍‌ ମାଟିରେ ଆମେରିକାର ଶେଷ ଦିନ

କାବୁଲ/ଓ୍ବାଶିଂଟନ୍‌, ୩୧ା୮: ଆଫଗାନିସ୍ତାନରେ ଦୁଇ ଦଶକର ଲମ୍ବା ଯୁଦ୍ଧ ଶେଷ କରିଛି ଆମେରିକା। ଅଗଷ୍ଟ ୩୧ ଡେଡ୍‌ଲାଇନ ପରେ ଆଫଗାନିସ୍ତାନ ମାଟିକୁ ନିଜ ଅକ୍ତିଆରରେ ଆଉ ରଖିପାରିବେନି ଆମେରିକା ସୈନ୍ୟ। ହେଲେ ବିଡମ୍ବନାର କଥା ଯେ, ଯେଉଁ ତାଲିବାନ୍‌କୁ ହରାଇବା ପାଇଁ…

ଆକାଶରୁ ଆକ୍ରମଣ ନିଷ୍ଫଳ କଲା ଆମେରିକା

କାବୁଲ, ୩୧ା୮: ଆଫଗାନିସ୍ତାନରୁ ଆମେରିକୀୟ ଓ ଏହାର ଆଫଗାନ୍‌ ସହଯୋଗୀଙ୍କୁ ଉଦ୍ଧାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଥିବାବେଳେ ଆତଙ୍କବାଦୀ ଗୋଷ୍ଠୀ ଏଥିରେ ବାଧା ଉପୁଜାଇବାକୁ ଚେଷ୍ଟା ଚଳାଇଛନ୍ତି। ହମିଦ୍‌ କାର୍‌ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଗତ ୨୬ ତାରିଖ ଆତ୍ମଘାତୀ ବିସ୍ଫୋରଣରେ…

ଅତ୍ୟଧିକ ଚିନ୍ତା ବଢ଼ାଏ ମେଦ

ମେଦ ବା ଓଜନ ବୃଦ୍ଧି ଆଜିକାଲି ଏକ ସାଧାରଣ କଥା ପାଲଟିଗଲାଣି। ଅସନ୍ତୁଳିତ ଖାଦ୍ୟ ଏଥିପାଇଁ ଅନେକାଂଶରେ ଦାୟୀ। ହେଲେ ଏହି ତାଲିକାରେ ନିକଟରେ ଏକ ନୂଆ କଥାକୁ ସାମିଲ କରାଯାଇଛି। ତାହା ହେଲା ଅତ୍ୟଧିକ ଚିନ୍ତା। ଯଦି ଜଣେ ବ୍ୟକ୍ତି…

ଅଣ୍ଟା ବ୍ୟଥା ହେଉଥିଲେ..

ଅଣ୍ଟା ବ୍ୟଥା ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ। ହେଲେ ଏପରି କେତେକ ଘରୋଇ ଉପଚାର ରହିଛି ଯାହାକୁ ଆପଣେଇ ପାରିଲେ ଏଥିରୁ କେତେକାଂଶରେ ଆରାମ ମିଳିଥାଏ। ପ୍ରଥମ କଥା ହେଲା, ଯଦି ଆପଣ ଏପରି ସ୍ବାସ୍ଥ୍ୟ ସମସ୍ୟା…

ଟୋକିଓରେ ପୁଣି ଉଡିଲା ତ୍ରିରଙ୍ଗା: ବିଶ୍ୱରେକର୍ଡ ସହ ସୁମିତ ଆଣିଲେ ସ୍ବର୍ଣ୍ଣ

ଟୋକିଓ,୩୦।୮: ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ ସୋମବାର ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି। ଅବନୀଙ୍କ ପରେ ଆଜି ସୁମିତ ଅନ୍ତିଲ ଭାରତ ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ଜିତିଛନ୍ତି। ଜାଭେଲିନ୍‌ ଥ୍ରୋର ପୁରୁଷ ଏଫ୍୬୪ କିଗ୍ରା ବର୍ଗରେ ସେ ସ୍ବର୍ଣ୍ଣ ଜିତିଛନ୍ତି।…

ପଦକ ବିଜେତାଙ୍କ ଉପରେ ଧନ ବର୍ଷା

ଜୟପୁର,୩୦।୮: ସୋମବାର ଟୋକିଓ ପାରାଲିମ୍ପିକ୍ସରେ ରାଜସ୍ଥାନର ତିନିଜଣ ଖେଳାଳି ଦେଶକୁ ଗୌରାବାନ୍ବିତ କରିଛନ୍ତି। ପଦକ ବିଜେତାଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଅବନୀ ଲେଖରା ସ୍ବର୍ଣ୍ଣ, ଦେବେନ୍ଦ୍ର ଝାଝରିଆ ରୌପ୍ୟ ଏବଂ ସୁନ୍ଦର ସିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?