Posted inଜାତୀୟ

ଆସିବ ଗତି ଶକ୍ତି ମାଷ୍ଟର ପ୍ଲାନ୍‌

ନୂଆଦିଲ୍ଲୀ,୩୧।୮: ଭିତ୍ତିଭୂମି ଦୃଢ଼ୀକରଣ ଦ୍ୱାରା ସଂଯୋଗୀକରଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଏଥିଲାଗି ଗତି ଶକ୍ତି ମାଷ୍ଟର ପ୍ଲାନ ସେପ୍ଟେମ୍ବରରେ ଶୁଭାରମ୍ଭ ହେବ। ଏଥିରେ ୧୦୦ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଦେଶର ୧୨ଶହରୁ ଊର୍ଦ୍ଧ୍ୱ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର ସମେତ ୨ ପ୍ରତିରକ୍ଷା କରିଡରକୁ ସଂଯୋଗ ବ୍ୟବସ୍ଥା କରାଯିବ। ଉକ୍ତ ଯୋଜନା ଦ୍ୱାରା ମଲ୍ଟି ମୋଡାଲ ସଂଯୋଗ ଆହୁରି ଦୃଢ଼ୀକରଣ, ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଏବଂ ଲଜିଷ୍ଟିକ ଖର୍ଚ୍ଚ କମିବ ବୋଲି ଆଶା କରାଯାଉଛି। ପ୍ରକ୍ରିୟା ସହ ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଏହି କ୍ଲଷ୍ଟରଗୁଡିକ ମଧ୍ୟରେ ଫୁଡ୍‌ ପ୍ରୋସେସିଂ ପାର୍କ, ଇଲେକ୍‌ଟ୍ରୋନିକ୍ସ ଆଣ୍ଡ ଆଇଟି, ଫାର୍ମାସ୍ୟୁଟିକାଲ ଏବଂ ମେଡିକାଲ ଡିଭାଇସ୍‌, ଫିସିଂ କ୍ଲଷ୍ଟର ଏବଂ ହାର୍ବର ରହିଛି। ଅର୍ଥନୈତିକ ଜୋନ୍‌ଗୁଡିକୁ ଗତି ସେ ଶକ୍ତି ଟ୍ୟାଗଲାଇନରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ। ବିଭିନ୍ନ ମନ୍ତ୍ରଣାଳୟର ବିଭିନ୍ନ ପ୍ରମୁଖ ଯୋଜନା ଯଥା- ଭାରତମାଳା, ସାଗରମାଳା, ଉଡାନ, ରେଳ ଭିତ୍ତିଭୂମି ସମ୍ପ୍ରସାରଣ, ଅନ୍ତର୍ଦେଶୀୟ ଜଳପଥ ଏବଂ ଭାରତ ନେଟ୍‌ ଭଳି ପ୍ରକଳ୍ପ ସାମିଲ ରହିବ। ଗତି ଶକ୍ତି ସ୍କିମ୍‌ରେ ୧୯୭ ଫୁଡ୍‌ ପ୍ରୋସେସିଂ ପାର୍କ ଆଗ୍ରୋ କ୍ଲଷ୍ଟର, ୨୦୨ ଫିସିଂ କ୍ଲଷ୍ଟର, ହାର୍ବର, ୨ ପ୍ରତିରକ୍ଷା କରିଡର, ୧୦୯ ଫାର୍ମା ଏବଂ ମେଡିକାଲ ଡିଭାଇସ କ୍ଲଷ୍ଟର ଏବଂ ୯୦ ଟେକ୍ସଟାଇଲ କ୍ଲଷ୍ଟର ଏବଂ ପାର୍କକୁ ସଂଯୋଗ ସୁବିଧା ପ୍ରଦାନ କରାଯିବ। ଭାରତରେ ଯୋଗାଣ ଚେନ୍‌ ଏବଂ ଲଜିଷ୍ଟିକ ଖର୍ଚ୍ଚ ସାଧାରଣତଃ ଉଚ୍ଚରେ ରହୁଛି। ଫଳରେ ଭାରତୀୟ ପ୍ରଡକ୍ଟଗୁଡିକ ବିଶ୍ୱବଜାର ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ହେଉନାହିଁ। ଭାରତର ସପ୍ଲାଇ ଚେନ୍‌ ଏବଂ ଲଜିଷ୍ଟିକ ଖର୍ଚ୍ଚ ମୋଟ ଜିଡିପିର ୧୪% ରହିଛି। ଏହା ବିଶ୍ୱ ସ୍ତରରେ ହାରାହାରି ପ୍ରାୟ ୮% ରହିଛି। ଦେଶର ଭିତ୍ତିଭୂମି ବିକାଶରେ ୧୦୦ଲକ୍ଷ କୋଟି ଟଙ୍କା ବିନିଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ ଅଭିଭାଷଣରେ କହିଥିଲେ। ଜରୁରିକାଳୀନ ଭିତ୍ତିଭୂମି ବିକାଶ ଦ୍ୱାରା ସାରା ଦେଶରେ ଲଜିଷ୍ଟିକ ଖର୍ଚ୍ଚ କମାଇବା ଦିଗରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଥିବା ସେ ମତ ପ୍ରକାଶ କରିଥିଲେ। ବାଣିଜ୍ୟ ମନ୍ତ୍ରଣାଳୟର ଲଜିଷ୍ଟିକ ଡିଭିଜନ ପକ୍ଷରୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ବିଭିନ୍ନ କାର୍ଯ୍ୟ ଦେଖାରଖା ଲାଗି କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ଏକ କମିଟି ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?