Posted inଜାତୀୟ

ଆସିବ ଗତି ଶକ୍ତି ମାଷ୍ଟର ପ୍ଲାନ୍‌

ନୂଆଦିଲ୍ଲୀ,୩୧।୮: ଭିତ୍ତିଭୂମି ଦୃଢ଼ୀକରଣ ଦ୍ୱାରା ସଂଯୋଗୀକରଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଏଥିଲାଗି ଗତି ଶକ୍ତି ମାଷ୍ଟର ପ୍ଲାନ ସେପ୍ଟେମ୍ବରରେ ଶୁଭାରମ୍ଭ ହେବ। ଏଥିରେ ୧୦୦ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଦେଶର ୧୨ଶହରୁ ଊର୍ଦ୍ଧ୍ୱ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର ସମେତ ୨ ପ୍ରତିରକ୍ଷା କରିଡରକୁ ସଂଯୋଗ ବ୍ୟବସ୍ଥା କରାଯିବ। ଉକ୍ତ ଯୋଜନା ଦ୍ୱାରା ମଲ୍ଟି ମୋଡାଲ ସଂଯୋଗ ଆହୁରି ଦୃଢ଼ୀକରଣ, ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଏବଂ ଲଜିଷ୍ଟିକ ଖର୍ଚ୍ଚ କମିବ ବୋଲି ଆଶା କରାଯାଉଛି। ପ୍ରକ୍ରିୟା ସହ ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଏହି କ୍ଲଷ୍ଟରଗୁଡିକ ମଧ୍ୟରେ ଫୁଡ୍‌ ପ୍ରୋସେସିଂ ପାର୍କ, ଇଲେକ୍‌ଟ୍ରୋନିକ୍ସ ଆଣ୍ଡ ଆଇଟି, ଫାର୍ମାସ୍ୟୁଟିକାଲ ଏବଂ ମେଡିକାଲ ଡିଭାଇସ୍‌, ଫିସିଂ କ୍ଲଷ୍ଟର ଏବଂ ହାର୍ବର ରହିଛି। ଅର୍ଥନୈତିକ ଜୋନ୍‌ଗୁଡିକୁ ଗତି ସେ ଶକ୍ତି ଟ୍ୟାଗଲାଇନରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ। ବିଭିନ୍ନ ମନ୍ତ୍ରଣାଳୟର ବିଭିନ୍ନ ପ୍ରମୁଖ ଯୋଜନା ଯଥା- ଭାରତମାଳା, ସାଗରମାଳା, ଉଡାନ, ରେଳ ଭିତ୍ତିଭୂମି ସମ୍ପ୍ରସାରଣ, ଅନ୍ତର୍ଦେଶୀୟ ଜଳପଥ ଏବଂ ଭାରତ ନେଟ୍‌ ଭଳି ପ୍ରକଳ୍ପ ସାମିଲ ରହିବ। ଗତି ଶକ୍ତି ସ୍କିମ୍‌ରେ ୧୯୭ ଫୁଡ୍‌ ପ୍ରୋସେସିଂ ପାର୍କ ଆଗ୍ରୋ କ୍ଲଷ୍ଟର, ୨୦୨ ଫିସିଂ କ୍ଲଷ୍ଟର, ହାର୍ବର, ୨ ପ୍ରତିରକ୍ଷା କରିଡର, ୧୦୯ ଫାର୍ମା ଏବଂ ମେଡିକାଲ ଡିଭାଇସ କ୍ଲଷ୍ଟର ଏବଂ ୯୦ ଟେକ୍ସଟାଇଲ କ୍ଲଷ୍ଟର ଏବଂ ପାର୍କକୁ ସଂଯୋଗ ସୁବିଧା ପ୍ରଦାନ କରାଯିବ। ଭାରତରେ ଯୋଗାଣ ଚେନ୍‌ ଏବଂ ଲଜିଷ୍ଟିକ ଖର୍ଚ୍ଚ ସାଧାରଣତଃ ଉଚ୍ଚରେ ରହୁଛି। ଫଳରେ ଭାରତୀୟ ପ୍ରଡକ୍ଟଗୁଡିକ ବିଶ୍ୱବଜାର ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ହେଉନାହିଁ। ଭାରତର ସପ୍ଲାଇ ଚେନ୍‌ ଏବଂ ଲଜିଷ୍ଟିକ ଖର୍ଚ୍ଚ ମୋଟ ଜିଡିପିର ୧୪% ରହିଛି। ଏହା ବିଶ୍ୱ ସ୍ତରରେ ହାରାହାରି ପ୍ରାୟ ୮% ରହିଛି। ଦେଶର ଭିତ୍ତିଭୂମି ବିକାଶରେ ୧୦୦ଲକ୍ଷ କୋଟି ଟଙ୍କା ବିନିଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ ଅଭିଭାଷଣରେ କହିଥିଲେ। ଜରୁରିକାଳୀନ ଭିତ୍ତିଭୂମି ବିକାଶ ଦ୍ୱାରା ସାରା ଦେଶରେ ଲଜିଷ୍ଟିକ ଖର୍ଚ୍ଚ କମାଇବା ଦିଗରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଥିବା ସେ ମତ ପ୍ରକାଶ କରିଥିଲେ। ବାଣିଜ୍ୟ ମନ୍ତ୍ରଣାଳୟର ଲଜିଷ୍ଟିକ ଡିଭିଜନ ପକ୍ଷରୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ବିଭିନ୍ନ କାର୍ଯ୍ୟ ଦେଖାରଖା ଲାଗି କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ଏକ କମିଟି ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri