Posted inଜାତୀୟ

ମୃତ୍ୟୁ କ୍ଷେତ୍ର ପାଲଟିଛି ଏଲ୍‌ଓସି

ପୁଣେ, ୩୧।୮: ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଏବଂ ଅନ୍ତର୍ଜାତୀୟ ସୀମା ଯବାନ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ କ୍ଷେତ୍ରରେ ପରିଣତ ହୋଇଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସମୟରେ ସୀମାପାର ଗୁଳିମାଡ଼ରେ ଉଭୟ ପକ୍ଷରୁ ଅଧିକ ଜୀବନ ଯାଇଛି। ତଥ୍ୟ ଜାଣିବା ଅଧିକାର (ଆର୍‌ଟିଆଇ) ଆବେଦନ ବଳରେ ଏହି ସୂଚନା ହସ୍ତଗତ ହୋଇଛି। ପୁଣେର ସୂଚନା ଅଧିକାର କର୍ମୀ ପ୍ରଫୁଲ୍ଲ ସାରଦାଙ୍କ ପକ୍ଷରୁ ଏଲ୍‌ଓସିରେ ସୀମାପାର ଗୁଳିବିନିମୟ ଓ ମୃତାହତ ସଂଖ୍ୟା ସମ୍ପର୍କରେ ଉତ୍ତର ମଗାଯାଇଥିଲା। ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୦ରୁ ୨୦୨୧ ଫେବୃୟାରୀ ମଧ୍ୟରେ ଭାରତ-ପାକ୍‌ ସୀମାରେ ୧୪,୪୧୧ ଥର ସୀମାପାର ଗୁଳିବିନିମୟ ଘଟି ୨୬୭ ଜଣଙ୍କ ଜୀବନ ଯାଇଛି।
ଆର୍‌ଟିଆଇ ରିପୋର୍ଟ ଅନୁଯାୟୀ ୨୦୧୦ରୁ ୨୦୧୪ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ବେଳେ ମାତ୍ର ୧,୧୭୮ ଥର ସୀମାପାର ଗୁଳି ବିନିମୟ ହୋଇଥିଲା। ଅନ୍ୟପକ୍ଷରେ ୨୦୧୫ରୁ ୨୦୨୧ ଫେବୃୟାରୀ ଏନ୍‌ଡିଏ ସରକାର ସମୟରେ ୧୩,୨୩୫ ଥର ସୀମାପାର ଗୁଳିକାଣ୍ଡ ଘଟିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସିପିଆଇଓ ତଥା ନିର୍ଦ୍ଦେଶକ (ଏସ୍‌-ଜେକେ) ଦେଇଥିବା ଉତ୍ତର ଅନୁଯାୟୀ ୨୦୧୦ରୁ ୨୦୧୪ ମଧ୍ୟରେ ସୀମାରେ ୨୦ ସୈନ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୫ରୁ ୨୦୨୧ ଫେବୃୟାରୀ ମଧ୍ୟରେ ଯାଇଛି ୧୧୫ ଯବାନଙ୍କ ଜୀବନ। ଅର୍ଥାତ୍‌ ୭ ବର୍ଷରେ ସୈନ୍ୟ ମୃତ୍ୟୁସଂଖ୍ୟା ୬ ଗୁଣ ବଢ଼ିଛି। ଏହି ସମୟ ମଧ୍ୟରେ ମୋଟ ୧୨୯ ଜଣ ନିରୀହ ଲୋକ ସୀମାପାର ଗୁଳିରେ ଜୀବନ ଦେଇଛନ୍ତି। ସେଥିରୁ ଉପା ସରକାର ସମୟରେ (୨୦୧୦-୨୦୧୪) ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପରବର୍ତ୍ତୀ ୭ ବର୍ଷରେ ୧୧ ଜଣଙ୍କ ଜୀବନ ଯାଇଛି।
ସେହିପରି ଆହତଙ୍କ ସଂଖ୍ୟା ମଧ୍ୟ ଏନ୍‌ଡିଏ ସରକାରଙ୍କ ସମୟରେ ବହୁତ ବେଶି। ଗତ ୧୧ ବର୍ଷ ମଧ୍ୟରେ ସୀମାରେ ୬୬୪ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୧୦ରୁ ୨୦୧୪ ମଧ୍ୟରେ ୯୭ ଏବଂ ୨୦୧୫ରୁ ୨୦୨୧ ଫେବୃୟାରୀ ମଧ୍ୟରେ ୫୬୭ ଜଣ ଆହତ ହୋଇଥିବା ଜଣାପଡ଼ିଛି। ୨୦୧୦ରୁ ୨୦୧୪ ମଧ୍ୟରେ ୧୩୨ ସାଧାରଣ ନାଗରିକ ସୀମାପାର ଗୁଳିମାଡ଼ରେ ଆହତ ହୋଇଥିବାବେଳେ ପରବର୍ତ୍ତୀ ୭ ବର୍ଷ ଏନ୍‌ଡିଏ ସରକାର ସମୟରେ ୫୭୬ ଜଣ ଆହତ ହୋଇଛନ୍ତି।
ଆର୍‌ଟିଆଇ ସୂଚନା ଅନୁଯାୟୀ ଉପା ସରକାର ସମୟରେ ସୀମା ଅପେକ୍ଷାକୃତ ସୁରକ୍ଷିତ ଥିଲା। ସେହି ସମୟରେ ମୋଟ ୩୮ ଜଣଙ୍କ ମୃତ୍ୟୁ ହେବା ସହ ୨୨୯ ଜଣ ଆହତ ହୋଇଥିଲେ। ଅନ୍ୟପକ୍ଷରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ୭ ବର୍ଷ ମଧ୍ୟରେ ସୀମାପାର ଗୁଳିରେ ୨୨୦ ଜଣ ଯବାନ ଓ ସାଧାରଣ ନାଗରିକଙ୍କ ଜୀବନ ଯାଇଥିବାବେଳେ ୧,୧୪୩ ଜଣ ଆହତ ହୋଇଛନ୍ତି। ୨୦୧୫ରୁ ଭାରତ-ପାକ୍‌ ସୀମା ଉତ୍ତେଜନାପୂର୍ଣ୍ଣ ରହିଥିଲା। ୨୦୧୫ରେ ୪୦୫ ଥର ଗୁଳି ବିନିମୟ ହୋଇଥିବାବେଳେ ୨୦୧୬ରେ ୪୪୯ ଥର, ୨୦୧୭ରେ ୯୭୧ ଥର, ୨୦୧୮ରେ ୨,୧୪୦ ଥର, ୨୦୧୯ରେ ୩,୪୭୯ ଥର ଏବଂ ୨୦୨୦ରେ ୫,୧୩୩ ଥର ଉତ୍ତେଜନା ସୃଷ୍ଟି ହୋଇଥିଲା। ୨୦୨୧ର ପ୍ରଥମ ଦୁଇ ମାସରେ ୬୫୮ ଥର ଗୁଳି ବିନିମୟ ହୋଇଛି। ଏଥିରେ ୪ ଯବାନ ନିହତ ହେବା ସହ ୬ ଯବାନ ଓ ୨ ସାଧାରଣ ଲୋକ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ICCର ବଡ଼ ନିଷ୍ପତ୍ତି: ବଦଳିଲା ODI ଓ T20 ବିଶ୍ୱକପ୍ ଫର୍ମାଟ୍, ଏଣିକି ହେବ…

ନୂଆଦିଲ୍ଲୀ,୧୫ା୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପୁରୁଷ T20 ବିଶ୍ୱକପ୍ ଏବଂ ODI ବିଶ୍ୱକପରେ ବଡ଼ ପରିବର୍ତ୍ତନ ଘୋଷଣା କରିଛି । ICC ପୁରୁଷ T20 ବିଶ୍ୱକପ୍…

ଷ୍ଟେଶନ ମାଷ୍ଟର ଭାବରେ ନିଜକୁ ପରିଚୟ ଦେଇ ନେଇ ଚାଲିଥିଲେ ଟଙ୍କା, ଏମିତି ପଡ଼ିଲେ ଧରା…

କେନ୍ଦୁଝର,୧୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୋଲିସ ଠକେଇ ମାମଲାରେ ଜଣେ ନକଲି ରେଳ ଅଧିକାରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାମ ରାଜ…

ପଶ୍ଚିମବଙ୍ଗରେ ବଦଳିଲା ଚିତ୍ର: ଦୀର୍ଘ ୨ ଦଶନ୍ଧି ପରେ କୋଲକାତା ଫେରୁଛନ୍ତି ପ୍ରସିଦ୍ଧ ବାଂଲାଦେଶୀ ଲେଖିକା ତସଲିମା ନସରିନ୍

କୋଲକାତା, ୧୫।୭: ପଶ୍ଚିମବଙ୍ଗରେ ସରକାର ବଦଳିବା ପରେ ଏବେ ସେଠାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଅନେକ ପୁରୁଣା ବ୍ୟବସ୍ଥାର ଅନ୍ତ ଘଟୁଥିବା ବେଳେ କେତେକ ନୂଆ…

ବିସ୍ଥାପିତ ନୀତି ତୁରନ୍ତ କାର୍ଯ୍ୟକାରୀ ଦାବି, ନଚେତ୍‌ କମ୍ପାନୀ ବିରୋଧରେ ହେବ ବିରାଟ ଆନ୍ଦୋଳନ

ଛତ୍ରପୁର,୧୫ା୭(ଦିଲ୍ଲୀପ ସାମଲ): ବିସ୍ଥାପିତ ନୀତିକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଏଥିପାଇଁ ଚିହ୍ନଟ ଜାଗାରେ ଘର ନିର୍ମାଣ ସହ ପୁନିର୍ବାସ ବ୍ୟବସ୍ଥା କରିବା ସହିତ ୨୦୧୮ରେ ବ୍ରହ୍ମପୁରସ୍ଥିତ ଆର୍‌ଡିସିଙ୍କ…

ଛେଳି ଚରାଳିଙ୍କୁ ମାରି ଖାଇଥିଲା ଭାଲୁ, ଶେଷରେ ନିଜେ ମଲା

ଝରିଗାଁ,୧୫ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମୀ ଶ୍ମଶାନରୁ ବନ ବିଭାଗ ଦ୍ୱାରା କାବୁ ହୋଇଥିବା ରକ୍ତମୁଖା ନରହନ୍ତା ଭାଲୁର ବିଳମ୍ବିତ ରାତିରେ ମୃତ୍ୟୁ…

ସମୁଦ୍ରରେ ଟ୍ରଲର ଦୁର୍ଘଟଣା, ମିଳିଲା ଆଉ ଏକ ମତ୍ସ୍ୟଜୀବୀଙ୍କ ମୃତଦେହ

ଭୋଗରାଇ,୧୫।୭( ପ୍ରଦୀପ ଦାସ ): ବଙ୍ଗୋପସାଗରରେ ମା କାଳୀ ନାମକ ଟ୍ରଲର ଦୁର୍ଘଟଣାରେ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧ ୩ ତାରିଖରେ ଦକ୍ଷିଣ…

ବଲାଙ୍ଗୀରରେ ଚାଞ୍ଚଲ୍ୟ, ମହିଳାଙ୍କୁ ଛୁରି ଭୁସିବା ପରେ ନିସ୍ତୁକ ମାଡ଼ରେ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

ବେଲପଡ଼ା/ବଲାଙ୍ଗୀର,୧୫।୭(ମନୋଜ କୁମାର ମିଶ୍ର/ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଅଞ୍ଚଳରେ ବୁଧବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ଯୁବକ ପ୍ରଥମେ ଜଣେ…

8th Pay Commission: ଚମକିବ ସରକାରୀ କର୍ମଚାରୀଙ୍କ ଭାଗ୍ୟ, ଆଶାଠାରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୧୫।୭: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱାସନାଜନକ ଖବର ସାମ୍ନାକୁ ଆସିଛି। ଆଗାମୀ ଦିନରେ କର୍ମଚାରୀଙ୍କ ହାଉସ ରେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri