Posted inଜାତୀୟ

ମୃତ୍ୟୁ କ୍ଷେତ୍ର ପାଲଟିଛି ଏଲ୍‌ଓସି

ପୁଣେ, ୩୧।୮: ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଏବଂ ଅନ୍ତର୍ଜାତୀୟ ସୀମା ଯବାନ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ କ୍ଷେତ୍ରରେ ପରିଣତ ହୋଇଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସମୟରେ ସୀମାପାର ଗୁଳିମାଡ଼ରେ ଉଭୟ ପକ୍ଷରୁ ଅଧିକ ଜୀବନ ଯାଇଛି। ତଥ୍ୟ ଜାଣିବା ଅଧିକାର (ଆର୍‌ଟିଆଇ) ଆବେଦନ ବଳରେ ଏହି ସୂଚନା ହସ୍ତଗତ ହୋଇଛି। ପୁଣେର ସୂଚନା ଅଧିକାର କର୍ମୀ ପ୍ରଫୁଲ୍ଲ ସାରଦାଙ୍କ ପକ୍ଷରୁ ଏଲ୍‌ଓସିରେ ସୀମାପାର ଗୁଳିବିନିମୟ ଓ ମୃତାହତ ସଂଖ୍ୟା ସମ୍ପର୍କରେ ଉତ୍ତର ମଗାଯାଇଥିଲା। ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୦ରୁ ୨୦୨୧ ଫେବୃୟାରୀ ମଧ୍ୟରେ ଭାରତ-ପାକ୍‌ ସୀମାରେ ୧୪,୪୧୧ ଥର ସୀମାପାର ଗୁଳିବିନିମୟ ଘଟି ୨୬୭ ଜଣଙ୍କ ଜୀବନ ଯାଇଛି।
ଆର୍‌ଟିଆଇ ରିପୋର୍ଟ ଅନୁଯାୟୀ ୨୦୧୦ରୁ ୨୦୧୪ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ବେଳେ ମାତ୍ର ୧,୧୭୮ ଥର ସୀମାପାର ଗୁଳି ବିନିମୟ ହୋଇଥିଲା। ଅନ୍ୟପକ୍ଷରେ ୨୦୧୫ରୁ ୨୦୨୧ ଫେବୃୟାରୀ ଏନ୍‌ଡିଏ ସରକାର ସମୟରେ ୧୩,୨୩୫ ଥର ସୀମାପାର ଗୁଳିକାଣ୍ଡ ଘଟିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସିପିଆଇଓ ତଥା ନିର୍ଦ୍ଦେଶକ (ଏସ୍‌-ଜେକେ) ଦେଇଥିବା ଉତ୍ତର ଅନୁଯାୟୀ ୨୦୧୦ରୁ ୨୦୧୪ ମଧ୍ୟରେ ସୀମାରେ ୨୦ ସୈନ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୫ରୁ ୨୦୨୧ ଫେବୃୟାରୀ ମଧ୍ୟରେ ଯାଇଛି ୧୧୫ ଯବାନଙ୍କ ଜୀବନ। ଅର୍ଥାତ୍‌ ୭ ବର୍ଷରେ ସୈନ୍ୟ ମୃତ୍ୟୁସଂଖ୍ୟା ୬ ଗୁଣ ବଢ଼ିଛି। ଏହି ସମୟ ମଧ୍ୟରେ ମୋଟ ୧୨୯ ଜଣ ନିରୀହ ଲୋକ ସୀମାପାର ଗୁଳିରେ ଜୀବନ ଦେଇଛନ୍ତି। ସେଥିରୁ ଉପା ସରକାର ସମୟରେ (୨୦୧୦-୨୦୧୪) ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପରବର୍ତ୍ତୀ ୭ ବର୍ଷରେ ୧୧ ଜଣଙ୍କ ଜୀବନ ଯାଇଛି।
ସେହିପରି ଆହତଙ୍କ ସଂଖ୍ୟା ମଧ୍ୟ ଏନ୍‌ଡିଏ ସରକାରଙ୍କ ସମୟରେ ବହୁତ ବେଶି। ଗତ ୧୧ ବର୍ଷ ମଧ୍ୟରେ ସୀମାରେ ୬୬୪ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୧୦ରୁ ୨୦୧୪ ମଧ୍ୟରେ ୯୭ ଏବଂ ୨୦୧୫ରୁ ୨୦୨୧ ଫେବୃୟାରୀ ମଧ୍ୟରେ ୫୬୭ ଜଣ ଆହତ ହୋଇଥିବା ଜଣାପଡ଼ିଛି। ୨୦୧୦ରୁ ୨୦୧୪ ମଧ୍ୟରେ ୧୩୨ ସାଧାରଣ ନାଗରିକ ସୀମାପାର ଗୁଳିମାଡ଼ରେ ଆହତ ହୋଇଥିବାବେଳେ ପରବର୍ତ୍ତୀ ୭ ବର୍ଷ ଏନ୍‌ଡିଏ ସରକାର ସମୟରେ ୫୭୬ ଜଣ ଆହତ ହୋଇଛନ୍ତି।
ଆର୍‌ଟିଆଇ ସୂଚନା ଅନୁଯାୟୀ ଉପା ସରକାର ସମୟରେ ସୀମା ଅପେକ୍ଷାକୃତ ସୁରକ୍ଷିତ ଥିଲା। ସେହି ସମୟରେ ମୋଟ ୩୮ ଜଣଙ୍କ ମୃତ୍ୟୁ ହେବା ସହ ୨୨୯ ଜଣ ଆହତ ହୋଇଥିଲେ। ଅନ୍ୟପକ୍ଷରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ୭ ବର୍ଷ ମଧ୍ୟରେ ସୀମାପାର ଗୁଳିରେ ୨୨୦ ଜଣ ଯବାନ ଓ ସାଧାରଣ ନାଗରିକଙ୍କ ଜୀବନ ଯାଇଥିବାବେଳେ ୧,୧୪୩ ଜଣ ଆହତ ହୋଇଛନ୍ତି। ୨୦୧୫ରୁ ଭାରତ-ପାକ୍‌ ସୀମା ଉତ୍ତେଜନାପୂର୍ଣ୍ଣ ରହିଥିଲା। ୨୦୧୫ରେ ୪୦୫ ଥର ଗୁଳି ବିନିମୟ ହୋଇଥିବାବେଳେ ୨୦୧୬ରେ ୪୪୯ ଥର, ୨୦୧୭ରେ ୯୭୧ ଥର, ୨୦୧୮ରେ ୨,୧୪୦ ଥର, ୨୦୧୯ରେ ୩,୪୭୯ ଥର ଏବଂ ୨୦୨୦ରେ ୫,୧୩୩ ଥର ଉତ୍ତେଜନା ସୃଷ୍ଟି ହୋଇଥିଲା। ୨୦୨୧ର ପ୍ରଥମ ଦୁଇ ମାସରେ ୬୫୮ ଥର ଗୁଳି ବିନିମୟ ହୋଇଛି। ଏଥିରେ ୪ ଯବାନ ନିହତ ହେବା ସହ ୬ ଯବାନ ଓ ୨ ସାଧାରଣ ଲୋକ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?