ଦେବୀନଦୀରେ ୨ କୁମ୍ଭୀର, ଲୋକେ ଆତଙ୍କିତ
କଣ୍ଟାପଡା, ୨୧ା୭(ଡି.ଏନ୍.ଏ.): ଗୋବିନ୍ଦପୁର ଥାନା ନିକଟ ଦେବୀନଦୀରେ ବୁଧବାର ଦୁଇଟି କୁମ୍ଭୀର ଦେଖବାକୁ ମିଳିଥିଲା। ସକାଳେ ୬ରୁ ୭ଫୁଟ ଲମ୍ବର ଏକ କୁମ୍ଭୀର ଓ ଅପରାହ୍ନରେ ୧୦ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର ଅନ୍ୟଏକ କୁମ୍ଭୀରକୁ ଲୋକେ ଦେଖିଥିଲେ। କୂମ୍ଭୀର ଦୁଇଟି ଦେବୀନଦୀର…
ବିଶ୍ୱରେକର୍ଡ ଭାଙ୍ଗି ବାପାଙ୍କ ନାଁ ରଖିଥିଲେ ଏହି କ୍ରିକେଟର୍
କ୍ରିକେଟରେ ପ୍ରତି ମ୍ୟାଚ୍ରେ ରେକର୍ଡ ସୃଷ୍ଟି ହୁଏ ଏବଂ ଭାଙ୍ଗେ ମଧ୍ୟ। କିନ୍ତୁ ଏମିତି କିଛି ରେକର୍ଡ ରହିଛି ଯାହା ଭାଙ୍ଗିବା କଷ୍ଟକର। ଶ୍ରୀଲଙ୍କାର ମହାନ ସ୍ପିନର ମୁଥିୟା ମୁରଲୀଥରନଙ୍କ ୮୦୦ ଟେଷ୍ଟ ଉଇକେଟକୁ କୌଣସି ବୋଲର ଭାଙ୍ଗିବା ସହଜରେ ସମ୍ଭବ…
କରୋନା ସଂକ୍ରମଣ ପରେ ୯ ମାସ ପର୍ଯ୍ୟନ୍ତ ରୁହେ ଆଣ୍ଟିବଡ଼ି …
ରୋମ୍,୨୨।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀନ ଟିକାକରଣ ଅଭିଯାନ ବିଭିନ୍ନ ଦେଶରେ ଜାରି ରହିଛି। ଭାକ୍ସିନ୍ ନେବା ଦ୍ୱାରା ଲୋକଙ୍କ ଶରୀରରେ କରୋନା ଭୂତାଣୁ ପ୍ରତିରୋଧୀ ଆଣ୍ଟିବଡ଼ି ସୃଷ୍ଟି…
ରାଜଧାନୀରୁ ସାଇବର ଠକଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ
ଭୁବନେଶ୍ୱର,୨୨ା୭(ବ୍ୟୁରୋ): ବିଭିନ୍ନ ଯୁବତୀଙ୍କ ନାମରେ ଫେସ୍ବୁକ୍ରେ ଫେକ୍ ଆକାଉଣ୍ଟ ଖୋଲି ଏହା ସାହାଯ୍ୟରେ ଯୁବକଙ୍କ ସହ ଅଶ୍ଳୀଳ ଚାଟ୍ କରୁଥିଲେ। ଏମିତି କି ଯୁବକଙ୍କୁ ଅଶ୍ଳୀଳ ଫଟୋ ପଠାଇବା ସହ ଭିଡ଼ିଓ କଲିଂ କରୁଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସମ୍ପୃକ୍ତ ଯୁବକଙ୍କୁ ଏନେଇ…
ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ‘ଦେବଦୂତ’
ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ଈଶା ଭିଜନ ବ୍ୟାନରରେ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ‘ଦେବଦୂତ’ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଶଂସା ସାଉଁଟିଛି। ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଅନୁଷ୍ଠିତ ରୋଷନି ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ୫ଟି ବିଶେଷ ବିଭାଗରେ ଏହି ଚଳଚ୍ଚିତ୍ର ୮ରୁ ଅଧିକ ପୁରସ୍କାର…
ଡାକ୍ତରଙ୍କ ଅଭିଯୋଗରେ ମାମଲା ରୁଜୁ
ନିଶ୍ଚିନ୍ତକୋଇଲି, ୨୨ା୭ (ସ୍ବ.ପ୍ର): ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମଙ୍ଗଳବାର ରାତିରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏଥିରେ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ତାଙ୍କୁ ଆକ୍ରମଣ ଉଦ୍ୟମ…
ନଦୀପଠାରେ ପୋତା ହୋଇଛି ମୃତଦେହ
ଭୁବନେଶ୍ୱର,(ବ୍ୟୁରୋ)/ ବାରଙ୍ଗ, ୨୨ା୭(ଡି.ଏନ୍.ଏ.): ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଗ୍ରାମପଞ୍ଚାୟତ କୁଆଖାଇ ନଦୀପଠାରେ ବୁଧବାର ଏକ ମୃତଦେହ ଠାବ ହୋଇଛି। ମୃତଦେହଟି ବାଲିରେ ପୋତି ହୋଇ ରହିଥିବାବେଳେ ହାତ ସହ ସେ ପିନ୍ଧିଥିବା ପ୍ୟାଣ୍ଟ୍ ଓ ଚପଲ ବାହରକୁ ଦିଶୁଛି। ପୋଲିସ ଘଟଣାସ୍ଥଳରେ…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୨୨।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ…
ସୁନାବେଶରେ ଦାରୁଦିଅଁ
ପୁରୀ ଅଫିସ,୨୨ା୭: ତିନିରଥ ଉପରେ ବୁଧବାର ସୁନାବେଶରେ ଦର୍ଶନ ଦେଇଛନ୍ତି ଦାରୁଦିଅଁ। ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ତିନି ବିଗ୍ରହଙ୍କୁ ଅଢ଼େଇ ମହଣ ସୁନାରେ ସଜ୍ଜିତ କରାଯାଇଛି। ତେବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ସାଜିଛି ମହାମାରୀ କରୋନା। ରଥଯାତ୍ରା ଓ…
ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୭ ଜୀବନ
ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍। ବୁଧବାର ରାଜ୍ୟରେ କରୋନାଜନିତ ୬୭ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫,୩୦୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ…
ଟାଇମ୍ସ ସ୍କୋୟାର ବିଲ୍ବୋର୍ଡରେ ସୋନା
ନୂଆଦିଲ୍ଲୀ, ୨୧।୭: ଓଡ଼ିଶା ଜନ୍ମିତ ପ୍ରଚ୍ଛଦପଟ୍ଟ ଗାୟିକା ସୋନା ମହାପାତ୍ରଙ୍କୁ ବଡ଼ ସଫଳତା ମିଳିଛି। ଆମେରିକାର ନ୍ୟୁୟର୍କ ସହର ଟାଇମ୍ସ ସ୍କୋୟାର ବିଲ୍ବୋର୍ଡରେ ତାଙ୍କର ବିଶାଳ ଫଟୋ ସ୍ଥାନ ପାଇଛି, ଯାହା ହାତଗଣତି କଳାକାରଙ୍କୁ ମିଳିଥାଏ। ତାଙ୍କର ନିଆର ସ୍ବର, ଷ୍ଟାଇଲ…
ପେଗାସସ୍: ଶାସକଙ୍କ ଅସ୍ତ୍ର
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୭: ବିଶ୍ୱବ୍ୟାପୀ ପୁନଶ୍ଚ ଶିରୋନାମା ମଣ୍ଡନ କରିବାରେ ଲାଗିଛି ପେଗାସସ୍ ସ୍ପାଏଓ୍ବେର। ଖବରଦାତା, ମାନବାଧିକାର କର୍ମୀ, ବିଜ୍ନେସ୍ ଏକ୍ଜିକ୍ୟୁଟିଭ୍, ରାଜନେତାମାନଙ୍କ ଉପରେ ଗୁପ୍ତଚରଗିରି କରିବା ପାଇଁ ପେଗାସସ୍କୁ ବ୍ୟବହାର କରାଯାଇଥିବା ନେଇ ଓ୍ବାଶିଂଟନ ପୋଷ୍ଟ ଓ ୧୬ ମିଡିଆ ପାର୍ଟନର ପ୍ରଘଟ…
Archives


