ରେଗେ ସଙ୍ଗୀତ ବିଶାରଦ ଲି ପେରିଙ୍କ ପରଲୋକ

କିଙ୍ଗ୍‌ଷ୍ଟନ, ୩୧।୮: ଜାମାଇକାରେ ୬୦ ଦଶକରେ ବିକଶିତ ଲୋକପ୍ରିୟ ସ୍ବତନ୍ତ୍ର ସଙ୍ଗୀତ ଶୈଳୀ ‘ରେଗେ’ର ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଥିବା ଲି ସ୍କ୍ରାଚ୍‌ ପେରିଙ୍କର ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଉତ୍ତର ଜାମାଇକାର ଲୁସିଆସ୍ଥିତ ଏକ ହସ୍ପିଟାଲରେ ରବିବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ଜାମାଇକା ପ୍ରଧାନମନ୍ତ୍ରୀ ଆଣ୍ଡ୍ର୍ୟୁ ହାଲନେସ୍‌ ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ପେରିଙ୍କ ସାଧନା ବଳରେ ରେଗେ ସଙ୍ଗୀତ ସ୍ବତନ୍ତ୍ର ପରିଚୟ ପାଇ ବିଶ୍ୱ ପ୍ରସିଦ୍ଧ ହୋଇଥିଲା। ପେରି ଜାମାଇକାର ଜଣେ ଅସାଧାରଣ ଓ ଶ୍ରେଷ୍ଠ କଳାକାର। କେଇଥ୍‌ ରିଚାଡର୍‌ସ ଏକଦା ତାଙ୍କୁ ସାଲଭାଡର ଡଲି ଅଫ୍‌ ମ୍ୟୁଜିକ୍‌ ଭାବେ ବର୍ଣ୍ଣନା କରିଥିଲେ। ସେ ଥିଲେ ରହସ୍ୟମୟ ଏବଂ ବିଶ୍ୱ ତାଙ୍କର ବାଦ୍ୟଯନ୍ତ୍ର ଥିଲା ବୋଲି କୁହାଯାଏ। ଜଣେ ଶ୍ରେଷ୍ଠ ପ୍ରଯୋଜକ ଓ ଗାୟକ ଭାବେ ସେ ବବ୍‌ ମାର୍ଲି, ଓ୍ବଲେର୍ସ, ଜୁନିୟର ମୁର୍ଭିନ ପ୍ରମୁଖ ବହୁ ଆର୍ଟିଷ୍ଟଙ୍କ ସହ କାର୍ଯ୍ୟ କରିଥିଲେ। ସଙ୍ଗୀତ ସାଙ୍ଗକୁ ଯୁବସୁଲଭ ତଥା ଅବ୍ୟବସ୍ଥିତ ପୋଷାକ ପରିପାଟୀ ପାଇଁ ସେ ଜଣାଶୁଣା ଥିଲେ। ସେ ନିଜ ସମ୍ପର୍କରେ ପୌରାଣିକ କାହାଣୀ କହିବା ସହ ନିଜକୁ ଅନ୍ୟ ଜଗତର ଏଲିଏନ୍‌ ବୋଲି ଦାବି କରୁଥିଲେ। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ପେରିଙ୍କ ବିୟୋଗରେ ସଙ୍ଗୀତ ଜଗତ ଜଣେ ରହସ୍ୟମୟ ସ୍ରଷ୍ଟାଙ୍କୁ ହରାଇଲା ବୋଲି ଡିଜେ ଡାଭିଡ୍‌ ରୋଡିଗାନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧୨୯ ହିତାଧିକାରୀଙ୍କୁ ୫୧.୩୬ କୋଟି ଟଙ୍କା ଋଣ ମଞ୍ଜୁର

କୋରାପୁଟ,୧୫ା୭(ଅମିତାଭ ବେହେରା): କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ବୁଧବାର ଆୟୋଜିତ ମେଗା କ୍ରେଡିଟ୍‌ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମରେ ୧୧୨୯ ଜଣ ହିତାଧିକାରୀଙ୍କ ପାଇଁ ୫୧.୩୬ କୋଟି ଟଙ୍କାର…

ଆପଣଙ୍କ ଘରକୁ ଆସୁନି ତ ଅପମିଶ୍ରିତ କ୍ଷୀର? ଏହି ସହଜ ଘରୋଇ ଉପାୟରେ କରନ୍ତୁ ଯାଞ୍ଚ

କ୍ଷୀର ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷ କରି ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ହାଡ଼ର ମଜଭୁତ ଏବଂ ଶାରୀରିକ ବିକାଶ ପାଇଁ କ୍ଷୀରକୁ ଅତ୍ୟନ୍ତ…

ଅଗଷ୍ଟ ୨୮ରେ ରିଲିଜ ହେବନାହିଁ Shraddha Kapoorଙ୍କର ‘ଇଥା’!

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ନିଜର ଆଗାମୀ ଫିଲ୍ମ ‘ଇଥା’କୁ ନେଇ ଚର୍ଚ୍ଚାରେ। ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟିଜର ସୋସିଆଲ ମିଡିଆରେ ବେଶ…

କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ଶେଷ: ବିଧାୟକ-ଉପଜିଲାପାଳ ପହଞ୍ଚି କଲେ ସମୀକ୍ଷା

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ସରିଛି। ଗୁରୁବାର ନିର୍ଦ୍ଧାରିତ ସମୟରେ ରଥାଯାତ୍ରା କାର୍ଯ୍ୟକ୍ରମ ହେବ। ଏହାପୂର୍ବରୁ ମନ୍ଦିର କମିଟି କର୍ମକର୍ତ୍ତା…

ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଶିକ୍ଷକ, ଅଭିଯୋଗ ପରେ ନିଲମ୍ବିତ

ଝରିଗାଁ,୧୫ା୭(କିଶୋର ଚନ୍ଦ୍ର ମଣ୍ଡଳ): ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ନେଇ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଶିକ୍ଷା ଅଧିକାରୀ ଉମରସିଂ ନାଏକ ସମ୍ପୃକ୍ତ ଶିକ୍ଷକଙ୍କୁ…

କାମ ସାରି ଘରକୁ ଫେରୁଥିଲେ ଯୁବକ, ବାଟରେ ଧକ୍କାଦେଲା ଅଜଣାଗାଡ଼ି, ଘରେ ପହଞ୍ଚିବା ପୂର୍ବରୁ…

ଭଞ୍ଜନଗୀ,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରୀୟବରପୁର ନିକଟରେ ବୁଧବାର ଅପରାହ୍ନରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ୍‌ ଚାଳକ ସାଗର ବିଷୋୟୀଙ୍କ…

ପୂର୍ବତନ ଅଧିନାୟକ ଲରେନ୍ସଙ୍କ ବଡ଼ ଦାବି, ଏହି ଦଳ ଜିତିବ ଫିଫା ବିଶ୍ୱକପ୍‌

ନୂଆଦିଲ୍ଲୀ,୧୫ା୭: ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ କ୍ଲାଇମାକ୍ସ ଲରେନ୍ସଙ୍କ ମତରେ ଫ୍ରାନ୍ସ ବିପକ୍ଷ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ସ୍ପେନ୍‌ ଚଳିତ ଫିଫା ବିଶ୍ୱକପ୍‌ ଜିତିବ।…

ଦୁର୍ଗମ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ଏମ୍‌ପି, କହିଲେ ଗୋଟିଏ ବର୍ଷ ମଧ୍ୟରେ…

ଦାରିଙ୍ଗବାଡ଼ି,୧୫ା୭(ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ୨ ଦିନିଆ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ବୁଧବାର ପ୍ରଥମଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri