ଆଫଗାନ୍‌ ମାଟିରେ ଆମେରିକାର ଶେଷ ଦିନ

କାବୁଲ/ଓ୍ବାଶିଂଟନ୍‌, ୩୧ା୮: ଆଫଗାନିସ୍ତାନରେ ଦୁଇ ଦଶକର ଲମ୍ବା ଯୁଦ୍ଧ ଶେଷ କରିଛି ଆମେରିକା। ଅଗଷ୍ଟ ୩୧ ଡେଡ୍‌ଲାଇନ ପରେ ଆଫଗାନିସ୍ତାନ ମାଟିକୁ ନିଜ ଅକ୍ତିଆରରେ ଆଉ ରଖିପାରିବେନି ଆମେରିକା ସୈନ୍ୟ। ହେଲେ ବିଡମ୍ବନାର କଥା ଯେ, ଯେଉଁ ତାଲିବାନ୍‌କୁ ହରାଇବା ପାଇଁ ଓ୍ବାଶିଂଟନ୍‌ ୨୦ ବର୍ଷ ହେଲା ନିଜର ସବୁ ସାମର୍ଥ୍ୟ ଲଗାଇଥିଲା ଯୁଦ୍ଧ ଶେଷ ବେଳକୁ ତା’ରି ସହ ବୁଝାମଣା କରିଛି। ବିଶ୍ୱର ସୁପରପାଓ୍ବାର କୁହାଯାଉଥିବା ଆମେରିକା ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଉନ୍ନତ ତାଲିମପ୍ରାପ୍ତ ସେନା, ସବୁଠାରୁ ଆଧୁନିକ ଟେକ୍ନୋଲୋଜି ଥିବା ସତ୍ତ୍ୱେ ତାଲିବାନ୍‌କୁ କାହିଁକି ମାତ୍‌ ଦେଇପାରିଲାନି ତାହାକୁ ନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ ।

ଅଗଷ୍ଟ ୩୧ ପରେ ଆଫଗାନିସ୍ତାନ ମାଟିରେ ଆଉ ଦେଖିବାକୁ ମିଳିବେନି ସଶସ୍ତ୍ର ଆମେରିକୀୟ ସୈନ୍ୟ। ତାଲିବାନ୍‌ ଗୋଷ୍ଠୀ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ଆମେରିକା ନେତୃତ୍ୱାଧୀନ ନାଟୋ ସାମରିକ ମେଣ୍ଟର ସେନା ପ୍ରତ୍ୟାହାର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆମେରିକା ନିଜ ନାଗରିକଙ୍କ ସମେତ ଆଫଗାନ୍‌ ସହଯୋଗୀଙ୍କୁ ମଧ୍ୟ ଆଫଗାନିସ୍ତାନରୁ ଉଦ୍ଧାର କରିସାରିଥିବା କହିଛି। ଉଦ୍ଧାର କାମ ପାଇଁ କାବୁଲ ବିମାନବନ୍ଦରକୁ ଆମେରିକା ନିଜ କବ୍‌ଜାରେ ରଖିଥିବାବେଳେ ଅଗଷ୍ଟ ୩୧ ଡେଡ୍‌ଲାଇନ ପରେ ତାଲିବାନ୍‌ ତାହାକୁ ନିୟନ୍ତ୍ରଣକୁ ଆଣିବାକୁ ବହୁ ସଂଖ୍ୟାରେ ତାଲିବାନୀ ଲଢ଼ୁଆଙ୍କୁ ମୁତୟନ କରିଛି।
୨୪ ଘଣ୍ଟାରେ ଯୁଦ୍ଧକାଳୀନ ଭିତ୍ତିରେ ଆମେରିକା ଏହାର ତିନି ଶହ ନାଗରିକଙ୍କ ସମେତ ପ୍ରାୟ ୨ ହଜାର ଲୋକଙ୍କୁ ଉଦ୍ଧାର କରିଛି। ଅଗଷ୍ଟ ୧୫ରେ ତାଲିବାନ୍‌ କାବୁଲ ଦଖଲ କରିବା ପରଠାରୁ ଆମେରିକା ପ୍ରାୟ ୧ ଲକ୍ଷ ୧୩ ହଜାର ୫ ଶହ ଜଣଙ୍କୁ ଆଫଗାନିସ୍ତାନରୁ ଇଭାକ୍ୟୁଏଟ କରିଛି। ଧାର୍ଯ୍ୟ ସମୟ ପୂର୍ବରୁ ଆମେରିକୀୟ ସୈନ୍ୟ ସଫଳତାର ସହ ଉଦ୍ଧାର କାର୍ଯ୍ୟ ଶେଷ କରିଥିବା ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକି ସୁଲିଭାନ କହିଛନ୍ତି। ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପରେ ଆଫଗାନିସ୍ତାନରେ ଆମେରିକା ଦୂତାବାସ ରହିବ ନାହିଁ ବୋଲି ଜୋ ବାଇଡେନ୍‌ଙ୍କ ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ଆଫଗାନିସ୍ତାନ ଛାଡ଼ିବା ପୂର୍ବରୁ ଆମେରିକା କାର୍ଯ୍ୟରେ ବାଧା ଉପୁଜାଇଥିବା ଏବଂ ୧୩ ସୈନ୍ୟଙ୍କ ବଳିଦାନର କାରଣ ପାଲଟିଥିବା ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌-ଖୋରାସାନ୍‌କୁ ଛଡ଼ାଯିବ ନାହିଁ ବୋଲି ବାଇଡେନ୍‌ ଶପଥ ନେଇଛନ୍ତି। ଆଫଗାନିସ୍ତାନ ମାଟିରେ ବିନା ଉପସ୍ଥିତିରେ ମଧ୍ୟ ଆମେରିକା ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିବାକୁ ସକ୍ଷମ। ଆଗକୁ ଏହି ଲଢ଼େଇ ଜାରି ରହିବ ବୋଲି ସୁଲିଭାନ୍‌ କହିଛନ୍ତି।
ଆଫଗାନିସ୍ତାନରେ ଶାନ୍ତି ସ୍ଥାପନ ସହ ଗଣତନ୍ତ୍ର ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଇ ଆମେରିକା ସୈନ୍ୟ ମୁତୟନ କରିଥିଲା। କିନ୍ତୁ ଆଫଗାନିସ୍ତାନ ସେନାକୁ ସଶକ୍ତ କରିବା ଏବଂ ସେଠାରେ ନାଗରିକ ସରକାରର ସ୍ଥାୟିତ୍ୱକୁ ସୁନିଶ୍ଚିତ ନ କରି ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ବିଶ୍ୱ ନେତା ସମାଲୋଚନା କରିଥିଲେ। ଶାସନରୁ ହଟାଇଥିବା ତାଲିବାନ୍‌ ହାତରେ ପୁଣି କ୍ଷମତା ଦେଇ ଆମେରିକା ଆଫଗାନିସ୍ତାନବାସୀଙ୍କ ସହ ପ୍ରତାରଣା କରିଛି ବୋଲି କୁହାଯାଉଛି। ଏପରିକି ନିଜ ପ୍ରତିଶ୍ରୁତି ଆମେରିକା ରଖି ନ ଥିବା ଚର୍ଚ୍ଚା ହେଉଥିବାବେଳେ ଏହାକୁ ଖଣ୍ଡନ କରିଛି ଆମେରିକା। ତାଲିବାନ୍‌ ହାତକୁ ଆଫଗାନିସ୍ତାନ ଯିବା ପଛରେ ସମ୍ପୂର୍ଣ୍ଣ ଭାବେ ସେଠାକାର ସରକାର ଦାୟୀ ବୋଲି କହି ଆମେରିକା ନିଜ ହାତ ଝାଡ଼ି ଦେଇଛି। ସ୍ଥାୟୀ ସରକାର ନୁହେଁ ବରଂ ସେଠାରେ ଅଲକାଏଦା ଆତଙ୍କବାଦୀଙ୍କୁ ସମୂଳେ ଧ୍ୱଂସ କରିବାକୁ ଆମେରିକା ସୈନ୍ୟ ଆଫଗାନିସ୍ତାନରେ ମୁତୟନ ଥିଲେ ବୋଲି ଆମେରିକା ସଫେଇ ଦେଇଛି।

ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ମରିଛନ୍ତି ୧୦ ନାଗରିକ

କାବୁଲ ବିମାନବନ୍ଦରରେ ଆଇଏସ୍‌-ଖୋରାସାନ୍‌ର ବିସ୍ଫୋରଣ ଉଦ୍ୟମ ପଣ୍ଡ କରିବାକୁ ଯାଇ ରବିବାର ଆମେରିକା କରିଥିବା ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ୧୦ ଆଫ୍‌ଗାନ୍‌ଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ବର୍ଷୀୟା ଶିଶୁଙ୍କଠାରୁ ଆରମ୍ଭ କରି ୪୦ ବର୍ଷ ବୟସର ନାଗରିକ ରହିଛନ୍ତି। ଆକ୍ରମଣରେ ଗୋଟିଏ ପରିବାରର ୧୦ ଜଣ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଶିଶୁ ରହିଥିବା ମୃତକ ପରିବାରର ଜଣେ ମହିଳା କହିଛନ୍ତି। ଆମେରିକାର ଏହି ଆକ୍ରମଣକୁ ତାଲିବାନ୍‌ ନିନ୍ଦା କରିଛି। ତାଲିବାନ୍‌ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍‌ କହିଛନ୍ତି, ଆଫଗାନିସ୍ତାନରେ ବିଦେଶୀ ଶକ୍ତି ଆକ୍ରମଣ କରିବା ବେଆଇନ। ଯଦି ସେଭଳି କୌଣସି ବିପଦ ସମ୍ପର୍କରେ ଆମେରିକା ନିକଟରେ ସୂଚନା ଥିଲା ତେବେ ତାଲିବାନ୍‌କୁ ଏ ନେଇ ଆଗୁଆ ଜଣାଯିବା ଉଚିତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri