୫ ଦିନ ହାଇକୋର୍ଟ ଶଟ୍ଡାଉନ୍
କଟକ ଅଫିସ,୧୨ା୧: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟକୁ ୫ ଦିନ ଯାଏ ଶଟ୍ଡାଉନ୍ କରାଯାଇଛି। ଗୁରୁବାର ଅର୍ଥାତ୍ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ ରହିବ। ୧୮ରୁ ହାଇକୋର୍ଟ ପୁଣି ଥରେ…
ଆଜି ରାଜ୍ୟରୁ ସୁସ୍ଥ ହେଲେ ୯୪୯ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୨ା୧(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୯୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୦,୪୮,୭୩୨ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୬୦ କରୋନା…
ଲଙ୍କା କେଜି ୭୦୦, ଟମାଟୋ ୨୦୦
କଲମ୍ବୋ,୧୨ା୧: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବେ ଦେବାଳିଆ ସ୍ଥିତିରେ ପହଞ୍ଚିଛି। ଶ୍ରୀଲଙ୍କାରେ ଦୈନନ୍ଦିନ ସାମଗ୍ରୀର ମୂଲ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଛି। ଏଠାରେ ଖାଦ୍ୟ ଏବଂ ପାନୀୟ ଏକ ମାସରେ ୧୫ ପ୍ରତିଶତ ମହଙ୍ଗା ହୋଇଛି। ୧୦୦ ଗ୍ରାମ ଲଙ୍କାର…
ଚଷମା ଲଗାଇଲେ ଗାଈ ଦେଉଛି ଅଧିକ କ୍ଷୀର
ଯେଉଁ ଗୋପାଳକମାନେ ଗାଈ ପାଳିଛନ୍ତି, ସେମାନେ ଚାହାନ୍ତି ସେମାନଙ୍କ ଗାଈ କେମିତି ଅଧିକରୁ ଅଧିକ କ୍ଷୀର ଦେଉ। ଆଉ ସେମାନେ ଏହାକୁ ବିକ୍ରି କରି ଲାଭବାନ ହୁଅନ୍ତୁ। ଏମିତିରେ ବଜାରରେ ଅଧିକ କ୍ଷୀର ଦେଉଥିବା ଗାଈଙ୍କ ମୂଲ୍ୟ ମଧ୍ୟ ସର୍ବାଧିକ ରହିଥାଏ।…
ଘରର ଛାତ ଭୁଶୁଡ଼ିଲା: ଗୋଟିଏ ପରିବାରର ୫ ମୃତ, ୨ ଗୁରୁତର
ଇସଲାମାବାଦ,୧୨ା୧: ଉତ୍ତର-ପଶ୍ଚିମ ପାକିସ୍ତାନରେ ଲଗାତର ବର୍ଷା ହେତୁ ଗୋଟିଏ ଘରର ଛାତ ଭୁଶୁଡ଼ି ପଡ଼ିଛି। ଫଳରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ପେଶୱାରର ଇନ୍କିଲାବ କଲୋନୀରେ ଏହି…
ବାକ୍ସ ଭିତରେ ବନ୍ଦ ରହିଲେ ହଜାର ହଜାର ସଂଖ୍ୟାରେ ମହିଳା, ଶିଶୁ
ବେଜିଂ,୧୨ା୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ସ୍ଥିତିକୁ ବିଗାଡ଼ି ଦେଇଛି। ଏହି ଭାଇରସର ପ୍ରକୋପ ଚାଇନାର ଅନୟାଙ୍ଗ ସମେତ ଆଉ କିଛି ସହରରେ ମଧ୍ୟ ବଢ଼ିଚାଲିଛି। ତେଣୁ ଚାଇନାର କିଛି ସହରକୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଚାଇନାର ‘ଜିରୋ କୋଭିଡ୍…
ପଞ୍ଚାୟତ ନିର୍ବାଚନ ପାଇଁ ଗାଇଡ୍ଲାଇନ୍ ଜାରି
ଭୁବନେଶ୍ୱର,୧୨ା୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଗାଇଡ୍ଲାଇନ୍ ଜାରି ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସ୍ଆର୍ସି ଏହି ଗାଇଡ୍ଲାଇନ୍ ଜାରି କରିଛନ୍ତି। ପ୍ରଚାର ସମୟରେ ବହୁଜନ ସମାବେଶ ଉପରେ ରୋକ ଲଗାଇଛନ୍ତି। ସର୍ବାଧିକ ୧୦୦ ଜଣରେ ରାଜନୈତିକ ସମାବେଶକୁ ଅନୁମତି ମିଳିଛି।…
ରାଜ୍ୟରେ ବଢ଼ିଲା ମେଡିକାଲ ସିଟ୍ ସଂଖ୍ୟା
ଭୁବନେଶ୍ୱର,୧୨ା୧(ବ୍ୟୁରୋ): ରାଜ୍ୟରେ ଚଳିତବର୍ଷ ମେଡିକାଲ ସିଟ୍ ସଂଖ୍ୟା ବଢ଼ିଛି। ୧୩୫୦ରୁ ଏହି ସିଟ୍ ସଂଖ୍ୟା ବୃଦ୍ଧି ପାଇ ୧୪୫୦ ହୋଇଛି। ପ୍ରଥମଥର ପାଇଁ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ୧୦୦ ସିଟ୍ରେ ଛାତ୍ରୀଛାତ୍ର ଆଡମିଶନ କରିବେ। ବୁଧବାରଠାରୁ ଏନେଇ କାଉନସେଲିଂ…
ବ୍ୟାଙ୍କ ଲକରରୁ ଲୁଟିନେଲେ କୋଟିଏ ଟଙ୍କାର ସୁନାଗହଣା
ରାସୋଳ,୧୨ା୧(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ବଜାର ନିକଟରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ମଙ୍ଗଳବାର ଅପରାହ୍ନରେ ସଶସ୍ତ୍ର ଡକାୟତି ହୋଇଛି। ୪ଜଣ ଦୁର୍ବୃତ୍ତ ବ୍ୟାଙ୍କ ଲକରରୁ ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ସମେତ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା…
କରୋନା ପରେ ଏବେ ନିମୋନିଆ
ବମ୍ବେ: କରୋନା ପରେ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ନିମୋନିଆ। ଫଳରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ଚିନ୍ତା ବଢ଼ିଛି। ସେ କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କୁ ମୁମ୍ବାଇର ବ୍ରିଚ୍କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଛି। ସେ ଆହୁରି ୧୦ରୁ…
ଢାବାରେ ଛେପ ପକାଇ କରୁଥିଲେ ରୁଟି; ଭିଡିଓ ଭାଇରାଲ ହେବା ପରେ…
ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କ ‘ଛେପ ପକାବା’ ଘଟଣା ଏଯାଏ ଶାନ୍ତ ପଡ଼ି ନ ଥିବା ବେଳେ ଏବେ ଖାଦ୍ୟରେ ଛେପ ପକାଇବାର ଆଉ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏନେଇ ଏକ ଭିଡିଓ ଭାଇରାଲ ହେଉଛି।…
ଅର୍ଜୁନ-ମଲାଇକାଙ୍କ ବ୍ରେକ୍ଅପ୍; ୬ ଦିନ ହେଲାଣି ଘରୁ ବାହାରୁ ନାହାନ୍ତି ଅଭିନେତ୍ରୀ
ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍ର ସବୁଠାରୁ ହଟ୍ କପଲ୍। ପ୍ରେମିକ ଅର୍ଜୁନ କପୁରଙ୍କଠାରୁ ସମ୍ପର୍କ ଛିନ୍ନ କରିଛନ୍ତି ମଲାଇକା ଅରୋରା। ଫଳରେ ଦୀର୍ଘ ଚାରି ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। କିଛି ବର୍ଷ ପୂର୍ବେ…
Archives


