Posted inଖେଳ

ଚମକିଲେ ଓ୍ବାର୍ନର, କୋଲକତାକୁ ୨୧୬ ରନ୍‌ର ଟାର୍ଗେଟ

ମୁମ୍ବାଇ,୧୦।୪: ଆଇପିଏଲ୍‌ ୨୦୨୨ରେ ରବିବାର କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଏକ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି କୋଲକତାକୁ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଡେଭିଡ ଓ୍ବାର୍ନର(୬୧) ଏବଂ ପୃଥ୍ବୀ ଶ’(୫୧)ଙ୍କ ଅର୍ଦ୍ଧଶତକ ଏବଂ ଅକ୍ଷର ପଟେଲ(୨୨), ଶାର୍ଦ୍ଦୁଳ ଠାକୁର(୨୯)ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦିଲ୍ଲୀ ନିଦର୍ଦ୍ଧାରିତ ଓଭରରେ ୫ ଉଇକେଟ୍‌ ହରାଇ ୨୧୫ ରନ୍‌ କରିଥିଲା। କୋଲକତା ପକ୍ଷରୁ ସୁନୀଲ ନାରିନ ୨ ଉଇକେଟ୍‌ ନେଇଥିବାବେଳେ ଉମେଶ ଯାଦବ, ଆନ୍ଦ୍ରେ ରଶେଲ ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ।
ଏହି ମ୍ୟାଚ୍‌ରେ କୋଲକତା ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ପୂର୍ବ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବା ପରେ କୋଲକାତା ନାଇଟ ରାଇଡର୍ସଙ୍କ ଆତ୍ମବିଶ୍ୱାସ ଦୃଢ ରହିଛି। ଆଇପିଏଲ୍‌ ୨୦୨୨ରେ କେକେଆର୍‌ ପ୍ରଦର୍ଶନ ଏପର୍ଯ୍ୟନ୍ତ ବହୁତ ଭଲ ରହିଛି। ପୂର୍ବ ମ୍ୟାଚ ଜିତିବାରେ କୋଲକତା ସଫଳ ହୋଇଥିବାବେଳେ ଦିଲ୍ଲୀର ଦଳ କ୍ରମାଗତ ଦୁଇଟି ମ୍ୟାଚ ହାରିଛି। ଏହି ମ୍ୟାଚରେ ବିଜୟ ଧାରା ବଜାୟ ରଖିବାକୁ ଶ୍ରେୟସ ଆୟରଙ୍କ ଦଳ ଦୃଷ୍ଟି ଦେବ। ଦିଲ୍ଲୀ କ୍ୟାପିଟାଲ୍ସର ଦଳ ବିଜୟ ଟ୍ରାକକୁ ଫେରିବାକୁ ଚାହିଁବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାପାନ ସମ୍ରାଟ ନରୁହିଟୋ ଅଲିମ୍ପିକ୍ସ ଉଦ୍‌ଘାଟନ କରିପାରନ୍ତି

ଟୋକିଓ,୧୫।୭(ପି.ଟି.): ଜପାନ ସମ୍ରାଟ ନରୁହିଟୋ ଜୁଲାଇ ୨୩ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେ। ସେ ଅଲିମ୍ପିକ୍ସ ଆରମ୍ଭ ହେଲା ବୋଲି ଘୋଷଣା କରିପାରନ୍ତି ବୋଲି...

କଳା ଫିତା ବାନ୍ଧି ପଡ଼ିଆକୁ ଓହ୍ଲାଇଲେ ଖେଳାଳି

ମୁମ୍ବାଇ,୧୫।୫: ଆଇପିଏଲ୍‌ ୨୦୨୨ର ୬୨ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ଗୁଜରାଟ ଟାଇଟାନ୍ସ (ଜିଟି) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଉଭୟ ଦଳର...

ଆର୍ଚର, ରଏଙ୍କ ମ୍ୟାଚ୍ ଫି କଟିଲା

ନଟ୍ଟିଂହାମ, ୪୬(ପି.ଟି.)- ଆଇସିସି ଆଚରଣ ସଂହିତା ଉଲ୍ଲଂଘନ କରିଥତ୍ବା କାରଣରୁ ଦୁଇ ଇଂଲଣ୍ଡ କ୍ରିକେଟର ଜୋଫ୍ରା ଅାର୍ଚର ଓ ଜୋ ରୁଟ୍ଙ୍କୁ ଅାଥର୍ତ୍କ ଦଣ୍ଡରେ ଦଣ୍ଡିତ...

ଟିଟି ଖେଳାଳିଙ୍କୁ ନୂତନ ପଦ୍ଧତିରେ ପ୍ରଶିକ୍ଷଣ ଦିଆଯିବ

କଟକ ଅଫିସ, ୬ା୪: ଓଡ଼ିଶାରେ ଟେବୁଲ ଟେନିସ (ଟିଟି) କ୍ରୀଡ଼ାର ପ୍ରସାର ହେବ। ଖେଳାଳିମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ପ୍ରଦାନ ସହ ପ୍ରୋତ୍ସାହିତ କରାଯିବ। ସ୍ଥାନୀୟ ବାଣିଜ୍ୟକର...

ବାଂଲାଦେଶକୁ ୧୧୯ରେ ରୋକିଦେଲା ଭାରତ

ହାମିଲଟନ,୨୨।୩: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚ୍‌କୁ ୧୧୦ ରନ୍‌ର ବୃହତ୍‌ ବ୍ୟବଧାନରେ ଜିତି ନେଇଛି ଭାରତ। ୨୨୯...

କଟକରେ ହୋଇପାରେ ଇଣ୍ଡିଆ ଓପନ ଟେବୁଲ ଟେନିସ

କଟକ ଅଫିସ,୨୨।୭- ଓଡ଼ିଶା ପୁଣି ଏକ ବିଶ୍ୱସ୍ତରୀୟ ଟେବୁଲ ଟେନିସ ଟୁର୍ନାମେଣ୍ଟ ଆୟୋଜନ କରିବା ସମ୍ଭାବନା ସୃଷ୍ଟି ହୋଇଛି। ଆଗାମୀ ଇଣ୍ଡିଆ ଓପନ ଟେବୁଲ ଟେନିସ...

କରୋନାରୁ ଆରୋଗ୍ୟ ହେଲେ ଫେଲାଇନି

ସାଂଘାଇ, ୧୫ା୪ (ଏଏଫ୍‌ପି)-କରୋନା ଭାଇରସ୍‌ ପାଇଁ ଚାଇନାରେ ଚିକିତ୍ସିତ ହେଉଥିବା ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଷ୍ଟାର ମାରୋନେ ଫେଲାଇନି ମଙ୍ଗଳବାର ଡାକ୍ତରଖାନା ଛାଡ଼ିଛନ୍ତି। ୩୨ ବର୍ଷୀୟ...

ଏକଦା ରିକ୍ସା ଚଲାଉଥିଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌; ଏବେ ଡ୍ରାଭିଡ୍‌ଙ୍କ ପରି ମିଳିଲା ବଡ଼ ଦାୟିତ୍ୱ

ଲାହୋର, ୨୦।୮: ଯୁବ କ୍ରିକେଟର୍‌ଙ୍କ ଭବିଷ୍ୟତକୁ ଆହୁରି ଉଜ୍ଜଳ କରିବା ପାଇଁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଏକ ବଡ଼ ପଦକ୍ଷେପ ନେଇଛି। ପୂର୍ବତନ ଅଧିନାୟକ...

Advertisement
Archives

Model This Week