ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ଶେହଓ୍ବାଜ ଶରିଫ

ଇସଲାମାବାଦ୍‌,୧୦।୪: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କ୍ଷମତାରୁ ହଟିବା ପରେ ପାକିସ୍ତାନରେ ରାଜନୀତି ସରଗରମ ହୋଇଛି। ବାନି ଗାଲାସ୍ଥିତ ଇମ୍ରାନ ଖାନଙ୍କ ବାସଭବନରେ କୋର କମିଟିର ଏକ ବୈଠକ ଡକାଯାଇଛି। ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି (ପିଟିଆଇ) ଦ୍ୱାରା ପ୍ରଧାନମନ୍ତ୍ରୀ ପଦ ପାଇଁ ଶାହ ମେହମୁଦ କୁରେଶୀଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ଅନ୍ୟପକ୍ଷରେ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌(ନଓ୍ବାଜ୍‌)ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଶେହଓ୍ବାଜ ଶରିଫଙ୍କ ନାମାଙ୍କନପତ୍ର ମଧ୍ୟ ଜାତୀୟ ସଭାରେ ଦାଖଲ କରାଯାଇଛି। ତେବେ ଶେହଓ୍ବାଜ୍‌ ହିଁ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିନ୍ତ ବୋଲି କୁହାଯାଉଛି। ପାକ ସଂସଦ ଆସନ୍ତା ସୋମବାର ଦିନ ୨ଟାରେ ବସିବ। ଏହି ଦିନ ନୂତନ ପ୍ରଧାନମନ୍ତ୍ରୀ ନାମ ଘୋଷଣା କରାଯିବ।
ସୂଚନାଯୋଗ୍ୟ, ଅନାସ୍ଥା ଭୋଟରେ ହାରିଯାଇଛନ୍ତି ଇମ୍ରାନ ଖାନ। ରାତି ୨ଟା ପର୍ଯ୍ୟନ୍ତ ଚାଲିଥିବା ଅନସ୍ଥା ଭୋଟରେ ୩୪୨ ସଦସ୍ୟଙ୍କ ମଧ୍ୟରୁ ମିଳିତ ବିରୋଧୀ ୧୭୪ ଭୋଟ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି। ତେବେ ଭୋଟ ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଂସଦରେ ଇପସ୍ଥିତ ନ ଥିଲେ। ଏହା ସହ ତେହେରିକେ ଇନସାଫର କୌଣସି ସଦସ୍ୟ ମଧ୍ୟ ଭୋଟିଂ ବେଳେ ଉପସ୍ଥିତ ନ ରହି ସଂସଦରୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀ ଭୂକମ୍ପର ଭବିଷ୍ୟବାଣୀ କରିଥିବା ବିଶେଷଜ୍ଞ କହିଲେ ଏଥର ପାଳି ଭାରତ, ପାକିସ୍ତାନର

ଆମଷ୍ଟରଡାମ,୧୦ ।୨: ତୁର୍କୀ ଓ ସିରିଆରେ ଆସିଥିବା ବିନାଶକାରୀ ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୨୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଛି । ତେବେ...

ଘରେ ପହଞ୍ଚୁଛି ଆଲ୍‌କୋହଲ

ଦୁବାଇ,୧୦।୪: କରୋନା ସଂକ୍ରମଣ ଭୟରେ ରାସ୍ତାଘାଟ ଶୂନ୍‌ଶାନ୍‌, ସବୁକିଛି ଠପ୍‌। ବ୍ୟବସାୟିକ କାରବାର ବନ୍ଦ ହୋଇଯାଇଥିବାରୁ ଅନ୍ୟ ଦେଶଗୁଡ଼ିକ ଭଳି ବିପୁଳ ରାଜସ୍ବ ହରାଇବାରେ ଲାଗିଛି...

୨ ଲକ୍ଷ ମୁସଲମାନ ହଜ୍‌ ଯାଇପାରିବେ

ଓସାକା,୨୯ା୬(ପି.ଟି.): ସୌଦି ଆରବର ମକ୍କାକୁ ଏଣିକି ଭାରତରୁ ୨ ଲକ୍ଷ ମୁସ୍‌ଲିମ୍‌ ହଜ୍‌ ଯାତ୍ରା କରିପାରିବେ। ପୂର୍ବରୁ ଏହି ସଂଖ୍ୟା ୧୭୦,୦୦୦ ଥିବାବେଳେ ଶୁକ୍ର୍ରବାର ସୌଦି...

ତାଲିବାନ୍‌ ଶାସନରେ ୪୦୦ ନାଗରିକଙ୍କୁ ହତ୍ୟା…

କାବୁଲ,୮।୩ : ଆଫଗାନିସ୍ତାନରେ ତାଲିବାନ୍‌ ଶାସନ ଆରମ୍ଭ ହେବାଠାରୁ ଇତିମଧ୍ୟରେ ୪୦୦ ନାଗରିକଙ୍କୁ ହତ୍ୟା କରାଯାଇଛି। ଏସମ୍ପର୍କରେ ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।...

ଲିବିୟାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କରୋନା ସଂକ୍ରମଣରେ ପରଲୋକ

ତ୍ରିପୋଲି,୬ ।୪: କରୋନା ସଂକ୍ରମଣ ଏବେ ବିଶ୍ୱର ପ୍ରାୟ ୨ଶହ ଦେଶକୁ କାୟା ବିସ୍ତାର କରି ସାରିଥିବା ବେଳେ ଛୋଟବଡ କେହିବି ଏଥିରୁ ବାଦ୍ ପଡୁ...

ଗ୍ୟାସ୍‌ ଭର୍ତ୍ତି ଟ୍ୟାଙ୍କର ବିସ୍ଫୋରଣ: ୧୯ ମୃତ

ବେଜିଂ,୧୪।୬: ଚାଇନାର ଜେଜିଆଙ୍ଗ ସହରରେ ଏକ ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୭୨ରୁ ଅଧିକ ଆହତ ହୋଇଛନ୍ତି।...

ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ…

ଓ୍ବାଶିଂଟନ/ମସ୍କୋ/କ୍ୱିଭ୍‌, ୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନେଇ ଅନ୍ତର୍ଜାତୀୟସ୍ତରରେ ସଙ୍କଟ ସୃଷ୍ଟି ହୋଇଛି। ଯୁଦ୍ଧରେ ବହୁ କ୍ଷତି ସହିବା ଏବଂ ରୁଷିଆର...

କଲମ୍ବୋ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୯୦ରେ ପହଞ୍ଚିଲା; ୨୪ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି

କଲମ୍ବୋ,୨୨।୪: ଶ୍ରୀଲଙ୍କା କଲମ୍ବୋର ୩ ଚର୍ଚ୍ଚ ଏବଂ ୩ଟି ହୋଟେଲରେ ସିରିଜ୍‌ ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି। ସେହିପରି ଆହତଙ୍କ ସଂଖ୍ୟା...

Advertisement
Archives

Model This Week