Posted inଫୁରସତ

ବିବାହ ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଆଇଏଏସ୍‌ ଯୋଡ଼ି

୨୦୧୫ରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବିଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୨୦୧୩ ବ୍ୟାଚ ଆଇଏଏସ୍‌ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ନିକଟରେ ଏହି ବିଷୟରେ ଟିନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଥିଲେ। ଉଭୟଙ୍କ ବିବାହ ଏପ୍ରିଲ ୨୦ରେ ହେବ ଏବଂ ଏପ୍ରିଲ ୨୨ରେ ରାଜସ୍ଥାନର ଜୟପୁରରେ ଏକ ଭୋଜି ଆୟୋଜନ ହେବ।
ଟିନା ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ଦ୍ୱିତୀୟ ବିବାହ ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ। ପରେ ଟିନା ମଧ୍ୟ ପ୍ରଦୀପଙ୍କ ସହ ଅନେକ ଫଟୋ ଶେୟାର କରିଥିଲେ। ଏବେ ଉଭୟ ପ୍ରଦୀପ ଏବଂ ଟିନା ସେମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଆକ୍ଟିଭେଟ୍‌ କରିଛନ୍ତି। କୁହାଯାଉଛି ଯେ ଟ୍ରୋଲ ହେବା ପରେ ଦୁହେଁ ଏହି ପଦକ୍ଷେପ ନେଇଛନ୍ତି। ଅବଶ୍ୟ ଏବେ ବି ଟିନା ଟୁଇଟରରେ ଅଛନ୍ତି। ଇନ୍‌ଷ୍ଟାଗ୍ରାମରେ ଟିନାଙ୍କର ୧.୫ ମିଲିୟନ ଫଲୋଅର୍ସ ଥିବାବେଳେ ପ୍ରଦୀପଙ୍କ ୪୦ ହଜାରରୁ ଅଧିକ ଫଲୋଅର୍ସ ଥିଲେ।
ନିକଟରେ ଟିନା ନିଜ ପ୍ରେମ କାହାଣୀର ଖୁଲାସା କରିଛନ୍ତି। କରୋନା ଦ୍ୱିତୀୟ ଲହର ସମୟରେ ଉଭୟ ସ୍ବାସ୍ଥ୍ୟ ବିଭାଗରେ କାମ କରୁଥିବା ସମୟରେ ଦୁହେଁ ପରସ୍ପରକୁ ଜାଣିଥିଲେ। ୨୦୨୧ ଲକ୍‌ଡାଉନ୍‌ ସମୟରେ ଟିନା ଏବଂ ପ୍ରଦୀପଙ୍କ ମଧ୍ୟରେ ଘନିଷ୍ଠତା ବଢିବାକୁ ଲାଗିଥିଲା। ୪ ମାସ ଉଭୟ ପରସ୍ପରକୁ ଜାଣିବା ପରେ ଘରେ ଜଣାଇଥିଲେ। ବର୍ଷେ ପରେ ଉଭୟଙ୍କ ନିର୍ବନ୍ଧ ହୋଇଛି। ଟିନା କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନରେ ଦ୍ୱିତୀୟ ସୁଯୋଗ ମିଳିଥାନ୍ତି। ସବୁକିଛି ଭୁଲି ଆଗକୁ ବଢିବା ଉଚିତ୍‌। ଟିନାଙ୍କୁ ନିର୍ବନ୍ଧ କରିବା ପରେ ସୋସିଆଲ ମିଡିଆରେ ପ୍ରଦୀପଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ଇନ୍‌ଷ୍ଟାଗ୍ରାମରେ କିଛି ଘଣ୍ଟା ମଧ୍ୟରେ ୩ ହଜାରରୁ ବଢି ୪୫ ହଜାରରେ ପହଞ୍ଚିଛି। ଏବେ ବି ତାଙ୍କ ଫଲୋଅର୍ସ ସଂଖ୍ୟା ବଢିଚାଲିଛି।
ଏହାପୂର୍ବରୁ, ୨୦୧୫ରେ ଟିନା ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ଟପ କରି ଚର୍ଚ୍ଚାରେ ରହିଥିଲେ। ସେ ୨୦୧୮ରେ ଆଇଏଏସ ଅତହର ଖାନଙ୍କୁ ବିବାହ କରିଥିଲେ। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ପ୍ରଥମ ଏବଂ ଅମିର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଉଭୟ ଟ୍ରେନିଂ ସମୟରେ ପ୍ରେମରେ ପଡିଥିଲେ ଏବଂ ପ୍ରାୟ ଏକ ବର୍ଷର ସମ୍ପର୍କ ପରେ ଦୁହେଁ ୨୦୧୮ ମସିହାରେ ବିବାହ କରିଥିଲେ। ୨୦୨୦ରେ ଉଭୟଙ୍କର ଛାଡପତ୍ର ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri