Posted inଫୁରସତ

ବିବାହ ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଆଇଏଏସ୍‌ ଯୋଡ଼ି

୨୦୧୫ରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବିଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୨୦୧୩ ବ୍ୟାଚ ଆଇଏଏସ୍‌ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ନିକଟରେ ଏହି ବିଷୟରେ ଟିନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଥିଲେ। ଉଭୟଙ୍କ ବିବାହ ଏପ୍ରିଲ ୨୦ରେ ହେବ ଏବଂ ଏପ୍ରିଲ ୨୨ରେ ରାଜସ୍ଥାନର ଜୟପୁରରେ ଏକ ଭୋଜି ଆୟୋଜନ ହେବ।
ଟିନା ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ଦ୍ୱିତୀୟ ବିବାହ ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ। ପରେ ଟିନା ମଧ୍ୟ ପ୍ରଦୀପଙ୍କ ସହ ଅନେକ ଫଟୋ ଶେୟାର କରିଥିଲେ। ଏବେ ଉଭୟ ପ୍ରଦୀପ ଏବଂ ଟିନା ସେମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଆକ୍ଟିଭେଟ୍‌ କରିଛନ୍ତି। କୁହାଯାଉଛି ଯେ ଟ୍ରୋଲ ହେବା ପରେ ଦୁହେଁ ଏହି ପଦକ୍ଷେପ ନେଇଛନ୍ତି। ଅବଶ୍ୟ ଏବେ ବି ଟିନା ଟୁଇଟରରେ ଅଛନ୍ତି। ଇନ୍‌ଷ୍ଟାଗ୍ରାମରେ ଟିନାଙ୍କର ୧.୫ ମିଲିୟନ ଫଲୋଅର୍ସ ଥିବାବେଳେ ପ୍ରଦୀପଙ୍କ ୪୦ ହଜାରରୁ ଅଧିକ ଫଲୋଅର୍ସ ଥିଲେ।
ନିକଟରେ ଟିନା ନିଜ ପ୍ରେମ କାହାଣୀର ଖୁଲାସା କରିଛନ୍ତି। କରୋନା ଦ୍ୱିତୀୟ ଲହର ସମୟରେ ଉଭୟ ସ୍ବାସ୍ଥ୍ୟ ବିଭାଗରେ କାମ କରୁଥିବା ସମୟରେ ଦୁହେଁ ପରସ୍ପରକୁ ଜାଣିଥିଲେ। ୨୦୨୧ ଲକ୍‌ଡାଉନ୍‌ ସମୟରେ ଟିନା ଏବଂ ପ୍ରଦୀପଙ୍କ ମଧ୍ୟରେ ଘନିଷ୍ଠତା ବଢିବାକୁ ଲାଗିଥିଲା। ୪ ମାସ ଉଭୟ ପରସ୍ପରକୁ ଜାଣିବା ପରେ ଘରେ ଜଣାଇଥିଲେ। ବର୍ଷେ ପରେ ଉଭୟଙ୍କ ନିର୍ବନ୍ଧ ହୋଇଛି। ଟିନା କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନରେ ଦ୍ୱିତୀୟ ସୁଯୋଗ ମିଳିଥାନ୍ତି। ସବୁକିଛି ଭୁଲି ଆଗକୁ ବଢିବା ଉଚିତ୍‌। ଟିନାଙ୍କୁ ନିର୍ବନ୍ଧ କରିବା ପରେ ସୋସିଆଲ ମିଡିଆରେ ପ୍ରଦୀପଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ଇନ୍‌ଷ୍ଟାଗ୍ରାମରେ କିଛି ଘଣ୍ଟା ମଧ୍ୟରେ ୩ ହଜାରରୁ ବଢି ୪୫ ହଜାରରେ ପହଞ୍ଚିଛି। ଏବେ ବି ତାଙ୍କ ଫଲୋଅର୍ସ ସଂଖ୍ୟା ବଢିଚାଲିଛି।
ଏହାପୂର୍ବରୁ, ୨୦୧୫ରେ ଟିନା ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ଟପ କରି ଚର୍ଚ୍ଚାରେ ରହିଥିଲେ। ସେ ୨୦୧୮ରେ ଆଇଏଏସ ଅତହର ଖାନଙ୍କୁ ବିବାହ କରିଥିଲେ। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ପ୍ରଥମ ଏବଂ ଅମିର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଉଭୟ ଟ୍ରେନିଂ ସମୟରେ ପ୍ରେମରେ ପଡିଥିଲେ ଏବଂ ପ୍ରାୟ ଏକ ବର୍ଷର ସମ୍ପର୍କ ପରେ ଦୁହେଁ ୨୦୧୮ ମସିହାରେ ବିବାହ କରିଥିଲେ। ୨୦୨୦ରେ ଉଭୟଙ୍କର ଛାଡପତ୍ର ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?