ମାନସିକ ରୋଗୀଙ୍କ ପ୍ରତି ସହାନୁଭୂତିଶୀଳ ହେବା ଉଚିତ
କଟକ ଅଫିସ,୩୦।୪: ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଶୁକ୍ରବାର ‘ମୋ କଲେଜ’ ଅଭିଯାନ ପକ୍ଷରୁ ‘ଆଜିର ଯୁବ ସମାଜ ନିମନ୍ତେ ମାନସିକ ସ୍ବାସ୍ଥ୍ୟ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ‘ମୋ କଲେଜ’ ଅଭିଯାନର ରାଜ୍ୟ…
ସୋନାଲିକା, ଶ୍ରୀନିକାଙ୍କୁ ‘ଏକଲବ୍ୟ ସମ୍ମାନ’
ଭୁବନେଶ୍ୱର,୩୦।୪(ବ୍ୟୁରୋ): ଗୁରୁ-ଶିଷ୍ୟ ପରମ୍ପରା ସତରେ ନିଆରା। ଏହି ପରମ୍ପରାକୁ ଉଚ୍ଚକୋଟିର ଢଙ୍ଗରେ ଉପସ୍ଥାପନା କରିଥିଲେ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ। ଏକଲବ୍ୟ କାର୍ଯ୍ୟକ୍ରମର ପ୍ରଥମ ଉପସ୍ଥାପନାରେ ଦେଖିବାକୁ ମିଳିଥିଲା ଏକ ନୂତନ ନୃତ୍ୟ ପରମ୍ପରା। ପ୍ରଥମଥର ପାଇଁ ଜଣେ କାହାଣୀ କହୁଥିବା ବେଳେ…
ମୁରୁଜରେ ସ୍ବଚ୍ଛତା ବାର୍ତ୍ତା ଦେଲେ କିନ୍ନର
ଭୁବନେଶ୍ୱର,୩୦।୪(ବ୍ୟୁରୋ): ସ୍ବଚ୍ଛତା କ୍ଷେତ୍ରରେ ସ୍ମାର୍ଟସିଟି ଭୁବନେଶ୍ୱରକୁ ଶୀର୍ଷରେ ପହଞ୍ଚାଇବାକୁ ବିଏମ୍ସି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବଚ୍ଛ ସର୍ବେକ୍ଷଣ-୨୦୨୨ ଆଧାରରେ ସହରକୁ ସ୍ବଚ୍ଛ ରଖିବା ପାଇଁ କିନ୍ନର ସମ୍ପ୍ରଦାୟ ସହରବାସୀଙ୍କୁ ସଚେତନ କରିଛନ୍ତି। ଶୁକ୍ରବାର ବିଏମ୍ସି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ…
ଭିକ୍ଷାବୃତ୍ତି କରୁଥିବା କିନ୍ନରଙ୍କ ପାଇଁ ଖୋଲିବ ଆଶ୍ରୟସ୍ଥଳ
ଭୁବନେଶ୍ୱର, ୩୦।୪ (ବ୍ୟୁରୋ): କିନ୍ନରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏ କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଆଉଏକ ପାଦ ଆଗକୁ ବଢାଇଛି। କିନ୍ନରମାନେ ଯେପରି ଅନ୍ୟମାନଙ୍କ ଭଳି ସ୍ବାଭାବିକ…
ନାବାଳିକାଙ୍କୁ ବ୍ଲାକ୍ମେଲ କରି ଦେଢ଼ଲକ୍ଷ ଟଙ୍କା, ଗହଣା ଲୁଟିଲେ
ଭୁବନେଶ୍ୱର, ୩୦।୪(ବ୍ୟୁରୋ): ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବ୍ଲାକ୍ମେଲ୍ କରି ଟଙ୍କା ଓ ସୁନା ଗହଣା ଲୁଟିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଠକ ପ୍ରେମିକକୁ ଗିରଫ କରିଛି। ସେ ହେଲେ ଢେଙ୍କାନାଳ ଜିଲା ବାଲିଝାଟି ଗ୍ରାମର ଆଶିଷ କୁମାର…
ଅପହରଣ ପରେ ମୁଣ୍ଡ ଜାମିନ ରଖି ଟଙ୍କା ଦାବି
ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଯୁବକଙ୍କୁ ରାସ୍ତାରୁ ଅପହରଣ ପରେ ଏକ ଘରେ ମୁଣ୍ଡଜାମିନ ରଖି ନିର୍ଯାତନା ଦେବା ସହ ଟଙ୍କା ଦାବି କରିଥିଲେ ଅପହର୍ତ୍ତା। ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଯଦୁପୁରରେ ଚଢ଼ାଉ କରି ଉକ୍ତ ଯୁବକଙ୍କୁ ଉଦ୍ଧାର କରିବା ସହ…
ସ୍ତ୍ରୀଙ୍କୁ ଅପହରଣ ଉଦ୍ୟମ
ଭୁବନେଶ୍ୱର,୩୦।୪(ବ୍ୟୁରୋ): ଭୁବନେଶ୍ୱରରେ ରହୁଥିବା ସ୍ତ୍ରୀ ଶାଶୁଘରକୁ ଯିବା ପାଇଁ ରାଜି ନ ହେବାରୁ ତାଙ୍କୁ ବଳପୂର୍ବକ ନେଇଯାଉଥିଲେ ସ୍ବାମୀ ଓ ପରିବାର ଲୋକେ। ହେଲେ ମହିଳା ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଅପହରଣ ସନ୍ଦେହ କରି ଘେରି ଯାଇଥିଲେ। ମାମୁ…
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ବିଦାହେବେ
କଲମ୍ବୋ,୩୦।୪: ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାରେ ସୃଷ୍ଟ ରାଜନୈତିକ ଅଚଳାବସ୍ଥାର ସମାଧାନ ଲାଗି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ପ୍ରଧାନମନ୍ତ୍ରୀ ପଦରୁ ତାଙ୍କ ବଡ଼ଭାଇ ମହିନ୍ଦା ରାଜପାକ୍ସେଙ୍କୁ ହଟାଇବା ପାଇଁ ଶୁକ୍ରବାର ରାଜି ହୋଇଛନ୍ତି। ପାର୍ଲାମେଣ୍ଟର ସବୁ ଦଳକୁ ନେଇ…
ଚାଇନା ଫେରିବେ ଭାରତୀୟ ଛାତ୍ରୀଛାତ୍ର
ବେଜିଂ,୩୦।୪: କୋଭିଡ୍ ମହାମାରୀ ବେଳେ ଚାଇନାରୁ ପଳାଇଆସିଥିବା ଭାରତୀୟ ଛାତ୍ରୀଛାତ୍ର ଏବେ ସେଠାକୁ ଫେରିବାର ସୁଯୋଗ ପାଇବେ। ଏଥିପାଇଁ ଶୁକ୍ରବାର ବେଜିଂ ଏକ ଯୋଜନା ଘୋଷଣା କରିଛି। ଭିଜା ଓ ବିମାନ କଟକଣା ଯୋଗୁ ଏହି ଛାତ୍ରୀଛାତ୍ର ୨ ବର୍ଷ ହେଲା…
ଏଲ୍ଓସିରେ ମାଇନ୍ ବିସ୍ଫୋରଣ: ୩ ଯବାନ ଆହତ
ଜମ୍ମୁ,୩୦।୪(ଆଇଏଏନ୍ଏସ୍): ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ଶୁକ୍ରବାର ମାଇନ୍ ବିସ୍ଫୋରଣରେ ଭାରତୀୟ ସେନା ମେଜରଙ୍କ ସମେତ ୩ ଯବାନ ଆହତ ହୋଇଛନ୍ତି। କ୍ରିଷ୍ଣା ଗାଡ଼ି ସେକ୍ଟରରେ ସେନାର ନିୟମିତ ପାଟ୍ରୋଲିଂ ସମୟରେ ମାଇନ ବିସ୍ଫୋରଣ ହୋଇଥିଲା।…
କାବୁଲ ମସ୍ଜିଦରେ ବିସ୍ଫୋରଣ: ୧୦ ମୃତ
କାବୁଲ,୩୦।୪: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ମସ୍ଜିଦରେ ଶୁକ୍ରବାର ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୧୫ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା…
ରୁଷିଆର ୟୁକ୍ରେନ୍ ଆକ୍ରମଣ: ଗଲାଣି ୮ ଖବରଦାତାଙ୍କ ଜୀବନ
କ୍ୱିଭ୍,୩୦।୪: ୨୦୨୨ ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ୟୁକ୍ରେନ୍ ଆକ୍ରମଣ ପାଇଁ ନିଜ ସେନାକୁ ନିର୍ଦ୍ଦେଶ ଦେବା ପରଠୁ ଏଯାଏ ଅନେକ ନିରୀହଙ୍କ ଜୀବନ ଯାଇଛି। ଏପରି କି ନିଜ ଜୀବନକୁ ବାଜି ଲଗାଇ ଯୁଦ୍ଧର ଘନଘଟାକୁ ଲୋକଲୋଚନକୁ…
Archives


