Posted inଜାତୀୟ

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ:ସରିଲା ଶୁଣାଣି, ଆଜି ରାୟ

ନୂଆଦିଲ୍ଲୀ,୩ା୬:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିର ଚତୁଃପାର୍ଶ୍ୱରେ କରାଯାଉଥିବା ବେଆଇନ ଖନନ ଏବଂ ନିର୍ମାଣକୁ ବିରୋଧ କରି ଆଗତ ଆବେଦନ ଉପରେ ଗୁରୁବାର ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଛି। ବିଚାରପତି ବି.ଆର୍‌. ଗଭାଇ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଶୁକ୍ରବାର ରାୟ ପ୍ରକାଶ ପାଇବ।
ପରିକ୍ରମା ପ୍ରକଳ୍ପ ଅଧୀନ ନିର୍ମାଣକୁ ବିରୋଧ ଏବଂ ବେଆଇନ ନିର୍ମାଣ ବିରୋଧରେ ହାଇକୋର୍ଟ ଗତ ୯ତାରିଖରେ କୌଣସି ସ୍ଥଗିତାଦେଶ ନ ଦେବା ଘଟଣାରେ ସୁପ୍ରିମକୋର୍ଟରେ ୨ଟି ସ୍ପେଶାଲ୍‌ ଲିଭ୍‌ ପିଟିଶନ ରୁଜୁ କରାଯାଇଥିଲା। ଗୁରୁବାର ଉକ୍ତ ଆବେଦନର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନି ଖଣ୍ଡପୀଠରେ ଯୁକ୍ତି ବାଢ଼ିଥିଲେ ଯେ, ନିୟମ ଅନୁସାରେ ଶ୍ରୀମନ୍ଦିର ପାର୍ଶ୍ୱ ନିଷିଦ୍ଧାଞ୍ଚଳରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ। ହେଲେ ମନ୍ଦିର ଚାରିପଟେ ଚାଲିଥିବା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଉଲ୍ଲଂଘନ ହେଉଛି। ମନ୍ଦିର ପାର୍ଶ୍ୱରେ ଖନନ ଦ୍ୱାରା ଐତିହ୍ୟ କୀର୍ତ୍ତିରାଜିର ଅପୂରଣୀୟ କ୍ଷତି ହେଉଛି। ଆନ୍‌ସିଏଣ୍ଟ ମନୁମେଣ୍ଟ୍ସ ଆଣ୍ଡ ଆର୍କିଓଲୋଜିକାଲ ସାଇଟ୍ସ ଆଣ୍ଡ
ରିମେନ୍ସ (ଆମ୍‌ସାର) ଆକ୍ଟ ଅନୁସାରେ ନିଷିଦ୍ଧାଞ୍ଚଳରେ କୌଣସି ନିର୍ମାଣ ପାଇଁ ଏଏସ୍‌ଆଇ ନିର୍ଦ୍ଦେଶକ ବା କମିଶନରଙ୍କ ଏନ୍‌ଓସି ଆଣିବା ବାଧ୍ୟତାମୂଳକ। ସେହିପରି ରେଗୁଲେଟେଡ୍‌ ଏରିଆରେ ମଧ୍ୟ ନିର୍ମାଣ ପାଇଁ ଏଏସ୍‌ଆଇ ଅନୁମତିର ଆବଶ୍ୟକ ରହିଥିବାବେଳେ ତାହା ମଧ୍ୟ କରାଯାଇ ନାହିଁ। ଏଭଳି ବେଆଇନ ନିର୍ମାଣ କାର୍ଯ୍ୟ ଆମ୍‌ସାର ଆଇନର ଦଫା ୨୦ ଏ, ବି ଏବଂ ସିର ଖୋଲା ଉଲ୍ଲଂଘନ। ନ୍ୟାଶନାଲ ମନୁମେଣ୍ଟ ଅଥରିଟି(ଏନ୍‌ଏମ୍‌ଏ) ଏନ୍‌ଓସି ଦେବା ପାଇଁ ପ୍ରାଧିକୃତ ନୁହେଁ ବରଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗର ଅନୁମତି ଏଥିପାଇଁ ଜରୁରୀ ବୋଲି ମହାଲକ୍ଷ୍ମୀ ଯୁକ୍ତି ବାଢ଼ିଥିଲେ। ଅପରପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା ନିଜର ଯୁକ୍ତି ଉପସ୍ଥାପନ କରି ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ଆବଶ୍ୟକ ଅନୁମତି ପାଇଛନ୍ତି ବୋଲି କହିଥିଲେ। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ପ୍ରାଧିକୃତ କର୍ତ୍ତୃପକ୍ଷ ବୋଲି ଆମ୍‌ସାର ଆକ୍ଟରେ ଉଲ୍ଲେଖ ରହିଛି। ସେହି ଅନୁସାରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ବୃଦ୍ଧି ଏବଂ ଶ୍ରଦ୍ଧାଳୁଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏକ ବିଶ୍ୱ ଐତିହ୍ୟ ସ୍ଥଳରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କ’ଣ ଶାୈଚାଳୟ ନିର୍ମାଣ କରାଯାଇ ପାରିବ ନାହିଁ ବୋଲି ପରିଜା ପ୍ରଶ୍ନ କରିଥିଲେ। ଶ୍ରୀମନ୍ଦିରକୁ ଦୈନିକ ବହୁ ଶ୍ରଦ୍ଧାଳୁ ଆସୁଛନ୍ତି। ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟ ମଧ୍ୟ ଅଧିକ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଶୌଚାଳୟର ଅଭାବ ଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଥିଲେ। ନିର୍ମାଣର ଅର୍ଥ ହେଉଛି ଗୋଟିଏ ନୂଆ ଜିନିଷ ତିଆରି କରିବା। ମରାମତି କିମ୍ବା ପୁରୁଣା ଜିନିଷର ନବୀକରଣ ବା ନାଳ, ନର୍ଦ୍ଦମା ଆଦି ସଫା କରିବା ନୁହେଁ। ତେଣୁ ୧୦୦ମିଟର ମଧ୍ୟରେ ଲୋକଙ୍କୁ ଅଧିକ ସୁବିଧା ଯୋଗାଇବା ଏବଂ ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ଉଦ୍ଦେଶ୍ୟରେ ନିର୍ମାଣ କାର୍ଯ୍ୟ କରାଯାଉଛି ବୋଲି ପରିଜା କହିଥିଲେ। ସେହିପରି ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର କହିଥିଲେ ଯେ, ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ୧୫ରୁ ୨୦ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ମନ୍ଦିର ଚାରିପାର୍ଶ୍ୱରେ କମ୍‌ ଜାଗା ରହିଥିବାରୁ ଅତୀତରେ ଦଳାଚକଟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିବାର ନଜିର ରହିଛି। ତେଣୁ ମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ଉକ୍ତ ଅଞ୍ଚଳକୁ ପ୍ରଶସ୍ତ କରିବାରେ ସହାୟକ ହେବ। ଏହି ପ୍ରକଳ୍ପ ପାଇଁ ସେବାୟତଙ୍କ ସମର୍ଥନ ରହିଛି ବୋଲି ମିଶ୍ର କହିଥିଲେ।
ସୂଚନାଯୋଗ୍ୟ, ଗତ ୯ତାରିଖରେ ହାଇକୋର୍ଟ ଶ୍ରୀମନ୍ଦିର ଚାରିପାଖେ ହେଉଥିବା ନିର୍ମାଣକୁ ସ୍ଥଗିତ କରିବା ନେଇ ନିର୍ଦ୍ଦେଶ ଦେବାକୁ ମନା କରିଦେଇଥିଲେ। ହାଇକୋର୍ଟଙ୍କ ଉକ୍ତ ରାୟ ବିରୋଧରେ ଗତ ୨୩ ତାରିଖରେ ଅର୍ଦ୍ଧେନ୍ଦୁ ଦାସ ଏବଂ ୨୭ ତାରିଖରେ ସୁମନ୍ତ ଘଡ଼େଇ ସୁପ୍ରିମକୋର୍ଟରେ ୨ଟି ପୃଥକ୍‌ ସ୍ପେଶାଲ ଲିଭ୍‌ ପିଟିଶନ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉଠୁନି ଅଳିଆ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?