Posted inଜାତୀୟ

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ:ସରିଲା ଶୁଣାଣି, ଆଜି ରାୟ

ନୂଆଦିଲ୍ଲୀ,୩ା୬:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିର ଚତୁଃପାର୍ଶ୍ୱରେ କରାଯାଉଥିବା ବେଆଇନ ଖନନ ଏବଂ ନିର୍ମାଣକୁ ବିରୋଧ କରି ଆଗତ ଆବେଦନ ଉପରେ ଗୁରୁବାର ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଛି। ବିଚାରପତି ବି.ଆର୍‌. ଗଭାଇ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଶୁକ୍ରବାର ରାୟ ପ୍ରକାଶ ପାଇବ।
ପରିକ୍ରମା ପ୍ରକଳ୍ପ ଅଧୀନ ନିର୍ମାଣକୁ ବିରୋଧ ଏବଂ ବେଆଇନ ନିର୍ମାଣ ବିରୋଧରେ ହାଇକୋର୍ଟ ଗତ ୯ତାରିଖରେ କୌଣସି ସ୍ଥଗିତାଦେଶ ନ ଦେବା ଘଟଣାରେ ସୁପ୍ରିମକୋର୍ଟରେ ୨ଟି ସ୍ପେଶାଲ୍‌ ଲିଭ୍‌ ପିଟିଶନ ରୁଜୁ କରାଯାଇଥିଲା। ଗୁରୁବାର ଉକ୍ତ ଆବେଦନର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନି ଖଣ୍ଡପୀଠରେ ଯୁକ୍ତି ବାଢ଼ିଥିଲେ ଯେ, ନିୟମ ଅନୁସାରେ ଶ୍ରୀମନ୍ଦିର ପାର୍ଶ୍ୱ ନିଷିଦ୍ଧାଞ୍ଚଳରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ। ହେଲେ ମନ୍ଦିର ଚାରିପଟେ ଚାଲିଥିବା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଉଲ୍ଲଂଘନ ହେଉଛି। ମନ୍ଦିର ପାର୍ଶ୍ୱରେ ଖନନ ଦ୍ୱାରା ଐତିହ୍ୟ କୀର୍ତ୍ତିରାଜିର ଅପୂରଣୀୟ କ୍ଷତି ହେଉଛି। ଆନ୍‌ସିଏଣ୍ଟ ମନୁମେଣ୍ଟ୍ସ ଆଣ୍ଡ ଆର୍କିଓଲୋଜିକାଲ ସାଇଟ୍ସ ଆଣ୍ଡ
ରିମେନ୍ସ (ଆମ୍‌ସାର) ଆକ୍ଟ ଅନୁସାରେ ନିଷିଦ୍ଧାଞ୍ଚଳରେ କୌଣସି ନିର୍ମାଣ ପାଇଁ ଏଏସ୍‌ଆଇ ନିର୍ଦ୍ଦେଶକ ବା କମିଶନରଙ୍କ ଏନ୍‌ଓସି ଆଣିବା ବାଧ୍ୟତାମୂଳକ। ସେହିପରି ରେଗୁଲେଟେଡ୍‌ ଏରିଆରେ ମଧ୍ୟ ନିର୍ମାଣ ପାଇଁ ଏଏସ୍‌ଆଇ ଅନୁମତିର ଆବଶ୍ୟକ ରହିଥିବାବେଳେ ତାହା ମଧ୍ୟ କରାଯାଇ ନାହିଁ। ଏଭଳି ବେଆଇନ ନିର୍ମାଣ କାର୍ଯ୍ୟ ଆମ୍‌ସାର ଆଇନର ଦଫା ୨୦ ଏ, ବି ଏବଂ ସିର ଖୋଲା ଉଲ୍ଲଂଘନ। ନ୍ୟାଶନାଲ ମନୁମେଣ୍ଟ ଅଥରିଟି(ଏନ୍‌ଏମ୍‌ଏ) ଏନ୍‌ଓସି ଦେବା ପାଇଁ ପ୍ରାଧିକୃତ ନୁହେଁ ବରଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗର ଅନୁମତି ଏଥିପାଇଁ ଜରୁରୀ ବୋଲି ମହାଲକ୍ଷ୍ମୀ ଯୁକ୍ତି ବାଢ଼ିଥିଲେ। ଅପରପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା ନିଜର ଯୁକ୍ତି ଉପସ୍ଥାପନ କରି ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ଆବଶ୍ୟକ ଅନୁମତି ପାଇଛନ୍ତି ବୋଲି କହିଥିଲେ। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ପ୍ରାଧିକୃତ କର୍ତ୍ତୃପକ୍ଷ ବୋଲି ଆମ୍‌ସାର ଆକ୍ଟରେ ଉଲ୍ଲେଖ ରହିଛି। ସେହି ଅନୁସାରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ବୃଦ୍ଧି ଏବଂ ଶ୍ରଦ୍ଧାଳୁଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏକ ବିଶ୍ୱ ଐତିହ୍ୟ ସ୍ଥଳରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କ’ଣ ଶାୈଚାଳୟ ନିର୍ମାଣ କରାଯାଇ ପାରିବ ନାହିଁ ବୋଲି ପରିଜା ପ୍ରଶ୍ନ କରିଥିଲେ। ଶ୍ରୀମନ୍ଦିରକୁ ଦୈନିକ ବହୁ ଶ୍ରଦ୍ଧାଳୁ ଆସୁଛନ୍ତି। ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟ ମଧ୍ୟ ଅଧିକ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଶୌଚାଳୟର ଅଭାବ ଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଥିଲେ। ନିର୍ମାଣର ଅର୍ଥ ହେଉଛି ଗୋଟିଏ ନୂଆ ଜିନିଷ ତିଆରି କରିବା। ମରାମତି କିମ୍ବା ପୁରୁଣା ଜିନିଷର ନବୀକରଣ ବା ନାଳ, ନର୍ଦ୍ଦମା ଆଦି ସଫା କରିବା ନୁହେଁ। ତେଣୁ ୧୦୦ମିଟର ମଧ୍ୟରେ ଲୋକଙ୍କୁ ଅଧିକ ସୁବିଧା ଯୋଗାଇବା ଏବଂ ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ଉଦ୍ଦେଶ୍ୟରେ ନିର୍ମାଣ କାର୍ଯ୍ୟ କରାଯାଉଛି ବୋଲି ପରିଜା କହିଥିଲେ। ସେହିପରି ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର କହିଥିଲେ ଯେ, ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ୧୫ରୁ ୨୦ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ମନ୍ଦିର ଚାରିପାର୍ଶ୍ୱରେ କମ୍‌ ଜାଗା ରହିଥିବାରୁ ଅତୀତରେ ଦଳାଚକଟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିବାର ନଜିର ରହିଛି। ତେଣୁ ମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ଉକ୍ତ ଅଞ୍ଚଳକୁ ପ୍ରଶସ୍ତ କରିବାରେ ସହାୟକ ହେବ। ଏହି ପ୍ରକଳ୍ପ ପାଇଁ ସେବାୟତଙ୍କ ସମର୍ଥନ ରହିଛି ବୋଲି ମିଶ୍ର କହିଥିଲେ।
ସୂଚନାଯୋଗ୍ୟ, ଗତ ୯ତାରିଖରେ ହାଇକୋର୍ଟ ଶ୍ରୀମନ୍ଦିର ଚାରିପାଖେ ହେଉଥିବା ନିର୍ମାଣକୁ ସ୍ଥଗିତ କରିବା ନେଇ ନିର୍ଦ୍ଦେଶ ଦେବାକୁ ମନା କରିଦେଇଥିଲେ। ହାଇକୋର୍ଟଙ୍କ ଉକ୍ତ ରାୟ ବିରୋଧରେ ଗତ ୨୩ ତାରିଖରେ ଅର୍ଦ୍ଧେନ୍ଦୁ ଦାସ ଏବଂ ୨୭ ତାରିଖରେ ସୁମନ୍ତ ଘଡ଼େଇ ସୁପ୍ରିମକୋର୍ଟରେ ୨ଟି ପୃଥକ୍‌ ସ୍ପେଶାଲ ଲିଭ୍‌ ପିଟିଶନ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ନୁଡୁଲ୍ସ ପ୍ୟାକେଟ୍‌ରୁ ୨ କୋଟିର ହୀରା ଜବତ

ମୁମ୍ବାଇ,୨୪ା୪:ସୀମାଶୁଳ୍କ ବିଭାଗ ଅଧିକାରୀମାନେ ମୁମ୍ବାଇ ବିମାନବନ୍ଦରରୁ ୬.୪୬ କୋଟି ଟଙ୍କାର ସୁନା ଓ ହୀରା ଜବତ କରିଛନ୍ତି। ଜଣେ ଯାତ୍ରୀ ନୁଡୁଲ୍ସ ପ୍ୟାକେଟରେ ହୀରାକୁ ଲୁଚାଇଥିବାବେଳେ...

ପବନକୁ ସମ୍ଭାଳି ପାରିଲାନି ବ୍ରିଜ୍‌

ହାଇଦ୍ରାବାଦ୍‌,୨୪ା୪:ତେଲଙ୍ଗାନାର ପେଦ୍ଦାପଲ୍ଲୀରେ ସୋମବାର ରାତି ୯ଟା ୪୫ରେ ଏକ ନିର୍ମାଣାଧୀନ ବ୍ରିଜ୍‌ ପବନକୁ ସମ୍ଭାଳି ନ ପାରି ଭୁଶୁଡ଼ିପଡ଼ିଛି। ଉକ୍ତ ବ୍ରିଜ୍‌ର ଏକ ଅଂଶ ଭାଙ୍ଗିଯାଇଛି।...

ମତଦାନ କମିବା ଆଶଙ୍କା

ନୂଆଦିଲ୍ଲୀ,୨୪ା୪: ଲୋକ ସଭା ନିର୍ବାଚନରେ ବିଜୟୀ ହୋଇ ଭାଜପା ତୃତୀୟ ଥର ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଥିବାବେଳେ ଏହାକୁ ଅଟକାଇବା ପାଇଁ ଇଣ୍ଡିଆ ମେଣ୍ଟ ଜୋର୍‌ଦାର...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri