ମିଳୁନି ନିରନ୍ତର ବିଦ୍ୟୁତ୍‌ ସେବା

ରସୁଲପୁର,୩ା୬(ଡି.ଏନ.ଏ.): କୁଆଖିଆ ବିଦ୍ୟୁତ୍‌ ସେକ୍ସନ ଅଧୀନ ଉପଭୋକ୍ତାଙ୍କୁ ନିରନ୍ତର ବିଦ୍ୟୁତ୍‌ ସେବା ମିଳୁନାହିଁ। ବିଦ୍ୟୁତ୍‌ ମରାମତି ଓ ସରବରାହ ଦାୟିତ୍ୱରେ ଥିବା ଟାଟା ପାୱାର କମ୍ପାନୀ ଗ୍ରାହକଙ୍କୁ ମୌଳିକ ସେବା ପ୍ରଦାନରେ ବିଫଳ ବୋଲି ଅଭିଯୋଗ ହେଉଛି। ପ୍ରତ୍ୟେକ ଦିନ ୮ରୁ୧୦ଥର ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଥିବାକୁ ନେଇ କମ୍ପାନୀ ବିରୋଧରେ ଜନ ଅସନ୍ତୋଷ ବଢୁଛି। ଏପରି କି ପ୍ରତି ଘଣ୍ଟାକରେ ୧୫ ମିନିଟ୍‌ ବିଦ୍ୟୁତ୍‌ କାଟ୍‌ ହେଉଛି। ଏ ଦିଗରେ ଉପଭୋକ୍ତା ବିଦ୍ୟୁତ୍‌ କର୍ମଚାରୀଙ୍କୁ ପଚାରିବାରୁ ସେମାନେ ମରାମତିର ବାହାନା ନେଉଛନ୍ତି। କେତେବେଳେ ତାର ଛିଣ୍ଡିପଡ଼ୁଛି, ତ ଆଉ କେତେବେଳ ସଂଯୋଗ ସ୍ଥଳରେ କାର୍ବନ ହେଉଛି। ପୁଣି ତାର ଜଳିଯାଉଛି, ଏ.ବି ସୁଇଚ୍‌ ଖରାପ ହୋଇଛି। ଶଙ୍ଖ ଫାଟିଯାଉଛି ଭଳି ନାନା ଆଳ ଦେଖାଉଛନ୍ତି। ବେଳେବେଳେ ବିଦ୍ୟୁତ୍‌ ସରବରାହରେ ଦେଖାଯାଉଥିବା ତ୍ରୁଟିକୁ ବିଭାଗୀୟ କର୍ମଚାରୀ ଓ ଅଧିକାରୀ ଠାବ କରିବାରେ ବିଫଳ ହେଉଥିବାରୁ ଉପଭୋକ୍ତା ଘଣ୍ଟାଘଣ୍ଟା ବିଜୁଳି ସେବାରୁ ବଞ୍ଚତ୍ତ ହେଉଛନ୍ତି।
ତେବେ ବିନା ଘୋଷଣାରେ ଅନବରତ ବିଜୁଳିକାଟ୍‌ ପଛରେ ବିଭାଗୀୟ ଅଭିସନ୍ଧି ରହିଛି ବୋଲି କୁହାଯାଉଛି। ବିଜୁଳି କାଟ୍‌ ଯୋଗୁ ବିଜୁଳି ସଞ୍ଚୟ ହେବା ସହ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ୍‌ ବିଲ୍‌ ଚାପ ବଢ଼ାଇବାର ମାନସିକତା ରହିଛି। ଏଦିଗରେ କେତେକ ଅନୁଭୂତିପ୍ରାପ୍ତ ବ୍ୟକ୍ତିଙ୍କ ମତ ନେବାରୁ ଜଣାଯାଇଛି କି ଯେକୌଣି ବିଦ୍ୟୁତ୍‌ ଯନ୍ତ୍ରାଂଶ ପରିଚାଳନା କରିବା ପାଇଁ ପ୍ରାରମ୍ଭରେ ଦେଢ଼ଗୁଣ ଅଧିକ ବିଜୁଳି ଶକ୍ତିର ଆବଶ୍ୟକତା ପଡ଼ିଥାଏ। ବାରମ୍ବାର ବିଜୁଳି ସଂଯୋଗ ଓ ବିଚ୍ଛିନ୍ନ କରାଗଲେ ବିଦ୍ୟୁତ୍‌ ମିଟରରେ ଅଧିକ ବିଲ୍‌ ଆସିବ ଅର୍ଥାତ ଉପଭୋକ୍ତାଙ୍କୁ ଅଧିକ ଦେୟ ଦେବାକୁ ପଡ଼ିବ। ଏହି ଜରିଆରେ ବିଜୁଳି ଶକ୍ତି ସଞ୍ଚୟକରି ବ୍ୟବସାୟିକ ଉଦ୍ଦେଶ୍ୟରେ ବାରମ୍ବାର ବିଜୁଳି କାଟ୍‌ ଅନ୍ୟ ଏକ କାରଣ ବୋଲି ମତ ପ୍ରକାଶ ପାଇଛି। ଟାଟା ପାୱାର ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ ବକେୟା ବିଲ୍‌ ଆଦାୟ ଆଳରେ ରେକର୍ଡ ମୁତାବକ ରାଜସ୍ବ ସଂଗ୍ରହ କରାଯାଇଛି। ହେଲେ ସେହି ଅନୁଯାୟୀ ବିଦ୍ୟୁତ୍‌ ସେବା ମିଳୁନାହିଁ। କମ୍ପାନୀ ଦାୟିତ୍ୱ ନେବାରେ ବର୍ଷାଧିକ କାଳ ବିତି ସାରିଛି। ହେଲେ ବିଦ୍ୟୁତ୍‌ ଯୋଗାଣ ଭିତ୍ତିଭୂମି ଏବେ ବି ଅସଜଡ଼ା ରହିଛି। ଲୋ-ଭୋଲଟେଜ୍‌, ନିମ୍ନମାନର ତାର ଓ ଯନ୍ତ୍ରାଂଶରେ ପରିବର୍ତ୍ତନ କରାଯାଉ ନାହିଁ। ବିଦ୍ୟୁତ୍‌ ବ୍ୟବହାରର ପିକ୍‌ ଆୱାରରେ ସଂଯୋଗ ବିଚ୍ଛିନ୍ନ(ଟ୍ରିପ୍‌) ହେଉଥିବା ଆଉ ଏକ କାରଣ ବୋଲି କୁହାଯାଉଛି। ବିଦ୍ୟୁତ୍‌ ସରବରାହ ନେଇ ରହୁଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ପଚାରିବାରେ ସେକ୍ସନ ଅଧୀନ କଷ୍ଟମର କେୟାର ସେଣ୍ଟର ଦାୟିତ୍ୱରେ ଥିବା କର୍ମଚାରୀ ପୀତାମ୍ବର ମଲିକ କହିଛନ୍ତି, ବିଭିନ୍ନ ସମୟରେ ତାର ଜଳିଯାଉଛି, ଛିଣ୍ଡିଯାଉଛି ଓ କାର୍ବନ ହୋଇଯାଉଛି। ଯେଉଁଥିପାଇଁ ବାରମ୍ବାର ବିଦ୍ୟୁତ୍‌ କାଟ ହେଉଛି। ଅନ୍ୟପକ୍ଷରେ ଏ ସବୁ ସମସ୍ୟା ସମାଧାନ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଉପଭୋକ୍ତାଙ୍କ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri