୧୦୦୦ ପୁଅରେ ୮୯୮ ଝିଅ ଜନ୍ମ

ଯାଜପୁର ଅଫିସ,୩ା୬: ଯାଜପୁର ଜିଲାରେ ପୁଅଙ୍କ ତୁଳନାରେ ଝିଅ ଜନ୍ମ ଅନୁପାତ ହ୍ରାସ ଉଦବେଗଜନକ ହୋଇଛି। ୨୦୧୫-୧୬ ବର୍ଷରେ ଯାଜପୁର ଜିଲାରେ ୧୦୦୦ ପୁଅ ତୁଳନାରେ ଝିଅ ଜନ୍ମହାର ୭୨୫ ରହିିଥିଲା। ଏହି ସମୟରେ ଭାରତରେ ୯୨୯ ଏବଂ ଓଡିଶାରେ ୯୩୨ ରହିଥିଲା। ତେବେ ୨୦୧୯-୨୧ ବର୍ଷରେ ଝିଅ ଜନ୍ମହାର ଜିଲାରେ ୮୯୮ ରହିଥିବାବେଳେ ଭାରତରେ ୯୨୯ ଓ ଓଡିଶାରେ ୮୯୪ ରହିଛି। ଏହା ତଥ୍ୟାଭିଜ୍ଞ ମହଲରେ ଆଲୋଡନ ସୃଷ୍ଟି କରିଛି। ଅନ୍ୟପକ୍ଷେ ୨୦୦୧ ଜନଗଣନା ରିପୋର୍ଟରେ ଜିଲାରେ ୯୩୭ ଝିଅ ଜନ୍ମ ହୋଇଥିବାବେଳେ ଭାରତରେ ୯୨୭ ଓ ଓଡ଼ିଶାରେ ୯୫୩ ଜନ୍ମ ନେଇଥିଲେ। ୨୦୧୧ ବର୍ଷରେ ଜିଲାରେ ୯୨୬ ସ୍ଥଳେ ଭାରତରେ ୯୧୯ ଓ ଓଡ଼ିଶାରେ ୯୪୧ ରହିଥିଲେ। ଅର୍ଥାତ୍‌ ଏହି ୧୦ ବର୍ଷରେ ଯାଜପୁର ଜିଲାରେ ଝିଅ ଜନ୍ମହାର ୨୮ ହ୍ରାସ ପାଇଛି। ଛତୁ ଫୁଟିଲା ଭଳି ଅଲଟ୍ରାସାଉଣ୍ଡ କେନ୍ଦ୍ର ଖୋଲିବା ଏବଂ ଲିଙ୍ଗ ନିରୁପଣ ଘଟଣା ବୃଦ୍ଧି ଏହାର ପ୍ରମୁଖ କାରଣ ବୋଲି ସାଧାରଣରେ ମତପ୍ରକାଶ ପାଉଛି।
ଜିଲା ସଦର ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ମେଶିନ ଥାଇ ସୁଦ୍ଧା ତାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ନ କରି ବେସରକାରୀ କେନ୍ଦ୍ରଗୁଡିକୁ ପରୋକ୍ଷରେ ପ୍ରୋସତ୍ାହନ ଯୋଗାଇ ଦିଆଯାଉଛି। ଜିଲା ପ୍ରଶାସନ ପକ୍ଷରୁ ପିଏନ୍‌ଡିଟି(ବେଆଇନ ଲିଙ୍ଗ ନିରୂପଣ ଆଇନ) ପରାମର୍ଶଦାତା କମିଟିରେ ଏହାର ନିରାକରଣ ପାଇଁ ପ୍ରସ୍ତୁତି ବୈଠକ ହେଉଥିଲେ ହେଁ କିଛି ସୁଫଳ ମିଳି ପାରି ନ ଥିବାରୁ ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି ମତପ୍ରକାଶ ପାଇଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉଚ୍ଚତର ଚିକିସତ୍ା ସହ ଗର୍ଭବତୀ ଓ ପ୍ରସୂତି ମହିଳା ମୃତ୍ୟୁହାର କମାଇବା ଉଦ୍ଦେଶ୍ୟରେ ଜିଲାର ବିଭିନ୍ନ ଡାକ୍ତରଖାନାକୁ ଯୋଗାଉଥିବା ମେଶିନ ରୋଗୀସେବାରେ ଉପଯୁକ୍ତ ଭାବେ ବ୍ୟବହୃତ ହେଉନାହିଁ। ଜିଲାର ଯାଜପୁର ଟାଉନ, ଯାଜପୁର ରୋଡ, କାଳିଆପାଣି, ସୁକିନ୍ଦା, ଜାରକା ଆଦି ସ୍ଥାନରେ ପ୍ରାୟ ୨୭ଟି ବେସରକାରୀ ଅଲଟ୍ରାସାଉଣ୍ଡ ପରୀକ୍ଷା କରିବା ପାଇଁ ଅନୁମତି ଦିଆଯାଇଛି। ପ୍ରତି ଅଲଟ୍ରାସାଉଣ୍ଡ କେନ୍ଦ୍ରରେ ଜଣେ ଲେଖାଏଁ ରେଡିଓଲୋଜି କିମ୍ବା ସୋନୋଗ୍ରାଫର ରହିବାକୁ ନିୟମ ରହିଛି। ମାତ୍ର ଜିଲାର କେତେକ ବେସରକାରୀ ଅଲଟ୍ରାସାଉଣ୍ଡ କେନ୍ଦ୍ରରେ ଉକ୍ତ ନିୟମ ପାଳନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏହି କେନ୍ଦ୍ରଗୁଡିକରେ ରେଡିଓଲୋଜିଷ୍ଟ କିମ୍ବା ସୋନୋଗ୍ରାଫର ନିଯୁକ୍ତି କରା ନ ଯାଇ ଅନଭିଜ୍ଞ ତଥା ଅଣକୁଶଳୀ ଲୋକଙ୍କ ଦ୍ୱାରା ଅଲଟ୍ରାସାଉଣ୍ଡ କରାଯାଉଛି। ଫଳରେ ଅଧିକାଂଶ ସମୟରେ ରୋଗୀଙ୍କୁ ତ୍ରୁଟିପୂର୍ଣ୍ଣ ରିପୋର୍ଟ ମିଳୁଥିବା ଅଭିଯୋଗ ହୋଇଛି। ଏହି କେନ୍ଦ୍ରଗୁଡିକ ସେବା ବଦଳରେ ବ୍ୟବସାୟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅଲଟ୍ରାସାଉଣ୍ଡ ପରୀକ୍ଷାରେ ଜଣେ ରୋଗୀଙ୍କଠାରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି। ଏହି ସବୁର ତଦନ୍ତ କରିବା ପାଇଁ ଜିଲାରେ ଜିଲା ପରାମର୍ଶ କମିଟି (ଡିଏସି) ଗଠନ କରାଯାଇଛି। ଗଠିତ କମିଟି ପକ୍ଷରୁ ଅଲଟ୍ରାସାଉଣ୍ଡ କେନ୍ଦ୍ରଗୁଡିକୁ ତଦନ୍ତ କରାଯାଉଛି ସତ ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଫଳରେ ସେହି କେନ୍ଦ୍ରଗୁଡିକରେ ଲିଙ୍ଗ ନିରୂପଣ କରି ଅବାଧରେ ଗର୍ଭପାତ ଓ କନ୍ୟାଭୃଣ ହତ୍ୟା କରୁଥିବା ଅଭିଯୋଗ ହୋଇଛି। ଯାଜପୁରଟାଉନ ଓ ଯାଜପୁର ରୋଡରେ ଥିବା କେନ୍ଦ୍ରଗୁଡିକରେ ଏଭଳି ବ୍ୟବସାୟ ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଜିଣାପଡିଛି। ଏପରି କି ଜିଲା ତଥା ଜିଲା ବାହାରୁ ଲୋକେ ଆସି ଏଠାରେ ଲିଙ୍ଗ ନିରୂପଣ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏଥିଯୋଗୁ ଜିଲାରେ ଝିଅ ଜନ୍ମହାର ହ୍ରାସ ବର୍ଷକୁ ବର୍ଷ ଜଟିଳ ହେବାରେ ଲାଗିଛି। ଅଲଟ୍ରାସାଉଣ୍ଡ ମେଶିନ ଗର୍ଭବତୀଙ୍କ ଗର୍ଭାଶୟର ପରିସ୍ଥିତି ଓ ଗର୍ଭାଶୟରେ ଥିବା ଶିଶୁର ଅବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ରାଜ୍ୟ ସରକାର ମାଗଣାରେ ଗର୍ଭବତୀଙ୍କ ଅଲଟ୍ରାସାଉଣ୍ଡ କରି ପରୀକ୍ଷା ରିପୋର୍ଟ ଦେବାକୁ କଡା ନିର୍ଦ୍ଦେଶ ଜାରି କରିଛନ୍ତି। କିନ୍ତୁ ବିଭାଗୀୟ ଅବହେଳା କାରଣରୁ ଜିଲା ସଦର ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ମେଶିନ ଥାଇ ସୁଦ୍ଧା ଜିଲାବାସୀ ବେସରକାରୀ ମେଶିନରେ ପରୀକ୍ଷା କରାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଜିଲା ସ୍ବାସ୍ଥ୍ୟ ସମିତି, ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଜିଲାରେ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଥିଲେ ମଧ୍ୟ ଏଭଳି ପ୍ରମୁଖ ସମସ୍ୟା ସମାଧାନ ପ୍ରତି କାହାର ତପତ୍ରତା ପ୍ରକାଶ ପାଉନାହିଁ ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?