Home

ସେତୁ ନାହିଁ: ୧୫ କି.ମି. ବୁଲୁଛନ୍ତି ୨୫ ଗ୍ରାମବାସୀ

କେନ୍ଦ୍ରାପଡ଼ା ଅଫିସ, ୨୪ା୬: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ହଂସୁଆ ନଦୀର ତନ୍ତିଆପାଳଠାରେ ଥିବା ପୋଲ ୨୦୧୪ ମାର୍ଚ୍ଚ ୩ରେ ଭୁଶୁଡି ପଡିଥିଲା। ସେହିବର୍ଷ ଜୁଲାଇରେ ଟେଣ୍ଡର ହୋଇ ସେତୁ ନିର୍ମାଣ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଏହି ନିର୍ମାଣ ଆରମ୍ଭକୁ ୮ବର୍ଷ…

ଅସରାଏ ବର୍ଷାରେ ତାରପୁର ବାଇପାସ ରାସ୍ତା ବେହାଲ

ରଘୁନାଥପୁର,୨୪ା୬(ଡି.ଏନ୍‌.ଏ.): ଅସରାଏ ବର୍ଷାରେ ରଘୁନାଥପୁର ବ୍ଲକ ତାରପୁର ବାଇପାସ ରାସ୍ତାର ଅବସ୍ଥା ବେହାଲ ହୋଇଯାଉଛି। କିଛି ବ୍ୟବସାୟୀ ସରକାରୀ ଜମିକୁ ମାଡିବସି ଜଳ ନିଷ୍କାସନ ପଥକୁ ସଙ୍କୁଚିତ କରିଦେଇଥିବାରୁ, ଆବଶ୍ୟକ ସମୟରେ ବର୍ଷାଜଳ ନିଷ୍କାସିତ ହୋଇପାରୁ ନାହିଁ। ଫଳରେ କୃତ୍ରିମ ବନ୍ୟା…

‘ଅଗ୍ନିପଥ‘ ଯୋଜନାକୁ ବିରୋଧ ସତ୍ତ୍ୱେ ବାୟୁସେନାରେ ଚୟନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୨୪ ।୬: କେନ୍ଦ୍ର ସରକାରଙ୍କ ଦ୍ୱାରା ସେନା ଭର୍ତ୍ତି ପ୍ରକ୍ରିୟାକୁ ନେଇ ଆସିଥିବା ଅଗ୍ନିପଥ ଯୋଜନାକୁ ବିରୋଧ କରାଯିବା ପରେ ବି ଶୁକ୍ରବାରଠାରୁ ବାୟୁସେନାରେ ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପୂର୍ବରୁ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଥିଲା କି…

୪ ବର୍ଷ ପରେବି ପୂରଣ ହେଉନି ପ୍ରତିଶ୍ରୁତି

ଜଗତ୍‌ସିଂହପୁର ଅଫିସ, ୨୪ା୬: ରାଜ୍ୟର ୨୦ଟି ଜିଲାରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ହେବ ବୋଲି ପାଖାପାଖି ୪ ବର୍ଷ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ତାଲିକାରୁ ଜଗତ୍‌ସିଂହପୁର ଜିଲା ବାଦ୍‌ ପଡ଼ିଥିଲା। ସେଥିପାଇଁ ସେତେବେଳେ ଜିଲାବାସୀଙ୍କ ମଧ୍ୟରେ ତୀବ୍ର…

୫ ବର୍ଷରେ ୪,୫୮୧ ନାମ ପଞ୍ଜୀକରଣ: ନିଯୁକ୍ତି ଶୂନ

ପାରାଦୀପ,୨୪ା୬ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ସହରରେ ଅଛି ୧୫ଟି ବୃହତ୍‌ ଶିଳ୍ପ। ଏହା ବ୍ୟତୀତ ଶତାଧିକ କ୍ଷୁଦ୍ରଶିଳ୍ପ, ଠିକା ସଂସ୍ଥା, ପାରାଦୀପ ବନ୍ଦର, ଭାରତୀୟ ତୈଳ ନିଗମର ତୈଳ ବିଶୋଧନାଗାର ଆଦି ରହିଛି। କିନ୍ତୁ ନିଯୁକ୍ତି ସୁଯୋଗ ପାରାଦୀପରେ…

୯ରୁ ୨ଟା ଯାଏ ଖୋଲିବ ଅଙ୍ଗନଓ୍ବାଡ଼ି କେନ୍ଦ୍ର

ଭୁବନେଶ୍ୱର,୨୪ା୬(ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସ୍ବାଭାବିକ ଭାବେ ଜୁନ୍‌ ୨୭ରୁ ମାର୍ଚ୍ଚ ୩୧ ମଧ୍ୟରେ ସକାଳ ୯ଟାରୁ ମଧ୍ୟାହ୍ନ ୨ଟା ଯାଏ ଖୋଲା ରହିବ। ସେହିପରି ଏପ୍ରିଲ ପହିଲାରୁ ଜୁନ୍‌ ୨୬ ତାରିଖ ମଧ୍ୟରେ ସକାଳ ୬ଟାରୁ ୧୧ଟା…

୩୭ ବିଧାୟକଙ୍କ ସମର୍ଥନ ସହ ଉପବାଚସ୍ପତିଙ୍କୁ ଚିଠି ଲେଖିଲେ ସିନ୍ଦେ

ମୁମ୍ବାଇ,୨୪।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଶିବସେନାର ବିଦ୍ରୋହୀ ବିଧାୟକଙ୍କ ଯୋଗୁ ମହା ବିକାଶ ଅଘାଡ଼ି ସରକାର ଉପରେ ସଙ୍କଟ ଦେଖାଦେଇଛି। ୩୭ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କୁ ସେମାନଙ୍କର ନେତା ଭାବରେ ଗ୍ରହଣ କରିଛନ୍ତି। ନିଜକୁ ବିଧାନସଭା ଦଳର…

ରାଜପଥ ସଂଯୋଗୀକରଣ ରାସ୍ତାକୁ ଅଣଦେଖା

ରସୁଲପୁର,୨୪ା୬(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୧୬ନଂ. ଜାତୀୟ ରାଜପଥର ବିଲିପଡ଼ା ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉକ୍ତ ରାସ୍ତା ମରାମତି କରାଯାଉ ନ ଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗାଁରୁ ରାଜପଥକୁ ଯିବା ପାଇଁ ଉକ୍ତ ରାସ୍ତା…

ବିଦ୍ୟାଳୟ ରୂପାନ୍ତରଣରେ ଅନିୟମିତତା

ଚଣ୍ଡିଖୋଲ,୨୪ା୬ (ଡିଏନଏ): ବଡଚଣା ବ୍ଲକରେ ୫-ଟି ଯୋଜନାରେ ହୋଇଥିବା ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏ ନେଇ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସୁଦୀପ ସାମଲ ଗୁରୁବାର ଏକ ଖବରଦାତା…

ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା: ୭ ଦିନ ପାଇଁ ୭୦ ହୋଟେଲ୍‌ ରୁମ୍‌ ବୁକ୍‌, ଖର୍ଚ୍ଚ ୫୬ ଲକ୍ଷ ଟଙ୍କା

ଗୁଆହାଟୀ,୨୪।୬: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ଉପରେ ସଙ୍କଟର କଳା ବାଦଲ ଛାଇ ଯାଇଛି। ଶିବସେନାର ବରିଷ୍ଠ ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିଦ୍ରୋହ ଯୋଗୁ ମହାରାଷ୍ଟ୍ର ସରକାର ଏକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ପାଖରେ ୪୦ରୁ ଅଧିକ…

ଏସ୍‌ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଏନ୍‌ଏଚ୍‌ଆର୍‌ସି

ଯାଜପୁର ଅଫିସ,୨୪ା୬: ଯାଜପୁର ଜିଲା ଅନ୍ତର୍ଗତ ଧର୍ମଶାଳା, ବାଲିଚନ୍ଦ୍ରପୁର, ବୈରୀ ଓ ବଡ଼ଚଣା ଥାନା ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କ ଜାମିନ ଆବେଦନ ପାଇଁ ନିର୍ଦ୍ଦିଷ୍ଟ କେତେକ ଓକିଲଙ୍କୁ ସୁପାରିଶ କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆରସି)ରେ ମାମଲା ରୁଜୁ…

ଦାନ୍ତ ପାଇଁ ହାତୀ ଶିକାର: ଡିଏଫ୍‌ଓ

ସମ୍ବଲପୁର,୨୪ା୬(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ଅନ୍ତର୍ଗତ ସାପଲହରା ଗ୍ରାମ ପୋଖରୀରେ ୬ଦିନ ମୃତ୍ୟୁ ସହ ସଂଗ୍ରାମ ପରେ ଚିକିତ୍ସାଧୀନ ଅବସ୍ଥାରେ ଗତ ମଙ୍ଗଳବାର ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଦନ୍ତାକୁ ଗୁଳିକରି ଶିକାର କରାଯାଇଥିବା ସ୍ପଷ୍ଟ ହୋଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?