ସେତୁ ନାହିଁ: ୧୫ କି.ମି. ବୁଲୁଛନ୍ତି ୨୫ ଗ୍ରାମବାସୀ

କେନ୍ଦ୍ରାପଡ଼ା ଅଫିସ, ୨୪ା୬: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ହଂସୁଆ ନଦୀର ତନ୍ତିଆପାଳଠାରେ ଥିବା ପୋଲ ୨୦୧୪ ମାର୍ଚ୍ଚ ୩ରେ ଭୁଶୁଡି ପଡିଥିଲା। ସେହିବର୍ଷ ଜୁଲାଇରେ ଟେଣ୍ଡର ହୋଇ ସେତୁ ନିର୍ମାଣ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଏହି ନିର୍ମାଣ ଆରମ୍ଭକୁ ୮ବର୍ଷ ବିତିଛି। ତେବେ ସେତୁ ନିର୍ମାଣ ଅଦ୍ୟାବଧି ସରିନାହିଁ। ଫଳରେ ଭିତରକନିକା ପର୍ଯ୍ୟଟକ ଗହୀରମଥା ଅଞ୍ଚଳକୁ ଯାଉ ନ ଥିବା ବେଳେ ଆଖପାଖର ୨୫ ଗ୍ରାମବାସୀ ଏହି ସେତୁ ପାଇଁ ପ୍ରାୟ ୧୫ କିଲୋମିଟର ବୁଲି ଯାଉଛନ୍ତି। ତୁରନ୍ତ ଏହି ସେତୁ ନିର୍ମାଣ ସାରିବାକୁ ଗହୀରମଥା କଇଁଛ ସଂରକ୍ଷଣ ସମିତି ପକ୍ଷରୁ ଦାବି ହୋଇଛି। ଏ ନେଇ ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଗୁରୁବାର ପ୍ରଦାନ କରାଯାଇଛି।
ମହାକାଳପଡ଼ା ବ୍ଲକସ୍ଥ ମରିଚାପଲ୍ଲୀ ଗ୍ରାମର ସାମାଜିକ କର୍ମୀ ପ୍ରମିଳା ମଲ୍ଲିକ କହିଛନ୍ତି, କୁମ୍ଭୀର ଆତଯାତ କରୁଥିବା ହଂସୁଆ ନଦୀ ଉପରେ ୧୦୦ ଫୁଟର ଲୁହା ପୋଲ ୪୨ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା। ପୋଲ ନିର୍ମାଣ ଫଳରେ ରାଜନଗର ଓ ମହାକାଳପଡ଼ା ବ୍ଲକ ମଧ୍ୟରେ ଯୋଗାଯୋଗ ସମ୍ଭବ ହେଉଥିଲା। ୮ ବର୍ଷ ପୂର୍ବେ ଏକ ପଥର ବୋଝେଇ ଟ୍ରକ ଯାଉଥିବା ବେଳେ ପୋଲଟି ଭୁଶୁଡି ପଡିଥିଲା। ଲୁହା ପୋଲର ରକ୍ଷଣାବେକ୍ଷଣ ନ ଥିବାରୁ କଳଙ୍କି ଲାଗି ଭାଙ୍ଗି ପଡିଥିବା ଜଣାପଡିଥିଲା। ଏହି ଘଟଣାରେ କୌଣସି ଲୋକ ମୃତାହତ ହୋଇ ନ ଥିବା ବେଳେ ଲୋକଙ୍କ ଯାତାୟାତ ପଥ ବନ୍ଦ ହୋଇଯାଇଛି। ସମିତି ସମ୍ପାଦକ ହେମନ୍ତ କୁମାର ରାଉତ କହିଛନ୍ତି, ଏହି ପୋଲ ଭିତରକନିକା ଓ ଗହୀରମଥାର ସଂଯୋଗୀ ରାସ୍ତା ଥିଲା। ଭିତରକନିକାକୁ ଆସୁଥିବା ପର୍ଯ୍ୟଟକ ଗହୀରମଥା ଅଞ୍ଚଳର ବରୁଣେଇ ଦ୍ୱୀପ, ହେନ୍ତାଳ ବଣ, ଅଗରନାସୀ, ଗହୀରମଥାର ଅନ୍ୟ କଇଁଛ ପ୍ରଜନନ ସ୍ଥଳ ବୁଲି ଦେଖୁଥିଲେ। ପୋଲ ଭାଙ୍ଗିବା ପରେ ପର୍ଯ୍ୟଟକ ଗହୀରମଥା ଅଞ୍ଚଳକୁ ଆସିବା ବନ୍ଦ କରି ଦେଇଛନ୍ତି। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଦେଖିବାରୁ ପର୍ଯ୍ୟଟକ ବଞ୍ଚତ୍ତ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ବିଗିଡି ଯାଇଛି। ପୂର୍ବତନ ସରପଞ୍ଚ ଦିଲୀପ ରାଉତ କହିଛନ୍ତି, ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପ୍ରଭାବିତ କରିଛି। ସୁନୀତି, ଜମ୍ବୁ, ଗୋଗୁଆ, ବିଜୟନଗର, କୋଇଲିପୁର ଆଦି ପଞ୍ଚାୟତର ୨୫ଟି ଗ୍ରାମର ଲକ୍ଷାଧିକ ଅଧିବାସୀଙ୍କୁ କଟକ-ରାଜନଗର ରାସ୍ତା ଛୁଇଁବାକୁ ଅନ୍ୟୁନ ୧୫ କି.ମି. ବୁଲିବାକୁ ପଡୁଛି। ପୁରୁଣା ପୋଲରେ ଲୁହା କଳଙ୍କି ଲାଗି ନଷ୍ଟ ହେଉଥିବା ଘଟଣା ବିଭାଗୀୟ ଅଧିକାରୀଙ୍କୁ ତତ୍କାଳୀନ ସମୟରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାସତ୍ତ୍ୱେ ବିଭାଗୀୟ ଅବହେଳା ପାଇଁ ପୋଲଟି ଭୁଶୁଡି ପଡିଲା। ସେହିପରି ନୂତନ ନିର୍ମାଣାଧୀନ ସେତୁ ଦୀର୍ଘ ୮ ବର୍ଷ ଧରି ଚାଲିଛି। ଏବେ ଏହି ନଦୀ ପାର ପାଇଁ ସରୁ ପାଦଚଲା କାଠ ପୋଲ ନିର୍ମାଣ ହୋଇଛି। ଏଥିରେ ଏକ ବାଇକ୍‌ ନେବା ମଧ୍ୟ ବିପଦପୂର୍ଣ୍ଣ ହୋଇଛି। ତୁରନ୍ତ ପୋଲ ନିର୍ମାଣ ସାରିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଅଧିକାରୀ ରାଜେଶ କୁମାର ପ୍ରଧାନଙ୍କୁ ପଚାରିବାରେ ଏଠାରେ ନୂତନ କଂକ୍ରିଟ ପୋଲ ନିର୍ମାଣାଧୀନ ଅଛି। ଖୁବ୍‌ଶୀଘ୍ର ଏହି ସେତୁ ନିର୍ମାଣ ଶେଷ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri