ଅଗ୍ନିପଥ ଯୋଜନାକୁ ବିରୋଧ କରି ବିହାରରେ ହିଂସା, ବସ୍, ଟ୍ରକରେ ଲଗାଇଲେ ନିଆଁ
ପାଟନା,୧୮ ।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ହେଲେ ବିହାରରେ ଏହା ଉଗ୍ରରୂପ ଧାରଣ କରିଛି । ଲଗାତାର ତୃତୀୟ ଦିନରେ ପ୍ରଦର୍ଶନକାରୀମାନେ ବସ୍ ଓ ଟ୍ରକ୍ରେ ନିଆଁ ଲଗାଇ…
ଫିଲ୍ମ ହେବ ରାହୁଲ ରେସ୍କ୍ୟୁ ଅପରେଶନ
ରାୟପୁର, ୧୮ା୬: ବୋର୍ଓ୍ବେଲରେ ଖସିପଡ଼ିଥିବା ଛତିଶଗଡ଼ର ୧୧ ବର୍ଷୀୟ ବାଳକ ରାହୁଲ ସାହୁଙ୍କ ଉଦ୍ଧାର କାର୍ଯ୍ୟ ନେଇ ଏକ ଡକ୍ୟୁମେଣ୍ଟାରି ଫିଲ୍ମ ତିଆରି ହେବା ନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି। ରେସ୍କ୍ୟୁ ଅପରେଶନରେ ସାମିଲ ଥିବା ପ୍ରତ୍ୟେକ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ…
ମକ୍କିଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ: ଚାଇନାର ବିରୋଧ
ଜାତିସଂଘ,୧୮ା୬: ପାକିସ୍ତାନର ଶୀର୍ଷ ଲଶ୍କର-ଇ-ତୋଇବା ନେତା ଅବଦୁଲ ରେହମନ ମକ୍କିଙ୍କୁ ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିବା ପାଇଁ ଭାରତ ଓ ଆମେରିକା ପକ୍ଷରୁ ଦିଆଯାଇଥିବା ମିଳିତ ପ୍ରସ୍ତାବକୁ ଚାଇନା ବିରୋଧ କରିଛି। ଜାତିସଂଘ ସୁରକ୍ଷା ପରିଷଦର…
ଆସେଞ୍ଜଙ୍କ ପ୍ରତ୍ୟର୍ପଣକୁ ବ୍ରିଟେନର ମଞ୍ଜୁରୀ
ଲଣ୍ଡନ,୧୮ା୬: ଓ୍ବିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ କରିବା ପ୍ରସ୍ତାବକୁ ବ୍ରିଟିଶ ସରକାର ଅନୁମୋଦନ କରିଛନ୍ତି। ସେ ଆମେରିକାରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ବିଚାରର ସମ୍ମୁଖୀନ ହେବେ। ପ୍ରତ୍ୟର୍ପଣ ନିର୍ଦ୍ଦେଶନାମାରେ ବ୍ରିଟିଶ ଗୃହ ସଚିବ ପ୍ରୀତି ପଟେଲ ଶୁକ୍ରବାର ସ୍ବାକ୍ଷର…
ତୈଳ ସଙ୍କଟ: ଶ୍ରୀଲଙ୍କାରେ ୨ ସପ୍ତାହ ସ୍କୁଲ ବନ୍ଦ
କଲମ୍ବୋ,୧୮ା୬: ତେଲ ଆମଦାନି ପାଇଁ ଶ୍ରୀଲଙ୍କା ସରକାରଙ୍କ ପାଖରେ ବିଦେଶୀ ମୁଦ୍ରା ନ ଥିବାରୁ ଦୁଇ ସପ୍ତାହ ପାଇଁ ସ୍କୁଲ୍ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଶୁକ୍ରବାର ଘୋଷଣା କରାଯାଇଛି। ପେଟ୍ରୋଲ ଓ ଡିଜେଲର ଘୋର ଅଭାବ ଦେଖାଦେଇଥିବାବେଳେ ସୋମବାରଠାରୁ…
ଅଗ୍ନିପଥ ଯୋଜନା ପ୍ରତ୍ୟାହାର କର: ସିପିଆଇ(ଏମ୍)
ଭୁବନେଶ୍ୱର, ୧୮ା୬(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଅଗ୍ନିପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସିପିଆଇ (ଏମ୍) ପକ୍ଷରୁ ଦାବି କରାଯାଇଛି। ବୃତ୍ତିଗତ ସେନା ଠିକାଭିତ୍ତିରେ ୪ବର୍ଷ ଲାଗି ନିଯୁକ୍ତି ଦେବା ନିଷ୍ପତ୍ତି ଗ୍ରହଣଯୋଗ୍ୟ ନୁହେଁ। ଏହାଦ୍ୱାରା ପେନସନ ଅର୍ଥକୁ…
ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଦେଇ ନ ପାରିଲେ ପ୍ରଧାନମନ୍ତ୍ରୀ ଦେବ କିପରି: ଶିବସେନା
ମୁମ୍ବାଇ,୧୮ା୬: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲାଗି ବିରୋଧୀ ଦଳ ଯଦି ମିଳିତ ପ୍ରାର୍ଥୀ ଦେବାରେ ଅସମର୍ଥ ହୁଏ ତେବେ ୨୦୨୪ ସାଧାରଣ ନିର୍ବାଚନ ବେଳେ ଉପଯୁକ୍ତ ପ୍ରଧାନମନ୍ତ୍ରୀ ଦେବ କିପରି ବୋଲି ଲୋକେ ପ୍ରଶ୍ନ କରିବେ। ତେଣୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ…
ରାଜ୍ୟବ୍ୟାପୀ ଆନ୍ଦୋଳନ କଲା କଂଗ୍ରେସ
ଭୁବନେଶ୍ୱର,୧୮ା୬(ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ କରାଯାଉଥିବା ଜେରାକୁ ନେଇ ଦେଶବ୍ୟାପୀ ବିରୋଧର ସ୍ବର ତେଜିବାରେ ଲାଗିଛି। ସମାନଭାବେ ଓଡ଼ିଶାରେ ମଧ୍ୟ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ କେନ୍ଦ୍ର ସରକାରଙ୍କ ଏଭଳି କାର୍ଯ୍ୟକଳାପକୁ ଜୋର୍ଦାର ବିରୋଧକରି ପ୍ରତିବାଦ…
ଲୋକ ସଭା ଉପନିର୍ବାଚନ: ଏସ୍ପି ପାଇଁ ଅଗ୍ନିପରୀକ୍ଷା
ଲକ୍ଷ୍ନୌ,୧୮ା୬(ଆଇଏଏନ୍ଏସ୍): ଉତ୍ତରପ୍ରଦେଶର ରାମପୁର ଏବଂ ଆଜମଗଡ଼ ଲୋକ ସଭା ଆସନ ଲାଗି ହେବାକୁ ଯାଉଥିବା ଉପନିର୍ବାଚନ ବିରୋଧୀ ଦଳ ସମାଜବାଦୀ ପାର୍ଟି (ଏସ୍ପି) ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି। ଉଭୟ ଆସନ ଏସ୍ପି ଦଖଲରେ ଥିଲା। ଦଳକୁ ଦୁଇ ନମ୍ବର ସ୍ଥାନ…
ଭାରତରେ ୫୦ ଲକ୍ଷ ବିସ୍ଥାପିତ
ଜାତିସଂଘ,୧୮ା୬(ପି.ଟି.): ଗତବର୍ଷ ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ କାରଣରୁ ଭାରତରେ ପାଖାପାଖି ୫୦ ଲକ୍ଷ ଲୋକ ବିସ୍ଥାପିତ ହୋଇଥିବା ଜାତିସଂଘ ରିପୋର୍ଟରେ କୁହାଯାଇଛି। ଜାତିସଂଘ ଶରଣାର୍ଥୀ ସଂସ୍ଥା (ୟୁଏନ୍ଏଚ୍ସିଆର୍) ଦ୍ୱାରା ପ୍ରକାଶିତ ଗ୍ଲୋବାଲ ଟ୍ରେଣ୍ଡ୍ସ ରିପୋର୍ଟ ଅନୁୟାୟୀ ଗତବର୍ଷ ହିଂସା, ମାନବାଧିକାର…
୭ ବର୍ଷର ବାଳକ ନାଁରେ ହତ୍ୟା ମାମଲା
ଜୟପୁର,୧୮ା୬: ରାଜସ୍ଥାନ କୋଟାରେ ଜଣେ ୧୪ ବର୍ଷୀୟ ବାଳକଙ୍କ ମୃତ୍ୟୁ ନେଇ ଆଉଜଣେ ୭ ବର୍ଷୀୟ ନାବାଳକଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ବାଳକଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇ ନାହିଁ। ତେବେ ତାଙ୍କ ଠିକ୍ ବୟସ ଜାଣିବା ପାଇଁ ଏକ…
ଇୟୁ ସଦସ୍ୟ ହେବ ୟୁକ୍ରେନ୍
ଲଣ୍ଡନ,୧୮ା୬: ୟୁକ୍ରେନ୍କୁ ୟୁରୋପୀୟ ୟୁନିୟନର ସଦସ୍ୟତା ପ୍ରଦାନ ଲାଗି ଏହାର କାର୍ଯ୍ୟନିର୍ବାହୀ ସଂଗଠନ ଶୁକ୍ରବାର ସୁପାରିସ କରିଛି। ରୁଷିଆ ଆକ୍ରମଣର ସମ୍ମୁଖୀନ ହୋଇଥିବା ୟୁକ୍ରେନ୍ ୨୭ ରାଷ୍ଟ୍ରବିଶିଷ୍ଟ ୟୁରୋପୀୟ ସଂଘରେ ସାମିଲ ହେଲେ ମହାଦେଶରେ ଶାନ୍ତି ରକ୍ଷା ହୋଇପାରିବ। ତେବେ ୟୁରୋପୀୟ…
Archives


