ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ: ପ୍ରଜ୍ଞା ମିଶ୍ର ରାଜ୍ୟ ଟପ୍ପର

ଭୁବନେଶ୍ୱର,୨୫।୭(ବ୍ୟୁରୋ): କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ (ସିଆଇଏସ୍‌ଇ) ଦ୍ୱାରା ପରିଚାଳିତ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଚଳିତବର୍ଷ ଓଡ଼ିଶାର ପାସ୍‌ ହାର ଅଧିକ ରହିଛି। ଦେଶରେ ପାସ୍‌ ହାର ୯୯.୩୮% ଥିବାବେଳେ ଓଡ଼ିଶାରେ ୯୯.୪୭% ରହିଛି। ଏଥର ବି ଛାତ୍ରୀମାନେ ଆଗରେ ରହିଛନ୍ତି। ୯୯.୫୨% ଛାତ୍ରୀ ଓ ୯୯.୨୬% ଛାତ୍ର ପାସ୍‌ କରିଛନ୍ତି। ୧୮ଜଣ ଛାତ୍ରୀଛାତ୍ର ୯୯.୭୫% ମାର୍କ ରଖି ସର୍ବଭାରତୀୟ ଟପ୍ପର ହୋଇଛନ୍ତି। ସେହିଭଳି ୫୮ଜଣ ଛାତ୍ରୀଛାତ୍ର ୯୯.୫% ସହ ଦ୍ୱିତୀୟ ଏବଂ ଓଡ଼ିଶାର ଛାତ୍ରୀ ପ୍ରଜ୍ଞା ମିଶ୍ରଙ୍କ ସହ ୭୮ଜଣ ଛାତ୍ରୀଛାତ୍ର ୯୯.୨୫% ରଖି ତୃତୀୟ ସ୍ଥାନରେ ରହିଛନ୍ତି। ବ୍ରହ୍ମପୁର ଡି ପଲ୍‌ ସ୍କୁଲ ଛାତ୍ରୀ ପ୍ରଜ୍ଞା ୯୯.୨୫% ସହ ରାଜ୍ୟ ଟପ୍ପର ହୋଇଥିବାବେଳେ ଉକ୍ତ ସ୍କୁଲ ଛାତ୍ରୀ ସୌମ୍ୟା ପଟ୍ଟନାୟକ ଓ ରାଉରକେଲା ଚିନ୍ମୟ ବିଦ୍ୟାଳୟ ଛାତ୍ର ଲଳିତେନ୍ଦୁ ଜଗଜ୍ୟୋତି ମିଶ୍ର ୯୮.୭୫% ରଖି ଦ୍ୱିତୀୟ ଏବଂ ରାଉରକେଲା ସେଣ୍ଟ ଜୋସେଫ କନ୍‌ଭେଣ୍ଟ ସ୍କୁଲ ଛାତ୍ରୀ ସ୍ନେହା ମିଶ୍ର ୯୮.୫୦% ସହ
ରାଜ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି। ଗତବର୍ଷ କରୋନା ପାଇଁ ପରୀକ୍ଷା ହୋଇ ନ ଥିଲା। ଏଥର କରୋନା ସଂକ୍ରମଣ କମିଯାଇଥିବାରୁ ଅଫ୍‌ଲାଇନ ପରୀକ୍ଷା ପାଇଁ କାଉନସିଲ ନିଷ୍ପତ୍ତି ନେଇଥିଲା। ଏପ୍ରିଲ ୬ ରୁ ଜୁନ୍‌ ୧୩ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସାରା ଦେଶରୁ ମୋଟ ୯୬,୯୪୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେହିଭଳି ରାଜ୍ୟରେ ଥିବା ମୋଟ ୨୬ ସ୍କୁଲ୍‌ରୁ ୧,୮୭୧ଜଣ ଛାତ୍ରୀଛାତ୍ର ଦ୍ୱାଦଶ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରେ ୯୨୨ଜଣ ଛାତ୍ରୀ ଓ ୯୪୯ଜଣ ଛାତ୍ର ଥିଲେ। ତେବେ ୧,୮୬୧ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାସ୍‌ ହାର ୯୯.୪୭% ରହିଛି। ଝିଅଙ୍କ ପାସ୍‌ ହାର ୯୯.୬୭% ଓ ପୁଅଙ୍କ ପାସ୍‌ ହାର ୯୯.୨୬% ରହିଛି। ପରୀକ୍ଷା ଦେଇଥିବା ସମସ୍ତ ୧୨୫ଜଣ ଏସ୍‌ସି ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୮୫ଜଣ ଏସ୍‌ଟି ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ପାସ୍‌ ହାର ୯୯.୬୫% ରହିଛି। ସେହିଭଳି ୨୦୭ଜଣ ଅନ୍ୟାନ୍ୟ ପଛୁଆବର୍ଗର ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ ଏବଂ ସମସ୍ତ ପିଲା ପାସ୍‌ ହୋଇଥିବା କାଉନ୍‌ସିଲ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri