Posted inଜାତୀୟ

ରାଷ୍ଟ୍ରପତିଙ୍କ ବିଦାୟୀ ଭାଷଣ: କହିଲେ, ମୁଁ ମୋର ଦାୟିତ୍ୱକୁ ଯଥାସମ୍ଭବ କରିଛି ପୂରଣ

ନୂଆଦିଲ୍ଲୀ,୨୪।୭: ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରବିବାର ଦେଶକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ପାଞ୍ଚ ବର୍ଷ ପୂର୍ବେ ଆଜି ଆପଣ ସମସ୍ତେ ମୋ ଉପରେ ବିଶ୍ୱାସ ରଖିଥିଲେ ଏବଂ ଆପଣଙ୍କର ନିର୍ବାଚିତ ପ୍ରତିନିଧୀଙ୍କ ମାଧ୍ୟମରେ ମୋତେ ଭାରତର ରାଷ୍ଟ୍ରପତି ଭାବରେ ମନୋନୀତ କରିଥିଲେ। ମୁଁ ଆପଣ ସମସ୍ତ ଦେଶବାସୀ ଏବଂ ଆପଣଙ୍କ ଲୋକ ପ୍ରତିନିଧୀମାନଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। ମୋ ପରି ଜଣେ ସାଧାରଣ ପିଲା, ଯିଏ ଝୁମ୍ପୁଡି ଘରେ ରହୁଥିଲେ, ଆମ ଗଣତନ୍ତ୍ର ବିଷୟରେ କୌଣସି ଜ୍ଞାନ କିମ୍ବା ସୂଚନା ପାଇବା କଳ୍ପନା ବାହାରେ ଥିଲା। ସେହି ପିଲା ଦିନେ ରାଇସିନା ହିଲ୍ସରେ ପହଞ୍ଚିବା ସୌଭାଗ୍ୟର କଥା। ଭାରତର ଗଣତନ୍ତ୍ରର ଶକ୍ତି ହେଉଛି, ଏଥିରେ ଥିବା ପ୍ରତ୍ୟେକ ନାଗରିକଙ୍କ ପାଇଁ ରାସ୍ତା ଖୋଲା ଅଛି, ସମସ୍ତେ ଏହି ଦେଶ ନିର୍ମାଣରେ ଅଂଶଗ୍ରହଣ କରିପାରିବେ। କାର୍ଯ୍ୟକାଳ ମଧ୍ୟରେ ପୈତୃକ ଗ୍ରାମ ପରିଦର୍ଶନ କରିବା ଏବଂ କାନପୁର ବିଦ୍ୟାଳୟରେ ବୃଦ୍ଧ ଶିକ୍ଷକଙ୍କ ପାଦ ଛୁଇଁବା ଏବଂ ସେମାନଙ୍କ ଆଶୀର୍ବାଦ ପାଇବା ଜୀବନର ସ୍ମରଣୀୟ ମୂହୁର୍ତ୍ତ ମଧ୍ୟରେ ରହିବ ବୋଲି ରାମ ନାଥ କୋବିନ୍ଦ କହିଛନ୍ତି।
ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ ଆହୁରି ମଧ୍ୟ କହିଛନ୍ତି, ଭାରତ ଭଳି ଦେଶକୁ ଆଗେଇ ନେବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ। ଏହି ଦେଶରେ ତିଳକ, ଗୋଖଲେ, ଭଗତ ସିଂ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ; ଜବାହରଲାଲ ନେହରୁ, ସର୍ଦ୍ଦାର ପଟେଲ ଏବଂ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କଠାରୁ ସରୋଜିନୀ ନାଇଡୁ ଏବଂ କମଳାଦେବୀ ଚଟ୍ଟୋପାଧ୍ୟାୟ ପର୍ଯ୍ୟନ୍ତ ମହାନ ବ୍ୟକ୍ତିତ୍ୱ ରହିଛନ୍ତି। ଏହି ସମସ୍ତ ବ୍ୟକ୍ତିତ୍ୱଙ୍କ ଏକମାତ୍ର ଲକ୍ଷ୍ୟ, ମାନବତା ପାଇଁ ପ୍ରସ୍ତୁତ ରହିବା। ମାନବତା ଇତିହାସରେ ଏପରି ଘଟଣା ପୂର୍ବରୁ କେବେ ଦେଖାଯାଇ ନ ଥିଲା। ଆମର ପୂର୍ବଜ ତଥା ଆମର ଆଧୁନିକ ରାଷ୍ଟ୍ରର ନିର୍ମାଣକାରୀମାନେ ଭ୍ରାତୃତ୍ୱର ଆଦର୍ଶକୁ ହୃଦୟଙ୍ଗମ କରିଛନ୍ତି। ଆମକୁ କେବଳ ସେମାନଙ୍କ ପଦାଙ୍କ ଅନୁସରଣ କରିବାକୁ ପଡିବ ଏବଂ ଆଗକୁ ବଢିବାକୁ ପଡିବ। ମୋର କାର୍ଯ୍ୟକାଳର ପାଞ୍ଚ ବର୍ଷ ମଧ୍ୟରେ, ମୁଁ ମୋର ଦାୟିତ୍ୱକୁ ଯଥାସମ୍ଭବ ପୂରଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri