Posted inଜାତୀୟ

ଆଧାର-ଭୋଟର କାର୍ଡ ଲିଙ୍କ୍‌ ଶୁଣାଣି ଆଜି

ନୂଆଦିଲ୍ଲୀ,୨୫ା୭: ଆଧାର ସହ ଭୋଟର ପରିଚୟପତ୍ରର ସଂଯୋଗ ପାଇଁ ଉଦ୍ଦିଷ୍ଟ ଆଇନକୁ ସୁପ୍ରିମକୋର୍ଟରେ କଂଗ୍ରେସ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି। ବିରୋଧୀ ଦଳର ଯୁକ୍ତି ହେଲା, ଆଧାର-ଭୋଟର କାର୍ଡ ସଂଯୋଗୀକରଣ ନେଇ ଅତି ତରବରିଆ ଭାବେ ବିନା କୌଣସି ବିତର୍କରେ ପାର୍ଲାମେଣ୍ଟରେ ଆଇନ ଗୃହୀତ କରାଯାଇଛି। ଏହାଦ୍ୱାରା ବହୁ ସଂଖ୍ୟକ ଭୋଟର ମତଦାନ ଅଧିକାରରୁ ବଞ୍ଚତ୍ତ ହେବେ। ଏହି ଆଇନକୁ ଅସାମ୍ବିଧାନିକ ତଥା ନାଗରିକଙ୍କ ପ୍ରିଭେସି (ବ୍ୟକ୍ତିଗତ ଅନ୍ତରଙ୍ଗ ତଥ୍ୟ) ଓ ସମାନତା ଅଧିକାର ଉଲ୍ଲଂଘନକାରୀ ଭାବେ ଅଭିହିତ କରି ରଦ୍ଦ ପାଇଁ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟଓ୍ବୋଲା ନିଜ ପିଟିଶନରେ ଦାବି କରିଛନ୍ତି। ସର୍ବୋଚ୍ଚ ଅଦାଲତ ସୋମବାର ଏହାର ଶୁଣାଣି କରିବେ।

ପ୍ରଥମେ ଆଧାର ସହ ନିର୍ବାଚନୀ ତଥ୍ୟ ସଂଯୋଗୀକରଣ ପ୍ରକଳ୍ପକୁ ନିର୍ବାଚନ କମିଶନ (ଇସି) ନିର୍ବାଚନୀ ସଂସ୍କାର ପ୍ରକ୍ରିୟାର ଏକ ଅଂଶବିଶେଷ ଭାବେ ଆରମ୍ଭ କରିଥିଲେ। ଭୋଟର ତାଲିକାରେ ଜାଲିଆତି ରୋକି ତ୍ରୁଟିମୁକ୍ତ କରିବା ଏବଂ ଜଣେ ଭୋଟର ବିଭିନ୍ନ ରାଜ୍ୟରେ ଯେଭଳି ମତଦାନ କରିପାରିବେନାହିଁ ତାହାକୁ ରୋକିବା ଏହାର ଉଦ୍ଦେଶ୍ୟ ବୋଲି ସେତେବେଳେ ଇସିଙ୍କ ପକ୍ଷରୁ କୁହାଯାଇଥିଲା। ପାର୍ଲାମେଣ୍ଟର ଶୀତ ଅଧିବେଶନ ବେଳେ ୨୦୨୧ ଡିସେମ୍ବର ୨୦ରେ କେନ୍ଦ୍ର ସରକାର ନିର୍ବାଚନ ଆଇନ (ସଂଶୋଧନ), ୨୦୨୧ ବିଲ୍‌କୁ ଲୋକ ସଭାରେ ଉପସ୍ଥାପନ କରିଥିଲେ।

ଆଇନମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ପକ୍ଷରୁ ଆଗତ ଉକ୍ତ ବିଧେୟକକୁ ବିଜେଡି ସମେତ କଂଗ୍ରେସ, ଡିଏମ୍‌କେ, ଏନ୍‌ସିପି, ଟିଏମ୍‌ସି, ଓ୍ବାଇଏସ୍‌ଆର୍‌ସିପି, ବିଏସ୍‌ପି, ଶିବସେନା ପ୍ରମୁଖ ବିରୋଧୀ ଦଳଗୁଡ଼ିକ ବିରୋଧ କରିଥିଲେ। ତେବେ ରିଜିଜୁ ଏହାକୁ ନିର୍ବାଚନ ସଂସ୍କାର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ଭୋଟର ପରିଚୟପତ୍ର ସହ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି କହିଥିଲେ। ରାଜ୍ୟ ସଭାରେ ବିଲ୍‌ ଉପରେ ବିତର୍କ ବେଳେ ଟିଏମ୍‌ସି ସଦସ୍ୟ ଡେରେକ୍‌ ଓ’ବ୍ରାଏନ୍‌ ଅଧ୍ୟକ୍ଷଙ୍କ ଆଡ଼କୁ ରୁଲ୍‌ ବୁକ୍‌ ଫିଙ୍ଗି ଗୃହରୁ ନିଲମ୍ବିତ ହୋଇଥିଲେ।

ଉକ୍ତ ବିଲ୍‌କୁ ଧ୍ୱନିମତରେ ମାତ୍ର ୨୪ ମିନିଟ ମଧ୍ୟରେ ଉଭୟ ଗୃହରେ ଯେପରି ଭାବେ ଗୃହୀତ କରାଯାଇଥିଲା, ତାକୁ ନେଇ ସବୁ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିଲେ। ଏନେଇ କଂଗ୍ରେସ ଏମ୍‌ପି ଶଶୀ ଥରୁର କହିଛନ୍ତି, ନାଗରିକତ୍ୱ ନୁହେଁ, ବରଂ ବାସିନ୍ଦା ପ୍ରମାଣପତ୍ର ଭାବେ ଆଧାର ଅଣାଯାଇଥିଲା। କିନ୍ତୁ ସରକାରଙ୍କ ଏହି ଆଇନ ଯୋଗୁ ଜଣେ ଅଣନାଗରିକ ମଧ୍ୟ ମତଦାନ ଅଧିକାର ପାଇପାରିବେ। ସୁପ୍ରିମକୋର୍ଟରେ ରଣଦୀପ ସୂର୍ଯ୍ୟଓ୍ବୋଲାଙ୍କ ପିଟିଶନର ଶୁଣାଣି ସୋମବାର କରାଯିବ। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏ.ଏସ୍‌. ବୋପାନ୍ନାଙ୍କ ଖଣ୍ଡପୀଠ ଏହାର ବିଚାର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri