Home

ଶପଥ ଗ୍ରହଣ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭାଉଜ ଦେଲେ ସ୍ବତନ୍ତ୍ର ଉପହାର

ନୂଆଦିଲ୍ଲୀ,୨୪।୭: ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିବେ। ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ସମୟରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ରହିବେ। ଶପଥ ଗ୍ରହଣ ଦିନ ଦ୍ରୌପଦୀ…

ହାତୀ କଙ୍କାଳ ଠାବ କଲା ଏସ୍‌ଟିଏଫ୍‌ ଟିମ୍‌

ସମ୍ବଲପୁର,୨୪ା୭(ବ୍ୟୁରୋ): ସମ୍ବଲପୁରରେ ଏସ୍‌ଟିଏଫ୍‌ର ୩ ଜଣିଆ ଟିମ୍‌ ଖୋଳତାଡ଼ କରି ହାତୀ କଙ୍କାଳ ଠାବ କରିଛି । ଖବର ଅନୁଯାୟୀ, ସମ୍ବଲପୁର ବନଖଣ୍ଡ ଧମା ଫରେଷ୍ଟ ରେଞ୍ଜ କେଶାପାଲି ପଞ୍ଚାୟତ କୋଲଗାଁ ଜଙ୍ଗଲରେ ହାତୀକୁ ହତ୍ୟା କରି ଜଙ୍ଗଲ ଭିତରେ ଫିଙ୍ଗି…

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ଭୁଶୁଡିଲା କୋଠା, ଫସିରହିଛନ୍ତି ଅନେକ ଲୋକ

ପାଟନା,୨୪।୭: ବିହାରର ଛାପରା ଜିଲାର ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ବିସ୍ଫୋରଣ ଯୋଗୁ ଏକ କୋଠା ଭୁଶୁଡି ପଡିଛି। ଫଳରେ କୋଠା ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।…

ପୁରୁଷ ବନ୍ଧୁଙ୍କ ସହ ଝଗଡ଼ା ପରେ ନଦୀକୁ ଡେଇଁ ପଡ଼ିଲେ ଯୁବତୀ

ସମ୍ବଲପୁର,୨୪ା୭(ବ୍ୟୁରୋ): କୁଚିଣ୍ଡାରେ ରବିବାର ଜଣେ ଯୁବତୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କୁଚିଣ୍ଡାର ସଇଡା ଭେଡେନ ନଦୀକୁ ଯୁବତୀ ଜଣଙ୍କ ଡେଇଁ ପଡ଼ିଛନ୍ତି। ପୁରୁଷ ବନ୍ଧୁଙ୍କ ସହିତ ଝଗଡ଼ା ପରେ ଯୁବତୀ ନଦୀକୁ ଡେଇଁ ପଡ଼ିଥିଲେ । ଗୁରୁତର…

ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଆରମ୍ଭ ପ୍ରଧାନମନ୍ତ୍ରୀ ହେଲେ ସାମିଲ

ନୂଆଦିଲ୍ଲୀ,୨୪ ।୭: ଭାରତୀୟ ଜନତାପାର୍ଟି(ଭାଜପା) ମୁଖ୍ୟମନ୍ତ୍ରୀ ପରିଷଦର ବୈଠକ ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଭାଜପା ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମ।।ନ ଯୋଗ ଦେଇଛନ୍ତି । ଏହି ବୈଠକରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…

ବାପା ହେଲେ କ୍ରୁନାଲ ପାଣ୍ଡ୍ୟା

ମୁମ୍ବାଇ,୨୪।୭: ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ରବିବାର ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ପଙ୍ଖୁରୀ ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। କ୍ରୁନାଲ ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି।…

ଆଜି ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ପୋର୍ଟ ଅଫ ସ୍ପେନ୍‌,୨୪ା୭: ଆଜି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଅନ୍ତର୍ଜାତୀୟ ଦିନିକିଆରେ କଡା ସଂଘର୍ଷପୂର୍ଣ୍ଣ ବିଜୟ ପରେ ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ। ଷ୍ଟାଣ୍ଡଇନ୍‌ କ୍ୟାପଟେନ୍‌ ଶିଖର ଧାଓ୍ବନଙ୍କ…

ନୁପୁର ଶର୍ମାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ

ଭୋପାଳ,୨୪।୭: ମଧ୍ୟପ୍ରଦେଶର ରେୱାଠାରେ ନୁପୁର ଶର୍ମାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଛି। ଯୁବକ ଜଣଙ୍କ ସୋସିଆଲ ମିଡିଆରେ ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଏହି ମାମଲା ରେୱା ଜିଲାର ବୈକୁଣ୍ଠପୁର ପୋଲିସ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ପୋଲିସକର୍ମୀଙ୍କ ଜୀବନ

ହାଇଦ୍ରାବାଦ,୨୪।୭: ଆନ୍ଧ୍ରପ୍ରଦେଶର ଚିତ୍ତୋର ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନିଜଣ ବେଙ୍ଗାଲୁରୁ ପୋଲିସ ମୃତ୍ୟୁବରଣ କରିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଏହି ସମସ୍ତ ପୋଲିସ ଆନ୍ଧ୍ରପ୍ରଦେଶରେ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ସନ୍ଧାନରେ…

ପ୍ରେମରେ ବିଫଳ ହେବାରୁ ଛାତ୍ରୀଙ୍କ ଚୁଟି କାଟିଲେ, ଶୌଚାଳୟରେ କିରୋସିନି ଢାଳି ପୋଡ଼ି ମାରିଦେଲେ

ଖଇରା,୨୪।୭: ବାଲେଶ୍ବର ଜିଲା ଖଇରା ଥାନା କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପୋଡ଼ି ମାରିଦିଆଯାଇଥିବା ଅଭିଯୋଗ ହୋଇଛି। ସେହି ଗ୍ରାମର ଦୟାନିଧି ଜେନା ନାମକ ଯୁବକ ତାଙ୍କୁ ପୋଡି ମାରିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଖଇରା…

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ!

କ୍ୱିଭ୍‌,୨୪ା୭: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୫୧ ଦିନରେ ପହଞ୍ଚିଛି। ଖୁସିର କଥା ହେଉଛି, ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ପ୍ରସଙ୍ଗରେ ଚୁକ୍ତି ହୋଇଛି। ଏହା ଅଧୀନରେ ୟୁକ୍ରେନ କଳା ସାଗର…

ପରଲୋକରେ ପୂର୍ବତନ ଏମ୍‌ପି ସୁବାସ ଚନ୍ଦ୍ର ନାୟକ

କେସିଙ୍ଗା,୨୪।୭(ଡି.ଏନ୍‌.ଏ.): କଳାହାଣ୍ଡିର ପୂର୍ବତନ ଏମ୍‌ପି ସୁବାସ ଚନ୍ଦ୍ର ନାୟକଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ତେବେ ପୁରୀ ସ୍ବର୍ଗଦ୍ୱାରରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ଭବାନୀପାଟଣା ଇରିଗେସନ କଲୋନୀ ସ୍ଥିତ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?