Home

ସମୀର ଓ୍ବାଙ୍ଖେଡେଙ୍କୁ ହତ୍ୟା ଧମକ

ମୁମ୍ବାଇ,୧୯।୮: ମୁମ୍ବାଇର ପୂର୍ବତନ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖେଡେଙ୍କୁ ସୋସିଆଲ ମିଡିଆରେ ଧମକ ଦିଆଯାଇଛି। ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଏହି ଧମକ ଦିଆଯାଇଛି। ଏନେଇ ସମୀର ଗୋରେଗାଓଁ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ସମୀର ପୋଲିସକୁ କହିଛନ୍ତି ଯେ,…

ଆଜିଠାରୁ ଯୁକ୍ତ ଦୁଇ ନାମଲେଖା

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ନାମଲେଖା। ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସମୟ ସକାଳ ୯ରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ୪ଲକ୍ଷ ୪ ହଜାର…

ପରିବେଶ ସୁରକ୍ଷା ପ୍ରତି ବିପଦ ନାହିଁ: ଜିଲାପାଳ

ଯାଜପୁର ଅଫିସ,୧୯ା୮: ଯାଜପୁର ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବ୍ୟାସ ସରୋବରର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ମାମଲା ଉପରେ ଜିଲାପାଳ ସତ୍ୟପାଠ ଦାଖଲ କରିଛନ୍ତି। ୨୦୨ ପୃଷ୍ଠା ବିଶିଷ୍ଟ ଉକ୍ତ ସତ୍ୟପାଠରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ…

ହରଭଙ୍ଗା ବ୍ଲକର ୨୦ଗାଁ ପାଣି ଘେରରେ

ବୌଦ୍ଧ,୧୯।୮(ସ୍ବ.ପ୍ର): ବୌଦ୍ଧ ଜିଲାରେ ବନ୍ୟାସ୍ଥିତି ଧିରେ ଧିରେ ସୁଧୁରୁଛି। ଜିଲାର ହରଭଙ୍ଗା ବ୍ଲକର ୨୦ରୁ ଅଧିକ ଗା୍ରମ ଏବେ ବି ୫ ଦିନ ହେବ ପାଣି ଘେରରେ ରହିଛି। ଫଳରେ ଲୋକମାନେ ଏକ ପ୍ରକାର ବନ୍ଦୀ ଭାବେ ରହିଥିବା ଜଣାପଡିଛି। ବର୍ତ୍ତମାନ…

ସ୍ତ୍ରୀଙ୍କ ସହ ମନୋମାଳିନ୍ୟକୁ ନେଇ ମୁହଁ ଖୋଲିଲେ ଚହଲ

ନୂଆଦିଲ୍ଲୀ, ୧୯।୮: ଭାରତୀୟ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଫାଟକୁ ନେଇ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ ନେଇ ଏକ ବାର୍ତ୍ତା ଦେଇଛନ୍ତି ଚହଲ। ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସ ମାଧ୍ୟମରେ ତାଙ୍କ…

କମିଛି ବର୍ଷା, କମିନି ଦୁର୍ଦ୍ଦଶା

ସମ୍ବଲପୁର,୧୯ା୮(ବ୍ୟୁରୋ):ହୀରାକୁଦ ଜଳଭଣ୍ଡାରରୁ ଗୁରୁବାର ୨୮ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଅନ୍ୟପଟେ ଦିନତମାମ ସମ୍ବଲପୁର ସହରରେ ବର୍ଷା ହୋଇନାହିଁ। ତେଣୁ ତଳି ଅଞ୍ଚଳରେ ପ୍ରଭାବିତମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ହେଲେ ମଧ୍ୟ ସେମାନଙ୍କ ଦୁର୍ଦ୍ଦଶା କମିନାହିଁ। ଅନେକ ଗୃହ…

ଅସରଳାରେ ବଢୁଛି ପକ୍ଷୀ ଶିକାର

ଖୋର୍ଦ୍ଧା ଅଫିସ,୧୯।୮: ବୋଲଗଡ ବ୍ଲକ ଅଧୀନ ଅସରଳା ଗ୍ରାମରେ ଅବାଧରେ ଚାଲିଛି ପକ୍ଷୀ ଶିକାର। ଶିକାରୀମାନେ ସତର୍କତାର ସହ ବିଭିନ୍ନ ଉପାୟରେ ଗଛରେ ଥିବା ପକ୍ଷୀଙ୍କୁ ବନ୍ଧୁକ ମୁନରେ ଶିକାର କରିଚାଲିଛନ୍ତି। ବଡ଼ ବଡ଼ ମାଛ ରଙ୍କା, ବଗ, ବାଦୁଡ଼ି ପ୍ରତିଦିନ…

ମ୍ୟାଚ୍‌ ପୂର୍ବରୁ ଏମିତି କାମ କରି ପ୍ରଶଂସକଙ୍କ ହୃଦୟ ଜିତିଲେ ରାହୁଲ

ହରାରେ,୧୯।୮: ପ୍ରଥମ ଦିନିକିଆରେ ଜିମ୍ବାୱେ ବିପକ୍ଷରେ ୧୦ ଉଇକେଟରେ ବିଜୟ ହାସଲ କରିଛି। କେ.ଏଲ ରାହୁଲଙ୍କ ଅଧିନାୟକତ୍ୱରେ ଭାରତ ଜବରଦସ୍ତ ଖେଳ ପ୍ରଦର୍ଶନ କରି ହରାରେ ଗ୍ରାଉଣ୍ଡରେ ଏକପାଖିଆ ବିଜୟ ହାସଲ କରିଥିଲା। ଭାରତର ବିଜୟର ହିରୋ ବୋଲିଂରେ ଦୀପକ ଚହର,…

ବିଜ୍ଞାନ ଶିକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ର

ଲାଠୋର,୧୯ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ କୌଣସି ସରକାରୀ ଯୁକ୍ତ ୩ ବିଜ୍ଞାନ କଲେଜ ନାହିଁ। ଏଥିଯୋଗୁ ଯୁକ୍ତ ୨ବିଜ୍ଞାନରେ କୃତକାର୍ଯ୍ୟ ହେବା ପରେ ପାଟଣାଗଡ ଓ ଅନ୍ୟାନ୍ୟ ସ୍ଥାନକୁ ଯାଇ ଉଚ୍ଚଶିକ୍ଷା ଲାଭ କରୁଛନ୍ତି। ଯେଉଁମାନଙ୍କର ସମ୍ବଳ ନାହିଁ…

ସବୁଜିମା ହେବ ଝାଙ୍କର, ଖର୍ଡିଆ ଡୁଙ୍ଗୁରି

ଲୋଇସିଂହା,୧୯।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବନ ରେଞ୍ଜ ଆଗଲପୁର ବ୍ଲକ ନଅଗାଁ(ଖ) ଗ୍ରାମର ଟାଙ୍ଗରା ପଡିଥିବା ଝାଙ୍କର ଏବଂ ଖର୍ଡିଆ ଡୁଙ୍ଗୁରି ସବୁଜିମାକୁ ଫେରିବ। ବନ ବିଭାଗ ସହଯୋଗ ଏବଂ ରାମଜୀ ଯୁବକ ସଂଘ ଉଦ୍ୟମକ୍ରମେ ଉକ୍ତ ଟାଙ୍ଗରା ଡୁଙ୍ଗୁରିରେ ଚାରା…

କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୩୮୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଶୁକ୍ରବାର ରାଜ୍ୟରୁ ୩୮୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୪,୪୫୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ…

ରୁଷିଆ ସହ ଶାନ୍ତି ବୁଝାମଣା କରିବାକୁ ମନା କଲେ ୟୁକ୍ରେନ ରାଷ୍ଟ୍ରପତି

କିଭ୍‌,୧୯।୮: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୈନ୍ୟ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ରୁଷିଆ ସହିତ କୌଣସି ଶାନ୍ତି ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି। ଜେଲେନସ୍କି ରୁଷିଆ ସହିତ ଶାନ୍ତି ବୁଝାମଣା କରିବାକୁ ମନା କରି ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?