Home

ବଦଳିବ ଔରଙ୍ଗାବାଦ-ଓସ୍‌ମାନାବାଦର ନାମ

ମୁମ୍ବାଇ,୧୬।୭: ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଏକନାଥ ଶିିନ୍ଦେ ଔରଙ୍ଗାବାଦ ଏବଂ ଓସ୍‌ମାନାବାଦର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି। ମହାରାଷ୍ଟ୍ର କ୍ୟାବିନେଟର ବୈଠକରେ ଔରଙ୍ଗାବାଦର ନାମ ସମ୍ଭାଜିନଗର ଓ ଓସ୍‌ମାନାବାଦକୁ ଧରାଶିଭ ନାମରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ନଭି ମୁମ୍ବାଇ…

୨୯୬ କିଲୋମିଟର ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦଘାଟନ କଲେ ମୋଦି

କାନପୁର,୧୬ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାଲୌନରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦଘାଟନ କରିଛନ୍ତି । ଶନିବାର ସକାଳେ ଏକ ସ୍ୱତନ୍ତ୍ର ବିମାନରେ ମୋଦି କାନପୁର ଏୟାର ପୋର୍ଟରେ ପହଞ୍ଚିବା ପରେ ସେଠାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ…

ନ୍ୟୁଜ ପୋର୍ଟାଲକୁ ବି କରିବାକୁ ପଡିବ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୧୬ ।୭: ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବାକୁ ଏବଂ ଖବରକାଗଜ ସହ ସମାନ କରିବାକୁ କେନ୍ଦ୍ର ସରକାର ଏକ ବିଲ ଆଣିବାକୁ ଯାଉଛନ୍ତି । ଏହି ବିଲକୁ ଆଇନଗତ ସ୍ୱୀକୃତି ମିଳିଲେ ଖବରକାଗଜ ପରି ନ୍ୟୁଜ ପୋର୍ଟାଲକୁ ବି ପଞ୍ଜିକରଣ କରିବା…

ଅନୁମତି ନ ନେଇ ଦ୍ୱିତୀୟ ବିବାହ କରିଥିଲେ ପିଲାଙ୍କୁ ମିଳିବନି ଚାକିରି

ପାଟନା,୧୬।୭: ବିହାର ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ କର୍ମଚାରୀ ଦ୍ୱିତୀୟ ବିବାହ କଲେ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ, କୌଣସିସ୍ତରର…

କାଉଡିଆ ଯାତ୍ରା ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଆଡଭାଇଜରୀ ଜାରି କଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ଡେରାଡୁନ,୧୬।୭: ଶ୍ରାବଣ ମାସ ଆରମ୍ଭ ହୋଇଛି। ଗତ ୨ବର୍ଷ କରୋନା ଯୋଗୁ କାଉଡିଆ ଯାତ୍ରା ବନ୍ଦ ରହିଥିଲା। ତେବେ ଚଳିତ ବର୍ଷ ଭକ୍ତମାନଙ୍କ ପାଇଁ ବୋଲବମ୍‌ ଯାତ୍ରା ଅନୁଷ୍ଠିତ ହୋଇଛି। ଶ୍ରାବଣ ମାସ ଆରମ୍ଭ ହେବା ସହ ଶିବଭକ୍ତଙ୍କ କାଉଡିଆ ଯାତ୍ରା…

ନୌସେନାର ହେଲିକପ୍ଟର କ୍ରାସ୍‌: ୧୪ ମୃତ

ମାକ୍ସିକୋ,୧୬।୭: ମାକ୍ସିକୋର ସିନାଲୋଆରେ ଶନିବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାକ୍ସିକୋର ସେନା ହେଲିକପ୍ଟର ବ୍ଲାକ ହୋକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସେନା ହେଲିକପ୍ଟରରେ ୧୫ ଜଣ ଯାତ୍ରୀ ଥିଲେ, ସେଥିମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି…

ଉପରମୁହାଁ କରୋନା ସଂକ୍ରମଣ: ଚିହ୍ନଟ ହେଲେ ୧୦୬୫ ପଜିଟିଭ୍‌

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୬୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୪ ଜଣ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ ୪୪୧ ଜଣ ସ୍ଥାନୀୟ…

ସ୍ତ୍ରୀକୁ ହତ୍ୟାକରି ସିଝାଇଲେ

ଇସ୍‌ଲାମାବାଦ,୧୬ା୭: ପାକିସ୍ତାନର ସିନ୍ଧରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀ ନର୍ଗିସଙ୍କୁ ଅନୈତିକ ସମ୍ପର୍କରେ ଲିପ୍ତ ରହିବା ପାଇଁ ସ୍ବାମୀ ଆଶିକ ବାଧ୍ୟ କରୁଥିଲେ। ନର୍ଗିସ୍‌ ଏହାର ବିରୋଧ କରିବାରୁ ଆଶିକ ରାଗିଯାଇ ତାଙ୍କୁ ହତ୍ୟା କରିଥିବା ଖବର ପ୍ରକାଶ ପାଇଛି।…

ଏୟାର ଇଣ୍ଡିଆ ବିସ୍ଫୋରଣ ଅଭିଯୁକ୍ତଙ୍କୁ କାନାଡାରେ ହତ୍ୟା

ଅଟାଓ୍ବା,୧୬ା୭: ୧୯୮୫ ଏୟାର ଇଣ୍ଡିଆ ବିସ୍ଫୋରଣ ଅଭିଯୁକ୍ତ ରିପୁଦମନ ସିଂ ମଲିକଙ୍କୁ କାନାଡାର ସରେଠାରେ ହତ୍ୟା କରାଯାଇଛି। ରିପୁଦମନଙ୍କ କାର୍‌ ଭିତରୁ ତାଙ୍କ ଗୁଳିବିଦ୍ଧ ମୃତଦେହକୁ ବ୍ରିଟିଶ କଲମ୍ବିଆ ପୋଲିସ ଜବତ କରିଛି। ୧୯୮୫ ଜୁନ୍‌ ୨୩ରେ ଏୟାର ଇଣ୍ଡିଆ ଫ୍ଲାଇଟ୍‌-୧୮୨…

ଲିଭ୍‌-ଇନ୍‌ରେ ରହିଲେ ବଳାତ୍କାର ମାମଲା କରିପାରିବେନି ମହିଳା

ନୂଆଦିଲ୍ଲୀ, ୧୬ା୭: ନିଜ ଇଚ୍ଛାରେ କୌଣସି ପୁରୁଷଙ୍କ ସହ ଲିଭ୍‌-ଇନ୍‌ ରିଲେଶନରେ ରହି ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ସମ୍ପୃକ୍ତା ମହିଳା ତାଙ୍କ ବିରୋଧରେ ବଳାତ୍କାର ମାମଲା କରିପାରିବେ ନାହିଁ ବୋଲି ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି।…

ରୁଷିଆ ସହ ଏସ୍‌-୪୦୦ ମିଶାଇଲ୍‌ ଡିଲ୍‌: ହଟିବ ଆମେରିକାର ସିଏଏଟିଏସ୍‌ଏ କଟକଣା

ଓ୍ବାଶିଂଟନ,୧୫ା୭: ରୁଷିଆଠାରୁ ୫ଟି ଏସ୍‌-୪୦୦ ଏୟାର ଡିଫେନ୍ସ ମିଶାଇଲ ସିଷ୍ଟମ କିଣିବା ପାଇଁ ଭାରତର ଚୁକ୍ତି ଆଗରେ ଥିବା ପ୍ରତିବନ୍ଧକ ଏକପ୍ରକାର ହଟିଛି। ଆମେରିକାର ପ୍ରତିନିଧି ସଭାରେ ଏ ନେଇ ଧ୍ୱନିମତରେ ଏକ ସଂଶୋଧନ ଗୃହୀତ ହୋଇଛି। ୨୦୧୮ ଅକ୍ଟୋବରରେ ଟ୍ରମ୍ପ୍‌…

ପାକ୍‌ ପ୍ରଧାନମନ୍ତ୍ରୀଙ୍କ ପୁଅ ଅପରାଧୀ ଘୋଷିତ

ଇସ୍‌ଲାମାବାଦ,୧୬ା୭: ପାକିସ୍ତାନର ଏକ କୋର୍ଟ ଶୁକ୍ରବାର ମନି ଲଣ୍ଡରିଂ ମାମଲାର ଶୁଣାଣି କରି ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫଙ୍କ ସାନପୁଅ ସୁଲେମାନ ଶେହବାଜଙ୍କୁ ଅପରାଧୀ ଘୋଷଣା କରିଛନ୍ତି। ୨୦୨୦ ନଭେମ୍ବରରେ ପାକିସ୍ତାନର ସଂଘୀୟ ତଦନ୍ତ ସଂସ୍ଥା (ଏଫ୍‌ଆଇଏ) ଦୁର୍ନୀତି ନିର୍ବାରଣ ଆଇନ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri