ସବୁଜିମା ହେବ ଝାଙ୍କର, ଖର୍ଡିଆ ଡୁଙ୍ଗୁରି

ଲୋଇସିଂହା,୧୯।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବନ ରେଞ୍ଜ ଆଗଲପୁର ବ୍ଲକ ନଅଗାଁ(ଖ) ଗ୍ରାମର ଟାଙ୍ଗରା ପଡିଥିବା ଝାଙ୍କର ଏବଂ ଖର୍ଡିଆ ଡୁଙ୍ଗୁରି ସବୁଜିମାକୁ ଫେରିବ। ବନ ବିଭାଗ ସହଯୋଗ ଏବଂ ରାମଜୀ ଯୁବକ ସଂଘ ଉଦ୍ୟମକ୍ରମେ ଉକ୍ତ ଟାଙ୍ଗରା ଡୁଙ୍ଗୁରିରେ ଚାରା ଲଗାଇ ସବୁଜିମା ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୧୦ ହେକ୍ଟର ଜମିରେ ଚାରା ଲଗାଇବାକୁ ରାମଜୀ ଯୁବକ ସଂଘ ଏବଂ ବନ ବିଭାଗ ପକ୍ଷରୁ ଯୋଜନା ରହିଛି।
ନଅଗାଁ(ଖ) ପଞ୍ଚାୟତର ସଦର ପଞ୍ଚାୟତ କାର୍ଯ୍ୟାଳୟ ସଂଲଗ୍ନ ଝାଙ୍କର ଏବଂ ଖର୍ଡିଆ ଡୁଙ୍ଗୁରି(ପାହାଡ) ରହିଛି। ଏହାର ପରିସୀମା ୧୦ ହେକ୍ଟର। ଦୁଇଦଶନ୍ଧି ତଳେ ଗ୍ରାମର ରାମଜୀ ଯୁବକ ସଂଘ ଉଦ୍ୟମରେ ଉକ୍ତ ଦୁଇ ଲଣ୍ଡା ଡୁଙ୍ଗରିରେ ଶାଗୁଆନ ଚାରାରୋପଣ କରାଯାଇଥିଲା। ପଥୁରିଆ ମାଟି ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସେତେବେଳେ ଅଧିକାଂଶ ଚାରା ମରି ଯାଇଥିଲା। ଏବେ ୧୦ ହେକ୍ଟର ପରିମିତ ଡୁଙ୍ଗୁରି ଉପରେ କେତେକଙ୍କ ଲୋଲୁପ ଦୃଷ୍ଟି ପଡିଛି। ଡୁଙ୍ଗରି ସୀମାନ୍ତକୁ ଜବରଦଖଲ କରି କେତେକ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଚାଷଜମି ପାଇଁ ପ୍ରସ୍ତୁତ କଲେଣି। ଡୁଙ୍ଗୁରିକୁ ସୁରକ୍ଷା ଦେବା ପାଇଁ ରାମଜୀ ଯୁବକ ସଂଘ ଏବେ ଅଣ୍ଟା ଭିଡିଛି। ଦେଢମାସ ତଳେ ସଂଘର ସଭାପତି ନରସିଂହ ସାହୁଙ୍କ ଆହ୍ବାନ ଓ ସମ୍ପାଦକ ସଦାନନ୍ଦ ପଶାୟତଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ପୃକ୍ତ ଡୁଙ୍ଗୁରିର ସୁରକ୍ଷା ପାଇଁ ପୁଣି ଥରେ ଚାରା ଲଗାଇବାକୁ ଗ୍ରାମବାସୀଙ୍କୁ ଆହ୍ବାନ ଦିଆଯାଇଥିଲା। ଗ୍ରାମବାସୀଙ୍କ ସହମତି ପରେ ସ୍ଥାନୀୟ ବନ ବିଭାଗର ଏନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବନ ବିଭାଗ ପକ୍ଷରୁ ଆମ ଜଙ୍ଗଲ କାର୍ଯ୍ୟକ୍ରମରେ ଚାରା ଯୋଗାଇ ଦେବାକୁ ସ୍ଥାନୀୟ ରେଞ୍ଜ ଅଫିସର ପାଉଲ ହରପାଲ ପ୍ରତିଶ୍ରୁତି ଦେଇଥିଲେ। ଗତ ମଙ୍ଗଳବାର ସ୍ଥାନୀୟ ବିଧାୟକ ମୁକେଶ ମହାଲିଙ୍ଗ, ସରପଞ୍ଚ ବୃନ୍ଦାବନ ସେଠ, ଫରେଷ୍ଟ ଗାର୍ଡ ଚିନ୍ମୟ ପ୍ରଧାନ, ଅନୁଷ୍ଠାନର କର୍ମକର୍ତ୍ତା, ସ୍ବେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ସଦସ୍ୟ ଏବଂ ଗ୍ରାମବାସୀଙ୍କୁ ନେଇ ଆଲୋଚନା ହୋଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ସମ୍ପୃକ୍ତ ଡୁଙ୍ଗରିରେ ଚାରା ଲଗାଯିବାକୁ ଚୂଡାନ୍ତ ହୋଇଛି। ଏହି ଅବସରରେ ମିଳିତ ଉଦ୍ୟମରେ ଗ୍ରାମର ତେଲିକଣ୍ଟା ନିକଟରେ ପ୍ରଥମ ଦଫାରେ ୧ ଶହ ଚାରା ରୋପଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?