କମିଛି ବର୍ଷା, କମିନି ଦୁର୍ଦ୍ଦଶା

ସମ୍ବଲପୁର,୧୯ା୮(ବ୍ୟୁରୋ):ହୀରାକୁଦ ଜଳଭଣ୍ଡାରରୁ ଗୁରୁବାର ୨୮ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଅନ୍ୟପଟେ ଦିନତମାମ ସମ୍ବଲପୁର ସହରରେ ବର୍ଷା ହୋଇନାହିଁ। ତେଣୁ ତଳି ଅଞ୍ଚଳରେ ପ୍ରଭାବିତମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ହେଲେ ମଧ୍ୟ ସେମାନଙ୍କ ଦୁର୍ଦ୍ଦଶା କମିନାହିଁ। ଅନେକ ଗୃହ ଏବେ ମଧ୍ୟ ଜଳବନ୍ଦିରେ ରହିଛି। ୭ଟି ଆଶ୍ରୟସ୍ଥଳି ଖୋଲାଯାଇ ପ୍ରାୟ ୬ଶହ ଜଣଙ୍କୁ ରଖାଯାଇଛି। ସେହିପରି ଯେଉଁମାନେ ଉଚ୍ଚ ସ୍ଥାନରେ ଓ ନିଜ ଘରେ ଫଶି ରହିଛନ୍ତି ସେମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯାଉଛି। ପାଣିପଶି ମାଟିଘର ଭାଙ୍ଗିଯାଇଥିବାରୁ ଲୋକେ ବାସହରା ହୋଇଛନ୍ତି। ଅନ୍ୟପଟେ ଭାଙ୍ଗିଯାଇଥିବା ଘରକୁ ବିପନ୍ନ ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି। ଏଭଳି କେତେକ ପରିବାର ଲୋକଙ୍କୁ ରେଙ୍ଗାଲି ବିଧାୟକ ତଥା ଭାଜପା ରାଜ୍ୟ ଉପସଭାପତି ନାଉରୀ ନାଏକ ଭେଟି ଆଲୋଚନା କରିଛନ୍ତି। ସମ୍ବଲପୁର ମହାନଗର ନିଗମ, ଖଣ୍ଡୁଆଳ ଓ ମହାନଦୀ ତଟରେ ଥିବା ପରିବାରକୁ ଭେଟି ରିଲିଫ ସାମଗ୍ରୀ ଓ ସମସ୍ତ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ। ସରକାରୀ ସୁବିଧା ଯୋଗାଇଦେବା ପାଇଁ ସେ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ତାଙ୍କ ସହ ଧନୁପାଲି ଭାଜପା ମଣ୍ଡଳ ସଭାପତି ପ୍ରକାଶ ସାହୁଙ୍କ ସମେତ ଭାଜପା କର୍ମକର୍ତ୍ତା ଉପସ୍ଥିତ ଥିଲେ। ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ଯେ, ପରିସ୍ଥିତି ସ୍ବାଭାବିକ ରହିଛି। ମୋଟ ୭ଟି ଆଶ୍ରୟସ୍ଥଳରେ ପାଖାପାଖି ୧ହଜାର ବିପନ୍ନଙ୍କୁ ଆଶ୍ରୟ ଦିଆଯାଇ ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯାଉଛି। ବିଭିନ୍ନ ସ୍ଥାନରେ ପାଣି ପମ୍ପ ଦ୍ୱାରା ଜଳ ନିଷ୍କାସନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିବ କାୟାକଳ୍ପ ପୁରସ୍କାର

ଛତ୍ରପୁର,୨ା୩(ଡି.ଏନ.ଏ.) ସ୍ବାସ୍ଥ୍ୟକେନ୍ଦ୍ରର ସ୍ବଚ୍ଛତା ଓ ସଂକ୍ରମଣ ନିୟନ୍ତ୍ରଣ ପଦକ୍ଷେପକୁ ଦେଖି ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ପ୍ରତିବର୍ଷ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଉଛି। ୨୦୧୯-୨୦ ବର୍ଷ ପାଇଁ...

ଟ୍ରାକ୍ଟର ଓଲଟି ଜଣେ ମୃତ,୨ ଆହତ

ପାଟଣା,୧୨।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ରାୟପୁର ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପିଡ଼ିଛି। ଟ୍ରାକ୍ଟର ତଳେ ଚାପିହୋଇ ଜଣେ...

କରୋନା ଯୁଦ୍ଧରେ ଟଳିପଡ଼ିଲେ ଅଙ୍ଗନଓ୍ବାଡି କର୍ମୀ

ଯୋଡା,୫।୫ (ଡି.ଏନ୍‌.ଏ.): କରୋନା ଯୁଦ୍ଧରେ ଟଳିପଡ଼ିଲେ ଅଙ୍ଗନଓ୍ବାଡି କର୍ମୀ। ଏଭଳି ଅଘଟଣ ଘଟିଛି କେନ୍ଦୁଝର ଜିଲାରେ। ଚମ୍ପୁଆ ବ୍ଲକ ଅନ୍ତର୍ଗତ ଶ୍ରୀଧରପୁର ଗ୍ରାମର ରୁକ୍ମଣୀ ମହାନ୍ତ...

ରାସ୍ତା ପାଇଁ ସଙ୍କୁଚିତ ହେବନି ରୟାଲ ପଡିଆ

ସୋନପୁର,୨୦।୧୧(ନି.ପ୍ର.)-ରାସ୍ତା ପ୍ରଶସ୍ତିକରଣ ନାଁରେ ରୟାଲ ପଡିଆକୁ ସଙ୍କୁଚିତ ପାଇଁ ଷଡଯନ୍ତ୍ର ଚାଲିଥିଲା। ପଡିଆ ସମ୍ମୁଖ ପଟୁ ୧୦.୭ ମିଟର ଓସାରର ପ୍ରାୟ ୨ଏକର ଜମି ପ୍ରଶାସନ...

କଳାକାରଙ୍କ ସରଳତା, ନିଷ୍ଠା ଶିକ୍ଷଣୀୟ

ବଲାଙ୍ଗୀର ଅଫିସ, ୫ା୧: ବଲାଙ୍ଗୀର କୋଶଳ କଳାମଣ୍ଡଳ ପଡିଆରେ ଅନୁଷ୍ଠିତ ବିଂଶତିତମ ଲୋକଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ କଳାକାରମାନେ ଦର୍ଶକଙ୍କ ମନ ମୋହିଛନ୍ତି। ଅତିରିକ୍ତ ଜିଲାପାଳ ପରୀକ୍ଷିତ...

ସାର ପାଇଁ ଜିଲା କୃଷି କାର୍ଯ୍ୟାଳୟ ଘେରିଲେ ଚାଷୀ

ହରଭଙ୍ଗା, ୧୬ା୯(ଡି.ଏନ.‌ଏ.)  ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଓ ନାୟକପଡ ଗ୍ରାମର ଶତାଧିକ ଚାଷୀ ସାର ଯୋଗାଣ ଦାବିରେ ମଙ୍ଗଳବାର...

ଭୁବନେଶ୍ୱର ଏମ୍‌ପିଙ୍କ ଜନଶୁଣାଣି, ଲୋକଙ୍କ ଅଭିଯୋଗ ଶୁଣିଲେ: ସମାଧାନ ପାଇଁ ପଦକ୍ଷେପ ନେଲେ

ଖୋର୍ଦ୍ଧା ଅଫିସ,୨୮ା୧୨: ଖୋର୍ଦ୍ଧା ସହରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀସ୍ତରୀୟ ଜନଶୁଣାଣି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଯୋଗଦେଇ...

ନରହନ୍ତା ଦନ୍ତାର ଉଗ୍ରରୂପ:୯ ଘର ଭାଙ୍ଗିଲା, ରାତିସାରା ବର୍ଷାରେ ଭିଜିଲେ କ୍ଷତିଗ୍ରସ୍ତ

ପରଜଙ୍ଗ, ୧୮।୮(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଅଧୀନ ଡିହଡୋଳ ଫରେଷ୍ଟ ସେକ୍ସନରେ ନରହନ୍ତା ଦନ୍ତା ତାଣ୍ଡବ ଚରମ ସୀମାରେ ପହଞ୍ଚତ୍ଛି। ଦାନ୍ତ କଟାଯିବା ପରେ କିଛି...

Advertisement
Archives

Model This Week