ପରିବେଶ ସୁରକ୍ଷା ପ୍ରତି ବିପଦ ନାହିଁ: ଜିଲାପାଳ

ଯାଜପୁର ଅଫିସ,୧୯ା୮: ଯାଜପୁର ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବ୍ୟାସ ସରୋବରର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ମାମଲା ଉପରେ ଜିଲାପାଳ ସତ୍ୟପାଠ ଦାଖଲ କରିଛନ୍ତି। ୨୦୨ ପୃଷ୍ଠା ବିଶିଷ୍ଟ ଉକ୍ତ ସତ୍ୟପାଠରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ମୁଖ୍ୟତଃ ଦର୍ଶାଇଛନ୍ତି, ପ୍ରକଳ୍ପ କାମ କୌଣସି ସନ୍ତସନ୍ତିଆ କିସମ ଜମିରେ ହେଉନାହିଁ ଏବଂ ପରିବେଶ ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ। ଏହାସହ ପ୍ରକଳ୍ପର ନିର୍ମାଣ କାମ ୨୦ ହଜାର ବର୍ଗମିଟର ଅଞ୍ଚଳରେ ହେଉଥିବା ଅଭିଯୋଗର ସତ୍ୟତା ନାହିଁ ଏବଂ ଏହା ୨୫୦୦ ବର୍ଗ ମିଟର ପରିମିତ ଅଞ୍ଚଳରେ ହେଉଛି। ଅନ୍ୟପକ୍ଷେ କେତେକ ସୂଚନା ସ୍ପଷ୍ଟ ନ ଥିବା ଏବଂ ଆଞ୍ଚଳିକ ଓଡ଼ିଆ ଭାଷାରେ ଦିଆଯାଇଛି ବୋଲି ଏନ୍‌ଜିଟି ପକ୍ଷରୁ ଦର୍ଶାଯାଇଛି। ଏହିକ୍ରମରେ ଗୁରୁବାର ଏନ୍‌ଜିଟିର ଜଷ୍ଟିସ୍‌ ବି.ଅମିତ ସ୍ଥାଳେକର ଓ ଜୁଡିସିଆଲ ମେମ୍ବର ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ୭ା୯ା୨୦୨୨ ପୂର୍ବରୁ ସ୍ପଷ୍ଟ ସୂଚନା ସହ ଅନୁବାଦିତ ରିପୋର୍ଟ ଏବଂ ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫ୍‌ଓ)ଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏନଜିଟି ମାମଲା ସଂଖ୍ୟା ୧୦୩/୨୦୨୨/ଇଜେଡ୍‌ରେ ଆବେଦନକାରୀ ଦିଲୀପ କୁମାର ସାମନ୍ତରାୟ କରିଥିବା ଅଭିଯୋଗ ଅନୁଯାୟୀ, ବ୍ୟାସ ସରୋବର ପ୍ରକଳ୍ପରେ ଜଙ୍ଗଲ ଜମିର ଖାତା ଓ ପ୍ଲଟ ନମ୍ବର ୪୦, ଏରିଆ ୧୪ ଏକର, କିସମ ଝାଟି ଜଙ୍ଗଲ ଓ ପ୍ଲଟ ନମ୍ବର ୫୦ରେ ୧୬.୯୦ ଏକର ଝାଟି ଜଙ୍ଗଲ, ପ୍ଲଟ ନମ୍ବର ୬୨ରେ ୨.୨୪ ଏକର ସମୁଦାୟ ୩୩.୯୭ ଏକର ଜଙ୍ଗଲ ଜମି ରହିଛି। ସମୁଦାୟ ୧୦୫.୪୫ ଏକର ମଧ୍ୟରୁ ୩୭ ଏକର ସନ୍ତସନ୍ତିଆ ଜମି ବା ୱେଟଲାଣ୍ଡ ଜମି ରହିଛି। ଏହି ପ୍ରକଳ୍ପରେ ପାଚେରି, ପରିସ୍ରାଗାର, ମନ୍ଦିର ଉନ୍ନୟନ କାର୍ଯ୍ୟ, ପାର୍କିଂ, ଗେଟ କମ୍ଫ୍ଲେକ୍ସ, ଓଭରହେଡ ଟ୍ୟାଙ୍କ, ଶିଶୁ ଉଦ୍ୟାନ, ଜଳାଶୟ, ବ୍ରିଜ ଇତ୍ୟାଦି ନିର୍ମାଣ କରାଯାଉଛି। ନିର୍ମାଣ କାର୍ଯ୍ୟ ପ୍ରାୟ ୨୦ ହଜାର ବର୍ଗମିଟର ଅଞ୍ଚଳରେ ହେଉଛି। ଏଥିପାଇଁ ପରିବେଶ ମଞ୍ଜୁରୀର ଆବଶ୍ୟକ ରହିଥିବାବେଳେ ତାହା ପାଳନ କରାଯାଇ ନାହିଁ। ଏହି ଅଭିଯୋଗ ଉପରେ ଏନ୍‌ଜିଟି ଯାଜପୁର ଜିଲାପାଳ ଏବଂ କଟକ ଡିଏଫ୍‌ଓଙ୍କୁ ସତ୍ୟପାଠ ଦାଖଲ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଯାଜପୁର ଜିଲାପାଳ ୧୭ା୮ା୨୦୨୨ରେ ଏନଜିଟିରେ ସତ୍ୟପାଠ ଦାଖଲ କରିଥିଲେ। ଉକ୍ତ ସତ୍ୟପାଠରେ ଜିଲାପାଳ ଆହୁରି ଦର୍ଶାଇଛନ୍ତି, ପ୍ରକଳ୍ପରେ ଫୁଡ୍‌ କୋର୍ଟ ଏବଂ ଆଡମିନିଷ୍ଟ୍ରେଟିଭ ଜୋନ ପରିସରଭୁକ୍ତ ନୁହେଁ। ୧୦୦ ଏକରରୁ ଊର୍ଦ୍ଧ୍ୱ ଜମିରେ ଉକ୍ତ ପ୍ରକଳ୍ପ କାର୍ଯ୍ୟ ହେଉଛି। ପାଥୱେ, କମ୍ୟୁନିଟି ସେଣ୍ଟର, ରାସ୍ତା ଆଦି କାର୍ଯ୍ୟ ପାଇଁ ଡିଏଫ୍‌ଓଙ୍କ ଅନୁମତି ନିଆଯାଇଛି। ତେଣୁ ଜଙ୍ଗଲ ସୁରକ୍ଷା ଆଇନର କୌଣସି ଉଲ୍ଲଂଘନ ଏଥିରେ ହୋଇନାହିଁ। ଅଭିଯୋଗ ଅନୁସାରେ ଉକ୍ତ ପ୍ରକଳ୍ପ କାର୍ଯ୍ୟରେ ପ୍ରାକୃତିକ ଏବଂ ପ୍ରାକୃତିକ ଜମି ବ୍ୟବହାରରେ କୌଣସି କ୍ଷତି କରାଯାଉ ନାହିଁ। ତେଣୁ ଏଥିରେ ସରକାରୀ ଅର୍ଥ ଅପଚୟ ହେଉନାହିଁ। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରେ ଏହି ପ୍ରକଳ୍ପ ଅନୁମତିପ୍ରାପ୍ତ । ଏହି ପ୍ରକଳ୍ପ କାର୍ଯ୍ୟରେ ଗୋଟିଏ ବି ଗଛ କଟାଯାଇନାହିଁ। ଆବେଦନକାରୀଙ୍କ ଅଭିଯୋଗରେ ପ୍ରକଳ୍ପ ବାହାରର ଫଟୋ ଦର୍ଶାଯାଇଛି। ଏହାବାଦ୍‌ ବେଆଇନ ମୋରମ ଖାଦାନ ଅଭିଯୋଗ ସଂକ୍ରାନ୍ତରେ ଜିଲାପାଳ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି, ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ପ୍ରକଳ୍ପର ପୋଖରୀ ଖନନରେ ସାଧାରଣ ମାଟି ଅପସାରଣ କରାଯାଉଛି। ପ୍ରକଳ୍ପରେ ବ୍ୟବହାର ହେଉଥିବା ଲଘୁ ଖଣିଜ ଦ୍ରବ୍ୟ ସ୍ବତନ୍ତ୍ର ଭାବେ ଠିକାଦାରଙ୍କ ଠାରୁ କିଣାଯାଉଛି। ଗଣ୍ଡନାଳାର ଦିଗ ପରିବର୍ତ୍ତନ ଅଭିଯୋଗ ମଧ୍ୟ ସତ୍ୟ ନୁହେଁ। ଏହି ପ୍ରକଳ୍ପ ଅଞ୍ଚଳର ପାଣି ଗଣ୍ଡନାଳାରେ ମିଶିଥାଏ। ବ୍ୟାସ ସରୋବର ପ୍ରକଳ୍ପ ବାରମାସୀ ଜଳଉସତ୍ରେ ନିର୍ମାଣ ହେଉଛି। ସନ୍ତସନ୍ତିଆ କିସମ ଜମିରେ ପ୍ରକଳ୍ପ କାର୍ଯ୍ୟ ଅଭିଯୋଗରେ ମଧ୍ୟ କୌଣସି ସତ୍ୟତା ନାହିଁ। ଏଭଳି ଅନେକ ଅଭିଯୋଗ ଉପରେ ପ୍ରମାଣ ସହ ଜିଲାପାଳ ସତ୍ୟପାଠ ଦାଖଲ କରିଛନ୍ତି। କିନ୍ତୁ ଉକ୍ତ ସତ୍ୟପାଠରେ କେତୋଟି ସୂଚନା ସ୍ପଷ୍ଟ ନ ଥିବା କାରଣରୁ ମାମଲାର ପରବର୍ତ୍ତୀ ଶୁଣାଣି ୭ା୯ା୨୦୨୨ରେ ଏନ୍‌ଜିଟି ଧାର୍ଯ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ଏହି ପ୍ରକଳ୍ପ କାମ ଏନ୍‌ବିସିସି (ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କର୍ପୋରେଶନ) ଜରିଆରେ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥା ନିୟୋଜିତ ହୋଇଛି। ଏଥିପାଇଁ ଡିଏମ୍‌ଏଫ୍‌ରୁ ୬୪ କୋଟି ଟଙ୍କା ମଞ୍ଜୁର ହୋଇଛି। ତେବେ ଏହି ନିର୍ମାଣ କାର୍ଯ୍ୟରେ ପ୍ରଥମରୁ ବ୍ୟାପକ ଅନିୟମିତତା ଏବଂ ବ୍ଲୁପ୍ରିଣ୍ଟ ଅନୁଯାୟୀ କାମ ହେଉ ନ ଥିବା ଅଭିଯୋଗ ହୋଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri