ପରିବେଶ ସୁରକ୍ଷା ପ୍ରତି ବିପଦ ନାହିଁ: ଜିଲାପାଳ

ଯାଜପୁର ଅଫିସ,୧୯ା୮: ଯାଜପୁର ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବ୍ୟାସ ସରୋବରର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ମାମଲା ଉପରେ ଜିଲାପାଳ ସତ୍ୟପାଠ ଦାଖଲ କରିଛନ୍ତି। ୨୦୨ ପୃଷ୍ଠା ବିଶିଷ୍ଟ ଉକ୍ତ ସତ୍ୟପାଠରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ମୁଖ୍ୟତଃ ଦର୍ଶାଇଛନ୍ତି, ପ୍ରକଳ୍ପ କାମ କୌଣସି ସନ୍ତସନ୍ତିଆ କିସମ ଜମିରେ ହେଉନାହିଁ ଏବଂ ପରିବେଶ ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ। ଏହାସହ ପ୍ରକଳ୍ପର ନିର୍ମାଣ କାମ ୨୦ ହଜାର ବର୍ଗମିଟର ଅଞ୍ଚଳରେ ହେଉଥିବା ଅଭିଯୋଗର ସତ୍ୟତା ନାହିଁ ଏବଂ ଏହା ୨୫୦୦ ବର୍ଗ ମିଟର ପରିମିତ ଅଞ୍ଚଳରେ ହେଉଛି। ଅନ୍ୟପକ୍ଷେ କେତେକ ସୂଚନା ସ୍ପଷ୍ଟ ନ ଥିବା ଏବଂ ଆଞ୍ଚଳିକ ଓଡ଼ିଆ ଭାଷାରେ ଦିଆଯାଇଛି ବୋଲି ଏନ୍‌ଜିଟି ପକ୍ଷରୁ ଦର୍ଶାଯାଇଛି। ଏହିକ୍ରମରେ ଗୁରୁବାର ଏନ୍‌ଜିଟିର ଜଷ୍ଟିସ୍‌ ବି.ଅମିତ ସ୍ଥାଳେକର ଓ ଜୁଡିସିଆଲ ମେମ୍ବର ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ୭ା୯ା୨୦୨୨ ପୂର୍ବରୁ ସ୍ପଷ୍ଟ ସୂଚନା ସହ ଅନୁବାଦିତ ରିପୋର୍ଟ ଏବଂ ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫ୍‌ଓ)ଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏନଜିଟି ମାମଲା ସଂଖ୍ୟା ୧୦୩/୨୦୨୨/ଇଜେଡ୍‌ରେ ଆବେଦନକାରୀ ଦିଲୀପ କୁମାର ସାମନ୍ତରାୟ କରିଥିବା ଅଭିଯୋଗ ଅନୁଯାୟୀ, ବ୍ୟାସ ସରୋବର ପ୍ରକଳ୍ପରେ ଜଙ୍ଗଲ ଜମିର ଖାତା ଓ ପ୍ଲଟ ନମ୍ବର ୪୦, ଏରିଆ ୧୪ ଏକର, କିସମ ଝାଟି ଜଙ୍ଗଲ ଓ ପ୍ଲଟ ନମ୍ବର ୫୦ରେ ୧୬.୯୦ ଏକର ଝାଟି ଜଙ୍ଗଲ, ପ୍ଲଟ ନମ୍ବର ୬୨ରେ ୨.୨୪ ଏକର ସମୁଦାୟ ୩୩.୯୭ ଏକର ଜଙ୍ଗଲ ଜମି ରହିଛି। ସମୁଦାୟ ୧୦୫.୪୫ ଏକର ମଧ୍ୟରୁ ୩୭ ଏକର ସନ୍ତସନ୍ତିଆ ଜମି ବା ୱେଟଲାଣ୍ଡ ଜମି ରହିଛି। ଏହି ପ୍ରକଳ୍ପରେ ପାଚେରି, ପରିସ୍ରାଗାର, ମନ୍ଦିର ଉନ୍ନୟନ କାର୍ଯ୍ୟ, ପାର୍କିଂ, ଗେଟ କମ୍ଫ୍ଲେକ୍ସ, ଓଭରହେଡ ଟ୍ୟାଙ୍କ, ଶିଶୁ ଉଦ୍ୟାନ, ଜଳାଶୟ, ବ୍ରିଜ ଇତ୍ୟାଦି ନିର୍ମାଣ କରାଯାଉଛି। ନିର୍ମାଣ କାର୍ଯ୍ୟ ପ୍ରାୟ ୨୦ ହଜାର ବର୍ଗମିଟର ଅଞ୍ଚଳରେ ହେଉଛି। ଏଥିପାଇଁ ପରିବେଶ ମଞ୍ଜୁରୀର ଆବଶ୍ୟକ ରହିଥିବାବେଳେ ତାହା ପାଳନ କରାଯାଇ ନାହିଁ। ଏହି ଅଭିଯୋଗ ଉପରେ ଏନ୍‌ଜିଟି ଯାଜପୁର ଜିଲାପାଳ ଏବଂ କଟକ ଡିଏଫ୍‌ଓଙ୍କୁ ସତ୍ୟପାଠ ଦାଖଲ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଯାଜପୁର ଜିଲାପାଳ ୧୭ା୮ା୨୦୨୨ରେ ଏନଜିଟିରେ ସତ୍ୟପାଠ ଦାଖଲ କରିଥିଲେ। ଉକ୍ତ ସତ୍ୟପାଠରେ ଜିଲାପାଳ ଆହୁରି ଦର୍ଶାଇଛନ୍ତି, ପ୍ରକଳ୍ପରେ ଫୁଡ୍‌ କୋର୍ଟ ଏବଂ ଆଡମିନିଷ୍ଟ୍ରେଟିଭ ଜୋନ ପରିସରଭୁକ୍ତ ନୁହେଁ। ୧୦୦ ଏକରରୁ ଊର୍ଦ୍ଧ୍ୱ ଜମିରେ ଉକ୍ତ ପ୍ରକଳ୍ପ କାର୍ଯ୍ୟ ହେଉଛି। ପାଥୱେ, କମ୍ୟୁନିଟି ସେଣ୍ଟର, ରାସ୍ତା ଆଦି କାର୍ଯ୍ୟ ପାଇଁ ଡିଏଫ୍‌ଓଙ୍କ ଅନୁମତି ନିଆଯାଇଛି। ତେଣୁ ଜଙ୍ଗଲ ସୁରକ୍ଷା ଆଇନର କୌଣସି ଉଲ୍ଲଂଘନ ଏଥିରେ ହୋଇନାହିଁ। ଅଭିଯୋଗ ଅନୁସାରେ ଉକ୍ତ ପ୍ରକଳ୍ପ କାର୍ଯ୍ୟରେ ପ୍ରାକୃତିକ ଏବଂ ପ୍ରାକୃତିକ ଜମି ବ୍ୟବହାରରେ କୌଣସି କ୍ଷତି କରାଯାଉ ନାହିଁ। ତେଣୁ ଏଥିରେ ସରକାରୀ ଅର୍ଥ ଅପଚୟ ହେଉନାହିଁ। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରେ ଏହି ପ୍ରକଳ୍ପ ଅନୁମତିପ୍ରାପ୍ତ । ଏହି ପ୍ରକଳ୍ପ କାର୍ଯ୍ୟରେ ଗୋଟିଏ ବି ଗଛ କଟାଯାଇନାହିଁ। ଆବେଦନକାରୀଙ୍କ ଅଭିଯୋଗରେ ପ୍ରକଳ୍ପ ବାହାରର ଫଟୋ ଦର୍ଶାଯାଇଛି। ଏହାବାଦ୍‌ ବେଆଇନ ମୋରମ ଖାଦାନ ଅଭିଯୋଗ ସଂକ୍ରାନ୍ତରେ ଜିଲାପାଳ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି, ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ପ୍ରକଳ୍ପର ପୋଖରୀ ଖନନରେ ସାଧାରଣ ମାଟି ଅପସାରଣ କରାଯାଉଛି। ପ୍ରକଳ୍ପରେ ବ୍ୟବହାର ହେଉଥିବା ଲଘୁ ଖଣିଜ ଦ୍ରବ୍ୟ ସ୍ବତନ୍ତ୍ର ଭାବେ ଠିକାଦାରଙ୍କ ଠାରୁ କିଣାଯାଉଛି। ଗଣ୍ଡନାଳାର ଦିଗ ପରିବର୍ତ୍ତନ ଅଭିଯୋଗ ମଧ୍ୟ ସତ୍ୟ ନୁହେଁ। ଏହି ପ୍ରକଳ୍ପ ଅଞ୍ଚଳର ପାଣି ଗଣ୍ଡନାଳାରେ ମିଶିଥାଏ। ବ୍ୟାସ ସରୋବର ପ୍ରକଳ୍ପ ବାରମାସୀ ଜଳଉସତ୍ରେ ନିର୍ମାଣ ହେଉଛି। ସନ୍ତସନ୍ତିଆ କିସମ ଜମିରେ ପ୍ରକଳ୍ପ କାର୍ଯ୍ୟ ଅଭିଯୋଗରେ ମଧ୍ୟ କୌଣସି ସତ୍ୟତା ନାହିଁ। ଏଭଳି ଅନେକ ଅଭିଯୋଗ ଉପରେ ପ୍ରମାଣ ସହ ଜିଲାପାଳ ସତ୍ୟପାଠ ଦାଖଲ କରିଛନ୍ତି। କିନ୍ତୁ ଉକ୍ତ ସତ୍ୟପାଠରେ କେତୋଟି ସୂଚନା ସ୍ପଷ୍ଟ ନ ଥିବା କାରଣରୁ ମାମଲାର ପରବର୍ତ୍ତୀ ଶୁଣାଣି ୭ା୯ା୨୦୨୨ରେ ଏନ୍‌ଜିଟି ଧାର୍ଯ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ଏହି ପ୍ରକଳ୍ପ କାମ ଏନ୍‌ବିସିସି (ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କର୍ପୋରେଶନ) ଜରିଆରେ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥା ନିୟୋଜିତ ହୋଇଛି। ଏଥିପାଇଁ ଡିଏମ୍‌ଏଫ୍‌ରୁ ୬୪ କୋଟି ଟଙ୍କା ମଞ୍ଜୁର ହୋଇଛି। ତେବେ ଏହି ନିର୍ମାଣ କାର୍ଯ୍ୟରେ ପ୍ରଥମରୁ ବ୍ୟାପକ ଅନିୟମିତତା ଏବଂ ବ୍ଲୁପ୍ରିଣ୍ଟ ଅନୁଯାୟୀ କାମ ହେଉ ନ ଥିବା ଅଭିଯୋଗ ହୋଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri