Home

ସାଙ୍ଗ ଆଙ୍ଗୁଠି ଚମଡ଼ା ନେଇ ରେଲ୍‌ଓ୍ବେ ପରୀକ୍ଷା

ଭଦୋଦରା, ୨୬ା୮:ରେଳ ବିଭାଗରେ ଚାକିରି ପାଇବା ପାଇଁ ଜଣେ ଆଶାୟୀ ଅଜବ ଉପାୟ ବାଛିଛନ୍ତି। ଆବେଦନକାରୀଙ୍କ ସାଙ୍ଗ ଡମି କ୍ୟାଣ୍ଡିଡେଟ୍‌ ଭାବେ ପରୀକ୍ଷା କେନ୍ଦ୍ରକୁ ଯିବା ଏବଂ ବାୟୋମେଟ୍ରିକ୍‌ରେ ଧରା ନ ପଡ଼ିବା ପାଇଁ ଆଶାୟୀଙ୍କ ବୁଢ଼ା ଆଙ୍ଗୁଠିର ଚମଡ଼ା ନେଇଥିବା…

୧୧ ଦୋଷୀଙ୍କୁ ଛାଡ଼ିବାକୁ କହି ନ ଥିଲୁ

ନୂଆଦିଲ୍ଲୀ,୨୬ା୮:ବହୁଚର୍ଚ୍ଚିତ ବିଲ୍‌କିସ୍‌ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କ ଦଣ୍ଡ ଛାଡ଼ କରି ଗୁଜରାଟ ସରକାର ଅଗଷ୍ଟ ୧୫ରେ ସେମାନଙ୍କୁ ଜେଲରୁ ମୁକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ରେମିଶନ ପଲିସି (ଉତ୍ତମ ବ୍ୟବହାର ପାଇଁ ଦଣ୍ଡ ଛାଡ଼…

ହେମନ୍ତଙ୍କ ମୁଣ୍ଡରେ ଇସି ଖଣ୍ଡା

ରାଞ୍ଚତ୍/ନୂଆଦିଲ୍ଲୀ,୨୬ା୮:ଝାଡ଼ଖଣ୍ଡ ଖଣି ଲିଜ୍‌ ମାମଲାରେ ନିର୍ବାଚନ କମିଶନ (ଇସି) ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ହେମନ୍ତଙ୍କ ବିଧାୟକ ପଦ ରଦ୍ଦ କରିବା ଲାଗି ରାଜ୍ୟପାଳ ରମେଶ ବୈସଙ୍କୁ ଆୟୋଗ ସୁପାରିସ କରିଥିବା ଜଣାପଡ଼ିବା ପରେ ସେ କୌଣସି ମୁହୂର୍ତ୍ତରେ…

ମାସେ ହେଲା ଅଫଗାନିସ୍ତାନରେ ପ୍ରବଳ ବର୍ଷା:ଗଲାଣି ୧୮୨ ଜୀବନ

କାବୁଲ,୨୫।୮: ଆଫଗାନିସ୍ତାନରେ ମାସେ ହେଲା ଲାଗିରହିଥିବା ପ୍ରବଳ ବର୍ଷା ଓ ବନ୍ୟାରେ ୧୮୨ ଜଣଙ୍କ ଜୀବନ ଗଲାଣି। ବନ୍ୟାରେ ୨୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୩,୦୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି। ଅଗଷ୍ଟ…

ବଡ଼ପଣ ଦେଖାଇଲେ ଭାରତୀୟ ଯବାନ: ଆତଙ୍କବାଦୀଙ୍କୁ କଲେ ରକ୍ତଦାନ

ନୂଆଦିଲ୍ଲୀ,୨୫ା୮: ପାକିସ୍ତାନ ଗୋଇନ୍ଦା ସଂସ୍ଥାର ଜଣେ ଅଧିକାରୀ ଇଣ୍ଡିଆନ୍‌ ଆର୍ମି ପୋଷ୍ଟରେ ଆକ୍ରମଣ କରିବା ନିମନ୍ତେ ପଠାଇଥିବା ଆତଙ୍କବାଦୀଙ୍କୁ ରକ୍ତଦାନ କରିଛନ୍ତି ଭାରତୀୟ ସୈନିକ। ଗତ ୨୧ ତାରିଖରେ ପାକ୍‌ ଅଧିକୃତ କଶ୍ମୀର(ପିଓକେ) ବାସିନ୍ଦା ତବାରକ୍‌ ହୁସେନ୍‌(୩୨) ରଜୌରି ନିକଟ ନିୟନ୍ତ୍ରଣ…

ପୃଥିବୀଠାରୁ ବଡ଼ ୨ ସୂର୍ଯ୍ୟ ଥିବା ଗ୍ରହ ଠାବ

ନୂଆଦିଲ୍ଲୀ, ୨୫ା୮: ପୃଥିବୀ ଭଳି ଜୀବଜଗତ ଉପଯୋଗୀ ଗ୍ରହ ସନ୍ଧାନରେ ବୈଜ୍ଞାନିକଙ୍କ ଉଦ୍ୟମ ଜାରିଥିବା ବେଳେ ଗବେଷକମାନେ ଏକ ସୁପରଆର୍ଥ ଠାବ କରିଛନ୍ତି। ଏହି ଗ୍ରହର ନାମ ଟିଓଆଇ-୧୪୫୨ ରଖାଯାଇଛି। ଆଶ୍ଚର୍ଯ୍ୟକର କଥା ହେଉଛି ପୃଥିବୀଠାରୁ ପ୍ରାୟ ୧୦୦ ଆଲୋକବର୍ଷ ଦୂରରେ…

କୋଭିଡ୍‌, ମଙ୍କିପକ୍ସ, ଏଚ୍‌ଆଇଭିରେ ସଂକ୍ରମିତ ହେଲେ ଯୁବକ

ରୋମ, ୨୫ା୮: ଇଟାଲୀର ଜଣେ ୩୬ ବର୍ଷୀୟ ଯୁବକ ଏକାସଙ୍ଗେ କୋଭିଡ୍‌-୧୯, ମଙ୍କିପକ୍ସ ଏବଂ ଏଚ୍‌ଆଇଭିରେ ସଂକ୍ରମିତ ହୋଇଛନ୍ତି। ଯୁବକ ଜଣକ ଜୁନ୍‌ରେ ସ୍ପେନ୍‌ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଗଳା ବ୍ୟଥା ହେବ ସହ ଥକା ଲାଗିବା, ଥଣ୍ଡା,…

କୋର୍ଟରେ ପଡ଼ିିଛି ସିବିଆଇର ୬,୭୦୦ ଦୁର୍ନୀତି ମାମଲା

ନୂଆଦିଲ୍ଲୀ, ୨୫ା୮: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ତଦନ୍ତ କରୁଥିବା ପ୍ରାୟ ୬,୭୦୦ ଦୁର୍ନୀତି ମାମଲା ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି। ସେଥିମଧ୍ୟରୁ ୨୭୫ଟି ୨୦ ବର୍ଷ ହେଲା ପଡ଼ିରହିଛି ବୋଲି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି)ର ବାର୍ଷିକ ରିପୋର୍ଟରେ କୁହାଯାଇଛି। ୨୦୨୧…

ପରଲୋକରେ ‘ସନମ ବଓ୍ବେଫା’ର ନିର୍ଦ୍ଦେଶକ

ମୁମ୍ବାଇ,୨୫।୮: ବେଶ୍‌ ଜଣାଶୁଣା ତଥା ଲୋକପ୍ରିୟ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ, ଗୀତିକାର ତଥା ଲେଖକ ସାୱନ କୁମାର ଟାକଙ୍କର ପରଲୋକ ଘଟିଛି। ଗୁରୁବାର ଅପରାହ୍ନ ପ୍ରାୟ ୪ଟା ୧୫ରେ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ୮୬ ବର୍ଷରେ ସେ ଶେଷ…

ଭିସୁଟ୍‌ର ହେବ ନବକଳେବର: ହଜାରେ କୋଟିର ଘୋଷଣା

ସମ୍ବଲପୁର,୨୫ା୮(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)କୁ ସେଣ୍ଟର ଅଫ୍‌ ଏକ୍ସଲେନ୍ସିରେ ପରିଣତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ହଜାରେ କୋଟି ଟଙ୍କାର ବ୍ୟୟବରାଦ କରାଯିବ।…

ଅକ୍ଟୋବର ୧୨ରୁ ଦେଶରେ ଆରମ୍ଭ ହେବ ୫-ଜି ସେବା

ନୂଆଦିଲ୍ଲୀ,୨୫।୮: ୨୦୨୨ ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ଦେଶରେ ୫-ଜି ମୋବାଇଲ ସେବା ଆରମ୍ଭ ହେବ। ଆସନ୍ତା ଅକ୍ଟୋବର ୧୨ସୁଦ୍ଧା ଦେଶରେ ୫-ଜି ମୋବାଇଲ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହାପରେ ଦେଶର ସମସ୍ତ ବଡ଼ ଏବଂ ଛୋଟ ସହରରେ ଏହି…

ସୋନାଲୀଙ୍କ ଶରୀରରେ ରହିଛି କ୍ଷତ ଚିହ୍ନ: ହତ୍ୟା ନେଇ ରୁଜୁ ହେଲା ଏଫ୍‌ଆଇଆର

ପଣଜୀ,୨୫।୮: ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲୀ ଫୋଗାଟଙ୍କ ମଙ୍ଗଳବାର ପରଲୋକ ଘଟିଛି। ଆରମ୍ଭରୁ ତାଙ୍କର ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିବା ନେଇ କୁହାଯାଉଥିଲା। ହେଲେ ଗୁରୁବାର ଆସିଥିବା ତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆଉ କିଛି ବୟାନ କରୁଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?