Posted inଜାତୀୟ

ସାଙ୍ଗ ଆଙ୍ଗୁଠି ଚମଡ଼ା ନେଇ ରେଲ୍‌ଓ୍ବେ ପରୀକ୍ଷା

ଭଦୋଦରା, ୨୬ା୮:ରେଳ ବିଭାଗରେ ଚାକିରି ପାଇବା ପାଇଁ ଜଣେ ଆଶାୟୀ ଅଜବ ଉପାୟ ବାଛିଛନ୍ତି। ଆବେଦନକାରୀଙ୍କ ସାଙ୍ଗ ଡମି କ୍ୟାଣ୍ଡିଡେଟ୍‌ ଭାବେ ପରୀକ୍ଷା କେନ୍ଦ୍ରକୁ ଯିବା ଏବଂ ବାୟୋମେଟ୍ରିକ୍‌ରେ ଧରା ନ ପଡ଼ିବା ପାଇଁ ଆଶାୟୀଙ୍କ ବୁଢ଼ା ଆଙ୍ଗୁଠିର ଚମଡ଼ା ନେଇଥିବା ଜଣାପଡ଼ିଛି। ପରୀକ୍ଷା କେନ୍ଦ୍ର ନିରୀକ୍ଷକ ତାଙ୍କୁ ଧରିଦେବା ପରେ ବୁଧବାର ଭଦୋଦରା ପୋଲିସ ଆଶାୟୀ ମନିଷ କୁମାର ଏବଂ ତାଙ୍କ ସାଙ୍ଗ ରାଜ୍ୟଗୁରୁ ଗୁପ୍ତାଙ୍କୁ ଗିରଫ କରିଛି।
ରିପୋର୍ଟ ଅନୁସାରେ, ରେଲଓ୍ବେ ଦ୍ୱାରା ଅନୁମତିପ୍ରାପ୍ତ ଏକ ଘରୋଇ କମ୍ପାନୀ ରେଳ ବିଭାଗର ଡି’ ଗ୍ରୁପ୍‌ ପରୀକ୍ଷା ଆୟୋଜନ କରିଥିଲା। ଗୁଜରାଟର ଭଦୋଦରା ସହରରେ ଅଗଷ୍ଟ ୨୨ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ୬୦୦ରୁ ଅଧିକ ଆବେଦନକାରୀ ପରୀକ୍ଷା ଦେବାକୁ ଆସିଥିଲେ। କୌଣସି ଠକେଇ ରୋକିବା ପାଇଁ ବାୟୋମେଟ୍ରିକ୍‌ରେ ପରୀକ୍ଷାର୍ଥୀଙ୍କ ବୁଢ଼ା ଆଙ୍ଗୁଠି ଚିହ୍ନ ଆଧାର କାର୍ଡ ସହ ମ୍ୟାଚ କରାଇବା ବ୍ୟବସ୍ଥା ହୋଇଥିଲା। ମନିଷ ଏହି ପରୀକ୍ଷା ପାଇଁ ଆବେଦନ କରିଥିବାବେଳେ ବନ୍ଧୁ ରାଜ୍ୟଗୁରୁ ତାଙ୍କ ସ୍ଥାନରେ ଟେଷ୍ଟ ଦେବାକୁ ଯୋଜନା କରିଥିଲେ। ରାଜ୍ୟଗୁରୁ ପରୀକ୍ଷା ଦେଲେ ସେ ଉତ୍ତୀର୍ଣ୍ଣ ହୋଇଯିବେ ବୋଲି ମନିଷ ଭାବିଥିଲେ। ଏଥିପାଇଁ ତତଲା ତାଓ୍ବା ବ୍ୟବହାର କରି ମନିଷ ତାଙ୍କ ବୁଢ଼ା ଆଙ୍ଗୁଠି ଚମଡ଼ା ବାହାର କରିବା ସହ ତାହାକୁ ରାଜ୍ୟଗୁରୁଙ୍କୁ ଦେଇଥିଲେ। ବାୟୋମେଟ୍ରିକରେ ରାଜ୍ୟଗୁରୁ ସେହି ଚର୍ମକୁ ବ୍ୟବହାର କରିଥିଲେ। ପରୀକ୍ଷା ଦେବାବେଳେ ନିରୀକ୍ଷକ ରାଜ୍ୟଗୁରୁଙ୍କୁ ଦେଖି ସନ୍ଦେହ କରିଥିଲେ। ସେ ତାଙ୍କ ବାମ ହାତକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଜାଣିବାକୁ ପାଇଥିଲେ। ନିରୀକ୍ଷକ ଜଣକ ତାଙ୍କ ହାତକୁ ବାହାରକୁ ଆଣି ସେଥିରେ ସାନିଟାଇଜର ସ୍ପ୍ରେ କରିଥିଲେ। ଫଳରେ ରାଜ୍ୟଗୁରୁଙ୍କ ଆଙ୍ଗୁଠିରୁ ମନିଷଙ୍କ ଚମଡ଼ା ଖସିପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri