୧୧ ଦୋଷୀଙ୍କୁ ଛାଡ଼ିବାକୁ କହି ନ ଥିଲୁ

ନୂଆଦିଲ୍ଲୀ,୨୬ା୮:ବହୁଚର୍ଚ୍ଚିତ ବିଲ୍‌କିସ୍‌ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କ ଦଣ୍ଡ ଛାଡ଼ କରି ଗୁଜରାଟ ସରକାର ଅଗଷ୍ଟ ୧୫ରେ ସେମାନଙ୍କୁ ଜେଲରୁ ମୁକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ରେମିଶନ ପଲିସି (ଉତ୍ତମ ବ୍ୟବହାର ପାଇଁ ଦଣ୍ଡ ଛାଡ଼ ନୀତି) ବଳରେ ବଳାତ୍କାରୀ ଓ ହତ୍ୟାକାରୀଙ୍କୁ ଛାଡ଼ି ଦିଆଯିବାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିବାବେଳେ ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ଖଣ୍ଡପୀଠ ଗୁରୁବାର ଏହା ଉପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ କରି ଜବାବ ମାଗିଛନ୍ତି। ଖଣ୍ଡପୀଠ କହିଛନ୍ତି, ପ୍ରଶ୍ନ ହେଉଛି ଗୁଜରାଟ ସରକାରଙ୍କ ଶାସନରେ ଦୋଷୀମାନେ ଦଣ୍ଡରୁ ଛାଡ଼ ପାଇବା ପାଇଁ ହକ୍‌ଦାର କି ନୁହନ୍ତି? ରେମିଶନ୍‌ ପାଇଁ ଅନୁମତି ଦେବାବେଳେ ଉପଯୁକ୍ତ ବୁଦ୍ଧିର ପ୍ରୟୋଗ କରାଯାଇଥିଲା କି ନାହିଁ ତାହା ଆମକୁ ଦେଖିବାକୁ ପଡ଼ିବ। କାରଣ ଗୁଜରାଟ ସରକାରଙ୍କୁ ରେମିଶନ ପଲିସି ଉପରେ କେବଳ ଅନୁଧ୍ୟାନ କରିବା ପାଇଁ କୁହାଯାଇଥିଲା। ଦୋଷୀମାନଙ୍କୁ ଜେଲରୁ ଖଲାସ କରିବାକୁ ଆମେ ନିର୍ଦ୍ଦେଶ ଦେଇ ନ ଥିଲୁ।
୨୦୦୨ ଫେବୃୟାରୀ ୨୭ରେ ଗୁଜରାଟର ଗୋଧ୍ରାରେ ଦୁର୍ବୃତ୍ତମାନେ ସାବରମତି ଏକ୍ସପ୍ରେସ୍‌ରେ ନିଅଁା ଲଗାଇଦେବାରୁ ୫୯ କାରସେବକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଗୋଧ୍ରାରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାର ନିଅଁା ସାରା ରାଜ୍ୟକୁ ବ୍ୟାପିଥିଲା। ସେତେବେଳେ ୫ ମାସର ଗର୍ଭବତୀ ଥିବା ୨୧ ବର୍ଷୀୟା ବିଲ୍‌କିସ୍‌ ୟାକୁବ୍‌ ରସୁଲଙ୍କ ପରିବାରର ୭ ସଦସ୍ୟଙ୍କ ସମେତ ୧୭ ଜଣ ମାର୍ଚ୍ଚ ୩ରେ ଏକ ଟ୍ରକ୍‌ରେ ସୁରକ୍ଷିତ ସ୍ଥାନକୁ ଯାଉଥିବାବେଳେ ଦଙ୍ଗାକାରୀମାନେ ଆକ୍ରମଣ କରିଥିଲେ। ସେମାନେ ବିଲ୍‌କିସ୍‌ଙ୍କୁ ବଳାତ୍କାର କରିବା ସହ ୧୪ ଜଣଙ୍କୁ ହତ୍ୟା କରିଥିଲେ। ୨୦୦୪ ଜାନୁୟାରୀରେ ସିବିଆଇ ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଗତ ଅଗଷ୍ଟ ୧୫ରେ ସ୍ବାଧୀନତାର ୭୫ତମ ବର୍ଷପୂର୍ତ୍ତି ଅବସରରେ ରାଜ୍ୟ ସରକାର ଦୋଷୀ ସାବ୍ୟସ୍ତ ହୋଇଥିବା ଯଶଓ୍ବନ୍ତ ନାଇ, ଗୋବିନ୍ଦ ନାଇ, ଶୈଳେଶ ଭଟ୍ଟ, ରାଧେଶ୍ୟାମ ଭଗବାନ ଦାଶ ଶାହା, ବିପିନ ଚନ୍ଦ୍ର ଜୋଷୀ, କେଶରଭାଇ ବୋହାନିଆ, ପ୍ରଦୀପ ମୋଢ଼ଡ଼ିଆ, ବାକାଭାଇ ବୋହନିଆ, ରାଜୁଭାଇ ସୋନି, ମିତେଶ ଭଟ୍ଟ ଓ ରମେଶ ଚାନ୍ଦନାଙ୍କୁ ଗୋଧ୍ରା ସବ୍‌ଜେଲରୁ ମୁକ୍ତ କରିଥିଲେ। ସିପିଆଇଏମ୍‌ ସଦସ୍ୟା ଶୁଭାଶିନୀ ଅଲୀ, ସାମ୍ବାଦିକା ରେବତୀ ଲାଉଲ୍‌ ଏବଂ ପ୍ରଫେସର ରୂପରେଖା ବର୍ମାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ଓକିଲ ଅପର୍ଣ୍ଣା ଭଟ୍ଟ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରିଥିଲେ। ଶୁକ୍ରବାର ଅବସର ନେବାକୁ ଥିବା ସିଜେଆଇ ରମନା କହିଛନ୍ତି, ଦୋଷୀମାନେ ଯେଉଁ ଅପରାଧ କରିଥିଲେ ସେଥିପାଇଁ ସେମାନଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି। କିନ୍ତୁ ଗୁଜରାଟ ସରକାରଙ୍କ ଯୁକ୍ତିରୁ ବୁଝାପଡ଼ୁଛି, ସତେଯେମିତି ସେମାନଙ୍କୁ ମୁକ୍ତ କରିବା ପାଇଁ ଆମେ ନିର୍ଦ୍ଦେଶ ଦେଇଥିଲୁ। ଦୁଇ ସପ୍ତାହ ପରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri