Posted inଜାତୀୟ

ହେମନ୍ତଙ୍କ ମୁଣ୍ଡରେ ଇସି ଖଣ୍ଡା

ରାଞ୍ଚତ୍/ନୂଆଦିଲ୍ଲୀ,୨୬ା୮:ଝାଡ଼ଖଣ୍ଡ ଖଣି ଲିଜ୍‌ ମାମଲାରେ ନିର୍ବାଚନ କମିଶନ (ଇସି) ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ହେମନ୍ତଙ୍କ ବିଧାୟକ ପଦ ରଦ୍ଦ କରିବା ଲାଗି ରାଜ୍ୟପାଳ ରମେଶ ବୈସଙ୍କୁ ଆୟୋଗ ସୁପାରିସ କରିଥିବା ଜଣାପଡ଼ିବା ପରେ ସେ କୌଣସି ମୁହୂର୍ତ୍ତରେ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛି। ଅନ୍ୟପକ୍ଷେ ଲାଭଜନକ ପଦବୀ ବିବାଦରେ ଫସିଥିବା ହେମନ୍ତ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧରେ ସାମ୍ବିଧାନିକ କର୍ତ୍ତୃପକ୍ଷ ଓ ସରକାରୀ ଏଜେନ୍ସିଗୁଡ଼ିକର ଦୁରୁପଯୋଗ ଅଭିଯୋଗ ଆଣିଛନ୍ତି। ଏଥିସହ ତାଙ୍କ ନିକଟକୁ ରାଜ୍ୟପାଳ କିମ୍ବା ନିର୍ବାଚନ କମିଶନଙ୍କଠାରୁ କୌଣସି ନିର୍ଦ୍ଦେଶ ଆସି ନ ଥିବା ହେମନ୍ତ କହିଛନ୍ତି।
ଝାଡ଼ଖଣ୍ଡର ଖଣି ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜ ନାମରେ ଷ୍ଟୋନ୍‌ ଚିପ୍ସ ମାଇନିଂ ଲିଜ୍‌ ନେଇଥିବା ଗତ ଫେବୃୟାରୀରେ ଭାଜପା ପକ୍ଷରୁ ଅଭିଯୋଗ ଅଣାଯାଇଥିଲା। ଜନ ପ୍ରତିନିଧି ଆଇନ,୧୯୫୨ର ଧାରା ୯ଏ ଅନୁସାରେ ବିଧାନସଭାରୁ ହେମନ୍ତଙ୍କ ସଦସ୍ୟତା ରଦ୍ଦ କରିବା ସହ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଉ ବୋଲି ଭାଜପା ଦାବି କରିଥିଲା। ଲାଭଜନକ ପଦବୀ ନେଇ ଭାଜପାର ଅଭିଯୋଗ ଉପରେ ରାଜ୍ୟପାଳ ରମେଶ ବୈସ ଏହି ମାମଲା ନିର୍ବାଚନ କମିଶନ(ଇସି)ଙ୍କ ନିକଟକୁ ପଠାଇଥିଲେ। ଏଥିସହ ଝାଡ଼ଖଣ୍ଡ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ ନୋଟିସ କରି ଖଣି ଲିଜ୍‌ ସମ୍ପର୍କିତ ଦସ୍ତାବିଜ ମଗାଇଥିଲେ। ଗତ ୧୮ ତାରିଖରେ ଏହି ପ୍ରସଙ୍ଗରେ ଶୁଣାଣି ବେଳେ ଭାଜପା ଏବଂ ହେମନ୍ତଙ୍କ ଓକିଲ ନିଜ ନିଜ ପକ୍ଷ ରଖିଥିଲେ। ନିର୍ବାଚନ ଆୟୋଗ ସୋମବାର ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ମଙ୍ଗଳବାର ସକାଳେ ନିଜ ମତାମତ ସମ୍ପର୍କିତ ରିପୋର୍ଟ ଏକ ବନ୍ଦ ଲଫାପାରେ ରାଜଭବନକୁ ପଠାଇଦେଇଥିଲେ। ରାଜ୍ୟପାଳ ରମେଶ ବୈସ ଅପରାହ୍ନରେ ଦିଲ୍ଲୀରୁ ରାଞ୍ଚତ୍ରେ ପହଞ୍ଚତ୍ବା ପରେ କହିଛନ୍ତି, ଇସିଙ୍କ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ନିଷ୍ପତ୍ତି ନିଆଯିବ। ଭାଜପା ବିଧାୟକ ନିଶିକାନ୍ତ ଦୁବେ କହିଛନ୍ତି, ହେମନ୍ତ ଖଣି ମନ୍ତ୍ରୀ ଥାଇ ନିଜ ନାମରେ ଷ୍ଟୋନ୍‌ ଚିପ୍ସ ଖନନ ଠିକା ନେଇଛନ୍ତି। ସେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ହେବା ଉଚିତ। ବିଧାନସଭାକୁ ତୁରନ୍ତ ଭଙ୍ଗକରି ସମସ୍ତ ୮୧ ଆସନରେ ନିର୍ବାଚନ କରାଯାଉ ବୋଲି ଦାବି କରିଛନ୍ତି। ଅନ୍ୟପକ୍ଷେ ଭାଜପା ନେତାମାନେ, ଜଣେ ଏମ୍‌ପି ଏବଂ ତାଙ୍କ ଦ୍ୱାରା ପରିଚାଳିତ କେତେଜଣ ଖବରଦାତା ନିର୍ବାଚନ କମିଶନଙ୍କ ପାଇଁ ରିପୋର୍ଟ ଡ୍ରାଫ୍ଟ କରିଛନ୍ତି। ଭାଜପା ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ସିନା କିଣିନେବ, ଜନ ସମର୍ଥନ କିପରି କିଣିବ ବୋଲି ହେମନ୍ତ ଟୁଇଟ୍‌ କରିଛନ୍ତି। ପ୍ରକାଶ ଯେ, ସମ୍ବିଧାନର ଅନୁଚ୍ଛେଦ ୧୯୨ ଅନୁସାରେ ବିଧାନସଭାର କୌଣସି ସଦସ୍ୟଙ୍କ ଅଯୋଗ୍ୟତା ସମ୍ପର୍କିତ ପ୍ରଶ୍ନ ଉଠିଲେ ତାହା ଉପରେ ରାଜ୍ୟପାଳଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ବୋଲି ଧରାଯାଇଥାଏ।

କେନ୍ଦ୍ରୀୟ ସଂସ୍ଥାର ଦୁରୁପଯୋଗ ଅଭିଯୋଗ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି), ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ଓ ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସମେତ ଅନେକ ବିରୋଧୀ ଦଳ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ସରକାରୀ ଏଜେନ୍ସିଗୁଡ଼ିକର ଦୁରୁପଯୋଗ ଅଭିଯୋଗ ଆଣୁଥିବାବେଳେ ଝାଡ଼ଖଣ୍ଡ ବିଧାନସଭାରେ ହେମନ୍ତ ସୋରେନଙ୍କ ସଦସ୍ୟତାର ରଦ୍ଦ ପ୍ରସଙ୍ଗକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ଏହା ପୂର୍ବରୁ ଜୁଲାଇ ୩୧ରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ୩ ବିଧାୟକ ପଡ଼ୋଶୀ ପଶ୍ଚିମବଙ୍ଗର ହାଓ୍ବଡା ଜିଲାରେ ୫୦ ଲକ୍ଷ ଟଙ୍କା ସହ ଧରାପଡ଼ିଥିଲେ। ଭାଜପା ଝାଡ଼ଖଣ୍ଡ ସରକାରକୁ ଭାଙ୍ଗିଦେବା ଭାଜପା ପାଇଁ ଷଡ଼ଯନ୍ତ୍ର ରଚିଥିବା ସେତେବେଳେ ଜେଏମ୍‌ଏମ୍‌ ଏବଂ ଏହାର ମେଣ୍ଟ କଂଗ୍ରେସ ପକ୍ଷରୁ ଅଭିଯୋଗ ଅଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?