Posted inଜାତୀୟ

ମୁଁ ଡରିବି ନାହିଁ, ଏଏପି ଏମ୍‌ପି ଚିରିଲେ ଉପରାଜ୍ୟପାଳଙ୍କ ମାନହାନୀ ନୋଟିସ୍‌…

ନୂଆଦିଲ୍ଲୀ, ୭।୯ : ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଏଏପି) ସରକାର ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ବିବାଦ କ୍ରମାଗତ ଭାବେ ତୀବ୍ର ହେଉଛି। ଉପରାଜ୍ୟପାଳ ଦ୍ୱାରା ଏଏପି ନେତାଙ୍କ ନିକଟକୁ ପଠାଯାଇଥିବା ଆଇନଗତ ମାନହାନୀ ନୋଟିସକୁ ରାଜ୍ୟସଭା ଏମ୍‌ପି ସଞ୍ଜୟ ସିଂ ଚିରି ଦେଇଛନ୍ତି। ଉପରାଜ୍ୟପାଳ କୋଟି କୋଟି ଟଙ୍କା ଅପବ୍ୟବହାର କରିଥିବା ସଞ୍ଜୟ ଅଭିଯୋଗ କରିଛନ୍ତି। ଖନୀ ଗ୍ରାମୋଦ୍ୟୋଗର ମୁଖ୍ୟ ଥିବାବେଳେ ଶ୍ରମିକ ଓ କର୍ମଚାରୀମାନଙ୍କୁ ମଜୁରୀ ଦେବାରେ ତ୍ରୁଟି ଦେଖାଦେଇଥିଲା। ଏହାକୁ ଉପରାଜ୍ୟପାଳ ହେରଫେର କରିଥିବା ସେ କହିଛନ୍ତି।

ମାନହାନୀ ନୋଟିସର କପି ଚିରି ସଞ୍ଜୟ କହିଛନ୍ତି ଯେ ମୁଁ ଭି.କେ ସାକ୍ସେନାଙ୍କୁ କହିବାକୁ ଚାହେଁ ଭାରତର ସମ୍ବିଧାନ ମୋତେ ସତ କହିବାର ଅଧିକାର ଦେଇଛି। ଦେଶର ସର୍ବୋଚ୍ଚ ଗୃହର ଜଣେ ସଦସ୍ୟ ଭାବରେ ମୋର ସତ କହିବାର ଅଧିକାର ଅଛି। ମୁଁ ଅଟକି ଯିବି ନାହିଁ, ଡରିବି ନାହିଁ ଏବଂ କିଛି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ନୋଟିସ ପଠାଇବା ନେଇ ଭୟ କରିବି ନାହିଁ । ମୁଁ ଏପରି ନୋଟିସକୁ ୧୦ ଥର ଚିରି ଫୋପାଡି ଦେଇଛି ।

ମଦ ନୀତିକୁ ନେଇ ଭାଜପା ଏବଂ ଏଏପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମଦ ନୀତିରେ ଭାଜପା ଏକ ଷ୍ଟିଙ୍ଗ ଅପରେଶନ ଭିଡ଼ିଓ ଜାରି କରି ଏଥିରେ କମିଶନ ଗ୍ରହଣ କରାଯାଇଥିବା ଅଭିଯୋଗ କରିଥିଲା।

ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ ଯେ ଷ୍ଟିଙ୍ଗ ମାଷ୍ଟରଙ୍କର ଷ୍ଟିଙ୍ଗ ହୋଇଛି। ଏହା ଉପରେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି ଯେ ଦୀର୍ଘ ଦିନ ଧରି ଭାଜପା ପାଟିତୁଣ୍ଡ କରୁଛି ଯେ ଏକ ଦୁୂର୍ନୀତି ହୋଇଛି।

ବେଳେବେଳେ ୧୩୦୦ କୋଟି ଟଙ୍କା, ପୁଣି କେତେବେଳେ୮,୦୦୦କୋଟି, କେବେ ୫୦୦, କେବେ ୧୪୪ କୋଟି, କେବେ ୩୦ କୋଟି ଟଙ୍କା ଦୁର୍ନୀତି ହୋଇଛି ବୋଲି କୁହାଯାଉଛି। ଏସବୁ ମିଥ୍ୟା ଆରୋପ। ଏହାର କୌଣସି ସତ୍ୟାସତ୍ୟ ନାହିଁ ବୋଲୀ ସିସୋଡିଆ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri