Posted inଜାତୀୟ

ମୁଁ ଡରିବି ନାହିଁ, ଏଏପି ଏମ୍‌ପି ଚିରିଲେ ଉପରାଜ୍ୟପାଳଙ୍କ ମାନହାନୀ ନୋଟିସ୍‌…

ନୂଆଦିଲ୍ଲୀ, ୭।୯ : ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଏଏପି) ସରକାର ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ବିବାଦ କ୍ରମାଗତ ଭାବେ ତୀବ୍ର ହେଉଛି। ଉପରାଜ୍ୟପାଳ ଦ୍ୱାରା ଏଏପି ନେତାଙ୍କ ନିକଟକୁ ପଠାଯାଇଥିବା ଆଇନଗତ ମାନହାନୀ ନୋଟିସକୁ ରାଜ୍ୟସଭା ଏମ୍‌ପି ସଞ୍ଜୟ ସିଂ ଚିରି ଦେଇଛନ୍ତି। ଉପରାଜ୍ୟପାଳ କୋଟି କୋଟି ଟଙ୍କା ଅପବ୍ୟବହାର କରିଥିବା ସଞ୍ଜୟ ଅଭିଯୋଗ କରିଛନ୍ତି। ଖନୀ ଗ୍ରାମୋଦ୍ୟୋଗର ମୁଖ୍ୟ ଥିବାବେଳେ ଶ୍ରମିକ ଓ କର୍ମଚାରୀମାନଙ୍କୁ ମଜୁରୀ ଦେବାରେ ତ୍ରୁଟି ଦେଖାଦେଇଥିଲା। ଏହାକୁ ଉପରାଜ୍ୟପାଳ ହେରଫେର କରିଥିବା ସେ କହିଛନ୍ତି।

ମାନହାନୀ ନୋଟିସର କପି ଚିରି ସଞ୍ଜୟ କହିଛନ୍ତି ଯେ ମୁଁ ଭି.କେ ସାକ୍ସେନାଙ୍କୁ କହିବାକୁ ଚାହେଁ ଭାରତର ସମ୍ବିଧାନ ମୋତେ ସତ କହିବାର ଅଧିକାର ଦେଇଛି। ଦେଶର ସର୍ବୋଚ୍ଚ ଗୃହର ଜଣେ ସଦସ୍ୟ ଭାବରେ ମୋର ସତ କହିବାର ଅଧିକାର ଅଛି। ମୁଁ ଅଟକି ଯିବି ନାହିଁ, ଡରିବି ନାହିଁ ଏବଂ କିଛି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ନୋଟିସ ପଠାଇବା ନେଇ ଭୟ କରିବି ନାହିଁ । ମୁଁ ଏପରି ନୋଟିସକୁ ୧୦ ଥର ଚିରି ଫୋପାଡି ଦେଇଛି ।

ମଦ ନୀତିକୁ ନେଇ ଭାଜପା ଏବଂ ଏଏପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମଦ ନୀତିରେ ଭାଜପା ଏକ ଷ୍ଟିଙ୍ଗ ଅପରେଶନ ଭିଡ଼ିଓ ଜାରି କରି ଏଥିରେ କମିଶନ ଗ୍ରହଣ କରାଯାଇଥିବା ଅଭିଯୋଗ କରିଥିଲା।

ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ ଯେ ଷ୍ଟିଙ୍ଗ ମାଷ୍ଟରଙ୍କର ଷ୍ଟିଙ୍ଗ ହୋଇଛି। ଏହା ଉପରେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି ଯେ ଦୀର୍ଘ ଦିନ ଧରି ଭାଜପା ପାଟିତୁଣ୍ଡ କରୁଛି ଯେ ଏକ ଦୁୂର୍ନୀତି ହୋଇଛି।

ବେଳେବେଳେ ୧୩୦୦ କୋଟି ଟଙ୍କା, ପୁଣି କେତେବେଳେ୮,୦୦୦କୋଟି, କେବେ ୫୦୦, କେବେ ୧୪୪ କୋଟି, କେବେ ୩୦ କୋଟି ଟଙ୍କା ଦୁର୍ନୀତି ହୋଇଛି ବୋଲି କୁହାଯାଉଛି। ଏସବୁ ମିଥ୍ୟା ଆରୋପ। ଏହାର କୌଣସି ସତ୍ୟାସତ୍ୟ ନାହିଁ ବୋଲୀ ସିସୋଡିଆ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri