Posted inଜାତୀୟ

ପିଏମ୍‌-ଶ୍ରୀ ଯୋଜନାକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପିଏମ୍‌-ଶ୍ରୀ ଯୋଜନାକୁ ବୁଧବାର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ପିଏମ୍‌-ଶ୍ରୀ ଯୋଜନା ଅଧୀନରେ ଦେଶର ୧୪,୫୦୦ ବିଦ୍ୟାଳୟର ନବୀକରଣ ନିଷ୍ପତ୍ତି ଅନୁମୋଦନ ହୋଇଛି। ଏଥିରେ କେନ୍ଦ୍ରୀୟ ଏବଂ ନବୋଦୟ ବିଦ୍ୟାଳୟଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୨୭୨୨,୬୦ କୋଟି ଟଙ୍କା ବ୍ୟୟରେ ୨୦୨୨ ରୁ ୨୦୨୭ ପର୍ଯ୍ୟନ୍ତ ୧୪୬,୦୦ ବିଦ୍ୟାଳୟର ଗୁଣବତ୍ତା ଉନ୍ନତ ହେବ। ଏହା ଅଧୀନରେ ପ୍ରତ୍ୟେକ ବ୍ଲକର ଦୁଇଟି ବିଦ୍ୟାଳୟକୁ ନବୀକରଣ କରାଯିବ। ରାଜ୍ୟ ସରକାରଙ୍କ ସହିତ ପରାମର୍ଶ ପରେ ଏହି ବିଦ୍ୟାଳୟଗୁଡ଼ିକୁ ଚୟନ କରାଯିବ। ବିଦ୍ୟାଳୟର ଗୁଣବତ୍ତା ଦେଖିବା ପରେ ହିଁ କୌଣସି ବିଦ୍ୟାଳୟ ଚୟନ କରାଯିବ। ଏହି ଯୋଜନାର ମୌଳିକ ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଅଭିବୃଦ୍ଧି ହେବା ଉଚିତ।
ଏହା ବ୍ୟତୀତ ରେଳ ଜମିକୁ ଦୀର୍ଘ ସମୟ ପାଇଁ ଲିଜ ନେବାକୁ ମଧ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଏହି ଜମିଗୁଡିକ ପିଏମ୍‌ ଗତି ଶକ୍ତି ଢାଞ୍ଚା ଅଧୀନରେ ବ୍ୟବହୃତ ହେବ। ଆସନ୍ତା ୫ ବର୍ଷ ମଧ୍ୟରେ ଏହି ଜମିଗୁଡିକରେ ୩୦୦ କାର୍ଗୋ ଟର୍ମିନାଲ ବିକଶିତ ହେବ। ଆସନ୍ତା ୯୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁରୁ ଦିବସ ଅବସରରେ ପିଏମ୍‌-ଶ୍ରୀ ଯୋଜନା ଘୋଷଣା କରିଥିଲେ। ଏହି ଯୋଜନା ଘୋଷଣା କରି ପ୍ରଧାନମନ୍ତ୍ରୀ କହିଥିଲେ, ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏହି ବିଦ୍ୟାଳୟଗୁଡ଼ିକ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜୁରୀରେ ରହି ଅଶ୍ଳୀଳ ଡ୍ୟାନ୍ସ କଲେ ବାର୍‌ ଯୁବତୀ, ଫଟୋ ଭାଇରାଲ

ଲକ୍ଷ୍ନୌ,୧୦ା୧୨: ପଞ୍ଜୁରୀରେ ରହି ବାର୍‌ ଯୁବତୀମାନେ ଆଞ୍ଚଳିକ ଗୀତରେ ଅଶ୍ଳୀଳ ଡ୍ୟାନ୍ସ କରିଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଜମଗଡ଼ରେ। କରୋନା ମହାମାରୀ ସମୟରେ...

ଦଳ ଛାଡିଲେ ଆଉ ଜଣେ କଂଗ୍ରେସ ନେତା: ରାହୁଲଙ୍କୁ କଲେ ଟାର୍ଗେଟ

ଗୁଆହାଟୀ,୧୮।୬: କଂଗ୍ରେସରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଯୁବ ନେତା ସବୁ ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି। ଏବେ ଆସାମ ବିଧାୟକ ରୂପଜ୍ୟୋତି...

ତୁରନ୍ତ ଭାରତ ଛାଡ଼

ନୂଆଦିଲ୍ଲୀ, ୨୯।୪: ଭାରତରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ଏନେଇ ଆମେରିକା ସରକାରଙ୍କ ପକ୍ଷରୁ ତୁରନ୍ତ ଭାରତ ଛାଡି ଚାଲିଆସିବାକୁ ଆମେରିକୀୟ ନାଗରିକଙ୍କୁ...

ଭାରତ ଆସିବେ ବୋରିସ ଜନସନ

ନୂଆଦିଲ୍ଲୀ,୧୭ ।୪: କରୋନା ମହାମାରୀ କାରଣରୁ ଭାରତ ଗସ୍ତ ବାତିଲ କରିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦୁଇ ଦିନିଆ ଭାରତ ଗସ୍ତରେ ଏପ୍ରିଲ ୨୧ରେ...

ବିନା କଂଗ୍ରେସରେ ସରକାର ଚଳାନ୍ତୁ ଉଦ୍ଧବ, ଭାଜପା ଦେବ ସହଯୋଗ: ରଞ୍ଜିତ ସଭରକର

ନୂଆଦିଲ୍ଲୀ,୧୫।୧୨: ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଲାଣି। ବୀର ସଭରକରଙ୍କ ନାତି ରଞ୍ଜିତ ସଭରକର ଏବେ ମହାରାଷ୍ଟ୍ରର ମେଣ୍ଟ ସରକାରରୁ...

ଭାରତ ସହ ଯୁଦ୍ଧ ହେଲେ ଅଟଳ ଟନେଲ୍‌କୁ ଧ୍ୱଂସ କରିବ ଚାଇନା: ଗ୍ଲୋବାଲ ଟାଇମ୍ସ୍‌ର ଧମକ

ନୂଆଦିଲ୍ଲୀ, ୫।୧୦: ଭାରତ ସହିତ ଯୁଦ୍ଧ ହେଲେ ଅଟଳ ଟନେଲ୍‌କୁ ଚାଇନା ଧ୍ୱଂସ କରିଦେବ। ଏଭଳି ଖବର ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ରେ...

ଜୋକ ଦ୍ୱାରା ରୋଗ ଚିକିତ୍ସା ୧୦ ବର୍ଷରେ ୧୩ ଗୁଣା ମହଙ୍ଗା: ବର୍ଷକୁ ୧୨ କୋଟି ଟଙ୍କାର ଜୋକ ବିକ୍ରି

ନାଗପୁର,୧୬।୬: ଆଧୁନିକ ଚିକିତ୍ସା ସତ୍ତ୍ୱେ କେତେକ ଜୋକ ଦ୍ୱାରା ରୋଗ ଚିକିତ୍ସା ପଦ୍ଧତି ପ୍ରତି ବେଶ୍‌ ଆକର୍ଷିତ ହେଉଛନ୍ତି। ଏହି ପଦ୍ଧତି ସମ୍ପର୍କରେ ଆୟୁର୍ବେଦରେ ମଧ୍ୟ...

କାଉଡିଆଙ୍କ ଉପରେ ଫୁଲ ବର୍ଷା କଲେ ପୋଲିସ କର୍ମୀ

ମୁଜାଫରପୁର,୨୭।୭: ଶ୍ରାବଣ ମାସରେ ଶିବଭକ୍ତମାନେ ଶିବଙ୍କୁ ଜଳଲାଗି କରିବାକୁ କାଉଡି ଯାତ୍ରାରେ ବାହାରିଥାଆନ୍ତି। ଚଳିତ ବର୍ଷ ମଧ୍ୟ ଗତବର୍ଷ ପରି ଏହି କାଉଡିଆଙ୍କ ପାଇଁ ସ୍ବତନ୍ତ୍ର...

Advertisement
Archives

Model This Week