Posted inଖେଳ

ବାବର ଆଜମଙ୍କ ଯୁଗ ଶେଷ, ଏବେ ରିଜଓ୍ବାନ୍‌ ନୂଆ ବାଦ୍‌ଶାହା

ଦୁବାଇ,୭।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ପାକିସ୍ତାନର ତାରକା ଖେଳାଳି ମହମ୍ମଦ ରିଜୱାନ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି। ନିଜ ଦଳର ଅଧିନାୟକ ବାବର ଆଜମଙ୍କୁ ଅତିକ୍ରମ କରି ରିଜୱାନ ଏହି ସ୍ଥାନ ହାସଲ କରିଛନ୍ତି।
ପାକିସ୍ତାନ ଅଧିନାୟକ ବାବର ଆଜାମ ୧୦୦୦ ଦିନରୁ ଅଧିକ ସମୟ ଧରି ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ରହିଥିଲେ। କିନ୍ତୁ ଅନ୍ତର୍ଜାତୀୟ ଟି-୨୦ ଶେଷ ୧୦ ଇନିଂସରେ ବାବର ମାତ୍ର ଦୁଇଟି ଅର୍ଦ୍ଧଶତକ ହାସଲ କରିପାରିଛନ୍ତି। ଏସିଆ କପ୍‌ର ତିନି ଇନିଂସରେ ବାବରଙ୍କ ବ୍ୟାଟିଂରେ ବିଫଳ ହୋଇଥିଲେ।
ଅନ୍ୟପକ୍ଷରେ ମହମ୍ମଦ ରିଜୱାନ ଏସିଆ କପରେ ଏକ ଭଲ ଖେଳ ପ୍ରଦର୍ଶନ କରିଛନ୍ତି। ଏସିଆ କପ୍‌ର ତିନି ଇନିଂସରେ ରିଜୱାନ ୧୯୨ ରନ ସଂଗ୍ରହ କରିଛନ୍ତି। ହଂକଂ ବିପକ୍ଷରେ ରିଜୱାନ ଅପରାଜିତ ୭୮ ରନ କରିଥିଲେ। ଏହା ପରେ ରିଜୱାନ ଭାରତ ବିପକ୍ଷରେ ୭୧ ସ୍କୋର କରିଥିଲେ। ର
ରିଜୱାନ ହେଉଛନ୍ତି ପାକିସ୍ତାନର ତୃତୀୟ ଖେଳାଳି ଯିଏ ଟି -୨୦ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି। ଏହାପୂର୍ବରୁ ମିସବା-ଉଲ-ହକ ଏବଂ ବାବର ଆଜାମ ଟି -୨୦ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି। ୧୧୫୫ ଦିନ ପାଇଁ ଟି -୨୦ ର଼୍ୟାଙ୍କିଙ୍ଗରେ ବବର ଆଜମ ଏକ ନମ୍ବର ବ୍ୟାଟ୍ସମ୍ୟାନ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ଗସ୍ତ କରିବାକୁ ଚାହୁଁ ନାହାନ୍ତି ସିନିୟର ଶ୍ରୀଲଙ୍କା କ୍ରିକେଟର

କଲମ୍ବୋ,୩୦।୮: ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବର ମଧ୍ୟରେ ପାକିସ୍ତାନ ଗସ୍ତରେ ଆସି ଶ୍ରୀଲଙ୍କା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍‌ ଖେଳିବ। ଏହି...

ଆଜିବି କ୍ରିକେଟରୁ ଅବସର ମିଳିରେ ପିତାଙ୍କ ସହ ବିଲରେ କାମ କରନ୍ତି ଏହି ପ୍ରସିଦ୍ଧ କ୍ରିକେଟର

ଭାରତୀୟ ଦ୍ରୁତ ବୋଲର୍‌ ଉମେଶ ଯାଦବଙ୍କ ଆଜି ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୭, ଅକ୍ଟୋବର ୨୫ରେ ଉତ୍ତର ପ୍ରଦେଶର ଦେଓରିଆରେ ଏକ ଗରିବ ଘରେ...

କରୋନା ପ୍ରଭାବ: ଟୋକିଓ ଅଲିମ୍ପିକ୍ସ ଆଶାଠାରୁ ଆଶଙ୍କା ବେଶୀ

ନୂଆଦିଲ୍ଲୀ,୨୨।୩- କରୋନା ଭାଇରସ ସଂକ୍ରମଣ ୨୦୨୦ ଟୋକିଓ ଅଲିମ୍ପିକ୍ସ ଉପରେ ପ୍ରଭାବ ପକାଇବା ସମ୍ଭାବନା ଦେଖା ଦେଇଛି। ଆୟୋଜକଙ୍କ ପକ୍ଷରୁ ଯଦିଓ ଏହାକୁ ଠିକ୍‌ ସମୟରେ...

ଶ୍ରେୟାସଙ୍କ ସ୍ଥାନ ପକ୍କା

ମୁମ୍ବାଇ,୨୫।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଚର୍ଚ୍ଚାକୁ ଆସିଛନ୍ତି ଶ୍ରେୟାସ ଆୟାର। ଏବେ ତାଙ୍କ ସମ୍ପର୍କରେ କିଛି...

ପ୍ରଶଂସକଙ୍କୁ ଅମିର, ମଲିକଙ୍କ ନିବେଦନ

ମାଞ୍ଚେଷ୍ଟର,୧୮।୬(ପିଟି)- ଭାରତଠାରୁ ମିଳିଥିବା ପରାଜୟ ପରେ ପାକିସ୍ତାନ ଦଳର ପ୍ରଶଂସକମାନେ ନିଜ ଦଳକୁ ସମାଲୋଚନା କରିବା ସହ ଖେଳାଳିଙ୍କୁ ଓ ତାଙ୍କ ପରିବାରବର୍ଗଙ୍କୁ ଖରାପ ଭାଷାରେ...

ପଣ୍ଡିଚେରୀକୁ ହରାଇ କ୍ବାର୍ଟରରେ ଓଡ଼ିଶା

କଟକ ଅଫିସ,୨୪ା୪- ମହାରାଷ୍ଟ୍ରର କୋହ୍ଲାପୁରଠାରେ ଚାଲିଥିବା ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରେ ମଙ୍ଗଳବାର ଓଡ଼ିଶା ବୃହତ୍‌ ଗୋଲ ବ୍ୟବଧାନରେ ପଣ୍ଡିଚେରୀକୁ ପରାସ୍ତ କରିଛି ।...

ପ୍ରଥମ ଶ୍ରେଣୀ କ୍ରିକେଟରେ ବୁମରାଙ୍କ ପ୍ରଥମ ଅର୍ଦ୍ଧଶତକ

ସିଡ୍‌ନୀ,୧୧।୧୨- ଭାରତୀୟ ଦଳର ବୋଲିଂ ବିଭାଗର କର୍ଣ୍ଣଧାର ଯଶପ୍ରୀତ ବୁମରା ଏଥର ବ୍ୟାଟ୍‌ରେ କମାଲ ଦେଖାଇଛନ୍ତି। ଏଠାରେ ଶୁକ୍ରବାରଠାରୁ ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଆରମ୍ଭ ହୋଇଥିବା...

ବିରାଟ ବ୍ରିଗେଡ୍‌ର ପ୍ରଶଂସାରେ ଶତମୁଖ ହେଲେ ଏହି ମହାନ ଖେଳାଳି: କହିଲେ ଏବେର ଟିମ୍‌…

ନୂଆଦିଲ୍ଲୀ,୨୫।୩: ଅଷ୍ଟ୍ରେଲିଆକୁ ଟି୨୦ ଏବଂ ଟେଷ୍ଟ ସିରିଜ୍‌ରେ ପରାସ୍ତ କରିବା ପରେ ଏବେ ଇଂଲଣ୍ଡ ବିପକ୍ଷରେ ବିଜୟ ଅଭିଯାନ ଜାରି ରଖିଛି ଭାରତୀୟ କ୍ରିକେଟ ଟିମ୍‌।...

Advertisement
Archives

Model This Week