Posted inଜାତୀୟ

ପାଇଲଟଙ୍କୁ ଭାଜପାର ଅଫର, ଘରକୁ ଆସୁଥିବା ଲକ୍ଷ୍ମୀଙ୍କୁ ପ୍ରତ୍ୟାଖ୍ୟାନ କରିବା ଠିକ ନୁହେଁ, କଂଗ୍ରେସ ଏକ ବୁଡ଼ିବାକୁ ଯାଉଥିବା ଜାହାଜ…

ଜୟପୁର,୨।୧୦ : ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଭାଜପା ବିଧାୟକ କାଳିଚରଣ ସରାଫ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପାଇଲଟ ଭାଜପାକୁ ଆସିବା ପ୍ରଶ୍ନରେ ବିଧାୟକ ସରାଫ କହିଛନ୍ତି ଯେ ଯଦି କଂଗ୍ରେସ ସରକାରଙ୍କ ପତନ ଘଟେ ଏବଂ ଏଥି ପାଇଁ ଭାଜପାକୁ କେହି ସହଯୋଗ କରିନ୍ତି ତାଙ୍କ ପାଇଁ ଆମର ଦ୍ୱାର ସବୁବେଳେ ଖୋଲା ରହିଛି। ସେ ସହଯୋଗ କଲେ ଭାଜପା ମଧ୍ୟ ସହାୟତାର ହାତ ବଢ଼ାଇବ।

ତେବେ ଏହା ସେମାନଙ୍କର ଆଭ୍ୟନ୍ତରୀଣ ବିଷୟ । ଯଦି ଘରେ ବସି ଲକ୍ଷ୍ମୀ ଆସନ୍ତି, ତେବେ ତାଙ୍କୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ ନୁହେଁ । ମାଲବ୍ୟ ନଗର ବିଧାୟକ ସରାଫ କହିଛନ୍ତି ଯେ କଂଗ୍ରେସ ଏକ ବୁଡ଼ିବାକୁ ଯାଉଥିବା ଜାହାଜ, ଯିଏ ଏଥିରେ ବସୁଛି ତା’ର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଏପାଖ ସେପାଖ ଦୌଡୁଛି। ଜନସାଧାରଣ ଅପେକ୍ଷା କରିଛନ୍ତି ଯେ କଂଗ୍ରେସ ସରକାରଙ୍କ ବୁଡ଼ନ୍ତା ଜାହାଜ ଏକ ମାସରେ କିମ୍ବା ୨ମାସରେ କିମ୍ବା୬ ମାସ ମଧ୍ୟରେ କେବେ ବୁଡ଼ିବାକୁ ଯାଉଛି।

ସୂଚନାଯୋଗ୍ୟ, ରାଜସ୍ଥାନ ରାଜନୀତିରେ ସରାଫଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ନିକଟତର ବୋଲି ବିବେଚନା କରାଯାଏ। ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏହି ବିବୃତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଂଗ୍ରେସରେ ଚାଲିଥିବା ବିବାଦକୁ ନେଇ ଭାଜପା ଖୋଲାଖୋଲି ଭାବେ କିଛି କହୁନାହିଁ।

କିନ୍ତୁ ଏଭଳି ଏକ ବିବୃତ୍ତି ଦେଇ ସରାଫ ଏକ ଉପାୟରେ ସଚିନ ପାଇଲଟଙ୍କୁ ଦଳରେ ବିଦ୍ରୋହ କରିବାକୁ ଉସୁକାଇଛନ୍ତି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଅତୀତରେ ଭାଜପା ନେତାମାନଙ୍କ ପକ୍ଷରୁ ସଚିନ ପାଇଲଟଙ୍କୁ ଅନେକ ଥର ପ୍ରଶଂସା କରାଯାଇଥିଲା। ଏଭଳି ପରିସ୍ଥିତିରେ ଭାଜପା ନେତାମାନେ ସଚିନ ପାଇଲଟଙ୍କ ପାଇଁ ପୁଣି ଥରେ ଥୋପ ପକାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଭ୍‌-ଇନ୍‌ ସମ୍ପର୍କ ବ୍ୟକ୍ତିଗତ ସ୍ବାଧୀନତା

ପ୍ରୟାଗରାଜ, ୩୦।୧୦(ଆଇଏଏନ୍‌ଏସ୍‌): ଲିଭ୍‌-ଇନ ରିଲେଶନଶିପ୍‌ ବା ବିବାହ ନ କରି ପୁରୁଷ ଓ ମହିଳା ଏକତ୍ର ରହିବା ଏବେ ଜୀବନଶୈଳୀର ଅଂଶବିଶେଷ ହୋଇଗଲାଣି। ତେଣୁ ସାମାଜିକ...

ଗୁଜରାଟ: ୧୩୦୦କୋଟି ଟଙ୍କା ମୂଲ୍ୟର ସ୍ୱାସ୍ଥ୍ୟସେବାର ଲୋକାର୍ପଣ କଲେ ମୋଦି

ଅହମଦାବାଦ,୧୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ଅହମଦାବାରେ ସିଭିଲ ହସ୍ପିଟାଲରେ ପ୍ରାୟ ୧୩୦୦ କୋଟି ଟଙ୍କାର ବିଭିନ୍ନ ସ୍ୱାସ୍ଥ୍ୟସେବା ସହ ଜଡିତ ସୁବିଧାର...

ସୁନାର ୫୦ ତୁଳସୀପତ୍ର ଚଢ଼ାଇଲେ ଶ୍ରଦ୍ଧାଳୁ

ବିଶାଖାପାଟଣା: ଭଗବାନଙ୍କ ନିକଟରେ ନିଜର ଭକ୍ତି ଓ ଆସ୍ଥାକୁ ଲୋକେ ବିଭିନ୍ନ ଉପାୟରେ ପ୍ରକାଶ କରିଥାନ୍ତି। ଅନେକ ଲୋକ ମନ୍ଦିରରେ ଦାନ କରି ଶାନ୍ତି ମଧ୍ୟ...

ନାଁ ନ ନେଇ ମହାମେଣ୍ଟ ଉପରେ ବର୍ଷିଲେ ମୋଦି

ମୁଜାଫରପୁର,୨୮ ।୧୦: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କାର୍ଯ୍ୟରେ ବାହାରିଛନ୍ତି । ପ୍ରଥମେ ମିଥିଳାଞ୍ଚଳ ପରେ...

ବିବାଦୀୟ ଜମି ବଦଳରେ ଅନ୍ୟ ସ୍ଥାନରେ ମସଜିଦ୍‌ ନିର୍ମାଣ ଲାଗି ରାଜି ହେଲା ସୁନ୍ନି ଓ୍ବାକଫ ବୋର୍ଡ

ନୂଆଦିଲ୍ଲୀ,୧୬।୧୦: ଅଯୋଧ୍ୟା ପ୍ରସଙ୍ଗରେ ମଧ୍ୟସ୍ଥିଙ୍କ ଯୋଜନା ଅନୁସାରେ ସୁନ୍ନି ଓ୍ବାକଫ୍‌ ବୋର୍ଡ ବିବାଦୀୟ ଜମି ବଦଳରେ ଅନ୍ୟ ସ୍ଥାନରେ ମସଜିଦ୍‌ ନିର୍ମାଣ ପାଇଁ ସହମତି ପ୍ରକାଶ...

ଅପରାହ୍ନ ୪ଟାରେ ହୋଇପାରିଲା ନାହିଁ ଟ୍ରେନ୍‌ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୧।୫: ଲକ୍‌ଡାଉନ ଯୋଗୁ ଫସି ରହିଥିବା ଯାତ୍ରୀଙ୍କ ପାଇଁ ମଙ୍ଗଳବାରଠାରୁ ଟ୍ରେନ୍‌ ସେବା ଆରମ୍ଭ ହୋଇଥିବା ବେଳେ ସୋମବାର ଅପରାହ୍ନ ୪ଟାରୁ ଟିକେଟ ବୁକିଂ କରାଯିବାର...

ଗୁଜରାଟ ବିଧାନସଭା ପାଇଁ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ, ଅହମଦାବାଦରେ ଭୋଟେ ଦେବେ ମୋଦି-ଶାହା

ଅହମଦାବାଦ,୫ ।୧୨: ଗୁଜରାଟ ବିଧାନସଭା ନିର୍ବାଚନର ସୋମବାର ହେଉଛି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହି ପର୍ଯ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଅଗଷ୍ଟ ୫ରୁ ଏପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ୫ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି: ସେନା

ଶ୍ରୀନଗର,୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସିତ ଭାଜପା ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦେବା ପରେ ସେଠାରେ ପରିସ୍ଥିତିକୁ ଶାନ୍ତ ରଖିବାକୁ ସବୁ ପ୍ରକାର ପ୍ରୟାସ...

Advertisement
Archives

Model This Week