Home

ପାକିସ୍ତାନ ଗସ୍ତରେ ଯିବାକୁ ଚାହୁଁଛନ୍ତି ଆରଜେଡି ଏମ୍‌ପି, କେନ୍ଦ୍ରଠାରୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ,୪।୧୦: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି)ର ରାଜ୍ୟ ସଭା ଏମ୍‌ପି ମନୋଜ ଝାଙ୍କ ପାକିସ୍ତାନ ଗସ୍ତକୁ କେନ୍ଦ୍ର ସରକାର ଅନୁମତି ଦେବାକୁ ମନା କରି ଦେଇଛନ୍ତି। ମନୋଜ ଚଳିତ ମାସରେ ଅଟାରୀ-ୱାଘା ସୀମା ଦେଇ ଲାହୋର ଯିବାକୁ ଚାହୁଁଥିଲେ। ସେଠାରେ ସେ…

ଗୁଗଲରେ ଟ୍ରାନ୍ସଲେଟ କରୁଥିବା ଲୋକଙ୍କୁ ବଡ ଝଟ୍‌କା, ବନ୍ଦ ହେଲା ସର୍ଭିସ!

ବେଜିଂ,୪ ।୧୦: ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ତା’ର ଟ୍ରାନ୍ସଲେଶନ ସର୍ଭିସକୁ ବନ୍ଦ କରି ଦେଇଛି । ତେବେ ଏହା ମେନଲାଣ୍ଡ ଚାଇନାରେ କରାଯାଇଛି ବୋଲି ସୂଚନା ମିଳିଛି । ଫଳରେ ଚାଇନାକୁ ବଡ ଝଟ୍‌କା ଲାଗିଛି ।…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଇନ୍ଦୋର,୪।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ମଙ୍ଗଳବାର ଇନ୍ଦୋରରେ ଖେଳାଯିବ। ତୃତୀୟ ଟି -୨୦ରେ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ। ଏଭଳି ପରିସ୍ଥିତିରେ ଶ୍ରେୟସ ଆୟରଙ୍କୁ ଦଳରେ ସାମିଲ କରାଯିବାର…

୫୭ ଲକ୍ଷ ବନ୍ୟା ପ୍ରପୀଡ଼ିତ ପାକିସ୍ତାନୀ ଗମ୍ଭୀର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବେ

ଇସ୍‌ଲାମାବାଦ,୪।୧୦: ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟାରେ ବିପନ୍ନ ହୋଇଥିବା ୫୭ ଲକ୍ଷ ଲୋକ ଆଗାମୀ ୩ ମାସ ମଧ୍ୟରେ ଗୁରୁତର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏନେଇ ଜାତିସଂଘର ମାନବୀୟ ବ୍ୟାପାର ସମନ୍ବୟ କାର୍ଯ୍ୟାଳୟ (ଓସିଏଚ୍‌ଏ) ପକ୍ଷରୁ ସତର୍କ କରିଦିଆଯାଇଛି। ବନ୍ୟା…

ପ୍ରାୟଶ୍ଚିତ୍ତ ଦିବସ ୟୋମ୍‌ କିପ୍ପୁର

ଜେରୁଜେଲମ, ୪ା୧୦:ୟୋମ୍‌ କପ୍ପୁର ହେଉଛି ଇହୁଦୀମାନଙ୍କ ପ୍ରାୟଶ୍ଚିତ୍ତର ଦିନ। ହେବୁ୍ର୍ୟ କ୍ୟାଲେଣ୍ଡର ଅନୁସାରେ, ଚଳିତ ବର୍ଷ ଏହା ଅକ୍ଟୋବର ୪ ସନ୍ଧ୍ୟାରେ ଆରମ୍ଭ ହୋଇ ୫ ସନ୍ଧ୍ୟାରେ ଶେଷ ହେବ। ଏହି ୨୫ ଘଣ୍ଟା ମଧ୍ୟରେ ଇହୁଦୀ ଧର୍ମାବଲମ୍ବୀ ଉପବାସ କରି…

ଇରାନ ଦଙ୍ଗା ପଛରେ ଆମେରିକା

ତେହେରାନ୍‌, ୪ା୧୦:ହିଜାବ ନ ପିନ୍ଧିବାରୁ ଇରାନ ଧର୍ମୀୟ ବ୍ୟାପାର ପୋଲିସ ଅତ୍ୟାଚାରରେ ପ୍ରାଣ ହରାଇଥିବା ୨୨ ବର୍ଷୀୟା ମହସା ଅମିନିଙ୍କ ମୃତ୍ୟୁକୁ ନେଇ ଏହି ଦେଶ ଅଦ୍ୟାବଧି ସବୁଠୁ ବଡ଼ଧରଣର ଆନ୍ଦୋଳନ ଓ ସରକାର ବିରୋଧୀ ବିକ୍ଷୋଭ ଦେଖୁଛି। ୧୭ ଦିନ…

ପ୍ରେମିକ ପାଇଁ ଶିଶୁପୁତ୍ରକୁ ହତ୍ୟାକରି ପୋତିଦେଲେ ମା’

ପଟ୍ଟାମୁଣ୍ଡାଇ,୪ା୧୦(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତଗର୍ତ ଦିହୁଡିପୁର ପଞ୍ଚାୟତ ମାଟିଆପଡ଼ା ଗଁାରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ପ୍ରେମରେ ପାଗିଳୀ ହୋଇ ମା’ ପ୍ରେମିକ ସହ ମିଶି ରାସ୍ତାର କଣ୍ଟା ସାଜିଥିବା ୩ ବର୍ଷର ପୁଅକୁ ସବୁଦିନ ପାଇଁ ହଟାଇବା…

ଆନ୍ତଃରାଜ୍ୟ ପକେଟ୍‌ମାର୍‌ ଗ୍ୟାଙ୍ଗ୍‌ ଧରାପଡ଼ିଲା

ଭୁବନେଶ୍ବର,୪ା୧୦(ବ୍ୟୁରୋ):ଦୁର୍ଗାପୂଜା ଦେଖିବାକୁ ଯାଉଥିଲେ ସାବଧାନ। ସହରରେ ମାତିଛନ୍ତି ଏକାଧିକ ପକେଟ୍‌ମାର୍‌ ଗ୍ୟାଙ୍ଗ୍‌। ଭିଡ଼ ଭିତରେ ପକେଟରୁ, ବ୍ୟାଗ୍‌ରୁ ସବୁକିଛି ଲୁଟିନେଉଛନ୍ତି। ପିଲାଙ୍କଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ବେକରୁ ସୁୁନାଚେନ୍‌ ବି ଝାମ୍ପିନେଉଛନ୍ତି। ଟିକିଏ ସତର୍କ ନ ରହିଲେ ଏସବୁ ତ ହରାଇବେ,…

କଟକ ପାର୍ବଣର ନିଆରା ପରମ୍ପରା

ଐତିହାସିକ ସହର କଟକ ଦଶହରାର ସ୍ବତନ୍ତ୍ରତା ରହିଛି। ଏକଦା ଏଠାରେ ମୁଖ୍ୟ ଆକର୍ଷଣ ଥିଲା ଜରି ଓ ଚାନ୍ଦି ମେଢ। ଏବେ ବିଭିନ୍ନ ପୂଜା କମିଟି ମଧ୍ୟରେ ସୁନାମେଢ଼ ପାଇଁ ପ୍ରତିଯୋଗିତା ଦେଖାଦେଇଛି। ସେହିପରି ମାଛଭୋଗ, ଦହିପଖାଳ, ସିନ୍ଦୂରଖେଳ, କୁମାରୀ ପୂଜା…

ଅସ୍ତ୍ରୋପଚାର ନିଷ୍ଫଳ: ଅସୁସ୍ଥ ହାତୀର ଜୀବନ ଗଲା

ବାରିପଦା ଅଫିସ/ବେତନଟୀ, ୪ା୧୦(ସ୍ବ.ପ୍ର.):ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ମଶିଣାକାଟି ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଛି। ଓୟୁଏଟି ବିଶେଷଜ୍ଞଙ୍କ ଦ୍ୱାରା ଅସ୍ତ୍ରୋପଚାରର ୨୪ ଘଣ୍ଟା ନ ପୂରୁଣୁ ଉକ୍ତ ଦନ୍ତାର ମୃତ୍ୟୁ ହେବା ନେଇ ବିଭିନ୍ନ ମହଲରେ…

ଲଘୁଚାପ ସୃଷ୍ଟି, ଅଧିକାଂଶ ଜିଲାରେ ବର୍ଷା

ଭୁବନେଶ୍ୱର,୪।୧୦(ବ୍ୟୁରୋ):ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୋମବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ପ୍ରଭାବରେ ଅଧିକାଂଶ ଜିଲାରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ସୋମବାର କେତେକ…

୧୭ରେ ମୁଖ୍ୟମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ

ଭୁବନେଶ୍ବର, ୪ା୧୦(ବ୍ୟୁରୋ):ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱରରେ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ୨୦୨୨ର ତୃତୀୟ ସଂସ୍କରଣ’ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଚଳିତ ମାସ ୧୭ରେ ହାଇଦ୍ରାବାଦରେ ‘ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଫିକ୍କି ସହଯୋଗରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri