Advertisement
Posted inଖେଳ

ଭାରତ ବିପକ୍ଷ ମ୍ୟାଚ୍‌ରେ ସବୁବେଳେ ବିଜୟ ଦ୍ୱାରଦେଶରୁ ଆମେ ଫେରୁଛୁ: ବାଲାଂଦେଶ ଅଧିନାୟକ

ଆଡିଲେଡ,୨।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ର ସୁପର-୧୨ ମୁକାବିଲାରେ ବାଲାଂଦେଶ ବିପକ୍ଷ ମ୍ୟାଚ୍‌ରେ ୫ ରନ୍‌ରେ ବିଜେତା ହୋଇଛି ଟିମ୍‌ ଇଣ୍ଡିଆ। ବୁଧବାର ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲାରେ ହାରିବାକୁ ନେଇ ବାଲାଂଦେଶ ଅଧିନାୟକ ଶାକିବ ଅଲ ହସନ ଦୁଃଖ ପ୍ରକାଶ କରିଛନ୍ତି। ସବୁ ଥର ତାଙ୍କ ଦଳ ଭାରତ ବିପକ୍ଷ ମୁକାବିଲାରେ ବିଜୟ ଦ୍ୱାରଦେଶରେ ପହଞ୍ଚିଥାଏ। ହେଲେ ଶେଷ ସୋପାନ ପାରି କରି ପାରେ ନାହିଁ ବୋଲି ସେ କହିଛନ୍ତି।

ମ୍ୟାଚ୍‌ ଶେଷ ହେବା ପରେ ଶାକିବ କହିଛନ୍ତି, ଆମ କାହାଣୀ ଏହା ଯେ ଯେତେବେଳେ ଆମେ ଭାରତ ବିପକ୍ଷରେ ଖେଳୁ, ମୁକାବିଲା ଜିତିବା ପାଖାପାଖି ପହଞ୍ଚି ଯାଇଥାଉ। ହେଲେ ଆମେ ଲାଇନ୍‌ ଫିନିଶ୍‌ କରିପାରୁ ନାହିଁ। ଏହା ବହୁତ ଭଲ ମ୍ୟାଚ୍‌ ଥିଲା। ଉଭୟ ଟିମ୍‌ ଏହାର ମଜା ଉଠାଇଲୁ। ଆମେ ଏହା ହିଁ ଚାହୁଁଥିଲୁ। ଶେଷରେ କେହି ଜିତେ ଆଉ କେହି ହାରିଥାଏ। ଲିଟନ ଦାସ ଆମର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ଯେଉଁଭଳି ଭାବେ ସେ ବ୍ୟାଟିଂ କରୁଥିଲେ, ଟାର୍ଗେଟକୁ ଅତିକ୍ରମ କରିବା ସହଜ ଲାଗୁଥିଲା। ଭାରତର ଟପ୍‌-୪ ଦେଖିଲେ ସେ ବହୁତ ଭୟଙ୍କର। ସେହି ୪ ଖେଲାଳିଙ୍କୁ ଆଉଟ୍‌ କରିବାକୁ ଆମେ ଯୋଜନା କରିଥିଲୁ। ଏଥିପାଇଁ ଆରମ୍ଭରୁ ତସ୍କିନ ଅହମ୍ମଦ ଦ୍ୱାରା ଆରମ୍ଭରୁ ୪ ଓଭର କରାଇଥିଲୁ। ଦୁର୍ଭାଗ୍ୟବଶତଃ ଆଶା ପୂରଣ ହୋଇ ନ ଥିଲା। ଆଗକୁ ଦଳ ଗୋଟିଏ ମ୍ୟାଚ୍‌ ଖେଳିବ, ତାହା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୁଭେଣ୍ଟସ ଫେରିଲେ କିମ୍ବଦନ୍ତୀ ବଫନ

ରୋମ,୫।୭- ପୂର୍ବତନ ଇଟାଲିଆନ ଗୋଲକିପର ଗିଆନଲୁଇଗି ବଫନ ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ସହ ଏକ ବର୍ଷୀୟା ଚୁକ୍ତି ଶେଷ କରିବା ପରେ ଜୁଭେଣ୍ଟସ କ୍ଲବକୁ...

ଆଇପିଏଲ ନୁହେଁ, ସୁରକ୍ଷା ଚିନ୍ତାରେ ପଛଘୁଞ୍ଚା ଦେଇଛନ୍ତି ଶ୍ରୀଲଙ୍କା ଖେଳାଳି

ନୂଆଦିଲ୍ଲୀ,୧୧।୯: ଭାରତୀୟ କର୍ତ୍ତୃପକ୍ଷଙ୍କ ଚାପରେ ବଶବର୍ତ୍ତୀ ହୋଇ ୧୦ ଜଣ ଶ୍ରୀଲଙ୍କା ଖେଳାଳି ପାକିସ୍ତାନ ଗସ୍ତରୁ ଓହରିଯାଇଥିବା ଏହି ଦେଶର ମନ୍ତ୍ରୀ ଫଓ୍ବାଦ ହୁସେନ ଅଭିଯୋଗ...

ବେକାର ହେଲା ଗେଲ୍‌ଙ୍କ ବିସ୍ଫୋରକ ଶତକ

ସେଣ୍ଟ କିଟ୍ସ, ୧୧।୯: ଓ୍ବାର୍ନର ପାର୍କଠାରେ ଅନୁଷ୍ଠିତ କାରିବିଅନ ପ୍ରିମିୟର ଲିଗ୍‌ (ସିପିଏଲ) ମ୍ୟାଚ୍‌ରେ ଜାମାଇକା ତାଲାଓ୍ବାସ ଦଳର ଅଧିନାୟକ କ୍ରିସ୍‌ ଗେଲ୍‌ଙ୍କ କ୍ୟାରିୟରର ୨୨ତମ...

ମାଲେସିଆ ମାଷ୍ଟର୍ସ: କ୍ୱାର୍ଟରରେ ସାଇନା

କୁଆଲାଲମ୍ପୁର, ୯।୧ (ପି.ଟି.)- ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ଏଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ...

ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗି ପାରନ୍ତି ସ୍ମିଥ

ଓଭାଲ,୧୧।୯- ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଚଳିତ ଆଶେସ ସିରିଜ୍‌ରେ ଚମତ୍କାର ଫର୍ମରେ ରହିଛନ୍ତି। ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଏପର୍ଯ୍ୟନ୍ତ ଆଶେସ ସିରିଜ୍‌ରେ ଏକ ଦ୍ୱିଶତକ...

ପଞ୍ଜାବ – କୋଲକାତା ମୁକାବିଲା: ଟ୍ରାକ୍‌କୁ ଫେରିବା ଲକ୍ଷ୍ୟରେ ପଞ୍ଜାବ

ଆବୁଧାବି,୧୦।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତୃତୀୟ ଡବଲ ହେଡରରେ ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମ ମ୍ୟାଚ୍‌ରେ...

ବନମାଳୀପୁର ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଖଣ୍ଡପଡା,୫ା୧୦(ସ୍ବ.ପ୍ର.): ଆଞ୍ଚଳିକ ସ୍ପୋଟର୍‌ସ କ୍ଲବ ବନମାଳୀପୁର ଆନୁକୂଲ୍ୟରେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବନମାଳୀପୁର ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ୩୨ ତମ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର...

ବିଶ୍ୱରେକର୍ଡ କଲେ ଏହି କ୍ରିକେଟର୍‌

କରାଚି,୧୪।୧୨: ପାକିସ୍ତାନର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ଟି-୨୦ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ରିଜୱାନ ମଧ୍ୟ ଟି -୨୦ ବିଶ୍ୱକପ...

Advertisement
Archives

Model This Week