ଜୀବନରେ ଥରେ ନୁହେଁ, ଅନେକ ଥର ପ୍ରେମରେ ପଡ଼ିଥାନ୍ତି ଏହି ରାଶିର ବ୍ୟକ୍ତିବିଶେଷ; ଜଣଙ୍କ ପାଖରେ ମନ ରୁହେନା !

ଅନେକେ କୁହନ୍ତି ପ୍ରକୃତ ପ୍ରେମ ଜୀବନରେ ଥରେ ମାତ୍ର ହୁଏ। ହେଲେ କିଛି ଏପରି ଥାନ୍ତି ଯେଉଁମାନେ ବାରମ୍ବାର ପ୍ରେମରେ ପଡ଼ିଥାନ୍ତି। ଜ୍ୟୋତିଷଶାସ୍ତ୍ର ମୁତାବକ ପ୍ରେମ ଜୀବନ ଉପରେ ଗ୍ରହମାନଙ୍କ ପ୍ରଭାବ ରହିଛି। ଜଣେ ଜୀବନରେ କେତେ ଥର ଏବଂ କେବେ ପ୍ରେମରେ ପଡ଼ିବ ତାହା ଗ୍ରହର ସ୍ଥିତି ଉପରେ ନିର୍ଭର କରେ। ଏହି କ୍ରମରେ ଆସନ୍ତୁ ଜାଣିବା କେଉଁ ରାଶିରେ ଜନ୍ମିତ ବ୍ୟକ୍ତିବିଶେଷ ଜୀବନରେ ଥରେ ନୁହେଁ ଅନେକ ଥର ପ୍ରେମରେ ପଡ଼ନ୍ତି:-

ମିଥୁନ ରାଶି: ଏହି ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ବୁଧ। ବୁଧଙ୍କ କୃପାରୁ ଏହି ବ୍ୟକ୍ତିବିଶେଷ ବୁଦ୍ଧିମାନ ଏବଂ ଦେଖିବାକୁ ଆକର୍ଷକ ହୋଇଥାନ୍ତି। କାହାକୁ ବି ସହଜରେ ନିଜର କରି ନିଅନ୍ତି। ଚଞ୍ଚଳ ସ୍ବଭାବର ହୋଇଥିବାରୁ ପ୍ରେମ ଜୀବନରେ ଅନେକ ଥର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଗୋଟିଏ ସ୍ଥାନରେ ଏମାନଙ୍କ ମନ ରୁହେ ନାହିଁ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏମାନେ ଅନେକ ଥର ପ୍ରେମରେ ପଡ଼ିଥାନ୍ତି।

ସିଂହ ରାଶି: ଏହି ରାଶିର ଲୋକେ ସହଜରେ ଅନ୍ୟ ସହ ମିଶି ଯାଆନ୍ତି। ଏମାନଙ୍କର ବନ୍ଧୁ ସଂଖ୍ୟା ଅଧିକ ଥାଏ। ପ୍ରେମ ଜୀବନକୁ ଏମାନେ ଧ୍ୟାନ ଦେଇ ନ ପାରିବାରୁ ତାଙ୍କର ଅନେକ ସମ୍ପର୍କ ଭାଙ୍ଗି ଯାଏ। ହେଲେ ଗୋଟିଏରୁ ଆଉ ଗୋଟିଏ ସମ୍ପର୍କକୁ ଡେଇଁବାକୁ ଏମାନଙ୍କୁ ବେଶି ସମୟ ଲାଗି ନଥାଏ। ଏହି ରାଶିର ଜାତକଧାରୀ ଜୀବନରେ ଅନେକ ଥର ପ୍ରେମରେ ପଡ଼ିବାର ସମ୍ଭାବନା ଥାଏ।

ତୁଳା ରାଶି: ଏହି ରାଶିର ଲୋକେ ନିଜ ପାର୍ଟନରଙ୍କୁ ବହୁତ ଭଲ ପାଇଥାନ୍ତି। ହେଲେ କୌଣସି ନା କୌଣସି କାରଣରୁ ଏମାନଙ୍କ ସମ୍ପର୍କ ଖରାପ ହୋଇଯାଇଥାଏ। ଜୀବନରେ ଏମାନଙ୍କର ଅନେକ ସମ୍ପର୍କ ଖରାପ ହେବାର ସମ୍ଭାବନା ଥାଏ। ଦୁଇରୁ ଅଧିକ ଥର ପ୍ରେମରେ ଏମାନେ ପଡ଼ିବାର ସମ୍ଭାବନା ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri