Home

ସିଇସିଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର,୨୮ା୧୦(ବ୍ୟୁରୋ):ଧାମନଗର ଉପନିର୍ବାଚନ ନେଇ ବିଜେଡି ଏବଂ ଭାଜପା ପରସ୍ପର ମଧ୍ୟରେ ଦୋଷ ଲଦାଲଦି ପର୍ବ ଜାରି ରଖିଛନ୍ତି। ବୁଧବାର ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ଭାରତୀୟ ନିର୍ବାଚନ ଆୟୋଗ(ସିଇସି)ଙ୍କ ନିକଟରେ ଫେରାଦ ହୋଇ ଶାସକ ଦଳ ଧାମନଗରରେ ଲୋକଙ୍କୁ ଟଙ୍କା ବାଣ୍ଟୁଥିବାର…

ଅପରେଶନ ଲୋଟସ୍‌ ଫେଲ୍‌

ହାଇଦ୍ରାବାଦ/ନୂଆଦିଲ୍ଲୀ,୨୮ା୧୦:ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ନେତୃତ୍ୱାଧୀନ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସରକାରକୁ ଭାଙ୍ଗି ରାଜ୍ୟରେ କ୍ଷମତାସୀନ ହେବା ପାଇଁ ଭାଜପା ପକ୍ଷରୁ ଚାଲିଥିବା ‘ଅପରେଶନ ଲୋଟସ୍‌’ ଫେଲ୍‌ ମାରିଛି। ଟିଆର୍‌ଏସ୍‌ ବିଧାୟକମାନଙ୍କୁ ପ୍ରଲୋଭନ ଦେଖାଇଥିବା ଭାଜପା ଏଜେଣ୍ଟମାନଙ୍କୁ…

ମେଟା ଉପରେ ୨ ଅରବରୁ ଅଧିକ ଜରିମାନା, ଆମେରିକାର ନିର୍ବାଚନ ବିଜ୍ଞାପନରେ ଗଡବଡକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶ

ୱାଶିଂଟନ,୨୮ ।୧୦: ଆମେରିକାରେ ନିର୍ବାଚନ ବିଜ୍ଞାପନ ସହ ଜଡିତ ଗଡବଡକୁ ନେଇ ୱାଶିଂଟନ ରାଜ୍ୟର ଏକ ଅଦାଲତ ବୁଧବାର ଫେସବୁକର ମୂଳ କମ୍ପାନୀ ମେଟା ଉପରେ ପ୍ରାୟ ୨.୫ କୋଟି ଆମେରିକୀୟ ଡଲାର ବା ୨ ଅରବରୁ ଅଧିକ ଟଙ୍କାର ଜରିମାନା…

ଆଜିଠୁ ଜମିବ ପ୍ରଚାର

ଭୁବନେଶ୍ବର,୨୮ା୧୦(ବ୍ୟୁରୋ):ଧାମନଗର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଟିକେଟ ନ ମିଳିବା ପରେ ସେ ସ୍ବାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହା ବର୍ତ୍ତମାନ ଶାସକ ଦଳ ଲାଗି ମୁଣ୍ଡବିନ୍ଧାର କାରଣ ପାଲଟିଛି। ସେପଟେ…

ରାଜ୍ୟ ଗୃହନିର୍ମାଣ ସଂସ୍ଥାର ନୂତନ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ

ଭୁବନେଶ୍ୱର,୨୮/୧୦(ବ୍ୟୁରୋ):ବିଜେଡ଼ି ଲୋକସଭା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଗୁୁରୁବାର ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ନୂତନ ଅଧ୍ୟକ୍ଷ ଭାବେ ଯୋଗଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସଫଳ ଭାବେ କାଯର୍‌ୟ କରିବା ମୋର ଏକମାତ୍ରା ଲକ୍ଷ୍ୟ ବୋଲି ସିଂଦେଓ…

‘ମୁଦ୍ରାନୀତିରେ ହୋଇପାରେ ବଡ଼ ପରିବର୍ତ୍ତନ’

ନୂଆଦିଲ୍ଲୀ,୨୮।୧୦:ଚଳିତ ବର୍ଷ ନଭେମ୍ବର ୩ରୁ ମୁଦ୍ରାନୀତି କମିଟି (ଏମ୍‌ପିସି)ର ଅତିରିକ୍ତ ବୈଠକ ହେବାକୁ ଯାଉଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ କୁହାଯାଇଛି। ଏପରିକି ଆର୍‌ବିଆଇ ଏମ୍‌ପିସିଙ୍କ ଏକ ଗୁରୁତ୍ୱପୂର୍ଣ୍ଣ (ଏମର୍ଜେନ୍ସି) ବୈଠକ ପାଇଁ ଆହ୍ବାନ କରାଯାଇଛି। କାରଣ ଏମ୍‌ପିସିଙ୍କ…

ଛୋଟ ଫ୍ଲାଟ୍‌ରେ ରହିବେ ଋଷି ସୁନକ୍‌

ଲଣ୍ଡନ, ୨୮/୧୦: ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ୧୦ ଡାଉନିଂ ଷ୍ଟ୍ରିଟ୍‌ ସରକାରୀ ବାସଭବନରେ ରହିବେ ନାହିଁ। ଏହା ପରିବର୍ତ୍ତେ ସେ ତାଙ୍କ ପରିବାର ସହ ଏକ ଛୋଟ ଫ୍ଲାଟ୍‌କୁ ଫେରିବେ। ସେଠାରେ ରହିବାରେ ସୁନକ୍‌ ବହୁତ ଖୁସି ବୋଲି…

୮ରେ ରୁଷିଆ ଯିବେ ଜୟଶଙ୍କର

ନୂଆଦିଲ୍ଲୀ, ୨୮/୧୦: ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ନଭେମ୍ବର ୮ରେ ରୁଷିଆ ଗସ୍ତ କରି ତାଙ୍କ ପ୍ରତିପକ୍ଷ ସେରେଗି ଲାଭ୍ରୋଭଙ୍କୁ ଭେଟିବେ। ଏହି ଅବସରରେ ଜୟଶଙ୍କର ଏବଂ ଲାଭ୍ରୋଭ୍‌ ଦ୍ୱିପାକ୍ଷିକ ଆଲୋଚନା ସହ ଅର୍ନ୍ତଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା କରିବେ।…

ମେକ୍ସିକୋରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି

ମେକ୍ସିକୋ ସିଟି: ମେକ୍ସିକୋର ସୀମାନ୍ତ ରାଜ୍ୟ ତମାଉଲିପାସ୍‌ରେ ବୁଧବାର ରାତିରେ ସମଲିଙ୍ଗୀ ବିବାହକୁ ବୈଧ କରିବା ସମ୍ପର୍କିତ ଆଇନ ସପକ୍ଷରେ ମତଦାନ ହୋଇଛି। ଏହି ଆଇନକୁ ସ୍ବୀକୃତି ପ୍ରଦାନରେ ଏହା ହେଉଛି ମେକ୍ସିକୋର ୩୨ତମ ବା ଶେଷ ରାଜ୍ୟ। ଡମାଉଲିପାସ୍‌ରେ ସମଲିଙ୍ଗୀ…

ଝିଅଙ୍କୁ ନିଲାମ, ମା’ଙ୍କୁ ବଳାତ୍କାର

ନୂଆଦିଲ୍ଲୀ/ଜୟପୁର, ୨୮ା୧୦:ଭାରତୀୟ ମହିଳାମାନେ ଅନେକ କ୍ଷେତ୍ରରେ ସଫଳତାର ସିଡ଼ି ଚଢ଼ି ଦେଶବିଦେଶରେ ସୁନାମ ଅର୍ଜୁଥିବାବେଳେ ରକ୍ଷଣଶୀଳ ରାଜସ୍ଥାନରେ ନାରୀଜାତିକୁ ପଣ୍ୟ ସାମଗ୍ରୀ ରୂପେ ବ୍ୟବହାର କରାଯାଉଛି। କାଁ ଭଁା କେବେ ନୁହେଁ, ବରଂ ରୀତିମତ ଭାବେ ଏଭଳି ବର୍ବର ଘଟଣା ଘଟୁଥିବା…

ବିପର୍ଯ୍ୟୟ ପଥେ ବିଶ୍ୱ

ଜାତିସଂଘ,୨୮ା୧୦:ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟକୁ ସାମ୍ନା କରୁଥିବା ପୃଥିବୀ ଏକ ବୃହତ୍‌ ବିପର୍ଯ୍ୟୟ ଆଡ଼କୁ ମୁହଁାଇଛି ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ଗୁରୁବାର ଜାରି କରିଥିବା ଏହାର ବାର୍ଷିକ ଏମିଶନ୍ସ ଗ୍ୟାପ୍‌ ରିପୋର୍ଟରେ…

ସୂର୍ଯ୍ୟମନ୍ଦିର ବୁଲିଲେ ୭ ଦେଶର ରାଷ୍ଟ୍ରଦୂତ

କୋଣାର୍କ,୨୮।୧୦(ଡି.ଏନ୍‌.ଏ.):ବିଶ୍ୱ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟମନ୍ଦିର, ଆନ୍ତର୍ଜାତିକ ବ୍ୟାଖ୍ୟାନ କେନ୍ଦ୍ରକୁ ଗୁରୁବାର ଆସୋସିଏଶନ ଅଫ୍‌ ସାଉଥ ଇଷ୍ଟ ଏସିଆନ ନେଶନର ସଦସ୍ୟ ମଣ୍ତଳୀ ବୁଲି ଦେଖିଛନ୍ତି। ଏହି ଓଡ଼ିଶା ଭ୍ରମଣରେ ସାମିଲ ହୋଇଥିଲେ ଭିଏତନାମ, ମ୍ୟାନମାର, ଥାଇଲାଣ୍ତ, ଲାଓପିଡିଆର, ମାଲେସିଆ, ଇଣ୍ତୋନେସିଆ, ବୋର୍ନିଓର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri