Home

ବୈମାତୃକ ମନୋଭାବରୁ ରାଜ୍ୟ ଭାଗ ହେବ: ନରସିଂହ

ବଲାଙ୍ଗୀର ଅଫିସ,୨୧ା୯: ପଶ୍ଚିମ ଓଡିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଓ ଅବହେଳା କାରଣରୁ ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ଜୋରଦାର ହେଉଛି। ବ୍ୟକ୍ତିଗତ ଭାବେ ସ୍ବତନ୍ତ୍ର ରାଜ୍ୟ ଗଠନ ଦାବି ପ୍ରତି ତାଙ୍କ ସମର୍ଥନ ନାହିଁ। ତେବେ ବର୍ତ୍ତମାନ…

ସିବିଆଇ, ଇଡି ଓଡ଼ିଶା ଆସିବା ଆବଶ୍ୟକ: ଜୟନାରାୟଣ

ଭୁବନେଶ୍ବର,୨୧ା୯(ବ୍ୟୁରୋ): ସିବିଆଇ ଓ ଇଡି ଓଡ଼ିଶା ଆସିବାର ଆବଶ୍ୟକତା ନିଶ୍ଚିତ ରହିଛି। କାରଣ ଓଡ଼ିଶାରେ ଦୁର୍ନୀତି ଚରମସୀମାରେ ପହଞ୍ଚିଯାଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଦିଲ୍ଲୀରୁ ଫେରିବା ପରେ ବିରୋଧୀ ଦଳ…

‘ରଘୁପତି ରାଘବ’ ଗାନକୁ ମେହବୁବାଙ୍କ ବିରୋଧ

ଶ୍ରୀନଗର,୨୧ା୯: କଶ୍ମୀରୀ ଛାତ୍ରୀଛାତ୍ର କ୍ଲାସରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ରଘୁପତି ରାଘବ ରାଜା ରାମ’ ଗାନକୁ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତି ବିରୋଧ କରିଛନ୍ତି। ପିଲାମାନେ ଉକ୍ତ ଭଜନ ଗାଇବା ବେଳର ଭିଡିଓକୁ ପିଡିପି ନେତ୍ରୀ…

ସୋମବାର ନାମାଙ୍କନ କରିବେ ଗେହଲଟ

ନୂଆଦିଲ୍ଲୀ,୨୧ା୯: କଂଗ୍ରେସରେ ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧୭ରେ ନିର୍ବାଚନ ହେବାକୁ ଯାଉଛି। ବରିଷ୍ଠ ନେତା ଶଶୀ ଥରୁରଙ୍କୁ ପ୍ରାର୍ଥୀ ହେବାରେ କୌଣସି ଆପତ୍ତି ନାହିଁ ବୋଲି ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ଜଣାଇଥିଲେ। ଅନ୍ୟପକ୍ଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା…

ବିଧାନସଭାକୁ ଗାଈ ଆଣିଲା ଭାଜପା

ଜୟପୁର,୨୧ା୯: ରାଜସ୍ଥାନରେ ଲମ୍ପି ଚର୍ମରୋଗ ଅଦ୍ୟାବଧି ୫୭,୦୦୦ ଗୋରୁଙ୍କ ଜୀବନ ନେଲାଣି। ଏହି ରୋଗରେ ୧୧ ଲକ୍ଷ ଗୋରୁ ପ୍ରଭାବିତ ହେଲେଣି। ଗୋରୁଙ୍କ ଲମ୍ପିଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବାରୁ ସ୍ଥାନୀୟ କୃଷକଙ୍କୁ କ୍ଷତି ସହିବାକୁ ପଡ଼ୁଛି। ରାଜ୍ୟ ସରକାର…

ଭୋକରେ ମରୁଛନ୍ତି ୪ ସେକେଣ୍ଡରେ ଜଣେ

ନ୍ୟୁୟର୍କ,୨୧ା୯: ବିଶ୍ୱରେ ଖାଦ୍ୟ ସଙ୍କଟ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି। ଖାଦ୍ୟ ଅଭାବରୁ ପ୍ରତି ୪ ସେକେଣ୍ଡରେ ଜଣଙ୍କର ମୃତ୍ୟୁ ଘଟୁଛି। ଏ ନେଇ ୨୦୦ରୁ ଊର୍ଦ୍ଧ୍ୱ ଏନ୍‌ଜିଓ ମଙ୍ଗଳବାର ଚେତାବନୀ ଦେବା ସହ କ୍ଷୁଧା ଦୂର କରିବା ପାଇଁ ଅନ୍ତର୍ଜାତୀୟ…

ପଞ୍ଜାବ ଜେଲରେ ଜୀବନସାଥୀଙ୍କ ସହ ସମୟ ବିତାଇବେ କଏଦୀ

ଚଣ୍ଡିଗଡ଼,୨୧ା୯: ବିଭିନ୍ନ ଅପରାଧରେ ପଞ୍ଜାବ ଜେଲରେ ବନ୍ଦୀ ଥିବା କଏଦୀମାନେ ନିଜ ଜୀବନସାଥୀଙ୍କ ସହ କିଛି ଘଣ୍ଟା ବିତାଇପାରିବେ। ଏଥିପାଇଁ ସ୍ବତନ୍ତ୍ର କୋଠରିର ବ୍ୟବସ୍ଥା କରାଯାଇଛି। ମଙ୍ଗଳବାରଠାରୁ କଏଦୀଙ୍କୁ ଏହି ସୁବିଧା ମିଳିଛି। ଏପରି କରିବାରେ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ…

ବାଇଡେନ୍‌ଙ୍କୁ ଟ୍ରମ୍ପ୍‌ଙ୍କ କଟାକ୍ଷ: ସ୍ଥାନ ହିଁ ସବୁକିଛି

ଓ୍ବାଶିଂଟନ୍‌, ୨୧ା୯: ବ୍ରିଟେନ୍‌ ସମ୍ରାଜ୍ଞୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟରେ ଯୋଗଦେବା ସମୟରେ ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୧୪ ନମ୍ବର ଧାଡ଼ିରେ ବସିବା ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କୁ କଟାକ୍ଷ କରିଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ଟ୍ରୁଥ୍‌…

ପାନଛେପକୁ ବିରୋଧ କରିବାରୁ ଗାଡ଼ି ମଡ଼ାଇ ହତ୍ୟା

ବାରାଣସୀ,୨୧ା୯: ପାନଛେପ ପକାଇବାକୁ ଜଣେ ୫୯ ବର୍ଷୀୟ ବ୍ୟକ୍ତି ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରେ ଗାଡ଼ି ମଡ଼ାଇଦେଇଛନ୍ତି। ଉତ୍ତରପ୍ରଦେଶର ବାରାଣସୀ ସହର ଅନ୍ତର୍ଗତ ସିଗ୍ରାରେ ରବିବାର ରାତିରେ ଏହି ଘଟଣା ଘଟିଛି। ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ…

ବେଙ୍ଗାଲୁରୁ ଡାକ୍ତରଙ୍କୁ ହତ୍ୟା

ବେଙ୍ଗାଲୁରୁ,୨୧ା୯: ଭାବୀସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ଶେୟାର କରିବାରୁ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ବିଟିଏମ୍‌ ଲେଆଉଟରେ ରହୁଥିବା ଡା. ବିକାଶ ରଞ୍ଜନ(୨୭)। ଘଟଣାରେ ପୋଲିସ ଯୁବତୀଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରିଛି। ବିକାଶ…

ଭାରତ-ଇଜିପ୍ଟ ପ୍ରତିରକ୍ଷା ଏମ୍‌ଓୟୁ

କାଇରୋ,୨୧ା୯: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଇଜିପ୍ଟ ଗସ୍ତ ଅବସରରେ ମଙ୍ଗଳବାର ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବୃଦ୍ଧି ଲାଗି ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ୩ ଦିନିଆ ଗସ୍ତରେ ଯାଇଥିବା ରାଜନାଥ ତାଙ୍କ ଇଜିପ୍ଟ ପ୍ରତିପକ୍ଷ…

ତାମିଲ ଅଭିନେତ୍ରୀ ଜେସିକାଙ୍କ ଆତ୍ମହତ୍ୟା

ଚେନ୍ନାଇ,୨୧ା୯: ତାମିଲ ଅଭିନେତ୍ରୀ ପୌଲିନ୍‌ ଜେସିକାଙ୍କ ମୃତଦେହ ଚେନ୍ନାଇର ବିରୁଗାମ୍ବାକମ୍‌ ମଲ୍ଲିକା ଆଭେନ୍ୟୁ ଫ୍ଲାଟ୍‌ରୁ ରବିବାର ମିଳିଛି। ସେଠାରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଜବତ ହୋଇଛି। ବିଫଳ ସମ୍ପର୍କ ତାଙ୍କ ମୃତ୍ୟୁର କାରଣ ବୋଲି ସେଥିରେ ଉଲ୍ଲେଖ ଅଛି। ଦୀପା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri