ଗୋଟିଏ ମେସେଜ୍‌ରୁ ପ୍ରେମରେ ପଡ଼ିଥିଲେ ସୁସ୍ମିତା, ଜାଣିଲେ…

ମୁମ୍ବାଇ: ମଡେଲ ରେହମନ ଶଲ ଏପର୍ଯ୍ୟନ୍ତ ଅନେକ ଫ୍ୟାଶନ ଶୋ’ରେ ପ୍ରସିଦ୍ଧ ଡିଜାଇନରମାନଙ୍କ ପାଇଁ ର଼୍ୟାମ୍ପ ଓ୍ବାକ୍‌ କରିଛନ୍ତି। ତେବେ ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନ୍‌ଙ୍କ ସହ ତାଙ୍କ ନାଁ ଯୋଡ଼ା ହେବା ପରେ ସେ ଆହୁରି ଚର୍ଚ୍ଚାକୁ ଆସିଥିଲେ। ଆଜି ଅର୍ଥାତ୍‌ ଜାନୁୟାରୀ ୪ରେ ରେହମନ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସହ ଜଡ଼ିତ କିଛି କଥା…

ରେହମନ ୧୯୯୧ରେ ଉତ୍ତରପ୍ରଦେଶର ନୋଏଡାଠାରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ ଏଠାରେ କରିଥିଲେ। ପିଲାଦିନରୁ ରେହମନ ଅନ୍ୟ ପିଲାମାନଙ୍କଠାରୁ କିଛି ଅଲଗା କରିବାକୁ ଚାହୁଁଥିଲେ। ଏହି କାରଣରୁ ସେ ପିଲାଦିନରୁ ଫ୍ୟାଶନ ଇଣ୍ଡଷ୍ଟ୍ରି ପ୍ରତି ଆଗ୍ରହ ପ୍ରକାଶ କରିବା ଆରମ୍ଭ କରିଥିଲେ। ଏହା ପରେ ସେ ନିଜ ସ୍ବପ୍ନକୁ ପୂରଣ କରିବା ପାଇଁ ମୁମ୍ବାଇ ଆସିଥିଲେ। ମାୟାନାଗରୀରେ ପହଞ୍ଚିବା ପରେ, ତାଙ୍କର ସୁନ୍ଦର ଚେହେରା ଯୋଗୁ ସେ ମଡେଲିଂ କାମ ପାଇଥିଲେ।

୨୦୧୮ରେ ରେହମନ ଯେତେବେଳେ ସୁସ୍ମିତାଙ୍କ ସହ ଭେଟ ହୋଇଥିଲେ ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ। ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ବହୁତ ଆକର୍ଷଣୀୟ। ବାସ୍ତବରେ ରେହମନ ଲକ୍ଷ ଲକ୍ଷ ଲୋକଙ୍କ ପରି ସୁସ୍ମିତାଙ୍କ ଜଣେ ପ୍ରଶଂସକ ଥିଲେ। ସେ ମଧ୍ୟ ସାଧାରଣ ଲୋକଙ୍କ ପରି ଇନ୍‌ଷ୍ଟାଗ୍ରାମରେ ମେସେଜ କରୁଥିଲେ। ଏଥି ସହିତ ସୁସ୍ମିତା ପ୍ରଶଂସକଙ୍କ ବ୍ୟକ୍ତିଗତ ଏସ୍‌ଏମ୍‌ଏସ୍‌ କେବେ ପଢ଼ନ୍ତି ନାହିଁ। ଥରେ ସୁସ୍ମିତା ଭୁଲ୍‌ ବଶତଃ ରେହମନଙ୍କ ମେସେଜକୁ ଖୋଲି ଦେଇଥିଲେ। ସୁସ୍ମିତା ତାଙ୍କ ଏସ୍‌ଏମ୍‌ଏସ୍‌ ପଢ଼ି ତାଙ୍କୁ ଉତ୍ତର ବି ଦେଲେ। ଯାହା ପରେ ରେହମନ ତାଙ୍କୁ ମେସେଜ କରିଥିଲେ ଯେ, ତାଙ୍କ ଉତ୍ତର ପାଇ ସେ ଖୁସିରେ ଡେଇଁ ପଡ଼ିଲେ।

ସୁସ୍ମିତା ରେହମନଙ୍କ କଥାବାର୍ତ୍ତାକୁ ବହୁତ କୌତୂହଳପୂର୍ଣ୍ଣ ମନେ କଲେ। ଏହା ପରଠାରୁ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହେଲା। ପରେ ରେହମନ ସୁସ୍ମିତାଙ୍କୁ ଏକ ଫୁଟବଲ ମ୍ୟାଚ୍‌ ଦେଖିବା ପାଇଁ ଡାକିଥିଲେ। ରେହମନଙ୍କ ଅନୁରୋଧ ରକ୍ଷା କରି ସୁସ୍ମିତା ପହଞ୍ଚିଥିଲେ। ସେଠାରେ ସୁସ୍ମିତା ରେହମନଙ୍କୁ ଏତେ ପସନ୍ଦ କରିଥିଲେ ଯେ, ନିଜଠାରୁ ୧୫ ବର୍ଷ ସାନ ବ୍ୟକ୍ତିଙ୍କୁ ହୃଦୟ ଦେଇଥିଲେ। ତେବେ ଦୀର୍ଘଦିନ ଧରି ଦୁହେଁ ଲିଭ୍‌ ଇନ୍‌ରେ ରହିବା ପରେ ଏବେ ବ୍ରେକ୍‌ଅପ୍‌ ହୋଇଯାଇଛି। ସୁସ୍ମିତା ଏବଂ ରେହମନ ଅଲଗା ହୋଇଥାଇପାରନ୍ତି, କିନ୍ତୁ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱର ବନ୍ଧନ ଜାରି ରହିଛି। ଆଜି ବି ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?