‘ଗଦ୍ଦର-୨’ର ଫାଷ୍ଟ ଲୁକ୍‌: ଏଥର ହ୍ୟାଣ୍ଡପମ୍ପ ନୁହେଁ ଶଗଡ଼ ଚକ ଉଠାଇଲେ ତାରା ସିଂ

ବମ୍ବେ: ୨୦୦୧ରେ ରିଲିଜ ହୋଇଥିଲା ଫିଲ୍ମ ‘ଗଦ୍ଦର’। ଦର୍ଶକ ଏହାକୁ ବେଶ ପସନ୍ଦ କରିବା ଯୋଗୁ ଫିଲ୍ମଟି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଏବେ ଏହାର ସିକୁଏଲ୍‌ ‘ଗଦ୍ଦର-୨’ ଆସିବାକୁ ଯାଉଛି। ପୂର୍ବଭଳି ଏଥିରେ ମୁଖ୍ୟ କଳାକାର ଭାବେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ଯୋଡ଼ି ନଜର ଆସିବେ। ଫିଲ୍ମର ରିଲିଜକୁ ଢେର ଦିନ ଥିବା ବେଳେ ଏହାର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ଏଥିରେ ସନ୍ନି ହ୍ୟାଣ୍ଡପମ୍ପ ବଦଳରେ ଶଗଡ଼ ଚକକୁ ହାତରେ ଉଠାଇଥିବା ଦେଖାଯାଇଛି।

ଜି ଷ୍ଟୁଡିଓ ପକ୍ଷରୁ ଇନଷ୍ଟାଗ୍ରାମରେ ଏକ ରିଲ ଭିଡିଓ ଶେୟାର କରାଯାଇଛି। ଏଥିରେ ୨୦୨୩ରେ ରିଲିଜ ହେବାକୁ ଥିବା ଅନେକ ବଡ଼ ବଜେଟ ଫିଲ୍ମର ଝଲକ ରହିଛି। ୫୦ ସେକେଣ୍ଡର ଏହି ଭିଡିଓରେ ଅଜୟ ଦେବଗନଙ୍କ ‘ମଇଦାନ’, ସଲମାନ ଖାଁଙ୍କ ‘ଭାଇଜାନ’, ସୋନୁ ସୁଦଙ୍କ ‘ଫତେହ’, ନଓ୍ବାଜୁଦ୍ଦିନ ସିଦ୍ଧକୀଙ୍କ ‘ହଡ୍ଡି’ ସହ ଅନେକ ପ୍ରୋଜେକ୍ଟର କ୍ଲିପ୍‌ ରହିଛି। ଶେଷରେ ଥିବା ‘ଗଦ୍ଦର ୨’ରେ ସନ୍ନିଙ୍କ ତାରା ସିଂହ ଲୁକ୍‌ ବେଶ ବାରି ହୋଇ ପଡ଼ିଛି। ପୁରା ଆକ୍ସନ ସହ ସନ୍ନି ଶଗଡ଼ ଗାଡ଼ି ଉଠାଉଛନ୍ତି।

ଫାଷ୍ଟ ଲୁକ୍‌ ଆସିବା ପରେ ଟୁଇଟରରେ ଟ୍ରେଣ୍ଡ କରୁଛି #ଗଦ୍ଦର୨। ପ୍ରଶଂସକମାନେ ସନ୍ନିଙ୍କ ଫିଲ୍ମକୁ ଆରମ୍ଭରୁ ବ୍ଲକବଷ୍ଟର କହିବା ଆରମ୍ଭ ମଧ୍ୟ କରିଦେଲେଣି। ତେବେ ଫିଲ୍ମଟି ଚଳିତ ବର୍ଷ ମଧ୍ୟଭାଗରେ ଏହା ରିଲିଜ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ରାଶିରେ ସୃଷ୍ଟି ହେଲା ମହାପୁରୁଷ ରାଜଯୋଗ: ମକର ସମେତ ୩ ରାଶିଙ୍କର ଲାଗିଲା ଲଟେରୀ, ବ୍ୟାଙ୍କ ବାଲାନ୍ସରେ ଅଚାନକ ବୃଦ୍ଧି

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଭଦ୍ର ମହାପୁରୁଷ ଯୋଗକୁ ଏକ ଶୁଭ ରାଜଯୋଗ ଭାବେ ବିବେଚନା କରାଯାଏ। ବୁଧ ନିଜ ରାଶି ମିଥୁନ କିମ୍ବା କନ୍ୟାରେ ରହି କୁଣ୍ଡଳୀର…

ବଡ଼ ଘୋଷଣା କଲା କଂଗ୍ରେସ: ଏହି ଦିନ ଓଡ଼ିଶା ଡାକରା, ଜାଣନ୍ତୁ କ’ଣ ବନ୍ଦ, କ’ଣ ରହିବ ଖୋଲା

ଭୁବନେଶ୍ୱର,୨୩।୯: ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ…

ଇତିହାସ ରଚିଲା ଭାରତ: T20ରେ ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ

ନୂଆଦିଲ୍ଲୀ,୨୩।୯: ଜାପାନ ବିପକ୍ଷରେ ରୋମାଞ୍ଚକର ଭାବେ ୨ ରନ୍‌ର ବିଜୟ ହାସଲ କରିବା ସହ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ T20 କ୍ରିକେଟ୍‌ରେ ଏକ ବଡ଼ ଇତିହାସ…

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?