Posted inଖେଳ

ନିଜ ବାୟୋପିକ ଛାଡ଼ିଲେ ଅଖତର, ନିର୍ମାତାଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ, ୨୨।୧: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଜୀବନକାହାଣୀକୁ ନେଇ ଫିଲ୍ମ ‘ରାଓ୍ବଲପିଣ୍ଡି ଏକ୍ସପ୍ରେସ’ ଆସୁଥିବା ନେଇ ନିକଟରେ ଘୋଷଣା କରାଯାଇଥିଲା। ଏବେ ଶୋଏବ ଏହି ବାୟୋପିକ୍‌କୁ ପଛକୁ ହଟିଯିବା ସହ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ସୋସିଆଲ ମିଡିଆରେ ଲମ୍ବା ପୋଷ୍ଟ ଲେଖି ଶୋଏବ କହିଛନ୍ତି, ଦୁଃଖର ସହ କହିବାକୁ ପଡ଼ୁଛି ଯେ ମାସ ମାସ ଧରି ଚର୍ଚ୍ଚା ହେବା ପରେ ଫିଲ୍ମ ରାଓ୍ବଲପିଣ୍ଡି ଏକ୍ସପ୍ରେସରୁ ନିଜକୁ ଅଲଗା କରିନେଇଛି। ଆଗାମୀ ଦିନରେ ଯଦି ନିର୍ମାତା ଏହି ଫିଲ୍ମ ପାଇଁ କାମ କରନ୍ତି ଅଥବା ତାଙ୍କ ନାମ ସହ ଏବଂ ତାଙ୍କ ସହ ଜଡ଼ିତ କିଛି କାହାଣୀ ନିର୍ମାଣ କରନ୍ତି ତେବେ ତାଙ୍କ ବିରୋଧରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଚେତାବନୀ ଦେଇଛନ୍ତି।

କହିରଖୁଛୁ, ଅଖତରଙ୍କ ଭୂମିକାରେ ନଜର ଆସିବାକୁ ଥିବା ଅଭିନେତା ଉମୈର ଜାସଓ୍ବାଲ ମଧ୍ୟ ଫିଲ୍ମ ଛାଡ଼ିଛନ୍ତି। ନିର୍ମାତାଙ୍କ ସହ ବିବାଦ ଉପୁଜିବା ପରେ ସେ ଏହି ନିଷ୍ପତ୍ତି ନେଇଥିବା ମାସ ଆରମ୍ଭରୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୧୬ରେ ଅଲଆଉଟ୍‌ ହେଲା ଟିମ୍‌ ଇଣ୍ଡିଆ

ବର୍ମିଂହାମ,୨।୭: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ୪୧୬ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି ଟିମ୍‌ ଇଣ୍ଡିଆ। ଶନିବାର ଟେଷ୍ଟର ଦ୍ୱିତୀୟ ଦିନର ଖେଳ ୩୩୮/୭ରୁ...

ମହିଳା ବିଶ୍ୱ ସ୍କ୍ବାଶ ଚାମ୍ପିୟନଶିପ୍‌ରୁ ଓହରିଲା ଭାରତ

ଚେନ୍ନାଇ, ୪ା୮ (ପି.ଟି.)-ମାଲେସିଆର କୁଆଲାଲମ୍ପୁରରେ ଡିସେମ୍ବର ୧୫ରୁ ୨୦ ପର୍ଯ୍ୟନ୍ତ ହେବାକୁଥିବା ମହିଳା ବିଶ୍ୱ ଟିମ୍‌ ସ୍କ୍ବାଶ ଚାମ୍ପିୟନଶିପ୍‌ରୁ ଭାରତ ଓହରିଯାଇଛି। କୋଭିଡ୍‌-୧୯ ମହାମାରୀ ଯୋଗୁ...

ଅଲିମ୍ପିକ୍‌ ଚାମ୍ପିୟନ ରୁଡିଶା ୧୬ ସପ୍ତାହ ବାଦ୍‌ ପଡ଼ିିଲେ

ଲଣ୍ଡନ,୨୯।୫(ଏଏଫ୍‌ପି): ଦୁଇଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲ କରିଥିବା କେନିଆ ତାରକା ଧାବକ ଡେଭିଡ୍‌ ରୁଡିଶା ଇଞ୍ଜୁରିର ସମ୍ମୁଖୀନ ହୋଇ କ୍ରୀଡ଼ାରୁ ୧୬ ସପ୍ତାହ ବାଦ୍‌...

ଟି୨୦ ବିଶ୍ୱକପ୍‌ ଘୁଞ୍ଚିଲେ ଆଇପିଏଲ୍‌ ଖେଳିବି: ଓ୍ବାର୍ନର

ନୂଆଦିଲ୍ଲୀ,୨୧।୬(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚିଲେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବୁ ବୋଲି ଅଷ୍ଟ୍ରେଲିଆ ତାରକା...

ଟି୨୦ ସିରିଜ ଜିତିଲା ଇଂଲଣ୍ଡ

ସାଉଥାମ୍ପଟନ,୭।୯(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ରବିବାର ୬ ଉଇକେଟରେ ବିଜୟୀ ହୋଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଘରୋଇ...

ତୃତୀୟ ଭାରତୀୟ ଭାବେ ଆଇସିସି ଏଲିଟ୍‌ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଲେ ନୀତୀନ

ନୂଆଦିଲ୍ଲୀ, ୨୯।୬- ଭାରତର ନୀତୀନ ମେନନ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ଏଲିଟ୍‌ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଛନ୍ତି। କ୍ରିକେଟର ସର୍ବୋଚ୍ଚ ସଂସ୍ଥା ନୀତୀନଙ୍କୁ ଆସନ୍ତା...

ଆଇପିଏଲ୍‌ ପୂର୍ବରୁ ତରଭୁଜ-ଅମୃତଭଣ୍ଡା ଚାଷ ଶିଖୁଛନ୍ତି ଧୋନୀ

ନୂଆଦିଲ୍ଲୀ,୨୭।୨: ଆଗକୁ ଆସୁଛି ଆଇପିଏଲ୍‌-୨୦୨୦। ତେବେ ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତରଭୁଜ ଏବଂ ଅମୃତ ଭଣ୍ଡା ଚାଷ...

ଟି୨୦ ବିଶ୍ବକପରୁ ବିଦାହେଲା ଓ୍ବେଷ୍ଟଇଣ୍ଡିଜ

ଆବୁଧାବି, ୬।୧୧: ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମଠାରେ ଶନିବାର ଟି୨୦ ବିଶ୍ବକପ ଗ୍ରୁପ-୧ର ମ୍ୟାଚରେ ଅଷ୍ଟ୍ରେଲିଆ ୮ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ବ୍ୟାଟିଂ ବିପର୍ଯ୍ୟୟର...

Advertisement
Archives

Model This Week